ରାଜ୍ୟ |

ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ସରୋଜା

ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ସରୋଜା

ଭୁବନେଶ୍ୱର,୩।୨(ବ୍ୟୁରୋ): ଓଡ଼ିଶା ସରକାର ନାରୀକୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି। ଯାହାର ଫଳସ୍ବରୂପ କୁନ୍ଦୁଲି ପୀଡିତାଙ୍କୁୁ ଆତ୍ମହତ୍ୟା କରିବାକୁ ପଡିଲା ବୋଲି କହିଛନ୍ତି ଭାଜପାର ମହିଳା ନେତ୍ରୀ ସରୋଜା ପାଣ୍ଡେ। ଶନିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି କଥା କହିଛନ୍ତି। ଗୃହ ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବାରୁ ରାଜ୍ୟରେ ହୋଇଥିବା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀ ସିଧାସଳଖ ଦାୟୀ ବୋଲି ସେ ମତ ଦେଇଛନ୍ତି।
ଭାଜପାର ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଗଠନ କରାଯାଇଛି। ଏହି ଟିମ୍‌ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛି। ରବିବାର ଟିମ୍‌ ସଦସ୍ୟମାନେ କୁନ୍ଦୁଲି ଗସ୍ତ କରି ପୀଡିତାଙ୍କ ଆତ୍ମହତ୍ୟା ସମ୍ପର୍କରେ ତଦନ୍ତ କରିବ। ଭାଜପା ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେଙ୍କ ବ୍ୟତୀତ ଏମ୍‌ପି ଜ୍ୟୋତି ଧ୍ରୁବେ ଏବଂ ଅଞ୍ଜୁ ବାଲା ଏହି ଟିମ୍‌ରେ ସାମିଲ ଅଛନ୍ତି। ଭାଜପା ନେତ୍ରୀମାନେ ପୀଡିତାଙ୍କ ପରିବାରକୁ ଭେଟିବେ। ତା’ ପରେ ସ୍ଥାନୀୟ ଜନସାଧାରଣ ଏବଂ ପୋଲିସ ପ୍ରଶାସନଠାରୁ ଘଟଣା ସମ୍ପର୍କରେ ବୁଝାବୁଝି କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ। ସମଗ୍ର ଘଟଣାରେ ମହିଳା କମିଶନଙ୍କ ନୀରବତାକୁ ମଧ୍ୟ କେନ୍ଦ୍ରୀୟ ଟିମ୍‌ ସମାଲୋଚନା କରିଛି। ବାଲେଶ୍ୱର ଜିଲାର ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାରେ ମହିଳାଙ୍କୁୁ ହୋଇଥିବା ମାଡ଼ ଏବଂ ଗିରଫଦାରିକୁ ମଧ୍ୟ ଭାଜପା କେନ୍ଦ୍ରୀୟ ପ୍ରତିନିଧି ଦଳ ସମାଲୋଚନା କରିଛି।
ଅପରପକ୍ଷରେ ଭାଜପାର ଏହି ଗସ୍ତକୁ ସମ୍ପୂର୍ଣ୍ଣ ରାଜନୈତିକ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଲତା ଦେଓ। ସେ କହିଛନ୍ତି ଯେ, ଭାଜପା ଟିମ୍‌ ଓଡ଼ିଶା ନ ଆସି ହରିୟାଣା ଗସ୍ତ କରୁ। ସେଠାରେ ନିକଟରେ ୬ ଜଣଙ୍କୁ ବଳାତ୍କାର କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ନାବାଳିକା ଅଛନ୍ତି। ସେଠି ତଦନ୍ତ କରିବା ସହ ମହିଳା କମିଶନ ଉପରେ ଅଙ୍ଗୁଳି ଉଠାଇବା ପାଇଁ ଭାଜପାର ସାହସ ନ ଥିବା ସୁଲତା କହିଛନ୍ତି। ଯେ କୌଣସି ମତେ ଶାସନକୁ ଆସିବା ପାଇଁ ଭାଜପା ଏହି ଅସ୍ଥିରତା ସୃଷ୍ଟି କରୁଛି। ମାତ୍ର ଆଇନ ତା ବାଟରେ ଯିବା ସହିତ ଘଟଣାର ସତ୍ୟାସତ୍ୟ ମିଳିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ହସ୍ପିଟାଲରେ ଭୂତ: ଭିଡିଓ ଭାଇରାଲ, ଥାନାରେ ଏତଲା

