Dharitri News
ରାଜ୍ୟ |

ଶପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ

ଶପିଂ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ କଟକ ଅଫିସ,୪।୨ : କଟକ ବାଦାମବାଡି ଥାନା ଅଞ୍ଚଳରେ ଥିବା ସିଟି ଷ୍ଟାଇଲ ଶପିଂ ମଲରେ ରବିବାର ପୂର୍ବାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ମଲ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ବକ୍ସିବଜାର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମଲ୍‌ଟି ସକାଳେ ଖୋଲା ହୋଇଥିବାରୁ ନିଆଁରେ କିଛି କର୍ମଚାରୀ ଫସି ରହିଥିବା ଅନୁମାନ କରାଯାଉଛି। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁ ଟ୍ରାଫିକ ସମସ୍ୟା ଉପୁଜିଛି।

ରାଜ୍ୟ |

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ମ୍ୟୁଜିକ୍‌ ତାଙ୍କର ପ୍ୟାସନ। ମ୍ୟୁଜିକ୍‌ ପାଇଁ ସେ କୌଣସି ଇଲେକ୍ଟ୍ରୋନିକ ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି ନାହିଁ। ତକିଆଠାରୁ ଆରମ୍ଭ କରି, ସୁଟ୍‌କେସ୍‌, ରୋଷେଇ ବାସନକୁସନରୁ ସେ ସୃଷ୍ଟି କରନ୍ତି ମ୍ୟୁଜିକ୍‌।

ଅଗ୍ନିଶମ କେନ୍ଦ୍ରରେ ନିଯୁକ୍ତ ହେବେ ହୋମଗାର୍ଡ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ହୋମଗାର୍ଡମାନେ ପ୍ରତ୍ୟେକ କ୍ଷେତ୍ରରେ ପୋଲିସକୁ ସହଯୋଗ କରୁଛନ୍ତି। ଏବେ ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ସମୟ ଆସିଛି। ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ପାଇଁ ନୂତନ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା କରାଯାଇଛି, ଯାହା ଖୁବ୍‌ଶୀଘ୍ର ଲାଗୁ କରାଯିବ।

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର, ୧୯।୨(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହ଼ଞ୍ଚିଛି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ମଙ୍ଗଳବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଭଞ୍ଜନଗର,୧୯।୨(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ଦେଖାଦେଉଛି। ଏଠାରେ ଥିବା ଜଣେ ଡାକ୍ତର ସ୍ତ୍ରୀଙ୍କ ଦୁର୍ବ୍ୟବହାରରେ ଲୋକେ ଅତିଷ୍ଠ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସୋମବାର ଡାକ୍ତର ଦମ୍ପତିଙ୍କୁ ତାଲା ପକାଇ ଧାରଣା ଦେଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ତାତି ବଢ଼ିବା ସହିତ ରାଜ୍ୟର କେତେକ ଭାଗକୁ ଘନ କୁହୁଡ଼ି ଆଚ୍ଛାଦିତ କରିବ। ଆସନ୍ତା ୨୪ ତାରିଖ ଯାଏ ଉପକୂଳ ସମେତ ରାଜ୍ୟର କେତେକ ସ୍ଥାନରେ ଘନକୁହୁଡି ଘେରି ରହିବ। ପାହାନ୍ତାରୁ ସକାଳ ୯ ଯାଏ କୁହୁଡ଼ିର ପ୍ରକୋପ ରହିବ। ୨୦୦ ମିଟରରୁ ଅଧିକ ଦୂର ଦେଖିବା ସମ୍ଭବ ହେବ ନାହିଁ।

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଟୋଲ୍‌ ଟିକସ କିଏ ଦେବେ । ବସ୍‌ ମାଲିକ ନା ରାଜ୍ୟ ସରକାର ଏ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବସ୍‌ ମାଲିକମାନେ ଟିକସ ବୋଝ ବୋହିବାକୁ ରାଜି ନ ଥିବା ବେଳେ ରାଜ୍ୟ ସରକାର ଏହି ବୋଝ ଯାତ୍ରୀଙ୍କ ଉପରେ ଲଦିବାକୁ ଯୋଜନା କରିଛନ୍ତି।

