ରାଜ୍ୟ |

ବିଭାଜନ ମୁହଁା ମାହାଙ୍ଗା ଭାଜପା :ପ୍ରଭାତ ମିଶ୍ରଙ୍କ ଫେସ୍‌ବୁକ ମେସେଜକୁ ନେଇ ଚର୍ଚ୍ଚା

ବିଭାଜନ ମୁହଁା ମାହାଙ୍ଗା ଭାଜପା :ପ୍ରଭାତ ମିଶ୍ରଙ୍କ ଫେସ୍‌ବୁକ ମେସେଜକୁ ନେଇ ଚର୍ଚ୍ଚା

କଟକ ଅଫିସ, ୩।୨- ‘ମୂର୍ଖ ସମାବେଶରେ ପ୍ରତିଭା ପ୍ରଦର୍ଶନ ନ କରି ନୀରବ ରହିବା ବୁଦ୍ଧିମାନର କାର୍ଯ୍ୟ।’ ଚୌଧୁରୀ ପ୍ରଭାତ କେଶରୀ ମିଶ୍ରଙ୍କ ଏହି ଫେସବୁକ୍‌ ମେସେଜକୁ ୨୪ ଘଣ୍ଟାରେ ମିଳିଛି ୬୧ କମେଣ୍ଟ, ୨୨୨ ଲାଇକ୍‌। ମାତ୍ର ଏହାକୁ ନେଇ ମାହାଙ୍ଗା ସମେତ କଟକ ରାଜନୀତି ସରଗରମ ହୋଇଉଠିଛି। ମିଶ୍ର ହେଉଛନ୍ତି ଭାଜପାର ଜଣେ ଜଣାଶୁଣା ନେତା ତଥା ୨୦୦୯ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ବିଧାୟକ ପ୍ରାର୍ଥୀ ହୋଇଥିଲେ। ତେବେ ମିଶ୍ରଙ୍କ ଏହି ମେସେଜ୍‌ ପରେ ମାହାଙ୍ଗା ଭାଜପାର ବିଭାଜନକୁ ନେଇ ଚର୍ଚ୍ଚା ଜୋର୍‌ଧରିଛି। ଶୁକ୍ରବାର ମାହାଙ୍ଗାରେ ଭାଜପା ପକ୍ଷରୁ ସଙ୍କଳ୍ପ ସମାବେଶର ଆୟୋଜନ କରାଯାଇଥିଲା। ଏହି ସମାବେଶରେ ୨୦୧୪ ସାଧାରଣ ନିର୍ବାଚନରେ ସ୍ବାଧୀନ ବିଧାୟକ ପ୍ରାର୍ଥୀଭାବେ ଲଢି ପରାଜିତ ହୋଇଥିବା ସାରଦା ପ୍ରଧାନ ନିଜ ସମର୍ଥକଙ୍କ ସହିତ ଭାଜପାରେ ଯୋଗଦେଇଥିଲେ। ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଭାଜପାର ବହୁ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ଥିଲେ। ମିଶ୍ର ମଧ୍ୟ ଉକ୍ତ ସଭାମଞ୍ଚରେ ଥିଲେ। ହେଲେ ତାଙ୍କୁ କହିବାକୁ ସୁଯୋଗ ମିଳି ନ ଥିଲା। ଏହାପରେ ରାତି ୧୦ଟାରେ ନିଜ ଫେସ୍‌ବୁକ୍‌ରେ ମିଶ୍ର ଏଭଳି ମନ୍ତବ୍ୟ ରଖିଥିଲେ।
ଏ ସମ୍ପର୍କରେ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ଏକ ଇଂଲିଶର ରୁଢୀକୁ ମଁୁ ଟ୍ରାନ୍ସଲେଟ କରିଛି। ଏହା କାହା ଉଦ୍ଦେଶ୍ୟରେ ଲେଖାଯାଇନାହିଁ। କିନ୍ତୁ ମୋତେ ନିଜର ପ୍ରତିଦ୍ୱନ୍ଦୀ ବୋଲି ଭାବୁଥିବା କେତେଜଣ ଲୋକ ଏହି ମେସେଜକୁ ନେଇ ରାଜନୀତି କରୁଛନ୍ତି ବୋଲି ସେ କହିଥିଲେ। ମାତ୍ର ସମୀକ୍ଷକଙ୍କ ମତରେ ଭାଜପାର ଏହି ସମାବେଶ ପରେ ଦଳ ଭିତରେ ଥିବା ଅସନ୍ତୋଷର ଏହା ଏକ ସ୍ପଷ୍ଟ ପ୍ରତିଫଳନ। ସାରଦା ଭାଜପାରେ ଯୋଗଦେବା ପରେ ଦଳର ମୂଳ ସଂଗଠକମାନେ ଅସନ୍ତୁଷ୍ଟ ଅଛନ୍ତି। ସେମାନଙ୍କ ଭବିଷ୍ୟତ ସ୍ଥିତି ପ୍ରଭାବିତ ହେବା ଆଶଙ୍କା କରୁଛନ୍ତି। ଆଗାମୀ ଦିନରେ ଦଳରେ ସେମାନଙ୍କ ଭୂମିକା କ’ଣ ରହିବ ତାହା ଅଧିକ ରାଜନତିକ ଗୁରୁତ୍ୱ ରଖୁଛି ବୋଲି ସମୀକ୍ଷକମାନେ ସିଧାସଳଖ କହିଛନ୍ତି। ଏପରିକି ନୂଆ-ପୁରୁଣା ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଏଭଳି କନ୍ଦଳ ମାହାଙ୍ଗାରେ ଦଳକୁ ବିଭାଜନ ଆଡ଼କୁ ଟାଣୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।
