ରାଜ୍ୟ |

ସାଇକ୍ଲୋଥନ ପଞ୍ଜୀକରଣକୁ ଡାକି ମାଡ଼ ମାରିଲେ: କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା

ସାଇକ୍ଲୋଥନ ପଞ୍ଜୀକରଣକୁ ଡାକି ମାଡ଼ ମାରିଲେ: କଳିଙ୍ଗ ଷ୍ଟାଡିୟମରେ ଉତ୍ତେଜନା
ଭୁବନେଶ୍ୱର, ୩।୨(ବ୍ୟୁରୋ)- ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରୁ ସାଇକ୍ଲୋଥନ ଅନୁଷ୍ଠିତ ହେବ। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅଧୀନ ପିସିଆରଏ(ପେଟ୍ରୋଲିୟମ୍‌ କଞ୍ଜରଭେଶନ ରିସର୍ଚ୍ଚ ଆସୋସିଏଶନ) ଏହାର ଆୟୋଜନ କରୁଛି। ୧୫ଦିନ ଆଗରୁ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇ ପ୍ରଚାର ପ୍ରସାର କରାଯାଇ ଏଥିରେ ଭାଗନେବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ପଞ୍ଜୀକରଣ ଲାଗି କଳିଙ୍ଗ ଷ୍ଟାଡିୟମରେ ଖୋଲିଥିବା ଷ୍ଟଲକୁ ଆସିବାକୁ କୁହାଯାଇଥିଲା। ତେବେ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଶନିବାର ପଞ୍ଜୀକରଣ ସ୍ଥଳରେ ଗଣ୍ଡଗୋଳ ଘଟିଛି। ଆୟୋଜକଙ୍କ ପକ୍ଷରୁ ନିୟୋଜିତ କେତେଜଣ କର୍ମଚାରୀ ପଞ୍ଜୀକରଣ ପାଇଁ ଆସିଥିବା ଯୁବତୀଯୁବକଙ୍କୁ ଦୁର୍ବ୍ୟବହାର କରିବା, ଆବଶ୍ୟକ ଜର୍ସି କିଟ୍‌ ଯୋଗାଇ ନ ପାରିବା ଏବଂ କେତେକ ଯୁବକଙ୍କୁ ମାଡ଼ ମରାଯିବା ଭଳି ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆୟୋଜକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଉତ୍ତ୍ୟକ୍ତ ଯୁବତୀଯୁବକମାନେ ୨ଟି ଷ୍ଟଲରେ ଭଙ୍ଗାରୁଜା କରିଥିଲେ। ଚେୟାର ଟେବୁଲ ଫିଙ୍ଗାଫୋପଡ଼ା କରିଥିଲେ। ଫଳରେ ପଞ୍ଜୀକରଣ ଦାୟିତ୍ୱରେ ଥିବା କର୍ମଚାରୀମାନେ ଭୟରେ ସେଠାରୁ ଲୁଚି ପଳାଇଥିଲେ। ସୂଚନା ମୁତାବକ, ଶନିବାର ପୂର୍ବାହ୍ନ ୧୦ଟାରୁ ଷ୍ଟାଡିୟମର ୪ନଂ. ଗେଟ୍‌ ନିକଟରେ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ବଡଗଡ ବ୍ରିଟ୍‌ କଲୋନୀରେ ରହୁଥିବା ସୁଶୋବୀର ଜେନା, ସୁନୀଲ ପ୍ରଧାନ, ସୋମସଙ୍କେତ ମାନସିଂ, ବିଶ୍ୱଜିତ ସୁନ୍ଦରରାୟ ଓ ଦୀପକ ମିଲୁ ଧାଡ଼ିରେ ଛିଡ଼ାହୋଇ ପଞ୍ଜୀକରଣ କରିବା ସହ ଜର୍ସି କିଟ୍‌ ଧରି ବାହାରକୁ ଆସୁଥିଲେ। ଗେଟ୍‌ ନିକଟରେ ସେମାନଙ୍କୁ କେତେଜଣ କର୍ମଚାରୀ ଅଟକାଇ ଜର୍ସି ଫେରାଇବାକୁ କହିଥିଲେ। ସେମାନେ କାରଣ ପଚାରିଥିଲେ ହେଁ କର୍ମଚାରୀମାନେ ଜୋରଜବରଦସ୍ତ ଜର୍ସି ଛଡ଼ାଇନେଇଥିଲେ। ଯୁବକମାନେ ବିରୋଧ କରିବାରୁ ସେମାନଙ୍କୁ ମାଡ଼ ମରାଯାଇଥିଲା। ପରେ ଏ ନେଇ ଯୁବକମାନେ ନୟାପଲ୍ଲୀ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଖବରପାଇ କେତେଜଣ ଖବରଦାତା ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ସେତେବେଳେ ଧାଡ଼ିରେ ଛିଡ଼ା ହୋଇଥିବା ଯୁବତୀଯୁବକଙ୍କୁ ଜଣେ କର୍ମଚାରୀ ଗାଳିଗୁଲଜ କରିଥିଲେ। ଅନ୍ୟପଟେ ଶନିବାର ବହୁ ସଂଖ୍ୟାରେ ପିଲା ପଞ୍ଜୀକରଣ ପାଇଁ ଆସିଥିବାରୁ ପ୍ରବଳ ଭିଡ଼ ହୋଇଥିଲା। ସେମାନେ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଥିଲେ। କିନ୍ତୁ ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳକୁ ଜର୍ସି କିଟ୍‌ ସରିଗଲା, ପଞ୍ଜୀକରଣ ହୋଇପାରିବ ନାହିଁ ବୋଲି କହିଥିଲେ। ଏହାକୁ ନେଇ ଯୁବତୀଯୁବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନେ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିଲେ। କିନ୍ତୁ ଏହି ସମୟରେ ଜଣେ କର୍ମଚାରୀ ସେମାନଙ୍କୁ ଗାଳିଗୁଲଜ କରି ଚାଲିଯିବାକୁ କହିଥିଲେ, ଯାହାକୁ ନେଇ ପିଲାମାନେ ଉତ୍ତ୍ୟକ୍ତ ହୋଇପଡ଼ି ଭଙ୍ଗାରୁଜା କରିଥିଲେ। ସେଠାରେ ଲାଗିଥିବା ସିସିଟିଭି କ୍ୟାମେରା ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗି ଦେଇଥିଲେ। ଖବରପାଇ ନୟାପଲ୍ଲୀ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଓ ଅନ୍ୟ ପୋଲିସ ଅଧିକାରୀମାନେ ସେଠାରେ ପହଞ୍ଚତ୍ବା ବେଳକୁ ପିଲାମାନେ ଘଟଣାସ୍ଥଳରୁ ପଳାଇଥିଲେ। ଆୟୋଜନରେ ପିସିଆରଏର ଏଭଳି ଅବ୍ୟବସ୍ଥାକୁ ନେଇ ପଞ୍ଜୀକରଣ ପାଇଁ ଆସିଥିବା କେତେଜଣ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କାଳୁ ଜେନା ନାମକ ବ୍ୟକ୍ତି କହିଛନ୍ତି, ମୋ ପୁଅ ଜିଦ କରିବାରୁ ମୁଁ ତା’ର ପଞ୍ଜୀକରଣ ପାଇଁ ଆସିଥିଲି। ହେଲେ ଏଠାରେ ଯେଭଳି ବ୍ୟବହାର ମିଳିଲା ତାହା ଦୁଃଖଦାୟକ। ଏଥିରେ ଭାଗ ନ ନେବାକୁ ମୋ ପୁଅକୁ ମନା କରିଦେବି। ଅନ୍ୟ ଜଣେ ଯୁବକ ଅଶୋକ ନାୟକ କୁହନ୍ତି, ମୁଁ ଶୁକ୍ରବାରଠାରୁ ପଞ୍ଜୀକରଣ କରିଛି। ଶନିବାର ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ପରେ ଜର୍ସି କିଟ୍‌ ଦେବାକୁ ମନାକଲେ। ଫଳରେ ମୋର ଆଗ୍ରହ ଭାଙ୍ଗିଗଲା। ଆୟୋଜନକୁ ସୁବ୍ୟବସ୍ଥିତ କରି ନ ପାରିଲେ ଏଭଳି କାର୍ଯ୍ୟକ୍ରମ କରିବା ଅନୁଚିତ।
All Right Reserved By

