ରାଜ୍ୟ |

ପ୍ରବାସୀ ଓଡ଼ିଆ ରାଜ୍ୟ ପାଇଁ ସୁନାମ ଆଣନ୍ତୁ: ମୁଖ୍ୟମନ୍ତ୍ରୀ

ପ୍ରବାସୀ ଓଡ଼ିଆ ରାଜ୍ୟ ପାଇଁ ସୁନାମ ଆଣନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୨(ବ୍ୟୁରୋ): ବିଜୁବାବୁ କହୁଥିଲେ, ‘ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ସେମାନେ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ।’ ବାସ୍ତବରେ ବାହାରେ ଓଡ଼ିଆମାନଙ୍କର ସଫଳତା ଦେଖି ବହୁତ ଖୁସି ଲାଗୁଛି। କଳିଙ୍ଗର ପୂର୍ବଗୌରବ ଫେରାଇ ଆଣିବା ଏବଂ ଓଡ଼ିଶାକୁ ଶ୍ରେଷ୍ଠ ଭାବେ ଗଢ଼ି ତୋଳିବା ପାଇଁ ମିଳିତ ଭାବରେ ଉଦ୍ୟମ କରିବା ବିଜୁବାବୁଙ୍କ ପାଇଁ ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଶନିବାର ବମ୍ବେ ସ୍ଥିତ ଯଶବନ୍ତରାଓ ଚଭନ ପ୍ରତିଷ୍ଠାନରେ ‘ଦ ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ଉପସ୍ଥାପନ ସମାରୋହରେ ସମ୍ବୋଧିତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକଙ୍କ ଭଳି ଜଣେ ବ୍ୟକ୍ତିତ୍ୱଙ୍କୁ ୧୮୪ ପୃଷ୍ଠାର ବହିରେ ବାନ୍ଧି ରଖିବା ସମ୍ଭବ ନୁହେଁ। ‘ଦ ଟଲ୍‌ ମ୍ୟାନ୍‌ ବିଜୁ ପଟ୍ଟନାୟକ’ ପୁସ୍ତକ ସମସ୍ତଙ୍କ ପାଇଁ ଏକ ଉପାଦେୟ ତଥା ସଂଗ୍ରହଣୀୟ ପୁସ୍ତକ ହେବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଆଶା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲେଖକ ଓ ପ୍ରକାଶକଙ୍କ ଏହି ମହତ୍‌ ପ୍ରଚେଷ୍ଟା ପାଇଁ ଧନ୍ୟବାଦ ଜଣାଇଥିଲେ। ଓଡ଼ିଆରେ ନିଜ ଭାଷଣ ଆରମ୍ଭ କରି ପ୍ରଖ୍ୟାତ ବଂଶୀବାଦକ ହରିପ୍ରସାଦ ଚୌରାସିଆ କହିଲେ ଯେ, ”କଳିଙ୍ଗ ଟ୍ୟୁବ୍‌ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସଭାରେ ବଂଶୀ ବାଦନ କରିବାକୁ ମୋତେ ଆମନ୍ତ୍ରଣ କରାଯାଇଥିଲା। ସେହିି ସମୟରେ ବିଜୁବାବୁଙ୍କ ସହ ପ୍ରଥମ ସାକ୍ଷାତ ହୋଇଥିଲା। କଳା ଓ କଳାକାରଙ୍କୁ ସେ ଭଲ ପାଇବା ସହ ପ୍ରୋତ୍ସାହିତ କରୁଥିଲେ ବୋଲି ଚୌରାସିଆ କହିଛନ୍ତି। ଅନ୍ୟତମ ଅତିଥି ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି ଯେ , ବିଜୁ ପଟ୍ଟନାୟକ ଥିଲେ ଆମମାନଙ୍କ ପାଇଁ ହିରୋ। ସ୍କୁଲ ଓ କଲେଜରେ ପାଠ ପଢ଼ୁଥିବା ବେଳେ ସେ ଭବିଷ୍ୟତ ପିଢ଼ି ପାଇଁ ଥିଲେ ଜଣେ ଅନୁକରଣୀୟ ନେତା। ସେ କେବଳ ମୋ ପାଇଁ ନୁହନ୍ତି କୋଟି କୋଟି ଓଡ଼ିଆଙ୍କ ପାଇଁ ଆଦର୍ଶ।ଗ୍ଲୋବାଲ୍‌ ଏଚ୍‌ଆର୍‌ ଓ ସିଇଓ, କାର୍ବନ୍‌ ବ୍ଲାକ୍‌ ବିଜ୍‌ନେସ୍‌, ଆଦିତ୍ୟ ବିର୍ଲା ଗ୍ରୁପର ସଂତୃପ୍ତ ମିଶ୍ର କହିଛନ୍ତି ଯେ, ବିଜୁବାବୁଙ୍କୁ ମୁଁ ୬ଟି ଶବ୍ଦରେ ବର୍ଣ୍ଣନା କରିବି। ତାହା ହେଉଛି ସ୍ବପ୍ନ, ସାହସ, ସଙ୍କଳ୍ପ, ସଂଯୋଗ, ସୃଷ୍ଟି ଓ ସାର୍ଥକ। ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ବମ୍ବେର ପୂର୍ବତନ ପୋଲିସ୍‌ କମିଶନର ଅରୂପ ପଟ୍ଟନାୟକ କହିଛନ୍ତି ଯେ, ବିଜୁବାବୁ ଓଡ଼ିଶାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥିଲେ। ତାଙ୍କ ପାଇଁ ଓଡ଼ିଶା ବାହାରେ ନୂଆ ପରିଚୟ ପାଇଥିଲା ବୋଲି ସେ କହିଛନ୍ତି। ସମାରୋହରେ ପୁସ୍ତକର ସମୀକ୍ଷା କରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ ନେତୃତ୍ୱ ନେବାରେ ପାରଙ୍ଗମ ଥିଲେ ବିଜୁ ପଟ୍ଟନାୟକ। ସେ ଥିଲେ ପ୍ରଚଣ୍ଡ ଦୁଃସାହସୀ। ଅନ୍ୟମାନଙ୍କୁ ସବୁବେଳେ ଉତ୍ସାହିତ କରୁଥିଲେ। ବିଜୁ ବାବୁଙ୍କ ଉପରେ ଲେଖାଯାଇଥିବା ପୁସ୍ତକ ଆଗାମୀ ପିଢ଼ିକୁ ନୂଆ ଦିଗ ଦେଖାଇବ। ଭାରତୀୟ ରାଜନୀତି ଓ ସାମାଜିକ ଜୀବନର ଏଭଳି ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱଙ୍କ ପୁସ୍ତକ ପାଇଁ କାମ କରିଥିବାରୁ ଗର୍ବ ଲାଗୁଥିବା ସେ କହିଛନ୍ତି। ଏହି ଭବ୍ୟ ସମାରୋହରେ ବହୁ ବିଜୁପ୍ରେମୀ ଓ ପ୍ରବାସୀ ଓଡ଼ିଆଙ୍କ ସମାଗମ ଦେଖିବାକୁ ମିଳିଥିଲା।