ଏଭଳି ଚର୍ଚ୍ଚା ପଛରେ ଅନେକ କାରଣ ମଧ୍ୟ ରହିଛି। ଫେବୃଆରୀ ୨ରେ ସଙ୍କଳ୍ପ ସମାବେଶ ହେବ ବୋଲି ସାରଦାଙ୍କ ଗୋଷ୍ଠୀ ମାହାଙ୍ଗାର ବିଭିନ୍ନ ସ୍ଥାନରେ ବ୍ୟାନର, ତୋରଣରେ ପ୍ରଚାର କରିଥିଲେ। ମାତ୍ର ମୂଳ ଭାଜପା ସଂଗଠକମାନେ ଏହା ସଙ୍କଳ୍ପ ସମାବେଶ ନୁହେଁ, ବରଂ ମିଶ୍ରଣ ପର୍ବ ବୋଲି କହି ସେମାନଙ୍କ ପକ୍ଷରୁ ସମାନ୍ତରାଳଭାବେ ବ୍ୟାନର ଲଗାଇଥିଲେ। ସଙ୍କଳ୍ପ ସମାବେଶ ବ୍ୟାନରରେ ସାରଦାଙ୍କ ଫଟୋ ସହିତ ଦଳର ଛାମୁଆ ନେତାମାନଙ୍କ ଫଟୋ ରହିଥିଲା। ହେଲେ ମିଶ୍ରଣପର୍ବ ସମ୍ପର୍କରେ ଲଗାଯାଇଥିବା ବ୍ୟାନରରେ ସାରଦାଙ୍କ ଫଟୋ ନ ଥିଲା। ଏହାପରେ ଦଳର ରାଜ୍ୟସ୍ତରୀୟ ନେତାମାନେ ଏକ ଖବରଦାତା ସମ୍ମିଳନୀ ଡକାଇ ସଙ୍କଳ୍ପ ନୁହେଁ, ବରଂ ଏହା ମିଶ୍ରଣ ପର୍ବ ବୋଲି କହିଥିଲେ। ହେଲେ ମିଶ୍ରଣ ପର୍ବ ସମାବେଶରେ ଦଳର ମୂଳ ସଂଗଠକମାନଙ୍କୁ କହିବାକୁ ସୁଯୋଗ ମିଳି ନ ଥିଲା। ମାହାଙ୍ଗାରେ ମିଶ୍ରଣ ପର୍ବ ଆୟୋଜନ କରି ଭାଜପା ଶକ୍ତି ବୃଦ୍ଧି କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ହେଲେ ମିଶ୍ରଣ ପର୍ବକୁ ୨୪ଘଣ୍ଟା ନ ପୁରୁଣୁ ଭାଜପା ନେତାଙ୍କ ଫେସବୁକ ମେସେଜ ଘରେ ନ ପଶୁଣୁ ଚାଳ ବାଜିବା ଭଳି ହୋଇଛି। ବିଶେଷକରି ରାଜ୍ୟର ବିଭିନ୍ନ ସ୍ଥାନରେ ଭାଜପାର ନୂଆ ପୁରୁଣାଙ୍କ ମଧ୍ୟରେ ଯେଭଳି ଲଢେଇ ଚାଲିଛି ତାହାର ପୁନରାବୃତ୍ତି ଏବେ ମାହାଙ୍ଗାରେ ଆରମ୍ଭ ହୋଇଥିବା ସମୀକ୍ଷକମାନେ ମତ ଦେଇଛନ୍ତି। ରେଭେନ୍ସା ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ଓମକାର ରାଉତ କୁହନ୍ତି, ଭାଜପାର ମିଶ୍ରଣପର୍ବ ଆଗାମୀ ଦିନରେ ଦଳ ପାଇଁ ବୁମେରାଂ ସାଜିବ। ଦଳ ଭିତରେ ମତଭେଦ, ଅର୍ନ୍ତଦ୍ୱନ୍ଦ୍ୱ ଏବେ ଧିରେ ଧିରେ ପଦାକୁ ଆସୁଛି। ବିଜେପୁରରେ ଦଳ ନିଜର ମୂଳ ନେତାଙ୍କୁ ଅଣଦେଖା କରିବାରୁ ସେମାନେ ଏବେ ଦଳ ଛାଡିବାରେ ଲାଗିଛନ୍ତି। ସେହିପରି ଯେଉଁମାନେ ବିଜେଡିରୁ ଟିକେଟ ପାଇବାର ଆଶା ହରାଉଛନ୍ତି ଓ କଂଗ୍ରେସରୁ ଟିକେଟ ପାଇଲେ ମଧ୍ୟ ଜିତିବାର ସମ୍ଭାବନା ରଖୁନାହାନ୍ତି ସେମାନେ ଏବେ ଭାଜପାକୁ ବିକଳ୍ପଭାବେ ବାଛୁଛନ୍ତି। ହେଲେ ଏମାନଙ୍କ ଅନୁପ୍ରବେଶ ମୂଳ ସଂଗଠକମାନଙ୍କୁ ଦଳ ଛାଡିବାକୁ ବାଧ୍ୟ କରୁଛି। ଏଭଳି ପ୍ରକ୍ରିୟା ଲାଗି ରହିଲେ ଦଳ ବିଭାଜନ ହେବା ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ ବୋଲି ରାଉତ ମତ ଦେଇଛନ୍ତି। ଭାଜପାର କଟକ ଜିଲା ସଭାପତି ଚୌଧୂରୀ ହେମନ୍ତ ସାହୁ କୁହନ୍ତି, ମିଶ୍ରଙ୍କ ମେସେଜ ଦଳ ପାଇଁ ଠିକ୍‌ ନୁହେଁ। ମଁୁ ଭାବୁଛି ଏହା ହୁଏତ ତାଙ୍କର ବ୍ୟକ୍ତିଗତ ମତ ହୋଇଥାଇପାରେ।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ରାଜ୍ୟ |

