ସମ୍ବଲପୁର

ବିଜେପୁର ଉପନିର୍ବାଚନ: ପ୍ରଣୟ, ରିପୁନାଥ ନାମାଙ୍କନପତ୍ର ନେଲେ

ବରଗଡ଼ ଅଫିସ୍‌/ପଦ୍ମପୁର,୪।୨(ଡି.ଏନ୍‌.ଏ.)- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତା ୬ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ରହିଛି। ଶନିବାର ସୁଦ୍ଧା ସମୁଦାୟ ୧୩ଜଣ ପ୍ରାର୍ଥୀ ନାମାଙ୍କନପତ୍ର ନେଇଛନ୍ତି । ସେମାନଙ୍କ ସେମାନଙ୍କ ମଧ୍ୟରେ କଂଗ୍ରେସର ଦୁଇ ଆଶାୟୀ ପ୍ରଣୟ କୁମାର ସାହୁ ଓ ରିପୁନାଥ ସେଠ୍‌ ରହିଛନ୍ତି । କଂଗ୍ରେସର ପ୍ରାର୍ଥୀ ଚୟନ ପ୍ରକ୍ରିୟା ସରି ନ ଥିବାବେଳେ ଉଭୟ ଆଶାୟୀ ନାମାଙ୍କନପତ୍ର ନେବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ରୀତା ସାହୁ, ଭାଜପାର ଅଶୋକ କୁମାର ପାଣିଗ୍ରାହୀ, ଆମ୍ବେଦକରୀଏଟ୍‌ ପାର୍ଟି ଅଫ୍‌ ଇଣ୍ଡିଆ(ଏପିଆଇ)ର ପୂର୍ଣ୍ଣଚନ୍ଦ୍ର ପାଇକ, ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ(ପିବିଆଇ)ର ଯୁଗଳ କିଶୋର ସାହୁ, ଉତ୍କଳ ଭାରତର ଜଗତରାମ ପଟେଲ, ରିପବ୍ଲିକାନ୍‌ ପାର୍ଟି ଅଫ୍‌ ଇଣ୍ଡିଆ (ଆରପିଆଇ)ର ଦେବହରୀ ହରିପାଲ ଏବଂ ୫ଜଣ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି। ସ୍ବାଧୀନ ପ୍ରାର୍ଥୀମାନେ ହେଲେ ବରପାଲିର କୁବେରଜାଲ ଯାଦବ, ଭାଜପା ବିଦ୍ରୋହୀ ପ୍ରାର୍ଥୀ ପ୍ରମୋଦ କୁମାର ଛତର, କଲାହାଣ୍ଡି ଜିଲାର ଦିଗମ୍ବର ସାହୁ, ବରଗଡ଼ ବ୍ଲକ ଖୁଣ୍ଟପାଲିର ପ୍ରଶାନ୍ତ କୁମାର ସାହୁ ଏବଂ ବୌଦ୍ଧ ଜିଲାର କେଦାର ନାଥ ସାହୁ ା ଭାଜପା ପ୍ରାର୍ଥୀ ପାଣିଗ୍ରାହୀ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିସାରି ଥିବା ବେଳେ ଶନିବାର ଏପିଆଇ ପ୍ରାର୍ଥୀ ପାଇକ ନାମାଙ୍କନପତ୍ର ଦାଖଲ କରିଛନ୍ତି।
All Right Reserved By

ସମ୍ବଲପୁର

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

ସାନପୋଡାଗୁଡା ଦୁର୍ଗାପୂଜା ରୌପ୍ୟ ଜୟନ୍ତୀ, ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ

କୋକସରା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡାଗୁଡାଠାରେ ଦୁର୍ଗାପୂଜାର ୨୫ ବର୍ଷ ପୂର୍ତ୍ତି ଅବସରରେ ଦଶାବତାର ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂଜା କମିଟି ପକ୍ଷରୁ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗା ପୂଜା କମିଟି ସଭାପତି ହରେକୃଷ୍ଣ ନାଏକଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲା ଭାଜପା ଉପସଭାପତି ବଦ୍ରୀନାରାୟଣ ପଟ୍ଟନାୟକ ଯୋଗଦେଇ ଘୁମୁରା ପ୍ରତିଯୋଗୀତା ଉଦ୍‌ଘାଟନ କରିଥିଲେ ।

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ନଦୀବାଲିରୁ ନିଖୋଜ ବାଳକର ମୁଣ୍ଡ ଗଣ୍ଡି ଅଲଗା ମୃତଦେହ ଉଦ୍ଧାର: ବଳି ଚର୍ଚ୍ଚା ଜୋର ଧରିଲା

ବଲାଙ୍ଗୀର ଅଫିସ/ବଙ୍ଗୋମୁଣ୍ଡା, ୧୬ା୧୦(ଡି.ଏନ୍‌.ଏ.): ତିନିଧରି ନିଖୋଜ ଥିବା ଜଣେ ୯ ବର୍ଷର ବାଳକଙ୍କ ମୁଣ୍ଡ ଗଣ୍ଡି ଅଲଗା ଥିବା ମୃତଦେହ ଉନ୍ଦେର ନଦୀ ବାଲିରେ ଅଧା ପୋତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର ହୋଇଛି ।  ଟିଟିଲାଗଡ ଏସଡିପିଓଙ୍କ ଉପସ୍ଥିତିରେ ସିନ୍ଧେକେଲା ପୋଲିସ ଟିମ୍‌ ଉକ୍ତ ମୃତଦେହକୁ ଉଦ୍ଧାର କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ପାଟଖଣ୍ଡା ଯାତରା : ତେଲନଦୀ ପଠା ହେଲା ରକ୍ତ ରଞ୍ଜିତ