All Right Reserved By

ରାଜ୍ୟ |

ତପୋଖରୀରେ ବୁଡି ବାଳିକା ମୃତ

ଢେଙ୍କାନାଳଜିଲା କାମାକ୍ଷାନଗର ଥାନା ବାଲିଗୋରଡ ପଞ୍ଚାୟତ କନ୍ତାରିପାଟ ଗ୍ରାମର ସୁରେଶ ସାମଲଙ୍କ ଝିଅ ପ୍ରିୟଙ୍କା ସାମଲ(10) ବୁଧବାର ଅପରାହ୍ନରେ ଗ୍ରାମ ପୋଖରୀରେ ବୁଡି ମୃତ୍ୟୁ ହୋଇଯାଇଛି।ସେଖେଳିବାକୁଯାଇ ଘରକୁ ଫେରିନଥିଲେ।ପରେ ଗ୍ରାମବାସୀ ଓ ଅଗ୍ନିଶ୍ରମ ବିଭାଗର ର୍କମଚାରିମାନେ ପୋଖରୀରେ ଖୋଜାଖୋଜିକରି ତାଙ୍କର ମୃତ ଶରିର ଉଦ୍ଧାର କରିଥିଲେ।ସେ କାମାକ୍ଷାନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୪ର୍ଥଶ୍ରେଣୀର ଛାତ୍ରୀଥିଲେ।

