ରାଜ୍ୟ |

ଡକାୟତି ଯୋଜନା ପଣ୍ଡ: ୬ ଗିରଫ

ଡକାୟତି ଯୋଜନା ପଣ୍ଡ: ୬ ଗିରଫ
ଆସିକା,୩।୨ (ଡି.ଏନ୍‌.ଏ.): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଗୁଣ୍ଠପଡା ନିକଟସ୍ଥ ଜଗଦଳପୁର ବିଶ୍ରାମାଗାରରୁ ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମର ବିକ୍ରମ ମିଶ୍ର, ନୂଆଗାଁର ରାଜା ବିଶ୍ୱାଳ, ସାହେବଗଡର ଶୁକୁରିଆ ସ୍ବାଇଁ, ହିଞ୍ଜିଳି ଥାନା ଅନ୍ତର୍ଗତ ପୋଚିଲିମା ଗ୍ରାମର ଗଣେଶ ମୁନି, କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁର ଧ୍ରୁବ ପୋଲାଇ ଓ ଧରାକୋଟ ଥାନା ଢଉଗାଁ ଗ୍ରାମର ଅଲେଖ ନାହାକ। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି, ଦୁଇଟି ହାତ ବୋମା, ୯ଟି ମୋବାଇଲ, ତିନୋଟି ବାଇକ ଓ ନଗଦ ୨୦ ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତମାନେ ରାସ୍ତାରେ ଯାତାୟତ କରୁଥିବା ଗାଡିକୁ ଅଟକାଇ ବଡଧରଣର ଡକାୟତି ଲାଗି ଯୋଜନା ପ୍ରସ୍ତୁତ କରୁଥିବା ସମ୍ପର୍କରେ ପୋଲିସ ଖବର ପାଇ ଯାତ୍ରୀ ବିଶ୍ରାମାଗାରରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲା। ଗତ ଏକ ବର୍ଷରୁ ଊର୍ଦ୍ଧ୍ୱ ଧରି ସମ୍ପୃକ୍ତ ଅଭିଯୁକ୍ତମାନେ ଆସିକା, ଶେରଗଡ, ପାଟପୁର, ରମ୍ଭା, ଦିଗପହଣ୍ଡି, ମୋହନା, ଧରାକୋଟ ଆଦି ଥାନା ଇଲାକାରେ ୧୦ରୁ ଊର୍ଦ୍ଧ୍ୱ ଡକାୟତି, ରାହାଜାନି ଭଳି ମାମଲାରେ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏକମାସ ପୂର୍ବେ ପାଟପୁରଠାରେ ଘଟିଥିବା ଏକ ରାହାଜାନି ମାମଲାରେ ଅଭିଯୁକ୍ତମାନେ ପ୍ରାୟ ୧ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହି ଅର୍ଥରୁ ୨୦ ହଜାର ଟଙ୍କା ଅଭିଯୁକ୍ତଙ୍କ ନିକଟରୁ ଜବତ କରାଯାଇଥିବା ପୋଲିସ କହିଛି। ସେହିଭଳି ଶେରଗଡଠାରେ ଘଟିଥିବା ଦୁଇଟି ଡିକି ଭାଙ୍ଗି ଲୁଟ ମାମଲାରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୁଟ ହୋଇଥିଲା ବେଳେ ସେହି ଟଙ୍କାକୁ ଅଭିଯୁକ୍ତମାନେ ପରସ୍ପର ମଧ୍ୟରେ ବାଣ୍ଟି ଖର୍ଚ୍ଚ କରିଦେଇଛନ୍ତି ବୋଲି ପୋଲିସ ନିକଟରେ ବୟାନ ଦେଇଛନ୍ତି। ସେହିଭଳି ଜବତ ୩ଟି ବାଇକ ମଧ୍ୟରୁ ଦୁଇଟି ବାଇକ ରମ୍ଭା ଓ ଦିଗପହଣ୍ଡିରୁ ଚୋରି ହୋଇଥିବା ଜଣାପଡିଛି। ଏ ନେଇ ଆସିକା ଥାନାରେ ନଂ. ୩୯/୧୮ରେ ମାମଲା ରୁଜୁ କାରଯାଇଛି। ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ କହିଛନ୍ତି।
All Right Reserved By

ରାଜ୍ୟ |

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ବଙ୍ଗରଦୁଆ ଘାଟି ତଳକୁ ଟ୍ରକ ଖସିବା ଘଟଣା: ମୃତକ ସଂଖ୍ୟା ୧୦ କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣା ଘଟଣାରେ ବ୍ରହ୍ମପୁର ବଡ଼ ମେଡିକାଲରେ  ୪ ଜଣଙ୍କ  ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ସବୁ ଗାଁରେ ପହଞ୍ଚିଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୩୧୪ ଦିନରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ସବୁ ପଞ୍ଚାୟତ ଓ ସବୁ ବ୍ଲକରେ ପହଞ୍ଚି ଓଡ଼ିଶାର ଗ୍ରାମାଞ୍ଚଳ ବିକାଶରେ ଏକ ନୂଆ ଇତିହାସ ସୃଷ୍ଟି କରିଛି। ୨୦୧୮ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ପ୍ରାୟ ୩୧୪ ଦିନରେ ରାଜ୍ୟର ୩୧୪ ବ୍ଲକ ୬୭୯୮ ପଞ୍ଚାୟତରେ ପହଞ୍ଚିପାରିଛି। ଏଥିସହ ମୋଟ ୬୨୮୫୭ ପ୍ରକଳ୍ପ ପାଇଁ ୧୫୫୪.୪୧ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। 