ଝାରସୁଗୁଡ଼ା ଅଫିସ,୨୪।୫- ଝାରସୁଗୁଡ଼ା କଲେକ୍ଟରେଟ୍‌ ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୂତ ଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭୂତଟି ହସ୍ପିଟାଲ ପରିସର ଏକ କାନ୍ଥରେ ଚଢ଼ି ତଳ ମହଲାରୁ ଉପର ମହଲାକୁ ଉଠୁଥିବା ଭିଡିଓରେ ଦେଖାଯାଉଛି।

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଆସିଲାନି ନଳକୂପ ଖନନ ଗାଡ଼ି : ଅଧାରେ ରହିଲା ଡୁଣ୍ଡାବାସୀ ସ୍ବପ୍ନ

ଜୁନାଗଡ,୨୪।୫(ଡି.ଏନ.ଏ.)- କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତ ବଣପାହାଡ ଘେରରେ ଲୁଚିରହିଥିବା ଡୁଣ୍ଡା ଗ୍ରାମରେ ନଳକୂପ ଖନନ କରାଯିବ ବୋଲି ପଞ୍ଚାୟତ ପକ୍ଷରୁ ସବୁଜ ସଙ୍କେତ ମିଳିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ  ମହାନଦୀ ମହାସୁରକ୍ଷା ସମାବେଶ

କୁମ୍ଭୀରକାନ୍ଦଣା ନୁହେଁ, କାର୍ଯ୍ୟାନୁଷ୍ଠାନ ନିଅ ମହାନଦୀ ମହାସୁରକ୍ଷା ସମାବେଶ

ସମ୍ବଲପୁର,୨୪ ା୫(ବ୍ୟୁରୋ) ମହାନଦୀର ସୁରକ୍ଷା ପାଇଁ ରାଜ୍ୟ ବ୍ୟାପୀ ଜନସମର୍ଥନ ଅଭିଯାନ ଜୋର୍‌ଦାର୍‌ ହୋଇଥିଲା ବେଳେ ମହାନଦୀ ସୁରକ୍ଷା ସମିତି ସମ୍ବଲପୁରର ଆହ୍ବାନ କ୍ରମେ ବୁଧବାର ମହାନଦୀ କୂଳରେ ମହାସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶ ପ୍ରାର୍ଥନାରୁ ଆରମ୍ଭ ହୋଇ ଚେତାବନୀରେ ଶେଷ ହୋଇଛି।

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ଗଣବଳତ୍କାର ଶିକାର ନାବାଳିକାଙ୍କ ଆତ୍ମହତ୍ୟା

ସମ୍ବଲପୁର,୨୪ା୫ (ବ୍ୟୁରୋ) ସମ୍ବଲପୁର ଜିଲା ଶାସନ ଥାନା ଅଞ୍ଚଳରେ ସାହାଯ୍ୟ କରିବା ଆଳରେ ଜଣେ ନାବାଳିକାଙ୍କୁ ଟେକି ନେଇ ଗଣବଳାତ୍କାର କରାଯାଇଥିଲା। ସେହି ପୀଡ଼ିତା ନାବାଳିକାଜଣକ ବୁଧବାର ଘରେ କେହି ନ ଥିବା ସମୟରେ ସନ୍ଧ୍ୟାରେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଆଜି କୋରାପୁଟ ଆସୁଛନ୍ତି ରାଜ୍ୟପାଳ