ରାଜ୍ୟ |

ହକି ବିଶ୍ୱକପ୍‌ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ଦାବିରେ ବିକ୍ଷୋଭ

ହକି ବିଶ୍ୱକପ୍‌ ସମ୍ପର୍କିତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ଦାବିରେ ବିକ୍ଷୋଭ

ଭୁବନେଶ୍ୱର, ୧୭।୧(ବ୍ୟୁରୋ)- ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ୱକପ ସମ୍ପର୍କିତ ତଥ୍ୟ ରାଜ୍ୟ ସରକାର ସୂଚନା ଅଧିକାର ଆଇନ ବଳରେ ଦେଉନାହାନ୍ତି। ଫଳରେ ହକି ଖେଳ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥରୁ କୋଟି କୋଟି ଟଙ୍କା ବାଟମାରଣା ହୋଇଛି ବୋଲି ଅଭିଯୋଗ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ। 

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

ପିପିଲି ଗଣବଳାତ୍କାର, ହତ୍ୟା ମାମଲା: ତଳକୋର୍ଟଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ

କଟକ ଅଫିସ, ୧୭।୧- ବହୁଚର୍ଚ୍ଚିତ ପିପିଲି ଗଣବଳାତ୍କାର ଓ ହତ୍ୟା ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ ରାୟ ବିରୋଧରେ କ୍ରାଇମବ୍ରାଞ୍ଚ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତଳ କୋର୍ଟଙ୍କ ରାୟକୁ ରଦ୍ଦ କରିବା ସହିତ ନିର୍ଦ୍ଦୋଷରେ କୋର୍ଟରୁ ମୁକୁଳିଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। 

ଆଇପିଏସ୍‌ ସମ୍ମିଳନୀ ଆରମ୍ଭ: ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ଆଇପିଏସ୍‌ ସମ୍ମିଳନୀ ଆରମ୍ଭ: ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ

ଭୁବନେଶ୍ୱର, ୧୭ା୧(ବ୍ୟୁରୋ)- ଆଗକୁ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହା ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ। କିଭଳି ନିର୍ବାଚନକୁ ସୁରୁଖୁରୁରେ ସମାପନ କରିହେବ ସେଥିଲାଗି ପୋଲିସକୁ ସ୍ବତନ୍ତ୍ର ରଣକୌଶଳ ଆପଣାଇବାକୁ ପଡିବ। 

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ନାବାଳିକା ବଳାତ୍କାର ମାମଲା: ୨ ଦୋଷୀଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌

ବାଲେଶ୍ୱର ଅଫିସ, ୧୭।୧-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ପୋକ୍ସୋ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଗୁରୁବାର ୨ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦେୟ ଆଉ ୩ମାସ ଜେଲ୍‌ ଭୋଗିବାକୁ ରାୟରେ କୁହାଯାଇଛି। 

ପ୍ରେସର କୁକର୍‌ ଫାଟି ମାଇଁ ଭାଣିଜୀ ଗୁରୁତର

ପ୍ରେସର କୁକର୍‌ ଫାଟି ମାଇଁ ଭାଣିଜୀ ଗୁରୁତର

ଖୋର୍ଦ୍ଧା ଅଫିସ,୧୭ା୧: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ବାଙ୍କୋଇ ଫାଣ୍ଡି ବେଣାଗାଡିଆ ଗାଁରେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଏକ ଅଘଟଣ ଘଟିଛି। ଗ୍ରାମର ଏକ ପରିବାରର ମାଇଁ ଓ ଭାଣିଜୀ 

