ସମ୍ବଲପୁର

ବିଦ୍ୟାଳୟ, ଅଙ୍ଗନୱାଡି କବାଟ ଭାଙ୍ଗି ହାତୀ ଖାଇଲେ ଚାଉଳ

ବିଦ୍ୟାଳୟ, ଅଙ୍ଗନୱାଡି କବାଟ ଭାଙ୍ଗି ହାତୀ ଖାଇଲେ ଚାଉଳ
ଲହୁଣୀପଡ଼ା,୪।୨(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ବ୍ଲକ ଦର୍ଜିଂ ପଞ୍ଚାୟତ ବିରତୋଳାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ଉଚ୍ଚ ପ୍ରକଳ୍ପ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର କବାଟ ଝରକା ଭାଙ୍ଗି ମଧ୍ୟାହ୍ନ ଭୋଜନ ଚାଉଳ ଖାଇବା ସହ ତାରବାଡକୁ ମାଡି ଦଳି ନଷ୍ଟ କରିଛନ୍ତି। ବିଦ୍ୟାଳୟର ଏକ କୋଠରୀରେ ମହଜୁଦ ଥିବା ପ୍ରାୟ ୨ କୁଇଣ୍ଟାଲ ଚାଉଳ ହାତୀମାନେ ବାରଣ୍ଡାକୁ ଟାଣି ଆଣି ଖାଇଦେଇଥିବା ଜଣାପଡ଼ିଛି। ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରର କବାଟ, ଝରକାକୁ ଦାନ୍ତରେ ଭୂଷି କଣା କରାଯାଇଥିବାରୁ ହାତୀପଲରେ ଦନ୍ତା ହାତୀ ରହିଥିବା ଅନୁମାନ କରାଯାଇଛି। ହାତୀମାନେ ବନବିଭାଗ ପକ୍ଷରୁ ବରଘାଟଠାରେ ହୋଇଥିବା ନର୍ସରିକୁ ମଧ୍ୟ ଉଜାଡ଼ିଛନ୍ତି। ନର୍ସରୀ କର୍ମଚାରୀମାନଙ୍କ ପାଇଁ ଗଚ୍ଛିତ ଥିବା ଚାଉଳ ଖାଇ ଦେଇଛନ୍ତି। ସୂଚନା ପାଇ ବନ ବିଭାଗ କର୍ମଚାରୀ ହାତୀ ଉପଦ୍ରବ ସ୍ଥଳ ବୁଲି ଦେଖି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପଲରେ ଥିବା ୧୮ରୁ ୨୦ ହାତୀ ଏଭଳି କାଣ୍ଡ ଭିଆଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏମାନେ ବିଭିନ୍ନ ସମୟରେ ଦୁଇ ଭାଗରେ ବିଭକ୍ତ ହୋଇ ଉତ୍ପାତ କରିଆସୁଛନ୍ତି। ରାତିରେ ଜଙ୍ଗଲ ତଳି ଗ୍ରାମାଞ୍ଚଳରେ ଖାଦ୍ୟ ଅନ୍ବେଷଣରେ ଉପଦ୍ରବ ଚଳାଇ ହାତୀମାନେ ସଂରକ୍ଷିତ ଜଙ୍ଗଲକୁ ଚାଲିଯାଉଛନ୍ତି। ୩ ରୁ ୪ ଦିନର ବ୍ୟବଧାନ ପରେ ହାତୀପଲଙ୍କ ଏଭଳି ଦୌରାତ୍ମ୍ୟକୁ ନେଇ ବନ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ତତ୍ପର ହୋଇଉଠିଛନ୍ତି। ଆତଙ୍କରେ ଥିବା ଗ୍ରାମବାସୀଙ୍କୁ ସତର୍କ ରହିବାକୁ ଚେତାଇ ଦେଇଛନ୍ତି।
All Right Reserved By

ସମ୍ବଲପୁର

 ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା

ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା

ବୀରମହାରାଜପୁର, ୧୭।୮(ଡି.ଏନ.ଏ)
ନାବାର୍ଡ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବ୍ଲକସ୍ତରୀୟ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ବୀରମହାରାଜପୁର ବ୍ଲକ ଖଣ୍ଡହତାସ୍ଥିତ ରବିନ୍ଦ୍ରନାଥ ଜୁନିୟର କଲେଜରେ ଗୁରୁବାର ଏକ କର୍ମଶାଳା ସହିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ନାବାର୍ଡ ଡିଡିଏମ ତାପସ ଶଙ୍କର ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏ ସମ୍ପର୍କରେ ଆଲୋକପାତ କରିଥିଲେ।

 ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ

ଗୁଡଭେଲା,୧୭।୮(ଡି.ଏନ.ଏ.)
ବଲାଙ୍ଗୀର ଜିଲା ତୁଷୁରା ଏନଏସି ସ୍ଥିତ ମା’ ଗାୟତ୍ରୀ ପୀଠ ପରିସରରେ ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଯୋଗରେ ଏକ ଶୋକସଭା ଅନୁଷ୍ଟିତ ହୋଇଥିଲା ।

ତୁଷୁରା ଗ୍ରୀଡରୁ ଖର୍ଡା, ଧାନଘରାକୁ ବିଦ୍ୟୁତ ସଂଯୋଗ ଦେବାକୁ ଦାବି

ତୁଷୁରା ଗ୍ରୀଡରୁ ଖର୍ଡା, ଧାନଘରାକୁ ବିଦ୍ୟୁତ ସଂଯୋଗ ଦେବାକୁ ଦାବି


ଗୁଡ଼ଭେଲା,୧୭।୮(ଡି.ଏନ.ଏ.)
ବଲାଙ୍ଗୀର ଜିଲା ତୁଷୁରା ଏନଏସି ଅଧିନ ଖର୍ଡା ଓ ଧାନଘରା ଗ୍ରାମକୁ ତୁଷୁରାସ୍ଥିତ ବିଦ୍ୟୁତ ଗ୍ରୀଡରୁ ସଂଯୋଗ ଦେବାକୁ ଦାବି ହୋଇଛି।  ଉକ୍ତ ଦୁଇ ଗ୍ରାମର ସନ୍ତୋଷ ସାହୁ, ନେତ୍ରାନନ୍ଦ ସାହୁ,  ଗୋବିନ୍ଦ ବଢିଆ, ବୁଦ୍ଧଦେବ ନାଗ, ବଜ୍ର ବେହେରା ପ୍ରମୁଖଙ୍କ ସହ ଶତାଧିକ ବ୍ୟକ୍ତି ଶୁକ୍ରବାର ତୁଷୁରା ବିଦ୍ୟୁତ୍‌ ବିଭାଗ ଏସଡିଓଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଅନ୍ୟ ଗ୍ରୀଡରୁ  ବିଦ୍ୟୁତ ସଂଯୋଗ ଦିଆଯାଇଥିବାରୁ ସମାନ୍ୟ ବର୍ଷା ହେଲେ  ସରବରାହ ଦିନ ଦିନ ଧରି ବନ୍ଦ ରହୁଛି । 

ବାଜପେୟୀଙ୍କ ବିୟୋଗରେ ଶୋକସଭା

ବାଜପେୟୀଙ୍କ ବିୟୋଗରେ ଶୋକସଭା

ଦେଓଗାଁ,୧୭।୮(ଡି.ଏନ.ଏ)-ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତରେ ଦେଓଗାଁ ସଂଘ ପରିବାର  ପକ୍ଷରୁ ସ୍ଥାନୀୟ ଶିଶୁ ମନ୍ଦିରଠାରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଭାଜପା ଓବିସି ରାଜ୍ୟ ଉପସଭାପତି ଡ. ଶଶୀଭୂଷଣ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଶୋକସଭା ପ୍ରାରମ୍ଭରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ସଭ୍ୟମାନେ ବାଜପେୟୀଙ୍କ ନିର୍ଭିକତା ଓ ଦେଶପ୍ରେମୀ ଗୁଣାବଳୀ ଉପରେ ଆଳୋଚନା କରିଥିଲେ ।