କୋରାପୁଟ,୨୪ା୫(ସ୍ବ.ପ୍ର.) ଓଡିଶାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗୁରୁବାର ଦିନିକିଆ କୋରାପୁଟ ଗସ୍ତରେ ଆସୁଛନ୍ତି। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ା ଗୁରୁବାର ପୂବାର୍ହ୍ନ ୧୧ଟା ୧୫ରୁ ଅପରାହ୍ନ ୩ଟା ୧୫ ଯାଏ ୪ ଘଣ୍ଟା ରହଣି ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।

ଭତ୍ତାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ

ଭତ୍ତାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀ

ମୁକୁନ୍ଦପୁର, ୨୪ା୫(ଡି.ଏନ୍‌.ଏ)- ରାୟଗଡା ଜିଲା କୋଲନରା ବ୍ଳକ ବଡଖିଲାପଦର ପଞ୍ଚାୟତରେ ଅନେକ ବିଧବା ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହୋଇଛନ୍ତି।

ଯମୁନାଙ୍କ ଆଶାବାଡ଼ିକୁ ଭରସିଛନ୍ତି କୃଷ୍ଣ:୮୦ ତିପର ବୟସରେ ବି ଭତ୍ତା ପାଇଁ ଘରୁ ପାଦ କାଢୁଛନ୍ତି ବୁଢ଼ାବୁଢ଼ି

ଯମୁନାଙ୍କ ଆଶାବାଡ଼ିକୁ ଭରସିଛନ୍ତି କୃଷ୍ଣ:୮୦ ତିପର ବୟସରେ ବି ଭତ୍ତା ପାଇଁ ଘରୁ ପାଦ କାଢୁଛନ୍ତି ବୁଢ଼ାବୁଢ଼ି

ଦଶମନ୍ତପୁର,୨୪ା୫(ଡି.ଏନ୍‌.ଏ.) କୃଷ୍ଣଙ୍କ ବୟସ ୯୦ ବର୍ଷ। ଅଶୀ ତିପର ବୟସରେ ଯମୁନା। ସମ୍ପର୍କରେ ଏମାନେ ସ୍ବାମୀ-ସ୍ତ୍ରୀ। ଜଣେ ଅନ୍ୟ ଜଣଙ୍କର ଆଶାବାଡ଼ିକୁ ଧରି ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌କୁ ଗଲାବେଳେ ସେମାନଙ୍କ ସହ ଭେଟହୁଏ। ଏଭଳି ପରିଣତ ବୟସରେ ନିଜଲୋକ କେହି ସହଯୋଗ ନକରିବାରୁ ବାଧ୍ୟହୋଇ ବୁଢ଼ାବୁଢ଼ିଙ୍କୁ ଭତ୍ତା ଆଣିବା ପାଇଁ ଆସିବାକୁ ପଡୁଛି।

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ଜଗମୋହନରେ ସିସିଟିଭି ପ୍ରସଙ୍ଗ ସେବାୟତ-ପ୍ରଶାସନ ଆଲୋଚନା ଖୁବ୍‌ଶୀଘ୍ର ଲାଗିବ ୨ ସିସିଟିଭି

ପୁରୀ ଅଫିସ, ୨୪ା୫: ଶ୍ରୀମନ୍ଦିର ଜଗମୋହନରେ ସିସିଟିଭି ଲଗାଇବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ଭିତର ସେବାୟତଙ୍କ ସହ ଆଲୋଚନା କରିଛି। ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିସିଟିଭି ଲଗାଯିବା ସଂକ୍ରାନ୍ତରେ ସବିଶେଷ ଆଲୋଚନା କରାଯାଇଛି।

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ବାସୁଙ୍ଗାପାଟ ମାନ ଯାଞ୍ଚ କଲେ ଦଇତା