ମିଲର୍ସଙ୍କୁ ନିର୍ଦ୍ଦେଶ: ୪ ମଣ୍ଡିରୁ ଧାନ କଷ୍ଟମ ମିଲିଂ ଭାବେ ନିଆଯିବ

ଜୟପୁର,୧୭।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ କାମତା ଲ୍ୟାମ୍ପର ପୋଡ଼ାପଦର, କୁମୁଲି, କାମତା, ତରାଭଟ୍ଟା ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ପରେ କଷ୍ଟମ ମିଲିଂ ଭାବେ ନେବେ ମିଲର୍ସ। ଜିଲା ପ୍ରଶାସନ ଏନେଇ କଡ଼ା ନିର୍ଦ୍ଦେଶ ଦେଇଛି।  ସ୍ଥାନୀୟ ଉପଜିଲାପାଳ ଲୋକନାଥ ଦଳବେହେରା ନିଜ କାର୍ଯ୍ୟାଳୟରେ ଚାଷୀ ଓ ମିଲ ମାଲିକଙ୍କ ସହ ଆଲୋଚନା କରିଛନ୍ତି । 

‘କାଳିଆ’ ଯୋଜନାରେ ସାମିଲ ହୋଇ ନାହାନ୍ତି ଆଖୁଚାଷୀ, ଏବେ ବରଗଡ଼ ସୁଗାର ମିଲ୍‌ ଉପରେ ସରକାରଙ୍କ ଆଖି: ସାଧୁ ନେପାକ

‘କାଳିଆ’ ଯୋଜନାରେ ସାମିଲ ହୋଇ ନାହାନ୍ତି ଆଖୁଚାଷୀ, ଏବେ ବରଗଡ଼ ସୁଗାର ମିଲ୍‌ ଉପରେ ସରକାରଙ୍କ ଆଖି: ସାଧୁ ନେପାକ

ଭୁବନେଶ୍ୱର/ବରଗଡ଼ ଅଫିସ, ୧୭।୧(ବ୍ୟୁରୋ): ବରଗଡ଼ ଜିଲାରେ ୪୦/୫୦ ବର୍ଷ ପୂର୍ବରୁ କଂଗ୍ରେସ ଅମଳରେ ପ୍ରତିଷ୍ଠିତ ସିମେଣ୍ଟ କାରଖାନାକୁ ବିକ୍ରି, ସୂତାକଳ, ସାର କାରଖାନା, ତେଲ ମିଲ, ପାଓ୍ବାରଲୁମ୍‌ ଆଦିକୁ ବନ୍ଦ କରିଦେବା ପରେ ଏବେ ସୁଗାର ମିଲ ଉପରେ ସରକାର ଆଖି ପକାଇଛନ୍ତି। ବରଗଡ଼ ପୂର୍ବ ବିଧାୟକ ସାଧୁ ନେପାକ କ୍ଷୋଭ ପ୍ରକାଶ କରି ଏହା କହିଛନ୍ତି। 

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ପ୍ରହସନ ପାଲଟିଛି ମଧୁବାବୁ ପେନସନ ଯୋଜନା : ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଭତ୍ତା

ରାୟଗଡ଼ (ଗଜପତି), ୧୭ା୧(ଡି.ଏନ.ଏ)-୬୦ବର୍ଷ ବୟସରୁ ଊର୍ଦ୍ଧ୍ୱ ରାଜ୍ୟର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଭତ୍ତା ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ମାତ୍ର ଗଜପତି ଜିଲା ରାୟଗଡ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ୬୦ବର୍ଷ ବୟସ ଟପିବା ପରେ ବି ଅନେକ ବୃଦ୍ଧାବୃଦ୍ଧ ଏହି ଯୋଜନାରୁ ବଞ୍ଚତ୍ତ ଅଛନ୍ତି। 

