ରାଜ୍ୟ |

ବଢ଼ିପାରେ ବିଦ୍ୟୁତ୍‌ ଶୁଳ୍କ

ଭୁବନେଶ୍ୱର,୩। ୨(ବ୍ୟୁରୋ)ପୁଣି ବଢିପାରେ ବିଦ୍ୟୁତ ଶୁଳ୍କ । ଗ୍ରୀଡ୍‌କୋ, ଓପିଟିସିଏଲ, ଓପିଜିସି, ନେସ୍‌କୋ, ଓ୍ବେସ୍‌କୋ, ସେସୁ ଭଳି ବିଦ୍ୟୁତ ଉତ୍ପାଦନକାରୀ ଓ ବଣ୍ଟନକାରୀ ସଂସ୍ଥା ବିଦ୍ୟୁତ୍‌ ବିଲ୍‌ ବଢାଇବା ପାଇଁ ଓଡିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି)ଙ୍କ ନିକଟରେ ଆବେଦନ କରିଛନ୍ତି। ଆସନ୍ତା ୫ ତାରିଖରୁ ଏ ନେଇ ଶୁଣାଣି ଆରମ୍ଭ ହେବ। ଫେବୃୟାରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଶୁଣାଣି ବେଳେ ସମସ୍ତ ଆବେଦନକାରୀ ନିଜର ପକ୍ଷ ରଖିବେ । ଶିଳ୍ପ ସଂସ୍ଥା ଓ ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ପରିବାର(ବିପିଏଲ)ଗୁଡିକ ପାଇଁ ସାଧାରଣ ଉପଭୋକ୍ତାଙ୍କ ଉପରେ ବିଦ୍ୟୁତ୍‌ ଶୁଳ୍କ ବୋଝ ଲଦିବାକୁ ଯୋଜନା କରାଯାଉଛି। ଶିଳ୍ପ ସଂସ୍ଥାଗୁଡିକ ଉପରେ ବହୁକୋଟି ଟଙ୍କା ବକେୟା ପଡିଥିବା ବେଳେ ସରକାର ମାସିକ ମାତ୍ର ୩୦ ଟଙ୍କାରେ ବିପିଏଲ ପରିବାରଗୁଡିକୁ ବିଦ୍ୟୁତ୍‌ ଯୋଗାଇ ଦେଉଛନ୍ତି। ଫଳରେ ଦିନକୁ ଦିନ ବିଦ୍ୟୁତ୍‌ ବୋଝ ବଢି ବଢି ଚାଲିଛି। ବିଦ୍ୟୁତ୍‌ ଉତ୍ପାଦନ ଓ କ୍ରୟ ଖର୍ଚ୍ଚ ଉପରେ ଏହାର ବୋଝ ବଢି ବଢି ଚାଲିଛି। ବାର୍ଷିକ ଖର୍ଚ୍ଚ ମେଣ୍ଟାଇବା ପାଇଁ ଶୁଳ୍କ ୧୦ରୁ ୨୦ ପ୍ରତିଶତ ବଢାଇବା ଦରକାର ବୋଲି ଗ୍ରୀଡ୍‌କୋର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ବଣ୍ଟନ କମ୍ପାନୀଗୁଡିକ ବିଦ୍ୟୁତ୍‌ କ୍ରୟ ବାବଦରେ ୬ ହଜାର ୬ ଶହ ୨୪ କୋଟି ପଇଠ କରିନାହାନ୍ତି। ବିଦ୍ୟୁତ ବିଲ୍‌ ବାବଦରେ ବଣ୍ଟନ କମ୍ପାନୀ ଓ୍ବେସ୍‌କୋ ଉପରେ ୧୮୧୧କୋଟି ଟଙ୍କା ବକେୟା ପଡିଥିବା ବେଳେ ନେସ୍‌କୋ ଉପରେ୧୨୩୦ କୋଟି, ସାଉଥକୋ ଉପରେ ୧୦୫୯କୋଟି ଏବଂ ସେସୁ ଉପରେ ୨୪୨୨ କୋଟି ଟଙ୍କା ବକେୟା ରହିଛି। ଅନ୍ୟପକ୍ଷରେ ପୁୁରୁଣାକାଳିଆ ତାର ଓ ସବ୍‌ଷ୍ଟେଶନ ଯୋଗୁ ରାଜ୍ୟରେ ପରିବହନ ଓ ବଣ୍ଟନ(ଟି ଆଣ୍ଡ ଡି) ଜନିତ କ୍ଷତି ବଢୁଛି। ଏହି କ୍ଷତି କମାଇବାକୁ ବଣ୍ଟନ କମ୍ପାନୀଗୁଡିକ ଦୃଷ୍ଟି ଦେଉନାହାନ୍ତି। ଓଡିଶାରେ ଟି ଆଣ୍ଡ ଡି କ୍ଷତି ଏବେ ବି ୩୮ ପ୍ରତିଶତ ରହିଛି। ପଡୋଶୀ ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ଟି ଆଣ୍ଡ ଡି କ୍ଷତି ଯଥାକ୍ରମେ ୧୫.୨୪ ଓ ୧୬.୧ ପ୍ରତିଶତ ରହିଛି। ଫଳରେ ଏହି କ୍ଷତିର ବୋଝ ସାଧାରଣ ଉପଭୋକ୍ତାଙ୍କ ଉପରେ ଲଦିବା ପାଇଁ ପ୍ରୟାସ କରାଯାଉଛି। ରାଜ୍ୟରେ ପ୍ରାୟ ୬୦ ଲକ୍ଷ ବିଦ୍ୟୁତ୍‌ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଲକ୍ଷ ଘରୋଇ ଉପଭୋକ୍ତା। ଏଠାରେ ସୂଚନାଯୋଗ୍ୟ ଯେ ଗତ ବର୍ଷ ଓଇଆରସି ପକ୍ଷରୁ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି କରାଯାଇଥିଲା। ପ୍ରଥମ ୫୦ ୟୁନିଟକୁ ବାଦ୍‌ ଦେଇ ପରବର୍ତ୍ତୀ ୟୁନିଟଗୁଡିକ ଉପରେ ୧୦ ପଇସା ବୃଦ୍ଧି କରାଯାଇଥିଲା। ବିଦ୍ୟୁତ ଦର ଚଳିତ ବର୍ଷ ବୃଦ୍ଧି ପାଇବ କି ନାହିଁ ତାହା ଓଇଆରସିଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।
All Right Reserved By

