Dharitri News
ରାଜ୍ୟ |

ଓଲିଉଡ୍‌ ସିନେମା ସାର୍ଟିଫିକେଶନ୍‌: ସ୍କ୍ରିନିଂ କରୁଛନ୍ତି ଅଣଓଡ଼ିଆ ଅଧିକାରୀ

ଓଲିଉଡ୍‌ ସିନେମା ସାର୍ଟିଫିକେଶନ୍‌: ସ୍କ୍ରିନିଂ କରୁଛନ୍ତି ଅଣଓଡ଼ିଆ ଅଧିକାରୀ କଟକ ଅଫିସ, ୩।୨- ୪ ଦିନରେ ୪ ଓଡ଼ିଆ ସିନେମାର ସ୍କ୍ରିନିଂ। କଟକସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି)ରେ ପୂର୍ବରୁ କେବେ ଏତେ ଶୀଘ୍ର ଏପରି ଫିଲ୍ମ ସାର୍ଟିଫିକେଶନ କରାଯାଇ ନ ଥିବା ଜଣାଯାଏ। ତେବେ କେହି ଆଞ୍ଚଳିକ ଅଧିକାରୀ ନ ଥିବାରୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ନିରବୀ ଯାଇଥିବା ସିବିଏଫ୍‌ସିର ଚଳଚ୍ଚିତ୍ର ଭବନ ଜାନୁୟାରୀର ଶେଷ ଆଡ଼କୁ ହଠାତ୍‌ ଚଳଚଞ୍ଚଳ ହୋଇଉଠିବା ଏବେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଛି। ସିବିଏଫ୍‌ସିର ଆଞ୍ଚଳିକ ଅଧିକାରୀ ଭାବେ କଲିକତା ସିବିଏଫ୍‌ସିର ଆଞ୍ଚଳିକ ଅଧିକାରୀ ସମ୍ରାଟ ବନ୍ଦୋପାଧ୍ୟାୟ ଅସ୍ଥାୟୀ ଦାୟିତ୍ୱ ନେଇଛନ୍ତି। ତେବେ ଓଡ଼ିଆ ଫିଲ୍ମକୁ ସାର୍ଟିଫିକେଟ ପ୍ରଦାନ ଦାୟିତ୍ୱ ଜଣେ ଅଣଓଡ଼ିଆ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସିନେପ୍ରେମୀ। ଏହା ସରକାରଙ୍କ ବେପରୁଆ ମନୋଭାବ ଓ ଓଲିଓଡ୍‌ ଶିଳ୍ପ ପ୍ରତି ବେଖାତିର ବୋଲି ସେମାନେ କହିଛନ୍ତି। ପ୍ରତ୍ୟେକ ସିନେମାର ପ୍ରଦର୍ଶନ ପାଇଁ ପ୍ରଯୋଜକଙ୍କୁ ଏକ ସେନ୍‌ସର ବୋର୍ଡ ସାର୍ଟିଫିକେଟ ହାସଲ କରିବାକୁ ପଡ଼ିଥାଏ। ଓଲିଉଡ୍‌ ଇଣ୍ଡଷ୍ଟ୍ରିକୁ କଟକସ୍ଥିତ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ (ସିବିଏଫ୍‌ସି) ଏହି ସାର୍ଟିଫିକେଟ ପ୍ରଦାନ କରିଥାନ୍ତି। କେହି ଚାହିଁଲେ ସିବିଏଫ୍‌ସିର ବମ୍ବେ ମୁଖ୍ୟାଳୟରୁ ମଧ୍ୟ ସ୍କ୍ରିନିଂ କରାଇ ସେନ୍‌ସର ସାର୍ଟିଫିକେଟ ହାସଲ କରିପାରିବେ। ମାତ୍ର ବମ୍ବେଠାରେ କରାଇବା ବ୍ୟୟ ବହୁଳ ହୋଇଥିବାରୁ କଟକ ହିଁ ଉପଯୁକ୍ତ ହୋଇଥାଏ। ସିନେମାକୁ ସେନ୍‌ସର ସାର୍ଟିଫିକେଟ ପ୍ରଦାନ କ୍ଷେତ୍ରରେ ସେନ୍‌ସର ବୋର୍ଡର ମୁଖ୍ୟ ଭାବେ ଆଞ୍ଚଳିକ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସିବିଏଫ୍‌ସିର କଟକ ଆଞ୍ଚଳିକ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କ ଅନ୍ୟତ୍ର ବଦଳି ହୋଇଯିବାରୁ ଗତ ନଭେମ୍ବର ୨୩ ତାରିଖରୁ ଏହି ପଦ ଖାଲି ପଡ଼ିଥିଲା। ଫଳରେ କେତେଜଣ ପ୍ରଯୋଜକ ଅନ୍ୟ ଉପାୟ ନ ପାଇ ଫିଲ୍ମ ସାର୍ଟିଫିକେଶନ ପାଇଁ ବମ୍ବେ ଯିବାକୁ ବାଧ୍ୟ ହୋଇଥିଲେ। ଚଳଚ୍ଚିତ୍ର ଭବନରେ ଏଭଳି ଅବସ୍ଥାକୁ ନେଇ ଚଳଚ୍ଚିତ୍ର ଶିଳ୍ପ ସହ ଯୋଡିହୋଇଥିବା ପ୍ରଯୋଜକ, ନିର୍ଦ୍ଦେଶକମାନେ ବମ୍ବେ ମୁଖ୍ୟାଳୟକୁ ଅନେକ ଅଭିଯୋଗ, ଦାବି ସମ୍ବଳିତ ପତ୍ର ପ୍ରେରଣ କରିଛନ୍ତି। ହେଲେ କିଛି ଲାଭ ହୋଇ ନ ଥିଲା। ଫଳରେ ଆଞ୍ଚଳିକ ଅଧିକାରୀଙ୍କ ଅନୁପସ୍ଥିତିରେ ବମ୍ବେରେ ୫ଟି ସିନେମାର ସାର୍ଟିଫିକେଶନ କରାଯାଇଥିଲା। ସେଥିମଧ୍ୟରୁ ଲୈଲା ଓ ଲୈଲା କମର୍ସିଆଲ ହୋଇଥିବାବେଳେ ସପନଟିଏ- ଏ ଡ୍ରିମ୍‌, କ୍ଷଣିକା- ଦି ଲଷ୍ଟ୍‌ ଆଇଡିଆ, ଦୃଷ୍ଟାନ୍ତ ଏବଂ ହ୍ୟାଲୋ ଆସି ନାମକ ୪ଟି ପ୍ରାମାଣିକ ଚଳଚ୍ଚିତ୍ର। ଆଉ କେତେଜଣ ପ୍ରଯୋଜକ ମଧ୍ୟ ଅପେକ୍ଷାରେ ଥିଲେ। ଜାନୁୟାରୀ ୨୯ରେ ସିବିଏଫ୍‌ସିର ଆଞ୍ଚଳିକ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ନେଇ ଯୋଗଦେଇଥିଲେ ସମ୍ରାଟ ବନ୍ଦୋପାଧ୍ୟାୟ। ସେ ପଡ଼ି ରହିଥିବା ସିନେମାଗୁଡ଼ିକୁ ସାର୍ଟିଫିକେଶନ କରାଇବାକୁ ତୁରନ୍ତ ପଦକ୍ଷେପ ନେଇଥିଲେ। ପ୍ରତି ସିନେମାର ସାର୍ଟିଫିକେଶନ ପାଇଁ ଆଞ୍ଚଳିକ ଅଧିକାରୀଙ୍କ ନେତୃତ୍ୱରେ କେତେଜଣ ପ୍ୟାନେଲ ମେମ୍ବର ସିନେମା ସ୍କ୍ରିନିଂ କରିଥାନ୍ତି, ଯାହାକୁ ସେନ୍‌ସର ବୋର୍ଡ ବୋଲି କୁହାଯାଏ। ସିବିଏଫ୍‌ସି କଟକରେ ୧୦ ଜଣ ପ୍ୟାନାଲ ମେମ୍ବର ଅଛନ୍ତି। ତେବେ କାହାକୁ କେଉଁ ସିନେମାରେ ପ୍ୟାନେଲ ମେମ୍ବର କରାଇବେ ତାହା ଆଞ୍ଚଳିକ ଅଧିକାରୀଙ୍କ ଉପରେ ନିର୍ଭର କରେ। ସିନେମାର କେଉଁ ଦୃଶ୍ୟକୁ କଟାଯିବ, କେଉଁ ସଂଳାପ ବାଦ ଦିଆଯିବ ତାହା ସେନ୍‌ସର୍‌ ବୋର୍ଡ ହିଁ ସ୍ଥିର କରିଥାଏ। ସାର୍ଟିଫିକେଶନ ପାଇଁ ଆବେଦନଠାରୁ ସାର୍ଟିଫିକେଟ ହାସଲ କରିବା ଯାଏ ୬୮ ଦିନ ସମୟ ରହିଛି। ଆବଶ୍ୟକ କାଗଜପତ୍ର