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ହଜିବାର ୪ ଘଣ୍ଟା ପରେ ମନିପର୍ସ ଫେରିପାଇଲେ ସୁଲତା

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଗୁରୁବାର ନିଜର ମନିପର୍ସ ସହ କିଛି ମେଡିକାଲ ରିପୋର୍ଟ ହଜାଇ ଦେଇଥିଲେ। ମାତ୍ର ଏହାର ୪ ଘଣ୍ଟା ପରେ ସେ ନିଜର ହଜିଥିବା ପର୍ସଟି ଖୋଜି ପାଇଛନ୍ତି। ବଡ଼ ମେଡିକାଲ ଫାଣ୍ଡି ପୋଲିସର ସହାୟତା ଯୋଗୁ ଏପରି ଘଟିବା ସମ୍ଭବ ହୋଇଥିବାରୁ ରୋଗୀଙ୍କ ସମ୍ପର୍କୀୟଜଣଙ୍କ ନିଜର ଖୁସି ପ୍ରକାଶ କରିଛନ୍ତି।

ଗଦାଧର ଭୋଇଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି: ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସତ୍ୟବାଦୀ ଥାନା ଘେରାଉ

ଗଦାଧର ଭୋଇଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି: ଜାତୀୟ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ ସତ୍ୟବାଦୀ ଥାନା ଘେରାଉ

ସାକ୍ଷୀଗୋପାଳ, ୧୭।୧(ଡି.ଏନ୍‌.ଏ)- ଦଳିତ ବର୍ଗର ଲୋକମାନଙ୍କ ଉପରେ କରାଯାଉଥିବା ନିର୍ଯାତନା ଅସହ୍ୟ ହେଲାଣି। ସତ୍ୟବାଦୀ ଥାନା ମହାବଳପଡା ଗ୍ରାମର ଗଦାଧର ଭୋଇଙ୍କୁ ଗତ ୭ମାସ ତଳେ ସେହି ଗ୍ରାମର କେତେକ ମୁଷ୍ଟିମେୟ ଲୋକ ଅପହରଣ କରି ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। 

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ମକର ବୁଲିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ପିକ୍‌ଅପ୍‌ ଭ୍ୟାନ୍‌:୨ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୭।୧: ମୟୁରଭଞ୍ଚ ଜିଲା ଖୁଣ୍ଟା ଥାନା ଅଧୀନସ୍ଥ କହ୍ନୋଇନ୍ଦ ଧାନଘେରା ରାସ୍ତାରେ  ଗୁରୁବାର ଏକ ପିକ୍‌ ଅପ୍‌ ଭ୍ୟାନ ଓଲଟି ପଡ଼ିବା ଫଳରେ ୨ଜଣ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  ଏଥିସହ  ଡ୍ରାଇଭର ସମେତ ୪୦ ରୁ ଉର୍ଦ୍ଧ ଆହତ ହୋଇଛନ୍ତି ।

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଆର୍‌ପିଡିଏସି ବୈଠକ ବର୍ଜନ କଲେ ଜନ ପ୍ରତିନିଧି

ଅନୁଗୋଳ ଅଫିସ,୧୭।୧: ଏନ୍‌ଟିପିସି-ଟିଏସ୍‌ଟିପିଏସ୍‌ କଣିହାଁ ଓ ଏନ୍‌ଟିପିସି-ଟିଟିପିଏସ୍‌ ତାଳଚେରର ୮ମ ଆର୍‌ପିଡିଏସି ବୈଠକକୁ ବର୍ଜନ କଲେ ଜନ ପ୍ରତିନିଧି। ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହେଉଥିଲା। ତେବେ ୨୦୧୬ ମସିହା ଏପ୍ରିଲ ମାସରେ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଉପରେ କୌଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ଜନ ପ୍ରତିନିଧିମାନେ ବୈଠକ ବର୍ଜନ କରିଥିବା ଜଣାପଡ଼ିଛି।