ରାଜ୍ୟ |

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ଏସିଆନ ପାରା ଆଥଲେଟ ଜୟନ୍ତୀଙ୍କୁ ଜନ୍ମମାଟିରେ ସମ୍ବର୍ଦ୍ଧନା

ସାକ୍ଷୀଗୋପାଳ,୧୭।୧୦(ଡି.ଏନ୍‌.ଏ): ଏସିଆନ ପାରା ଆଥଲେଟିକ୍ସରେ ଭାଗନେଇ ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜେତା ଜୟନ୍ତୀ ବେହେରାଙ୍କୁ  ତାଙ୍କ ଜନ୍ମମାଟି ପୁରୀ ଜିଲା ସତ୍ୟବାଦୀରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। 

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ବାତ୍ୟା, ବନ୍ୟା ବର୍ଷାରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି: ୨୨ ଶହ କୋଟି କ୍ଷୟକ୍ଷତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ଓ ଏହାର ପରବର୍ତ୍ତୀ ବର୍ଷା ଯୋଗୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲା ଛାରଖାର ହୋଇଯାଇଛି। ଏହି ଜିଲାଗୁଡିକରେ ଏ ପର୍ଯ୍ୟନ୍ତ ୫୨ ଜଣଙ୍କର ଜୀବନ ହାନି ହୋଇଛି। ୨୨ ଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ବୁଧବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ସୂଚନା ମିଳିଛି। 

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ବାତ୍ୟା ତିତ୍‌ଲି, ବନ୍ୟା ମୃତକଙ୍କ ଅନୁକମ୍ପା ରାଶି ବୃଦ୍ଧି: ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବର୍ଷାରେ ପ୍ରାଣ ହରାଇଥିବା ଲୋକଙ୍କ ସହାୟତା ରାଶିକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସକାଶେ ପୂର୍ବରୁ ସରକାର ଘୋଷଣା କରିଥିବା ବେଳେ ଏହାକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି।

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ଗାଡ଼ି ସହ ୬୦ ବସ୍ତା କୋଇଲା ଜବତ, ୩ ଗିରଫ

ତିହିଡ଼ି,୧୭।୧୦(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କାନପୁର ନିବଟରୁ ବୁଧବାର ସକାଳେ ତିହିଡ଼ି ପୋଲିସ ଏକ ଡେଲିଭରି ଭ୍ୟାନ୍‌ରୁ ୬୦ ବସ୍ତା କୋଇଲା ଜବତ କରିଛି। ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ ଗିରଫ କରିଛି। 

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ହେଲିକପ୍ଟରରେ ଯାତ୍ରା କରି ଫସିଗଲି; ୨୨ରେ ଓଡ଼ିଶା ଯିବି: ଅଭିଜିତ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଓଡ଼ିଶାର କୋଣାର୍କ ମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ୍‌ ଆୟାର ମିତ୍ର ପୁଣି ଥରେ କ୍ଷମା ମାଗିଛନ୍ତି। ହେଲିକପ୍ଟର ବସି ସେ ଫସିଗଲେ ବୋଲି ବୁଧବାର ମତ ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ହେଲିକପ୍ଟର ଯାତ୍ରା କରି ପଶ୍ଚାତାପ କରୁଛି। 

ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି

ପଟ୍ଟାମୁଣ୍ଡାଇ,୧୭।୧୦(ସ୍ବ.ପ୍ର.)-ପ୍ରଶାସନ ଓ ପୋଲିସର କଟକଣା ସତ୍ତ୍ୱେ ଚଳିତବର୍ଷ ଦୁର୍ଗାଷ୍ଟମୀରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଓସଙ୍ଗରା ଗ୍ରାମର ଆରାଧ୍ୟା ଦେବୀ ମା’ ବୁଢୀ ଜାଗୁଳେଇଙ୍କ ପୀଠରେ ୬୧ ବୋଦା ବଳି ପଡିଛି। 