ଆନ୍ଦୋଳନ ତେଜିଲା ହାଇକୋର୍ଟ ବାର

ଆନ୍ଦୋଳନ ତେଜିଲା ହାଇକୋର୍ଟ ବାର

କଟକ ଅଫିସ, ୧୯।୨: ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା କମ୍‌ ରହିଥିବା ନେଇ ଚାଲିଥିବା ଆନ୍ଦୋଳନ ତେଜିଉଠିଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଜୋର୍‌ଦାର କରିଛି ହାଇକୋର୍ଟ ବାର୍‌ ଆସୋସିଏଶନ।

ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୋର୍ଡକୁ ଆସିବ ତଥ୍ୟ

ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୋର୍ଡକୁ ଆସିବ ତଥ୍ୟ

କଟକ ଅଫିସ, ୧୯।୨: ଆସନ୍ତା ମାଟ୍ରିକ ପରୀକ୍ଷା ପରିଚାଳନା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରାପ୍ତି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏକ ନୂତନ ବ୍ୟବସ୍ଥା ପ୍ରଚଳନ କରାଯାଇଛି।

ମାର୍ଚ୍ଚ ୧୪ରୁ ବସ୍‌ ଧର୍ମଘଟ

ମାର୍ଚ୍ଚ ୧୪ରୁ ବସ୍‌ ଧର୍ମଘଟ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ରାଜ୍ୟ ବସ୍‌ ମାଲିକ ସଂଘ ପୁଣି ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ୯ ଦଫା ଦାବି ରାଜ୍ୟ ସରକାରଙ୍କ ପାଖରେ ଥୋଇଛି।

ସେକ୍ସ ର଼୍ୟାକେଟ୍‌ ଠାବ: ଦଲାଲ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୧୯।୨-ସ୍ଥାନୀୟ ଗୋଷାଣୀ ନୂଆଗଁ। ଥାନାସ୍ଥିତ ଅନ୍ଧପସରା ରୋଡ ଠାରେ ଏକ ଘରେ ସେକ୍ସ ର଼୍ୟାକେଟ୍‌ ଚାଲୁଥିବା ଖବର ପାଇ ପୋଲିସ ସୋମବାର ସକାଳେ ସେଠାରେ ଚଢାଉ କରିଥିଲା। ଚଢାଉ ବେଳେ ସେଠାରୁ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯିବା ସହିତ ଜଣେ ଦଲାଲଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି।

ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ଆନ୍ଧ୍ରକୁ ବୋହିଯାଉଛି ଅଧିକ ପାଣି

ମାଲକାନଗିରି,୧୯।୨(ନୃସିଂହ ଚରଣ ମହାନ୍ତି): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନାର ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ବାଲିମେଳା ଜଳ ବିଦ୍ୟୁତ୍‌ କେନ୍ଦ୍ର ସକାଶେ ଦୁର୍ଦ୍ଦିନ ମାଡି ଆସୁଛି।

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁରରେ ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା

ବ୍ରହ୍ମପୁର ଅଫିସ୍‌,୧୯।୨ -ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିବା ପରେ ସୋମବାର ବ୍ରହ୍ମପୁରରେ ପହଞ୍ଚତ୍ଛି ଷ୍ଟାର୍ଟଅପ୍‌ ଇଣ୍ଡିଆ-ଓଡ଼ିଶା ଯାତ୍ରା। ଏହି ଅବସରରେ ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମ୍ପ୍ରତି ପାଠ ପଢ଼ିବା ପରେ ଯୁବତୀ ଯୁବକମାନେ ଚାକିରି ସନ୍ଧାନରେ ବାହାରକୁ ଯାଉଛନ୍ତି। ଯେଉଁମାନେ ଚାକିରି ପାଉନାହାନ୍ତି, ନିରାଶ ଭିତରେ ରହୁଛନ୍ତି। ସେଭଳି ଯୁବତୀ ଯୁବକଙ୍କୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଷ୍ଟାର୍ଟଅପ୍‌ ଯୋଜନା କାର୍ଯ୍ୟକାରୀ ହେଉଛି। ନୂତନ କୌଶଳ ସହ ନିଜସ୍ବ ଉଦ୍ୟମରେ ଉଦ୍ୟୋଗୀ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ସରକାର ୧୫ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି। ଏଣୁ ଚାକିରି ଖୋଜିବା ବଦଳରେ ଏହି ଟଙ୍କାରେ ଜଣେ ଜଣେ ଉଦ୍ୟୋଗୀ ହୋଇ ଅନ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଆହ୍ବାନ କରାଯାଇଥିଲା।