ରିଷିଡ଼ା,୧୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲାଠାରେ ସୋମବାର ପ୍ରସିଦ୍ଧ ପାଟଖଣ୍ଡା ଯାତରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବୋଦା ଓ ଗରରା ବଳି ଦିଆଯାଇଛି ।

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ମୋଟର ପମ୍ପ ଚୋରି ଅଭିଯୋଗ: ୩ ଯୁବକ ଗିରଫ

ବିଜେପୁର,୧୬।୧୦(ଡି.ଏନ.ଏ.): ବରଗଡ ଜିଲା ବିଜେପୁର ପୋଲିସ ମୋଟର ପମ୍ପ ଚୋରି ଅଭିଯୋଗରେ ୩ଜଣ ଯୁବକଙ୍କୁ ଗିରଫ କରି ମଙ୍ଗଳବାର ସୋହେଲା କୋର୍ଟଙ୍କୁ ଚାଲାଣ କରିଛି । 

ଗଛମୂଳରୁ ମୃତଦେହ ଉଦ୍ଧାର

ଗଛମୂଳରୁ ମୃତଦେହ ଉଦ୍ଧାର

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁରର ଏକ ରାଇସ ମିଲ ନିକଟ ଗଛମୂଳରୁ ମଙ୍ଗଳବାର ପୋଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ମୃତଦେହଟି ପଚିଯାଇ ଥିବାବେଳେ ଏପର୍ଯ୍ୟନ୍ତ ପରିଚୟ ମିଳି ପାରି ନାହିଁ । 

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସଦର ଥାନା ଅନ୍ତର୍ଗତ ଏସ.ଡୁମ୍ବେରପାଲି ନିକଟ ଏକ ବିଲରୁ ମଙ୍ଗଳବାର ସକାଳୁ ଜଣେ ଲୋକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି ।

ପାଣିରେ ଭାସି ଜୀବନ ହାରିଲେ ଯୁବକ

ପାଣିରେ ଭାସି ଜୀବନ ହାରିଲେ ଯୁବକ

ବରଗଡ଼ ଅଫିସ୍‌,୧୬।୧୦: ବରଗଡ଼ ସହରର ଘରୋଇ ବସଷ୍ଟାଣ୍ଡ କଡରେ ବହି ଯାଇଥିବା କେନାଲ ପାଣିରେ ଭାସି ଯାଇ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

କାନଭାସରେ ମା’ ଦୁର୍ଗାଙ୍କ ଛବି

କାନଭାସରେ ମା’ ଦୁର୍ଗାଙ୍କ ଛବି

ସମ୍ବଲପୁର, ୧୬।୧୦ (ବ୍ୟୁରୋ): ଗୋବିନ୍ଦତୋଲା ପୂଜା ମଣ୍ଡପ ପରିସରରେ କାନଭାସରେ ମା’ ଦଶଭୁଜାଙ୍କ ଚିତ୍ର ଦେଖିବାକୁ ମିଳିଛି। 

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାଡ଼

ସମ୍ବଲପୁର,୧୬।୧୦(ବ୍ୟୁରୋ): ସମ୍ବଲପୁର ସହର ଅଇଁଠାପାଲି ଥାନା ଅନ୍ତର୍ଗତ ଫାଟକ ଡେଲି ମାର୍କେଟରେ ସୋମବାର ସକାଳ ସାଢ଼େ ୭ଟାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି।

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

୨୦ ହଜାର ହେକ୍ଟର ଜମିରେ ମରୁଡ଼ି

ଝାରସୁଗୁଡ଼ା ଅଫିସ,୧୬।୧୦: ଜିଲାରେ ମରୁଡ଼ି ସ୍ଥିତି ଗମ୍ଭୀର। ଢିପ ଜମିରେ ହୋଇଥିବା ଧାନ ଫସଲ ମରୁଡ଼ି ସମ୍ମୁଖୀନ ହୋଇଥିବା ବେଳେ ବର୍ତ୍ତମାନ ଖାଲୁଆ ଜମି ମଧ୍ୟ ମରୁଡ଼ି ଆଶଙ୍କା ଦେଖାଦେଲାଣି। 

୨୫ ଏକର ଧାନଚାଷ ନଷ୍ଟ

୨୫ ଏକର ଧାନଚାଷ ନଷ୍ଟ

ଦେଓଗାଁ,୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅଧୀନ ନୂଆଁପାଲିର ଜନୈକ ଚାଷୀଙ୍କ ୨୫ ଏକର ଧାନ ତିତ୍‌ଲି ପ୍ରଭାବରେ ତଳେ ପଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। 

ତିତ୍‌ଲି  ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ତିତ୍‌ଲି ପ୍ରଭାବରେ ଆଖୁଚାଷ କ୍ଷତିଗ୍ରସ୍ତ

ଗୁଡ଼ଭେଲା,୧୬।୧୦(ଡି.ଏନ୍‌.ଏ.): ତିତଲି ପ୍ରଭାବରେ ଗୁଡ଼ଭେଲା ବ୍ଳକରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।