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ମହାମାୟାଙ୍କ ମହାଷ୍ଟମୀ, ମହାଗୌରୀ ବେଶରେ ଦର୍ଶନ ଦେଉଛନ୍ତି ଦଶଭୂଜା

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ପବିତ୍ର ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ପୂରପଲ୍ଲୀ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଦୁର୍ଗତିନାସିନୀ ମା’ ଦୁର୍ଗା। ମହାମାୟାଙ୍କୁ ନଅ ଦିନ ଧରି ଉପାସନା କରାଯାଉଥିବା ବେଳେ ବୁଧବାର ମହାଷ୍ଟମୀ ଉପଲକ୍ଷେ ପୂଜା ମଣ୍ଡପଗୁଡ଼ିକ ଲୋକାରଣ୍ୟ ହୋଇପଡ଼ିଛି। ତେବେ ପୀଠଗୁଡ଼ିକରେ ଆଜି ମା’ଙ୍କ ମହାନବମୀ ପୂଜା କରାଯାଉଛି। 

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ଅସହାୟ ବୃଦ୍ଧାଙ୍କ ଶବସତ୍କାର କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ସୋହେଲା,୧୭।୧୦(ଡି.ଏନ.ଏ.)- ଆଜି ବି ବଞ୍ଚିଛି ମାନବିକତା । ବରଗଡ ଜିଲାର ସୋହେଲା ସାହୁଟିକିରାଠାରେ କିଛିମାସ ହେବ ମାଟି ଭୁଏ ନାମ୍ନୀ ଜଣେ ବୃଦ୍ଧା ଏକ କୁଡିଆରେ ଆଶ୍ରୟ ନେଇଥିଲେ ।

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ଟ୍ରକ୍‌ ସହ ଧକ୍କା ହେଲା ବୋଲେରୋ, ୧୦ ଯାତ୍ରୀଙ୍କ ଜୀବନ ଚାଲିଗଲା

ନୂଆପଡା ଅଫିସ,୧୭।୧୦-ନୂଆପଡା ସହରର ମାତ୍ର ୪/୫ କି.ମି ଦୂର ୩୫୩ ନଂ. ଜାତୀୟ ରାଜପଥର ସିଲଦା ନାଲା ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସାଁକରା ଗାଁରୁ ଏମାନେ ନୂଆପଡା ଜିଲା କୋମନାରେ ଥିବା ବୈଷ୍ଣୋଦେବୀ ମନ୍ଦିରକୁ ମା’ଙ୍କୁ ଦର୍ଶନ ଲାଗି ଆସିଥିଲେ। ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରକ୍‌ ସହ ମୁହଁାମୁହିଁ ପିଟି ହୋଇଯିବାରୁ ବୋଲେରୋରେ ଥିବା ୯ ଜଣ ତୀର୍ଥ ଯାତ୍ରୀଙ୍କ ସମେତ ଚାଳକଙ୍କ ଜୀବନ ଦୀପ ମଧ୍ୟ ଲିଭି ଯାଇଛି।

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ସରକାର ମାନିଲେ; ବାତ୍ୟା, ବନ୍ୟାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି, ୩ ଦିନରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)-ସାମୁଦ୍ରିକ ଝଡ ‘ତିତଲି’ ଓ ଏହାର ପରବର୍ତ୍ତୀ ବର୍ଷାରେ ଘଟିଥିବା ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ସରକାରୀ ଭାବେ ସୋମବାର ମୃତ୍ୟୁସଂଖ୍ୟା ୧୫ ଥିବାବେଳେ ୩ ଜଣ ନିଖୋଜ ଥିବା କୁହାଯାଇଥିଲା। ମଙ୍ଗଳବାର ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚିଛି। ସେଥିମଧ୍ୟରେ ଗଜପତି ଜିଲାରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

#ମିଟୂ: ଚିତ୍ରଶିଳ୍ପୀ ଯତୀନ୍‌ ଦାସଙ୍କ ନାଁରେ ଅଭିଯୋଗ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ)- ସାରା ଦେଶରେ ଏବେ #ମିଟୂ ଅଭିଯାନ ଚହଳ ସୃଷ୍ଟି କରିଥିବାବେଳେ ଜଣକ ପରେ ଜଣେ ବିଶିଷ୍ଟ ଲୋକ ଅଭିଯୁକ୍ତଙ୍କ ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ନାନା ପାଟେକର, ଏମ୍‌.ଜେ. ଆକବର, ଚେତନ ଭଗତ, ବିନୋଦ ଦୁଆଙ୍କ ଭଳି ବହୁଚର୍ଚ୍ଚିତ ଚେହେରାଙ୍କ ପରେ ଏବେ ଓଡ଼ିଶା ଜନ୍ମିତ ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତୀନ ଦାସଙ୍କ ନାଁରେ ଯୌନ ନିର୍ଯାତନା ଭଳି ସଙ୍ଗିନ ଅଭିଯୋଗ ଆସିଛି।