ଦଇତାପତି-ମୁଖ୍ୟ ପ୍ରଶାସକ ଆଲୋଚନା

ପୁରୀ ଅଫିସ, ୨୨ା୫: ଆଗକୁ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା। ସ୍ନାନପୂର୍ଣ୍ଣିମା ପୂର୍ବରୁ ଅର୍ଥାତ୍‌ ତ୍ରୟୋଦଶୀଠାରୁ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଦଇତାପତି। ମାସେ ଧରି ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବେ। ଅଣସରଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଦଇତାପତିଙ୍କ ଗୁରୁଦାୟିତ୍ୱ ରହିଛି। ସ୍ନାନପୂର୍ଣ୍ଣିମା ଏବଂ ରଥଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦଇତାପତିମାନଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲେ ମଧ୍ୟ ବକେୟା ପ୍ରାପ୍ୟ ପାଉଣା କଥା ଉଠାଇଛନ୍ତି ଦଇତା। ରାଜ୍ୟ ସରକାର ଦଇତାପତିମାନଙ୍କୁ ରଥଯାତ୍ରା ପାଇଁ ପୁରସ୍କାର ସ୍ବରୂପ କିଛି ଅର୍ଥ ଦେଇଥାନ୍ତି। ତେବେ ଗତବର୍ଷର ଏହି ପ୍ରାପ୍ୟ ପାଉଣା ପ୍ରସଙ୍ଗ ଦଇତାପତି ବୈଠକରେ ଉଠାଇଥିବା ଜଣାପଡିଛି।

