ଖେଳ |

ମହିଳା ହକି: ଓଡ଼ିଶାର ଦ୍ୱିତୀୟ ବିଜୟ

ମହିଳା ହକି: ଓଡ଼ିଶାର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୩।୨(ସ୍ପୋଟର୍‌ସ ବ୍ୟୁରୋ)- ଝାଡ଼ଖଣ୍ଡର ରାଞ୍ଚତ୍ଠାରେ ହକି ଇଣ୍ଡିଆ ପକ୍ଷରୁ ଚାଲିଥିବା ୮ମ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ (ଡିଭିଜନ-ଏ)ରେ ଓଡ଼ିଶା ୨ୟ ବିଜୟ ହାସଲ କରିଛି। ଶନିବାର ଓଡ଼ିଶା ମହିଳା ଦଳ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ହକି ହିମାଚଳ ପ୍ରଦେଶକୁ ୩-୦ ଗୋଲରେ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ମାରିଆନା କୁଜୁର ଡବଲ ଗୋଲ ସ୍କୋର କରି ଦଳୀୟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ଓଡ଼ିଶାକୁ ଏକ ପେନାଲ୍ଟି କର୍ନର ସୁଯୋଗ ମିଳିଥିଲା। ମାରିଆନା ଏହାକୁ କୌଣସି ତ୍ରୁଟି ନ କରି ଗୋଲରେ ପରିଣତ କରି ଦଳକୁ ଅଗ୍ରଣୀ କରାଇଥିଲେ। ଏହାପରେ ୩୩ତମ ମିନିଟ୍‌ରେ ଏକ ଫିଲ୍ଡ ଗୋଲ କରି ମାରିଆନା ଦଳକୁ ୨-୦ରେ ଆଗୁଆ କରିଥିଲେ। ଓଡ଼ିଶା ପାଇଁ ଅନ୍ତିମ ତଥା ତୃତୀୟ ଗୋଲଟି ଦୀପ୍ତି ଲାକ୍ରା କରିଥିଲେ। ୪୪ତମ ମିନିଟ୍‌ରେ ଦୀପ୍ତି ଏକ ଫିଲ୍ଡ ଗୋଲ କରି ଓଡ଼ିଶାର ବିଜୟ ବ୍ୟବଧାନକୁ ୩-୦ କରିଥିଲେ। ପୂର୍ବରୁ ଓଡ଼ିଶା ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଭୋପାଳକୁ ୮-୧ ଗୋଲରେ ପରାସ୍ତ କରିଥିଲା। ଓଡ଼ିଶା ତା’ର ୩ୟ ମୁକାବିଲାରେ ହକି ହରିୟାଣାକୁ ରବିବାର ଭେଟିବ ବୋଲି ହକି ଓଡ଼ିଶାର ସାଧାରଣ ସମ୍ପାଦକ ପ୍ରତାପ ଶତପଥୀ ସୂଚନା ଦେଇଛନ୍ତି।

All Right Reserved By

ଖେଳ |

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ରୋଷ୍ଟୋଭ-ଅନ- ଡନ, ୧୮।୬(ଏ.ଏଫ୍‌.ପି.)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ଶକ୍ତିଶାଳୀ ଦଳ ମାମୁଲି ପ୍ରଦର୍ଶନ କରିଛି। ସର୍ବାଧିକ ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ନେମାରଙ୍କ ନେତୃତ୍ୱାଧୀନ ବ୍ରାଜିଲ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିବାରେ ବିଫଳ ହୋଇଛି।

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ମସ୍କୋ, ୧୮।୬ (ଏ.ଏଫ୍‌.ପି.) ଗତଥରର ଚାମ୍ପିୟନ ଜର୍ମାନୀ ଏଥର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ଥାନୀୟ ଐତିହାସିକ ଲୁଝନିକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଗ୍ରୁପ୍‌ ଏଫ୍‌ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ କେନ୍ଦ୍ରୀୟ ଆମେରିକୀୟ ଦେଶ ମେକ୍ସିକୋ ୧-୦ ଗୋଲରେ ଜର୍ମାନୀକୁ ହରାଇ ବାଜି ମାରିଛି।

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୧୮।୬(ସ୍ପୋର୍ଟ ବ୍ୟୁରୋ)- ଆସନ୍ତା ନଭେମ୍ବର- ଡିସେମ୍ବର ମାସରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟ ଜୋରସୋରରେ ଚାଲିଛି।

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଭୁବନେଶ୍ୱର, ୧୮ା୬ (ସ୍ପୋଟର୍‌ସ ବ୍ୟୁରୋ)-ମଧ୍ୟପ୍ରଦେଶ ଟେନିସ କ୍ରିକେଟ ଆସୋସିଏଶନ ଅନୁକୁଲ୍ୟରେ ତୃତୀୟ ଜାତୀୟ ଜୁନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଛି। ଏଥିରେ ୨୪ଟି ରାଜ୍ୟର ବାଳିକା ଓ ବାଳକ ଦଳ ଅଂଶଗ୍ରହଣ କରିବେ। ଚାମ୍ପିୟନଶିପ୍‌ ପାଇଁ ୧୫ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି।