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ରାସ୍ତାକଡରୁ ନବଜାତ ଶିଶୁପୁତ୍ର ଉଦ୍ଧାର: ଚାଇଲ୍ଡ ଲାଇନ ପକ୍ଷରୁ ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ତିରିମଲ୍ଲ ବାଜପୁର ରାସ୍ତା କଡ଼ରୁ ମଙ୍ଗଳବାର  ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି । ତିରିମଲ୍ଲ  କ୍ରଶର ନିକଟସ୍ଥ ଏକ ବୁଦାମୂଳରେ ଶିଶୁଟି ପଡ଼ି ରହିଥିଲା ।

ରେମୁଣା ବ୍ଲକ ବିଜେଡି ସଭାପତି ହେଲେ ଗୋପୀନାଥ ସେନାପତି

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍‌ ଦେଇ ମଙ୍ଗଳବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ରେମୁଣା ବ୍ଲକ ବିଜେଡି ସଭାପତି ଭାବେ ଗୋପୀନାଥ ସେନାପତି ଓ କାର୍ଯ୍ୟକାରୀ ସଭାପତି ଭାବେ ଦିଲ୍ଲୀପ କୁମାର ନାୟକଙ୍କୁ ନିଯୁକ୍ତ ଦେଇଛନ୍ତି। ଏ ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ସୂଚନା ଦେଇଛନ୍ତି। 

 ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହକୁ ଉଦ୍‌ଘାଟନ କଲେ ରାଜ୍ୟପାଳ

ଭଣ୍ଡାରିପୋଖରୀ, ୨୨।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୂରାତନ ଛାତ୍ରୀଛାତ୍ରଙ୍କ ପକ୍ଷରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। 

 ବଙ୍ଗରଦୁଆ ଘାଟିରୁ  ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବଙ୍ଗରଦୁଆ ଘାଟିରୁ ଟ୍ରକ ଖସିବା ଘଟଣା: ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ଦାରିଙ୍ଗବାଡ଼ି,୨୨।୧(  ବ୍ୟୁରୋ /ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରାଯାଇଛି। 

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: କ୍ଷତିପୂରଣ ପାଇଁ ସ୍ଥାନୀୟ ଲୋକଙ୍କ ଦାବି

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

   ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୬

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଟ୍ରକ ଖସିବା ଘଟଣା: ମୃତ୍ୟୁ ସଂଖ୍ୟା ଛୁଇଁଲା ୬

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ ରେ ପହଞ୍ଚି ଥିବା ଜଣାପଡ଼ିଛି। 

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ସେବାଶ୍ରମରେ ପଶିଲେ ହାତୀ ପଲ୍ଲ: ଖାଇଲେ ଚାଉଳ, ମୁଢ଼ି

ବାରିପଦା ଅଫିସ, ୨୨।୧: ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ କୁରୁଳିଆ ସେବାଶ୍ରମରେ ସୋମବାର ରାତି ପ୍ରାୟ ୩ଟାରେ ହାତୀ ପଲ୍ଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ଅନ୍ତେବାସୀଙ୍କ ପାଇଁ ସେଠାରେ ଥିବା ପ୍ରାୟ ୧୦/୧୨ବସ୍ତା ଚାଉଳ ଓ ମୁଢ଼ି ଖାଇଦେଇଛନ୍ତି।

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲେ ପ୍ରଣୟ ସାହୁ

ଭୁବନେଶ୍ୱର, ୨୨।୧(ବ୍ୟୁରୋ): ବରଗଡ଼ ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ଗତ ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥି ରହିଥିବା ପ୍ରଣୟ କୁମାର ସାହୁ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମଙ୍ଗଳବାର ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ସୋମବାର ପ୍ରଣୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଖସିଲା ଟ୍ରକ: ୪ ମୃତ ୧୭ ଗୁରୁତର

ବଙ୍ଗରଦୁଆ ଘାଟିରେ ୪୦ ଫୁଟ ତଳକୁ ଖସିଲା ଟ୍ରକ: ୪ ମୃତ ୧୭ ଗୁରୁତର

ଦାରିଙ୍ଗବାଡ଼ି,୨୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ବଙ୍ଗରଦୁଆ ଘାଟିରେ ମଙ୍ଗଳବାର ପୂର୍ବାହ୍ନ ୧୦ ଟାରେ ଲୋକ ନେଇ ଯାଉଥିବା ଏକ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। 

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

ଜାହାନିଆଁ ବେଳାଭୂମିରେ ଲାଗିଲା ସତର୍କ ସୂଚନା ପୋଷ୍ଟର

କାକଟପୁର, ୨୨।୧(ଡି.ଏନ୍‌.ଏ.): ପୁରୀ ଜିଲା ଅସ୍ତରଙ୍ଗ ପର୍ଯ୍ୟଟନସ୍ଥଳୀ ଜାହାନିଆଁ ପୀର ବେଳାଭୂମିରେ ଗତ ରବିବାର ସମୁଦ୍ରରେ ବୁଡ଼ି ୩ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇପଡ଼ିଛି। ଜାହାନିଆଁ ବେଳାଭୂମିରେ ଲଗାଯାଇଛି ସତର୍କ ସୂଚନା ପୋଷ୍ଟର। ଛୁରିଅନା ପଞ୍ଚାୟତ ପକ୍ଷରୁ ଏହି ସତର୍କ ସୂଚନା ପୋଷ୍ଟର ଲଗାଯାଇଥିବା ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ କୁମାର ନାୟକ କହିଛନ୍ତି।