ଠିକ୍‌ ଥିଲେ ଏହା ୧୦ ଦିନ ମଧ୍ୟରେ ବି ହୋଇଯାଇଥାଏ। ତେବେ ସିବିଏଫ୍‌ସରେ ଜାନୁୟାରୀ ୩୦ରୁ ଫେବୃୟାରୀ ୨ ମଧ୍ୟରେ ଅନ୍‌ଲାଇନ୍‌ ଅପଲୋଡ୍‌, ସ୍କ୍ରିନିଂ ସାର୍ଟିଫିକେଟ ପ୍ରସ୍ତୁତି ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। ୩୦ ତାରିଖ ଗୋଟିଏ ଦିନରେ ୩ଟି ଫିଲ୍ମ ଓ ପରଦିନ ଆଉ ଗୋଟିଏ ସିନେମାର ସ୍କ୍ରିନିଂ କରାଗଲା। ସେଗୁଡ଼ିକ ହେଲା ଦୀପୁ- ଦି ଡ୍ୟାନ୍ସ ବୟ, ହତ୍ୟା, ଗୁଡୁ ଆଣ୍ଡ ଗୁଡି, ମନର ମାନସୀ। ୫ମ ସିନେମା ‘ରହସ୍ୟ’ ସାର୍ଟିଫିକେଶନ ପ୍ରକ୍ରିୟାରେ ରହିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଗୁଡ଼ିକ କମର୍ସିଆଲ ସିନେମା। ଅସ୍ଥାୟୀ ଦାୟିତ୍ୱରେ ଥିବା ବନ୍ଦୋପାଧ୍ୟାୟ ଏଠାରେ ତୁରନ୍ତ କାର୍ଯ୍ୟ ସାରି କଲିକତାସ୍ଥିତ ସିବିଏଫ୍‌ସକୁ ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ଫିଲ୍ମଗୁଡିକର ଠିକ୍‌ ସାର୍ଟିଫିକେଟଶନ ହୋଇ ନ ଥିବା ଅଭିଯୋଗ ଉଠୁଛି। ଶନିବାର ସାର୍ଟିଫିକେଟ ନେବାକୁ ଆସିଥିବା ହତ୍ୟା ସିନେମାର ପ୍ରଯୋଜକ ଶରତ ଚନ୍ଦ୍ର ପଟ୍ଟନାୟକ କୁହନ୍ତି, ଏତେ ଦିନ ଧରି ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ରହିବା କଥା ନୁହେଁ। ପ୍ରଯୋଜକମାନେ ବହୁ କଷ୍ଟରେ ଅର୍ଥ ବ୍ୟୟ କରି ସିନେମାଟିଏ କରୁଛନ୍ତି। ସାର୍ଟିଫିକେଟ ହାସଲ କରିବା ପାଇଁ ଏତେ ଦିନ ଅପେକ୍ଷା କରିବା ସମ୍ଭବ ନୁହେଁ। ପୁଣି ବମ୍ବେ ଯାଇ ସାର୍ଟିଫିକେଶନ କରାଇବା ବ୍ୟୟ ବହୁଳ ମଧ୍ୟ। ତେଣୁ ଜଣେ ଓଡ଼ିଆ ଅଧିକାରୀଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବା କଥା। ଆଞ୍ଚଳିକ ଅଧିକାରୀ ସମ୍ରାଟ ବନ୍ଦୋପାଧ୍ୟାୟ କୁହନ୍ତି, ମୁଁ ଭଲ ଓଡ଼ିଆ କହି ନ ପାରିଲେ ବି ବୁଝିପାରିବି। ଏଥିସହ ଓଡ଼ିଆ ପ୍ୟାନେଲ ମେମ୍ବରମାନେ ତ ଅଛନ୍ତି, ତେଣୁ ସ୍କ୍ରିନିଂରେ ଅସୁବିଧା ନାହିଁ। ପୂର୍ବରୁ କଲିକତା ସିବିଏଫ୍‌ସିରେ ୮ ଦିନ ମଧ୍ୟରେ ୩୩ଟି ଫିଲ୍ମକୁ ସେନ୍‌ସର ସାର୍ଟିଫିକେଟ ପ୍ରଦାନ କରିଛି। ତେଣୁ ଏଠାରେ କରିବାରେ କିଛି ଅସୁବିଧା ନାହିଁ।