ନିରଞ୍ଜନଙ୍କ ନୂଆ ଟିମ୍‌

ନିରଞ୍ଜନଙ୍କ ନୂଆ ଟିମ୍‌

ଭୁବନେଶ୍ୱର,୧୫।୮(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ବୁଧବାର କଂଗ୍ରେସର ନୂତନ ଟିମ୍‌ ଘୋଷଣା କରାଯାଇଛି। ଏଥିରେ ୧୪ ଉପସଭାପତି ରହିଥିବାବେଳେ ୨୪ ସାଧାରଣ ସମ୍ପାଦକ ଏବଂ ୯୯ ସମ୍ପାଦକ ରହିଛନ୍ତି।

ବନ୍ୟା ପାଣିରେ ଫସିଛି ୧୭ ଜୀବନ

ବନ୍ୟା ପାଣିରେ ଫସିଛି ୧୭ ଜୀବନ

ଟିଟିଲାଗଡ,୧୫।୮ (ଡି.ଏନ.ଏ.)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ୍‌ ବାଞ୍ଜିପଦର ନିକଟ ତେଲନଦୀର ଏକ ଟାପୁରେ ୧୭ ଜଣଙ୍କ ଜୀବନ ବାଜି ଲାଗିଛି। ହଠାତ୍‌ ନଦୀରେ ବନ୍ୟାପାଣି ପ୍ରବଳ ଜୋରରେ ମାଡି ଆସିବାରୁ ଏଭଳି ଭୟଙ୍କର ପରିସ୍ଥିତି ଉପୁଜିଛି। ସେଠାରେ ଏକ ପମ୍ପ ହାଉସ ରହିଛି। ଉକ୍ତ ପମ୍ପ ହାଉସରୁ ୧୦ କି.ମି. ଦୂର ଟିଟିଲାଗଡ଼ ସହରକୁ ପାଣି ଯୋଗାଣ ହୋଇଥାଏ। 

ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ

ପୋଖରୀରେ ବୁଡ଼ି ୨ ସାଙ୍ଗ ମୃତ

ରେମୁଣା,୧୫।୮(ଡି.ଏନ.ଏ.)- ବୁଧବାର ପୂର୍ବାହ୍ନରେ ଏକ ବଡ଼ ଅଘଟଣ ଘଟିଯାଇଛି। ସବୁଆଡ଼େ ସ୍ବାଧୀନତା ଦିବସ ପାଇଁ ଖୁସିର ମାହୋଲ ଚାଲିଥିବାବେଳେ ଦୁଇ ସାଙ୍ଗ ହାତ ଧରାଧରି ହୋଇ ପାଣିରେ ବୁଡ଼ି ଯାଇଛନ୍ତି। ଏହିପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲା ରେମୁଣା ବ୍ଲକ ପତ୍ରପାଳ ପଞ୍ଚାୟତ ଅନ୍ତର୍ଗତ ଚକୁଳିଆ ଗ୍ରାମରେ। ଲଷ୍ମୀଧର ବିନ୍ଧାଣୀଙ୍କ ଝିଅ ରାଇମଣୀ ବିନ୍ଧାଣୀ (୮), ବରଜୁ ମୁର୍ମୁ (୯) ନାମକ ୨ ନାବାଳିକା ବୁଧବାର ପୂର୍ବାହ୍ନ ୧୧ଟାବେଳେ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି।

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ତଳି ରୁଆବେଳେ ବଜ୍ରପାତ: ୨ ମୃତ

ବନ୍ତଳା, ୧୫।୮(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ବଅଁରପାଳ ବ୍ଳକ ଡେରଜାଙ୍ଗ ଗ୍ରାମରେ ବୁଧବାର ଅପରାହ୍ନ ୩ଟାରେ ବଜ୍ରପାତ ଘଟି ୨ଜଣ ପ୍ରାଣ ହରାଇଛନ୍ତି। ମୃତକ ହେଲେ ଶାନ୍ତିଲତା ପ୍ରଧାନ (୪୮) ଏବଂ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ (୧୭)।

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁଲ୍‌ ଟୁଇଟ୍‌ କରି ମେୟର ହଟହଟା

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-୭୨ତମ ସ୍ବତନ୍ତ୍ରତା ଦିବସ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇ ପଡ଼ିଛି। ମାତ୍ର ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଭୁଲ୍‌ ଟୁଇଟ୍‌ କରି ହଟ ହଟା ହୋଇଛନ୍ତି। 