 ଅଙ୍ଗନୱାଡି କୋଠା ଅଧାପନ୍ତରିଆ: ବାରଣ୍ଡାରେ ଚାଲିଛି ପ୍ରିକ୍ଲାସ

ଅଙ୍ଗନୱାଡି କୋଠା ଅଧାପନ୍ତରିଆ: ବାରଣ୍ଡାରେ ଚାଲିଛି ପ୍ରିକ୍ଲାସ

ଦେଓଗାଁ,୧୭।୮(ଡି.ଏନ.ଏ)-ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ  ଗତ ୪ ବର୍ଷହେଲା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ଅଙ୍ଗନୱାଡି କେନ୍ଦ୍ର କୋଠା । ୨୦୧୩-୧୪ ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ଏସିଏ ପାଣ୍ଠିରୁ ୫ଲକ୍ଷ ଟଙ୍କାର ଅନୁଦାନ ଆସି ଗତ ୨୦୧୪ ଡିସେମ୍ବର ୧୪ତାରିଖ କୋଠା କାମ ଆରମ୍ଭ ହୋଇଥିଲା । ତେବେ କୌଣସି କାରଣରୁ ଏ ପର୍ଯ୍ୟନ୍ତ  ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ । 

କୂଅ ଭିତରୁ ମୃତ ବାର୍‌ହା ଉଦ୍ଧାର

କୂଅ ଭିତରୁ ମୃତ ବାର୍‌ହା ଉଦ୍ଧାର

ବଡଗାଁ, ୧୭।୮ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତଲସରା ଗ୍ରାମ ନିକଟ ରାସ୍ତା ପାର୍ଶ୍ୱରେ ଥିବା ଏକ ପରିତ୍ୟକ୍ତ କୂଅରୁ ଏକ ବାର୍‌ହାର ମୃତଦେହ ଉଦ୍ଧାର ହୋଇଛି।

ବଡଗାଁରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡଗାଁରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି

ବଡଗାଁ,୧୭।୮(ଡି.ଏନ.ଏ)-ସୁନ୍ଦରଗଡ ଜିଲା ବଡଗାଁରେ ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ବସ୍ତିସ୍ଥିତ ମାରୱାଡି ଧର୍ମଶାଳାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନେତା ର୍ସ୍ବତ ଅଟଳ ବିହାରୀ ବାଜବେୟୀଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଛି ।

ରାଉରକେଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା/ବେଦବ୍ୟାସ,୧୭।୮ (ଅଫିସ/ଡି.ଏନ.ଏ)- ରାଉରକେଲା ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟ ପକ୍ଷରୁ ଶୁକ୍ରବାର ପାନପୋଷସ୍ଥିତ ବ୍ରାହ୍ମଣୀ କ୍ଲବ ପରିସରରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। 

ରାଜଗାଙ୍ଗପୁର ବିଧାୟକଙ୍କ ପ୍ରତିନିଧିଙ୍କୁ ହତ୍ୟା ଧମକ

ରାଜଗାଙ୍ଗପୁର ବିଧାୟକଙ୍କ ପ୍ରତିନିଧିଙ୍କୁ ହତ୍ୟା ଧମକ

ରାଉରକେଲା/ବେଦବ୍ୟାସ,୧୭।୮(ଅଫିସ/ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କଷାନଙ୍କ ରାଉରକେଲା ପ୍ରତିନିଧି ଶ୍ରୀକାନ୍ତ ଦାଶଙ୍କୁ ଗାଳିଗୁଳଜ ସହ ହତ୍ୟାଧମକ ମିଳିଛି। ଏ ନେଇ ଛେଣ୍ଡ ଥାନାରେ ଏକ ମାମଲା ରୁଜୁ ହୋଇଛି । 