ରାଜ୍ୟ |

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଜୋତା ଫିଙ୍ଗାଯିବା ଓ ନିର୍ବାଚନରେ ଟଙ୍କା ବଣ୍ଟାଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ବୁଧବାର ରିପୋର୍ଟ ତଲବ କରିଛନ୍ତି। ବିଜେଡି ଏମ୍‌ପି ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ପାରଦ ଉପରମୁହାଁ ହୋଇଛି। ସମଗ୍ର ରାଜ୍ୟରେ ତାତି ଧୀରେ ଧୀରେ ଅସହ୍ୟ କରିବା ଆରମ୍ଭ କଲାଣି। ଗତ ୪ ଦିନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଉପରକୁ ଡେଇଁଲାଣିି। ଚଳିତ ମାସ ଶେଷ ଆଡକୁ ତାତି ୩୮ ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ସମେତ ଢେଙ୍କାନାଳ ଓ ଅନୁଗୋଳ ଜିଲାର କେତେକ ସ୍ଥାନରେ ଘନ କୁହୁଡି ପଡ଼ିବ। ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିବା ସମ୍ଭବ ହେବନାହିଁ।

ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୧୫ ହଜାର ଲାପ୍‌ଟପ୍‌ ବଣ୍ଟାଯିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ୧୫୦୦୦ ଲାପ୍‌ଟପ୍‌ ବଣ୍ଟନ କରାଯିବ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଏହି ଲାପ୍‌ଟପ୍‌ ଆସନ୍ତା ଜୁଲାଇରେ ପ୍ରଦାନ କରାଯିବ। ଜିଲା ନୋଡାଲ୍‌ କେନ୍ଦ୍ରରେ ଏହା ବଣ୍ଟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ଲକ୍ଷ୍ୟ: ଛାତ୍ରୀଛାତ୍ରଙ୍କୁ ଫକୀର ମୋହନ ମେଧାବୃତ୍ତି

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଓଡ଼ିଆ ଭାଷାର ସୁରକ୍ଷା ଏବଂ ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଯୁକ୍ତ୨ ଓ ଯୁକ୍ତ୩ ଓଡ଼ିଆ ବିଷୟରେ ୮୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ବ୍ୟାସକବି ଫକୀରମୋହନ ସେନାପତି ଛାତ୍ରବୃତ୍ତି ମିଳିବ। ରାଜ୍ୟ ସରକାର ଏହି ଛାତ୍ରବୃତ୍ତିକୁ ଶିକ୍ଷାବର୍ଷ ୨୦୧୭-୧୮ରୁ କାର୍ଯ୍ୟକାରୀ କରିଛନ୍ତି। ବୃତ୍ତି ପାଇଁ ମନୋନୀତ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୦,୦୦୦ ଟଙ୍କା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୪୦୨ କଇଁଛ ଜବତ: ୨ ମହିଳା ଗିରଫ

୪୦୨ କଇଁଛ ଜବତ: ୨ ମହିଳା ଗିରଫ

ଭୁବନେଶ୍ୱର, ୨୦।୨ବ୍ୟୁରୋ)- ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଦେଇ ବାଂଲାଦେଶକୁ କଇଁଛ ଚାଲାଣ କରାଯାଉଛି। ଏଭଳି ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଡିରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ। ବାଂଲାଦେଶ ଚାଲାଣ କରାଯାଉଥିବା ୪୦୨ଟି ବିରଳ ପ୍ରଜାତି(ଇଣ୍ଡିଆନ ଷ୍ଟାର)ର କଇଁଛଙ୍କୁ ଅଧିକାରୀମାନେ ଆନ୍ଧ୍ରର ବିଜୟଓ୍ବାଡା ରେଳ ଷ୍ଟେଶନରୁ ମଙ୍ଗଳବାର ଜବତ କରିଛନ୍ତି।