ପୁରୀ ଅଫିସ, ୨୪ା୫: ମହାପ୍ରଭୁଙ୍କ ବିଭିନ୍ନ ରୀତିନୀତି ପାଇଁ ଆବଶ୍ୟକ ପଡ଼ୁଥିବା ବାସୁଙ୍ଗାପାଟର ମାନ ଯାଞ୍ଚ କରିଛନ୍ତି ଦଇତାପତି ସେବକ। ବୁଧବାର ୧୦ ଜଣ ଦଇତାପତିଙ୍କ ସମେତ ପ୍ରାୟ ୧୫ ଜଣିଆ ଟିମ୍‌ କଟକ ତିଗିରିଆର ନୂଆପାଟଣା ଗସ୍ତରେ ଯାଇଥିଲେ। ସେଠାରେ ବାସୁଙ୍ଗାପାଟର ମାନ ଯାଞ୍ଚ କରି ସନ୍ଧ୍ୟାରେ ପୁରୀ ଫେରିଆସିଛନ୍ତି।

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ଦର୍ପଦଳନ ରଥ ତୁମ୍ବରେ ଫାଟ ପ୍ରସଙ୍ଗ ତିଆରି ହେବ ପୁଣି ଏକ ଚକ

ପୁରୀ ଅଫିସ, ୨୪ା୫: ଦର୍ପଦଳନ ରଥ ପାଇଁ ପୁଣି ଏକ ଚକ ତିଆରି କରାଯିବ। ପୂର୍ବରୁ ଦର୍ପଦଳନ ରଥର ୧୨ଟି ଚକ ମଧ୍ୟରୁ ୧୧ଟି ଚକ ତିଆରି ସରିଥିଲା। ତିଆରି ଶେଷ ହୋଇଥିବା ଏହି ଚକ ମଧ୍ୟରୁ ଗୋଟିଏ ଚକ ତୁମ୍ବରେ ଫାଟ ଜଣାପଡିବା ପରେ ଏହାକୁ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ।

୮ ବର୍ଷ ଧରି ଝୁଲି ରହିଛି ପୋଲ ନିର୍ମାଣ

ମାର୍ଶାଘାଇ,୨୪ା୫ (ଡି.ଏନ.ଏ.) ମାର୍ଶାଘାଇ ବ୍ଲକର ଅଙ୍ଗୁଳାଇ ଓ ରାମିଆଗଞ୍ଜ ଗ୍ରାମ ସୀମାରେ ପ୍ରବାହିତ ଗୋବରୀ ଯୋର ଉପରେ ଥିବା ବିପଦସଙ୍କୁଳ ପୋଲକୁ ଭାଙ୍ଗି ସ୍ଥାୟୀ କଂକ୍ରିଟ ପୋଲ ନିର୍ମାଣ କାମ ୮ ବର୍ଷ ପରେ ବି ଝୁଲି ରହିଛି ା ଫଳରେ ଏହି ରାସ୍ତା ଦେଇ ବସ୍‌ ଓ ଟ୍ରକ୍‌ ଚଳାଚଳ ଠପ୍‌ ହୋଇଯାଇଛି ା

ନରେନ୍ଦ୍ରପୁରରେ ମହାନଦୀ  ସୁରକ୍ଷା ଅଭିଯାତ୍ରୀଙ୍କୁ ସ୍ବାଗତ

ନରେନ୍ଦ୍ରପୁରରେ ମହାନଦୀ ସୁରକ୍ଷା ଅଭିଯାତ୍ରୀଙ୍କୁ ସ୍ବାଗତ

ଡେରାବିଶ,୨୪।୫ (ସ୍ବ.ପ୍ର.) ବିଜେଡିର ମହାନଦୀ ସୁରକ୍ଷା ଅଭିଯାନର ଅଭିଯାତ୍ରୀମାନେ ବୁଧବାର କଟକ ଜିଲା ମାହାଙ୍ଗା ଥାନା ଅଧୀନ ନରେନ୍ଦ୍ରପୁର ଅତିକ୍ରମ କରି ପାଟକୁରା ନିର୍ବାଚନମଣ୍ଡଳୀରେ ପହଞ୍ଚତ୍ଛନ୍ତି। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଡେରାବିଶ ବିଜେଡି ପକ୍ଷରୁ ଦାନପୁର ସେତୁଠାରୁ ଏକ ବିଶାଳ ବାଇକ୍‌ ଶୋଭାଯାତ୍ରା ଆରମ୍ଭ ହୋଇଥିଲା।