ବାଲୁକା କଳା ସମର କ୍ୟାମ୍ପ୍‌ ଉଦ୍‌ଯାପିତ

ବାଲୁକା କଳା ସମର କ୍ୟାମ୍ପ୍‌ ଉଦ୍‌ଯାପିତ

ପୁରୀ ଅଫିସ, ୨୧ା୫: ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ଆୟୋଜିତ ବାଲୁକା କଳା ସମର କ୍ୟାମ୍ପ ସୋମବାର ଉଦ୍‌ଯାପତି ହୋଇଯାଇଛି। ଏହି କ୍ୟାମ୍ପରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ତଥା ହକି ତାରକା ଦିଲୀପ ତିର୍କୀ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ୟାମ୍ପରେ ଅଂଶଗ୍ରହଣ କରିଥିବା ଯୁବତୀ ଯୁବକମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ସୁଦର୍ଶନଙ୍କ ପକ୍ଷରୁ ଏହି ବାଲୁକା କଳା କ୍ୟାମ୍ପ ଗତ ୧୮ତାରିଖ ଆରମ୍ଭ ହୋଇ ତିନି ଦିନ ଧରି ଚାଲିଥିଲା।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ମୁଖ୍ୟ ପ୍ରଶାସକ ଶୁଣିଲେ, ନିଷ୍ପତ୍ତି ଝୁଲି ରହିଲା

ପୁରୀ ଅଫିସ, ୨୧ା୫: ଦର୍ପଦଳନ ରଥ ଚକ ତୁମ୍ବରେ ହୋଇଥିବା ଫାଟକୁ ନେଇ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଏହି ତୁମ୍ବ ବିଷୟରେ ଜାଣିବା ଲାଗି ସୋମବାର ଅପରାହ୍ନରେ ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଡାକିଥିଲେ।

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ମୂଷାନଈ ପୁନରୁଦ୍ଧାର ସ୍ବପ୍ନ ଆରମ୍ଭ ହୋଇପାରୁନି କାମ

ପୁରୀ ଅଫିସ, ୨୨ା୫: ଶ୍ରୀକ୍ଷେତ୍ରର ପ୍ରବେଶ ପଥରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ମୂଷାନଈ। ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଲାଗି ଯୋଜନା ପରେ ଯୋଜନା ହେଉଥିଲେ ହେଁ ସଫଳ ରୂପାୟନ ଅଭାବରୁ ଶେଷରେ ଫେଲ୍‌ ମାରୁଛି। ଏବେ ପୁଣି ମୂଷାନଈ ପୁନରୁଦ୍ଧାର ଲାଗି କସରତ ଚାଲିଛି। ପ୍ରାୟ ୨୬ କୋଟି ଟଙ୍କାର ଅଟକଳ ମଧ୍ୟ ପ୍ରସ୍ତୁତ ହୋଇଛି। ନେତା ଓ ପ୍ରଶାସନିକ ଅଧିକାରୀଙ୍କ ବିଲୁଆ ବିଚାର ଲାଗି କାର୍ଯ୍ୟ ଆଗେଇ ପାରୁନି। ଜମି ଅଧିଗ୍ରହଣ ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟା ବାତିଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ହୁଳୁହୁଳିଆଠାରୁ ଅଠରନଳା ପର୍ଯ୍ୟନ୍ତ ପୁନରୁଦ୍ଧାର ଲାଗି ୩ମାସ ତଳୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲ ଏ ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରୁନାହିଁ। ମୂଷାନଈକୁ ନେଇ ନେତା ଓ ଅଧିକାରୀ ନୂଆ ନୂଆ ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନ ପୁଣି ନିର୍ଦ୍ଧାରିତ ଜମିଠାରୁ ଅଧିକ ଜମି ଅଧିଗ୍ରହଣ କରାଯିବା ସହିତ ସମୁଦାୟ ମୂଷାନଈ ଦୁଇ ପାର୍ଶ୍ୱରେ ପଥର ପ୍ୟାକିଂ ଦିଆଯିବାକୁ ଚିନ୍ତା ଚାଲିଛି। ଯଦି ଏହି କାର୍ଯ୍ୟ କରାଯାଏ ତେବେ ଅଟକଳ ଆହୁରି ୯କୋଟି ଟଙ୍କା ବୃଦ୍ଧି ପାଇବ ବୋଲି ଜଣାପଡିଛି।