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

ସମରା, ୧୭।୬(ଏ.ଏଫ.ପି)- ଫିଫା ବିଶ୍ୱକପ୍‌ର ଚତୁର୍ଥ ଦିନରେ ପହଞ୍ଚିଛି। ସ୍ଥାନୀୟ ସମରା ଏରିନାରେ ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରସ୍ତ କରିଛି। ଗ୍ରୁପ୍‌- ଇ’ରେ ଅନୁଷ୍ଠିତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସର୍ବିଆ ୩ ପଏଣ୍ଟ ହାସଲ କରିଛି।

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଷ୍ଟଟ୍ଟଗାର୍ଟ (ଜର୍ମାନୀ), ୧୭।୬(ଏଏଫ୍‌ପି)- ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡେରର ଏଠାରେ ଅନୁଷ୍ଠିତ ଷ୍ଟଟ୍ଟଗାର୍ଟ ଓପନ୍‌ ଟେନିସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୩୬ ବର୍ଷୀୟ ଫେଡେରର ୬-୪, ୭-୬ (୭/୩) ସେଟ୍‌ରେ କାନାଡାର ମିଲୋସ ରାଓନିକଙ୍କୁ ପରାସ୍ତ କରିଛନ୍ତି।

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଦୁବାଇ,୧୭।୬(ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରୀଲଙ୍କା ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩ୟ ଦିନରେ ସେ ବଲର ମୂଳସ୍ଥିତିକୁ ପରିବର୍ତ୍ତନ କରିଥିଲେ।

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ବେଜିଂ,୧୭।୬- ନିକଟରେ ଫ୍ରେଞ୍ଚ ଓପନ୍‌ ଟାଇଟଲ ଜିତିଥିବା ସ୍ପାନିଶ୍‌ ଖେଳାଳି ରାଫାଲ ନାଡାଲ ଚାଇନା ଓପନ୍‌ରେ ଖେଳିବେ। ଏ ନେଇ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଥୋମାସ ରସ ସ୍ପଷ୍ଟ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ସେଣ୍ଟ ପିଟର୍ସବର୍ଗ,୧୭।୬(ଏପି)- ଇଜିପ୍ଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାଲାହ ରବିବାର ନିଜର ୨୬ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଦିଆଯାଇଛି। ସେ ଇଜିପ୍ଟର ଆଗାମୀ ବିଶ୍ୱକପ୍‌ ମ୍ୟାଚ୍‌ରେ ଖେଳିବେ। ଏ ନେଇ ଇଜିପ୍ଟ ଫୁଟ୍‌ବଲ ପକ୍ଷରୁ ପ୍ରକାଶ କରାଯାଇଛି।

ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ: ସେମିରେ ହାରିଲେ ଜୟରାମ

ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ: ସେମିରେ ହାରିଲେ ଜୟରାମ

ଫୁଲେରଟନ(ୟୁଏସ୍‌),୧୭।୬(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ ଏଠାରେ ଚାଲିଥିବା ଦେଢ଼ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପରାଜିତ ହୋଇଛନ୍ତି।

ଦିଲ୍ଲୀ ଡାଇନାମୋସ ଦଳରେ ଡିଫେଣ୍ଡର ନାରାୟଣ ଦାସ

ଦିଲ୍ଲୀ ଡାଇନାମୋସ ଦଳରେ ଡିଫେଣ୍ଡର ନାରାୟଣ ଦାସ

ନୂଆଦିଲ୍ଲୀ,୧୭।୬(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଦିଲ୍ଲୀ ଡାଇନାମୋସ ଡିଫେଣ୍ଡର ନାରାୟଣ ଦାସଙ୍କ ସହ ଅନୁବନ୍ଧିତ ହୋଇଛି। ନାରାୟଣଙ୍କୁ ୫ମ ଭାରତୀୟ ଖେଳାଳି ଭାବେ ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ ଦଳରେ ସାମିଲ କରିଛି। ସେ ପୂର୍ବରୁ ଏଫ୍‌ସି ଗୋଆ ପକ୍ଷରୁ ଖେଳୁଥିଲେ।

‘ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ନେମାର’

‘ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ନେମାର’

ରୋସ୍ତୋ ଅନ ଡନ(ରୁଷିଆ),୧୭।୬- ଚଳିତ ଫିଫା ବିଶ୍ୱକପ୍‌ରେ ସୁଇଜରଲାଣ୍ଡ ବିପକ୍ଷ ମୁକାବିଲାରେ ବ୍ରାଜିଲ ଅଭିଯାନ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଦଳର ଷ୍ଟାର ଖେଳାଳି ନେମାର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ବୋଲି କୋଚ୍‌ ଟିଟେ କହିଛନ୍ତି।

Model This Week

ପ୍ରଭାତ