Dharitri News
ରାଜ୍ୟ |

ବିଜେଡିରେ ମିଶିଲେ ଭାଜପା ନଗର ସଭାପତି

ବିଜେଡିରେ ମିଶିଲେ ଭାଜପା ନଗର ସଭାପତି ବରଗଡ଼ ଅଫିସ୍‌,୩।୨: ବିଜେପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ଭାଜପା ପାଇଁ ସେତିକି ଅଡ଼ୁଆ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ନେତା ଦଳ ଛାଡୁଥିବାରୁ ଏହା ଭାଜପା ପାଇଁ ଚିନ୍ତାର ବିଷୟ ହୋଇଛି। ଶନିବାର ଦଳର ବରପାଲି ଏନଏସି ସଭାପତି ଅଜିତ କୁମାର ଦାଶ ଭାଜପା ବିଜେଡ଼ିରେ ଯୋଗଦାନ କରିଛନ୍ତି। ଭାଜପାରେ ନୀତି, ଆଦର୍ଶ କିଛି ନାହିଁ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ସମର୍ଥକଙ୍କ ସହିତ ଭାଜପା ଛାଡି ବିଜେଡ଼ିରେ ମିଶିଥିବା ଶନିବାର ବରଗଡ଼ର ଏକ ହୋଟେଲ୍‌ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କହିଛନ୍ତି। ଖବରଦାତା ସମ୍ମିଳନୀରେ ବିଜେଡ଼ି ନେତୃବୃନ୍ଦଙ୍କ ମଧ୍ୟରେ ଦଳର ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଛାତ୍ର ବିଜେଡ଼ି ସଭାପତି ରାଣାପ୍ରତାପ ପାତ୍ର, ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ, ସମ୍ବଲପୁର ଜିଲା କାର୍ଯ୍ୟକାରୀ ସଭାପତି ସଞ୍ଜୀବ ମହାନ୍ତି, ବରଗଡ଼ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ବରଗଡ଼ ନଗର ସଭାପତି କିଶୋର ମିଶ୍ର, ଜିଲା ଯୁବ ବିଜେଡ଼ି ସଭାପତି ହିମାଂଶୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଅଶୋକ ପାଣିଗ୍ରାହୀ ଭାଜପାରେ ମିଶିବା ପରେ ତତ୍କାଳୀନ ଜିଲା ସଭାପତି ନାରାୟଣ ସାହୁ ଦଳ ଛାଡି ବିଜେଡିରେ ମିଶିଥିଲେ। ସେହିପରି ବିଜେପୁର ଉପନିର୍ବାଚନରେ ଯୁବନେତା ପ୍ରମୋଦ ଛତର ସ୍ବାଧୀନ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏବେ ବରପାଲି ଏନଏସି ସଭାପତି ଅଜିତ କୁମାର ଦାଶଙ୍କ ଦଳ ତ୍ୟାଗ ଯୋଗୁ ଭାଜପାର ସାଙ୍ଗଠନିକ ସ୍ଥିତି ଏକରକମ ଦୋହଲିଯାଇଛି ।

ରାଜ୍ୟ |

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଜୋତା ଫିଙ୍ଗାଯିବା ଓ ନିର୍ବାଚନରେ ଟଙ୍କା ବଣ୍ଟାଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ବୁଧବାର ରିପୋର୍ଟ ତଲବ କରିଛନ୍ତି। ବିଜେଡି ଏମ୍‌ପି ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ପାରଦ ଉପରମୁହାଁ ହୋଇଛି। ସମଗ୍ର ରାଜ୍ୟରେ ତାତି ଧୀରେ ଧୀରେ ଅସହ୍ୟ କରିବା ଆରମ୍ଭ କଲାଣି। ଗତ ୪ ଦିନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଉପରକୁ ଡେଇଁଲାଣିି। ଚଳିତ ମାସ ଶେଷ ଆଡକୁ ତାତି ୩୮ ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ସମେତ ଢେଙ୍କାନାଳ ଓ ଅନୁଗୋଳ ଜିଲାର କେତେକ ସ୍ଥାନରେ ଘନ କୁହୁଡି ପଡ଼ିବ। ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିବା ସମ୍ଭବ ହେବନାହିଁ।

ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୧୫ ହଜାର ଲାପ୍‌ଟପ୍‌ ବଣ୍ଟାଯିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ୧୫୦୦୦ ଲାପ୍‌ଟପ୍‌ ବଣ୍ଟନ କରାଯିବ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଏହି ଲାପ୍‌ଟପ୍‌ ଆସନ୍ତା ଜୁଲାଇରେ ପ୍ରଦାନ କରାଯିବ। ଜିଲା ନୋଡାଲ୍‌ କେନ୍ଦ୍ରରେ ଏହା ବଣ୍ଟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ଲକ୍ଷ୍ୟ: ଛାତ୍ରୀଛାତ୍ରଙ୍କୁ ଫକୀର ମୋହନ ମେଧାବୃତ୍ତି

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଓଡ଼ିଆ ଭାଷାର ସୁରକ୍ଷା ଏବଂ ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଯୁକ୍ତ୨ ଓ ଯୁକ୍ତ୩ ଓଡ଼ିଆ ବିଷୟରେ ୮୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ବ୍ୟାସକବି ଫକୀରମୋହନ ସେନାପତି ଛାତ୍ରବୃତ୍ତି ମିଳିବ। ରାଜ୍ୟ ସରକାର ଏହି ଛାତ୍ରବୃତ୍ତିକୁ ଶିକ୍ଷାବର୍ଷ ୨୦୧୭-୧୮ରୁ କାର୍ଯ୍ୟକାରୀ କରିଛନ୍ତି। ବୃତ୍ତି ପାଇଁ ମନୋନୀତ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୦,୦୦୦ ଟଙ୍କା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୪୦୨ କଇଁଛ ଜବତ: ୨ ମହିଳା ଗିରଫ

୪୦୨ କଇଁଛ ଜବତ: ୨ ମହିଳା ଗିରଫ

ଭୁବନେଶ୍ୱର, ୨୦।୨ବ୍ୟୁରୋ)- ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଦେଇ ବାଂଲାଦେଶକୁ କଇଁଛ ଚାଲାଣ କରାଯାଉଛି। ଏଭଳି ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଡିରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ। ବାଂଲାଦେଶ ଚାଲାଣ କରାଯାଉଥିବା ୪୦୨ଟି ବିରଳ ପ୍ରଜାତି(ଇଣ୍ଡିଆନ ଷ୍ଟାର)ର କଇଁଛଙ୍କୁ ଅଧିକାରୀମାନେ ଆନ୍ଧ୍ରର ବିଜୟଓ୍ବାଡା ରେଳ ଷ୍ଟେଶନରୁ ମଙ୍ଗଳବାର ଜବତ କରିଛନ୍ତି।