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ମୁହଁାଟ, ଚଉତା ବିନ୍ଧ ଅନୁକୂଳ

ପୁରୀ ଅଫିସ, ୨୧ା୫: ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣକୁ ଇତିମଧ୍ୟରେ ୩୩ ଦିନ ବିତିଲାଣି। ରଥଖଳାରେ ନିର୍ମାଣ କାମକୁ ଆଗେଇ ନେଉଛନ୍ତି ମହାରଣା, ଭୋଇ ଓ ରୂପକାର ସେବକ। ସୋମବାର ରଥଖଳାରେ ତିନିରଥର ମୁହଁାଟ ଓ ଚଉତା ବିନ୍ଧ ଅନୁକୂଳ ହୋଇଛି। ମୁଖ୍ୟ ବିଶ୍ୱକର୍ମା ଏହାକୁ ଅନୁକୂଳ କରିବା ପରେ ମହାରଣା ସେବକମାନେ ମୁହଁାଟ ଏବଂ ଚଉତାରେ ବିନ୍ଧ କରୁଛନ୍ତି। ତିନିରଥର ଚାରିନାହାକା ଶେଷ ହୋଇଥିବା ବେଳେ ରଥଖଳାରେ ପ୍ରତି ରଥ ପାଇଁ ପଡିଥିବା ୨ଟି ଲେଖାଏ ଗରଗରା କାଠକୁ ହଣାଯାଇ ସାଇଜ କରାଯାଉଛି।

ମହେଶ୍ୱର ହତ୍ୟା ମାମଲା

ମହେଶ୍ୱର ହତ୍ୟା ମାମଲା

ପୁରୀ ଅଫିସ, ୨୨ା୫: ପାଣି ପାଇପ୍‌ ମିସ୍ତ୍ରି ମହେଶ୍ୱର ମାର୍ଥା ହତ୍ୟା ମାମଲାରେ ଟାଉନ ଥାନା ପୋଲିସ ସୋମବାର ଜଣଙ୍କୁ ଗିରଫ କରିଛନ୍ତି। ସେ ହେଲେ ବଳିଆପଣ୍ଡା ମହାରଣା ସାହିର ଗଜାନନ ଓରଫ ନିରଞ୍ଜନ ମହାରଣା(୨୩)। ଅଭିଯୁକ୍ତଙ୍କଠାରୁ ହତ୍ୟାରେ ବ୍ୟବହୃତ ରକ୍ତଭିଜା ଖଣ୍ଡା ଜବତ ହୋଇଛି। ହତ୍ୟାକାଣ୍ଡରେ ୪ଜଣଙ୍କ ସମ୍ପୃକ୍ତି ରହିଛି। ଅନ୍ୟ ତିନିଜଣ ଫେରାର ଅଛନ୍ତି। ଅଭିଯୁକ୍ତଙ୍କଠାରୁ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି।

ବନ୍ଧା ପଡିଛି ଭତ୍ତା ଓ ରାସନ କାର୍ଡ ଘଟଣା

ନବରଙ୍ଗପୁର,୨୨ା୫(ବି.ପ୍ର.)-ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ପଡାଲଗୁଡା ପଞ୍ଚାୟତ ଅଧିନ ଜବାଗୁଡା ଗାଁର ଦୈମନ୍ତି ନାଗ (୭୦ ) ଅଭାବରେ ପଡି ନିଜ ବିଧବା ଭତ୍ତା କାର୍ଡ ଓ ରାଶନ କାର୍ଡ ବନ୍ଧା ପକାଇଛନ୍ତି।

ମାଝିଗୁଡା ପଞ୍ଚାୟତରେ ଚାଉଳ ବଣ୍ଟନରେ ଦୁର୍ନ୍ନୀତି

ନବରଙ୍ଗପୁର,୨୨ା୫(ଡି.ଏନ.ଏ.)- ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାାୟତରେ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନ୍ନୀତି ହେଉଥିବା ୱାର୍ଡମେମ୍ବର ଓ ନାଏବ ସରପଞ୍ଚ ପ୍ରମୁଖ ଅତିରିକ୍ତ ଜିଲାପାଳ ପରିକ୍ଷୀତ ସେଠୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ା

