ରାଜ୍ୟ |

ଦୁର୍ବଳ ପ୍ରାର୍ଥୀ ଦେବାକୁ ଚାଲିଛି ଲବି

ଦୁର୍ବଳ ପ୍ରାର୍ଥୀ ଦେବାକୁ ଚାଲିଛି ଲବି
ଭୁବନେଶ୍ୱର,୪।୨(ବ୍ୟୁରୋ)- ବିଜେପୁର ଉପନିର୍ବାଚନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀ ଦେଉ। ଯାହାଫଳରେ ସିଧାସଳଖ ଫାଇଦା ଭାଜପାକୁ ମିଳିବ। ଏଥିପାଇଁ ଦିଲ୍ଲୀରେ ଚାଲିଛି ଲବି । ସାମିଲ ଅଛନ୍ତି କଂଗ୍ରେସର କିଛି ନେତା ଏବଂ ଭାଜପାର ଜଣେ ତଥାକଥିତ ହେଭିୱେଟ। ଓଡ଼ିଶାରୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ବାଚିତ ନ ହୋଇ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ଜଣେ ନେତା ଏହି ଯୋଜନାର ସୂତ୍ରଧର ବୋଲି ଆଲୋଚନା ହେଉଛି। ଏଥିପାଇଁ କୋଟି କୋଟି ଟଙ୍କା ଦେବା ପାଇଁ କୁଆଡେ ସେ ପ୍ରସ୍ତୁତ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ଭୋଟକୁ ପାଥେୟ କରି ଭାଜପା କିଛିଟା ସଫଳତା ପାଇଥିଲା। ମାତ୍ର ଇତିମଧ୍ୟରେ ରାଜ୍ୟ ରାଜନୀତି ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ବିଜେଡି ପୂର୍ବାପେକ୍ଷା ସଙ୍ଗଠନକୁ ସୁଦୃଢ କରିବା ସହ ଗତ କିଛିମାସ ମଧ୍ୟରେ ହୋଇଥିବା ବିଭିନ୍ନ ଉପ ନିର୍ବାଚନରେ ବିଜୟୀ ହୋଇଛି। ତେଣୁ ବିଜେପୁରରେ ଯେ କୌଣସି ଉପାୟରେ ଜିତିବା ପାଇଁ ଭାଜପା ଚେଷ୍ଟା କରୁଥିବା ଜଣାପଡିଛି। ଅପରପକ୍ଷରେ ପିସିସି ପକ୍ଷରୁ ହୋଇଥିବା କମିଟି ପ୍ରାର୍ଥୀ ନେଇ ସହମତି ପରେ ଏଆଇସିସି କମିଟିର ଆବଶ୍ୟକତା କ’ଣ ବୋଲି ଅନେକେ ପ୍ରଶ୍ନ କରିଛନ୍ତି। ସୁପାରିସ ହୋଇଥିବା ୨ଟି ନାମ ମଧ୍ୟରୁ ଦୁର୍ବଳ ପ୍ରାର୍ଥୀଙ୍କ ନାମ ଏକ ନମ୍ବରରେ ଲେଖାଯାଇଥିବା ଜଣାପଡିଛି। ତେଣୁ ଭାଜପା ଅଧିକ ଉତ୍ସାହିତ ହୋଇଯାଇଛି। ଯାହାକୁ ନେଇ ପ୍ରାର୍ଥତ୍ପତ୍ର ଦାଖଲ କରିବା ଦିନ ଅଶୋକ ପାଣିଗ୍ରାହୀ ୩୦ ହଜାରରୁ ଅଧିକ ଭୋଟ୍‌ରେ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ନୂଆ ମୋଡ ଦେଇଛି ଗାଇସିଲଟ୍‌ ବ୍ଲକ କଂଗ୍ରେସ ସଭାପତି ଚୈତନ୍ୟ ସାହୁଙ୍କ ମତ। ସେ କହିଛନ୍ତି ଯେ, ବିଜେପୁର ଉପନିର୍ବାଚନ ପାଇଁ ଏଆଇସିସି ପକ୍ଷରୁ ଆସିଥିବା କମିଟି ତାଙ୍କ ମତ ନେଇ ନ ଥିଲେ। ଏପରିକି ପ୍ରାର୍ଥୀ ଚୟନ ନେଇ କୌଣସି ଆଲୋଚନା କରାଯାଇନାହିଁ। କେବଳ ସୌଜନ୍ୟ ଦୃଷ୍ଟିରୁ ଭେଟି ଚାଲିଯାଇଥିଲେ ବୋଲି ଚୈତନ୍ୟ କହିଛନ୍ତି। ପ୍ରଣୟ ସାହୁ ଜଣେ ଲଢୁଆ ପ୍ରାର୍ଥୀ। ତାଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଗଲେ ବିଜୟ ସମ୍ଭାବନା ଅଧିକ ବୋଲି ଚୈତନ୍ୟ କହିଛନ୍ତି। ସେହିପରି ରିପୁନାଥ ସେଠ ଯଦି ପ୍ରାର୍ଥୀ ହୁଅନ୍ତି ତେବେ ଦଳ ୧୦ ହଜାରରୁ କମ୍‌ ଭୋଟ ପାଇବ। ଅନ୍ୟ କୌଣସି ଦଳକୁ ସୁହାଇଲା ଭଳି କିଛି ନେତା ଦୁର୍ବଳ ପ୍ରାର୍ଥୀ ଦେବା ପାଇଁ ମସୁଧା ଚଳାଇଥିବା ସେ କହିଛନ୍ତି। ପ୍ରଥମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପରେ ଗାଇସିଲଟ ବ୍ଲକ କଂଗ୍ରେସ ଅଧ୍ୟକ୍ଷ ଚୈତନ୍ୟ ସାହୁଙ୍କ ଅଭିଯୋଗ କଂଗ୍ରେସ ଦଳ ଭିତରେ ଥିବା ଫାଟକୁ ଦର୍ଶାଉଛି। ଏଆଇସିସି କମିଟି କାହା ସ୍ବାର୍ଥରେ କାମ କରିଥିଲା, ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେଡି, ଭାଜପା ଅନ୍ୟ ଦଳରୁ ପ୍ରାର୍ଥୀ ଆଣି ପ୍ରଚାରରେ ଜୋର ଲଗାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଖୋଜିବା ଦୁର୍ଭାଗ୍ୟଜନକ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏଆଇସିସି ପକ୍ଷରୁ ପ୍ରାର୍ଥତ୍ତ୍ୱ ନେଇ ହୋଇଥିବା ଘୋଷଣାରେ ବିଳମ୍ବ ଦୁଇ ଆଶାୟୀଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିବା ଲକ୍ଷ୍ୟ କରାଗଲାଣି। ତେଣୁ ଦଳର ଉଭୟ ରାଜ୍ୟ ଏବଂ କେନ୍ଦ୍ର ନେତୃତ୍ୱ ଯଦି କୁହୁଳୁଥିବା ବିଦ୍ରୋହ ଏବଂ ଅସନ୍ତୋଷକୁ ଦମନ ନ କରନ୍ତି, ତେବେ ଦଳ ପାଇଁ ଏହା ଆତ୍ମଘାତୀ ହେବ ବୋଲି କଂଗ୍ରେସ ଦଳର ଏକାଧିକ ବରିଷ୍ଠ ନେତା ମତ ଦେଇଛନ୍ତି।
All Right Reserved By