ଜାତୀୟ ପତାକାକୁ ଫାଣ୍ଡି ଅଧିକାରୀଙ୍କ ଅବମାନନା

ଜାତୀୟ ପତାକାକୁ ଫାଣ୍ଡି ଅଧିକାରୀଙ୍କ ଅବମାନନା

ଅତାବିରା, ୧୭।୮ (ଡି.ଏନ.ଏ)- ବରଗଡ ଜିଲା ଭେଡେନ ଥାନା ତଥା ରୁଷୁଡା ଫାଣ୍ଡିରେ ୭୨ତମ ସ୍ବାଧୀନତା ଦିବସ ପାଳନ ସମୟରେ ଖୋଦ ଫାଣ୍ଡି ଅଧିକାରୀ ଜାତୀୟ ପତାକାକୁ ଅବମାନନା କରିଥିବା ଘଟଣା ପଦାକୁ ଆସିଛି । ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ପାଳନ କରିବା ପାଇଁ ରୁଷୁଡା ଫାଣ୍ଡିର ଫାଣ୍ଡି ଅଧିକାରୀ, ସିପାହୀ, ମୋହଗାର୍ଡ, ଗ୍ରାମରକ୍ଷୀମାନେ ଏକତ୍ରିତ ହୋଇଥିଲେ ଫାଣ୍ଡି ପରିସରରେ । ଏହି ସମୟରେ ରୁଷୁଡା ହାଇସ୍କୁଲର କ୍ରୀଡା ଶିକ୍ଷକ, ସ୍କାଉଟ, ଗାଇଡ ଛାତ୍ରୀଛାତ୍ର ମଧ୍ୟ ଥିଲେ । ପତାକା ଉତ୍ତୋଳନ କରିବା ସମୟରେ ଜାତୀୟ ପତାକାକୁ ଖୋଦ ଫାଣ୍ଡି ବାବୁ ପ୍ରକାଶ ପାତ୍ର ଫିଙ୍କିଦେଇ ଥିଲେ । ପୁଣି ଉପସ୍ଥିତ ଥିବା କର୍ମଚାରୀମାନେ କହିବାରୁ ପରେ ଫାଣ୍ଡିରେ ପତାକା ଉତ୍ତୋଳନ କରାଯାଇଥିଲା । ଫାଣ୍ଡି ଅଧିକାରୀ ଫିଙ୍ଗି ଦେଇଥିବା ଜାତୀୟ ପତାକାକୁ ପୁଣି ଆଣି ପତାକା ଉତ୍ତୋଳନ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । 

ଅବ୍ୟବସ୍ଥା ଘେରରେ ସେବା ସମବାୟ ସମିତି

ଅବ୍ୟବସ୍ଥା ଘେରରେ ସେବା ସମବାୟ ସମିତି

ସିନାପାଲି, ୧୭।୮ (ଡି.ଏନ.ଏ)- ସରକାର ଗ୍ରାମାଞ୍ଚଳର ଜନସାଧାରଣଙ୍କ ଉନ୍ନତି ପାଇଁ ସେବା ସମବାୟ ସମିତି ଗୁଡିକୁ ପ୍ରାଧାନ୍ୟ ଦେଉଥିବା ବେଳେ ସିନାପାଲି ସ୍ଥିତ ସେବା ସମବାୟ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏହାର ସମାଧାନ ପାଇଁ ଜିଲା ପ୍ରଶାସନ ଦୃଷ୍ଟି ଦେଉନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସିନାପାଲି ସେବା ସମବାୟ ସମିତି ୧୯୮୯ ଅଗଷ୍ଟ ୨୭ରେ ଉଦ୍‌ଘାଟିତ ହୋଇଥିଲା । ନାବାର୍ଡ ତରଫରୁ ସେତେବେଳେ ଗୃହ ନିର୍ମାଣ ପାଇଁ ସହାୟତା ଯୋଗାଇ ଦିଆଯାଇଥିଲା । ଘର ଆଜବେଷ୍ଟସ ପୁରୁଣା ହୋଇ ଭଙ୍ଗାଦଦରା ହୋଇ ପଡି ରହିଛି । ଉପରେ ଅନାବନା ଘାସ ଉଠି ଅତି ଦୟନୀୟ ଅବସ୍ଥା ହୋଇଛି । ତଥାପି କୌଣସି ବିକଳ୍ପ ନ ଥିବାରୁ ଏହି ଭଙ୍ଗା ଦଦରା ଗୃହରେ ଅଫିସ କାମ ଚାଲୁଛି । ବର୍ଷା ହେଲେ ଅଫିସ ଗୃହରେ ପାଣି ଭର୍ତ୍ତି ହୋଇ ରହୁଛି । ଫଳରେ ଅଫିସ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି ।

ଗ୍ରୁପ ଡିସକସନ, ବକ୍ତୃତା ପ୍ରତିଯୋଗିତା

ଗ୍ରୁପ ଡିସକସନ, ବକ୍ତୃତା ପ୍ରତିଯୋଗିତା

ବରଗଡ଼ ଅଫିସ୍‌,୧୭।୮-
ଭାରତ ନିର୍ମାଣ ସମିତି, ବରଗଡ଼ ଏବଂ ସୋସିଆଲ କ୍ଲବର ମିଳିତ ଆନୁକୂଲ୍ୟରେ ଗ୍ରୁପ ଡିସକସନ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ଜିଲାର ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ର ଭାଗ ନେଇଥିଲେ ।