ଫୁଲିଲା ସପ୍ତଧାରା:   ବାରି ଗେଟ ବନ୍ୟା ଜଳରେ ଭାଙ୍ଗିଲା

ଫୁଲିଲା ସପ୍ତଧାରା: ବାରି ଗେଟ ବନ୍ୟା ଜଳରେ ଭାଙ୍ଗିଲା

ମାଥିଲି/ଗୋବିନ୍ଦପାଲି , ୧୫।୮ (ଡି.ଏନ.ଏ) - ଲଗାଣ ବର୍ଷାରେ ଫୁଲି ଉଠିଛି ସପ୍ତଧାରା ନଦୀ । ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସପ୍ତଧାରା ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଛି । ଏଥିଯୋଗୁ ମାଲକାନଗିରି - ଜୟପୁରର ମୁଖ୍ୟରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଛି ।

ଉପୁଡ଼ି ପଡ଼ିଲା ଜାତୀୟ ପତାକା: ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଉପୁଡ଼ି ପଡ଼ିଲା ଜାତୀୟ ପତାକା: ୩ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

କାମାକ୍ଷାନଗର, ୧୫।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ପଞ୍ଚାୟତ ଅଧୀନ ଭାଗିରଥୀପୁର ନୂଆସାହି ପ୍ରାଥମିକ ସ୍କୁଲରେ ସ୍ବାଧୀନତା ଦିବସରେ ଅଭାବନୀୟ ଘଟଣା ଘଟିଛି। ପୋତାଯାଇଥିବା ତ୍ରିରଙ୍ଗା ପତାକା ଉପୁଡ଼ି ପଡ଼ିଛି।

ଘର ଭିତରେ ପଶିଲା ଡ୍ରେନ ପାଣି: ୨୬ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ

ଘର ଭିତରେ ପଶିଲା ଡ୍ରେନ ପାଣି: ୨୬ ନମ୍ବର ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ

ନବରଙ୍ଗପୁର,୧୫।୮(ବି.ପ୍ର.)- ଲଗାଣ ବର୍ଷାରେ ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ, ଅଙ୍ଗୀ, ଟୁରୀ, ଚିକିଲି ନଦୀର ଗର୍ଭ ଫୁଲି ଉଠିଛି । ବୁଧବାର ଲଗାଣ ବର୍ଷା ହେଲେ ଜିଲାର କୋଷାଗୁମୁଡା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯଥେଷ୍ଟ ସମ୍ଭାବନା ରହିଛି । ତେନ୍ତୁଳିଖୁଣ୍ଟି ବ୍ଲକର ଅଞ୍ଚଳଗୁମ୍ମା-ପାତ୍ରପୁଟ ପୋଲ ଉପରେ ତିନି ଫୁଟ ପାଣି ଚାଲିଛି ।

ଗଛ ପଡ଼ି ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଅବରୋଧ

ଗଛ ପଡ଼ି ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ବୁଧବାର ସକାଳେ ପୂର୍ତ୍ତବିଭାଗ ରାସ୍ତାର  ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟିରେ ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ା

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଖୋଲିଲା ହେଲ୍ପ ଡେସ୍କ-ଉନ୍ମୋଚିତ ହେଲା ଲୋଗୋ

ଭୁବନେଶ୍ୱର, ୧୫।୮(ବ୍ୟୁରୋ)-ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଛି। କ୍ୟାପିଟାଲ ହସ୍ପିିଟାଲ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ବୌଦ୍ଧରେ ପୋଲିସର ମାତ୍ର ୩ଟି ଦଳ ପରେଡରେ ଭାଗ ନେଲା

ବୌଦ୍ଧରେ ପୋଲିସର ମାତ୍ର ୩ଟି ଦଳ ପରେଡରେ ଭାଗ ନେଲା

ବୌଦ୍ଧ,୧୫ା୮(ସ୍ବ.ପ୍ର.)-ବୌଦ୍ଧ କେଚେରି ପଡିଆରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହେଇଛି। ଏଥିରେ ମୁଖ୍ୟଅତିଥି ଭାବେ ଭାବେ ଅନୁସୂଚିତ ଜନଜାତି ବିଭାଗ ମନ୍ତ୍ରୀ ରମେଶ ମାଝି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

Model This Week

ଯସ୍ମିନ୍