ଜବରଦଖଲରେ ମଶାଣୀ ଜମି

ନବରଙ୍ଗପୁର,୨୨ା୫(ବି.ପ୍ର.)- ନବରଙ୍ଗପୁର ଜିଲା ରାଇଘର ଠାରେ ମଶାଣୀକୁ ନେଇ ବିବାଦ ଲାଗି ରହିଛି ା ଛତିଶଗଡ ରାଜ୍ୟରୁ କିଛି ଲୋକ ଆସି ମଶାଣୀ ଜବର ଦଖଲ କରି ରଖିଛନ୍ତି। ପୋଲିସ ଓ ତହସିଲକୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନାହିଁ ।

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ପଥର ଖାଦାନରେ ବାଜି ଲାଗୁଛି ଜୀବନ

ରାୟଗଡା ଅଫିସ୍‌, ୨୨ା୫- ନାହିଁ ନାହିଁର ଜୀବନ ା ଶିକ୍ଷା ନାହିଁ, ସ୍ବାସ୍ଥ୍ୟ ନାହିଁ ସାଙ୍ଗକୁ ରୋଜଗାର ମଧ୍ୟ ନାହିଁ ା ତଥାପି ଜୀବନକୁ ନେଇ ଚାଲିଛି ସଂଗ୍ରାମ ା ପଥର ଖାଦାନରେ ବାଜି ଲାଗୁଛି ସେମାନଙ୍କ ଜୀବନ ା ସେମାନେ ଜାଣନ୍ତି ନାହିଁ ଅଧିକାରର ଅର୍ଥ ା ପେଟର ଭୋକ ଆଗରେ ହଜିଯାଇଛି ସେମାନଙ୍କର ଶିକ୍ଷା ା ଅଧିକାର ସାବ୍ୟସ୍ତ କରିବାକୁ ଏଯାଏଁ କୌଣସି ପ୍ରଶାସନିକ ଅଧିକାରୀଙ୍କ ଶୁଭ ଦୃଷ୍ଟି ପଡିନି ା ଏ ହେଉଛି ରାୟଗଡା ଜିଲା ରାମନାଗୁଡା ବ୍ଲକ୍‌ ଅନ୍ତର୍ଗତ ତଥା ରାମନାଗୁଡା ସଦର ଠାରୁ ରାୟଗଡା ଯିବା ମୁଖ୍ୟରାସ୍ତାର ପ୍ରାୟ ୧କି.ମି ଦୂର ରାସ୍ତାପାର୍ଶ୍ୱରେ ଥିବା ଏକ ବେସରକାରୀ ପଥର କୁଅଁାରିରେ କାମ କରୁଥିବା ଲୋକଙ୍କ କଥା ା

ନାବାଳିକା  ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ନାବାଳିକା ଅପହରଣ, ବଳାତ୍କାର ମାମଲା ସମ୍ପର୍କୀୟ ଅଜା ଗିରଫ

ଦିଗପହଣ୍ଡି,୨୨ା୫(ଡି.ଏନ.ଏ.): ଦିଗପହଣ୍ଡି ଅଞ୍ଚଳର ଜଣେ ଅନୁସୂଚିତ ଜାତି ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ସମ୍ପର୍କୀୟ ଅଜାଙ୍କୁ କେ.ନୂଆଗାଁ ପୋଲିସ ଗିରଫ କରିଛି। ସେ ହେଲେ ହିଞ୍ଜିଳିକାଟୁ ଅଞ୍ଚଳର ଦିଲୀପ ସେଠୀ। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କୁ ସୋମବାର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଡ଼ାକ୍ତରୀ ମାଇନା କରାଯାଇଛି। ମଙ୍ଗଳବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ। ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨ ତାରିଖରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଅପହରଣ କରିଥିଲେ।

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ମହିଳାଙ୍କୁ ଆକ୍ରମଣ କରି ସୁନାଚେନ୍‌ ଲୁଟ୍‌

ହିଞ୍ଜିଳିକାଟୁ,୨୨ା୫(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ପୁଟିଆପଦର ଗ୍ରାମରେ ସୋମବାର ରାତି ପ୍ରାୟ ୯ଟାରେ ରାସ୍ତା କଡରେ ଶୌଚପାଇଁ ଯାଇଥିବା ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସୁନାଚେନ୍‌ ଲୁଟି ନେଇଛନ୍ତି। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ହିଞ୍ଜିଳିକାଟୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ମହିଳା ଜଣକ ହେଲେ ବର୍ଷା ସେଠୀ (୨୦)।