ରାଜ୍ୟ |

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା,୧୭।୧୦(ଡି.ଏନ.ଏ.)- ଆଜି ବି ବଞ୍ଚିଛି ମାନବିକତା । ବରଗଡ ଜିଲାର ସୋହେଲା ସାହୁଟିକିରାଠାରେ କିଛିମାସ ହେବ ମାଟି ଭୁଏ ନାମ୍ନୀ ଜଣେ ବୃଦ୍ଧା ଏକ କୁଡିଆରେ ଆଶ୍ରୟ ନେଇଥିଲେ ।

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ନୂଆପଡା ଅଫିସ,୧୭।୧୦-ନୂଆପଡା ସହରର ମାତ୍ର ୪/୫ କି.ମି ଦୂର ୩୫୩ ନଂ. ଜାତୀୟ ରାଜପଥର ସିଲଦା ନାଲା ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସାଁକରା ଗାଁରୁ ଏମାନେ ନୂଆପଡା ଜିଲା କୋମନାରେ ଥିବା ବୈଷ୍ଣୋଦେବୀ ମନ୍ଦିରକୁ ମା’ଙ୍କୁ ଦର୍ଶନ ଲାଗି ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ସହ ମୁହଁାମୁହିଁ ପିଟି ହୋଇଯିବାରୁ ବୋଲେରୋରେ ଥିବା ୯ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ଚାଳକଙ୍କ ଜୀବନ ଦୀପ ମଧ୍ୟ ଲିଭି ଯାଇଛି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।