Dharitri News
ରାଜ୍ୟ |

ବର୍ଷକୁ ୮.୮ ନିୟୁତ ଜୀବନ ନେଉଛି କର୍କଟ

ବର୍ଷକୁ ୮.୮ ନିୟୁତ ଜୀବନ ନେଉଛି କର୍କଟ ଭୁବନେଶ୍ୱର, ୩।୧(ବ୍ୟୁରୋ)- ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ସମଗ୍ର ବିଶ୍ୱରେ ବର୍ତ୍ତମାନ କର୍କଟ ରୋଗର ଭୟବହତା ଦେଖିବାକୁ ମିଳୁଛି। ପ୍ରତିବର୍ଷ ପ୍ରାୟ ୮.୮ ନିୟୁତ ଲୋକ କର୍କଟ ରୋଗରେ ପ୍ରାଣ ହରାଉଛନ୍ତି, ଯେଉଁଥିରେ ୪ ନିୟୁତରୁ ଅଧିକଙ୍କ ବୟସ ୩୦ରୁ ୬୯ ବର୍ଷ ବୟସ ମଧ୍ୟରେ। ଏହି ଧାରା ଜାରି ରହିଲେ ଆଗାମୀ ୧୦ ବର୍ଷ ବେଳକୁ ବର୍ଷକୁ ୧୪ ନିୟୁତରୁ ଅଧିକ ଲୋକଙ୍କ କର୍କଟରୋଗରେ ମୃତ୍ୟୁ ଘଟିବ ବୋଲି ଆକଳନ କରାଯାଇଛି। ଏଣୁ ଏହି ସତ୍ୟତାକୁ ଉପଲବ୍ଧି କରି ପ୍ରାରମ୍ଭିକ ସ୍ତରରୁ କର୍କଟକୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାଯିବା ଜରୁରୀ। ଫଳରେ ଏହାକୁ ନିୟନ୍ତ୍ରଣ କରିବା ସହିତ ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିବ ବୋଲି ‘ଆମେ ପାରିବା-ମୁଁ ପାରିବି’ ଶୀର୍ଷକ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଶନିବାର ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନାଚକ୍ରରେ ବହୁ କର୍କଟ ରୋଗ ବିଶେଷଜ୍ଞ ଯୋଗଦେଇ ସାମ୍ପ୍ରତିକ ସମାଜରେ କର୍କଟ ରୋଗର ଭୟାବହତା ସମ୍ପର୍କରେ ଆଲୋଚନା କରିଥିଲେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡା. କୈଳାସ ଚନ୍ଦ୍ର ଦାଶ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବ୍ରଜକିଶୋର ବ୍ରହ୍ମା, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଜେ. କେ. ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମରୁ ରୋଗ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ଦିଗରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଏବଂ ସାଧାରଣ ଲୋକ ସଚେତନ ରହିବା ଜରୁରୀ। କର୍ମସ୍ଥଳୀ, ଶିକ୍ଷାନୁଷ୍ଠାନ, ସହର ଆଦିକୁ ସ୍ବାସ୍ଥ୍ୟକର ରଖିବା, ତୃଣମୂଳ ସ୍ତରରେ କର୍କଟ ରୋଗ ଚିକିତ୍ସା ଉପଲବ୍ଧ କରାଇବା, ଏ କ୍ଷେତ୍ରରେ କାର୍ଯ୍ୟକରିବା ପାଇଁ ଏକ ବଳିଷ୍ଠ ତାଲିମପ୍ରାପ୍ତ ମାନବସମ୍ବଳ ସୃଷ୍ଟି କରିବା, ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଉପରେ ଆଲୋଚନାଚକ୍ରରେ ମତପ୍ରକାଶ ପାଇଥିଲା।

ବିଜେପୁର ନିର୍ବାଚନ ଫଳାଫଳ

ବିଜେଡି 0
ବିଜେପି 0
କଂଗ୍ରେସ 0
  ଅନ୍ୟାନ୍ୟ 0

Model This Week

ସ୍ୱପ୍ନା

ରାଜ୍ୟ |

ଆଗକୁ ୪୦ ଟପିବ

ଆଗକୁ ୪୦ ଟପିବ

ଭୁବନେଶ୍ୱର, ୨୫।୨(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢୁଛି। ରବିବାର ପାରଦ ଉପରମୁହଁା ହୋଇ ୩୮.୮ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଥିଲା। ଆଗକୁ ଆହୁରି ଖରା ବଢିବ। ମାର୍ଚ୍ଚ ୪ ତାରିଖ ବେଳକୁ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଟପିଯିବ। ସେହିପରି ରବିବାର ରାତିରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁର ଜିଲାମାନଙ୍କରେ ଆକାଶ ମେଘାଚ୍ଛନ୍ନ ରହିବ। ସ୍ଥାନେ ସ୍ଥାନେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହୁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ବଦାନ୍ୟ ଶ୍ରୀଦେବୀ

ବଦାନ୍ୟ ଶ୍ରୀଦେବୀ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ୨୦୦୭ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ଆସିଥିଲେ ଅଭିନେତ୍ରୀ ଶ୍ରୀଦେବୀ। ଯାହାକି ତାଙ୍କର ପ୍ରଥମ ଓ ଶେଷ ଓଡ଼ିଶା ଗସ୍ତ ଥିଲା। କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌(କିସ୍‌) ପରିଦର୍ଶନ କରିବା ଲାଗି ୨୦୦୭ ମସିହା ଏପ୍ରିଲ ୭ ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ସାଙ୍ଗରେ ଥିଲେ ସ୍ବାମୀ ତଥା ବଲିଉଡ୍‌ର ଖ୍ୟାତନାମା ପ୍ରଯୋଜକ ବୋନି କପୁର। ବିମାନବନ୍ଦରରୁ ସିଧା କିସ୍‌ ଅଭିମୁଖେ ବାହାରିଥିଲେ ଶ୍ରୀଦେବୀ। ସେ କେବଳ ବଲିଉଡ୍‌ର ମହିଳା ସୁପରଷ୍ଟାର୍‌ ନଥିଲେ, ହୃଦୟରେ ବି ଥିଲେ ଜଣେ ସୁପରଷ୍ଟାର୍‌। ବଦାନ୍ୟତାରେ ଭରପୁର ଥିଲା ତାଙ୍କ ମନ ଓ ହୃଦୟ। ଯେଉଁଠି ଅଭିନେତ୍ରୀ, ଅଭିନେତାମାନେ ବିନା ପାରିଶ୍ରମିକରେ ପାଦେ ଘୁଞ୍ଚନ୍ତିନାହିଁ, ସେଠି ଶ୍ରୀଦେବୀ ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଥିଲେ ଏକ ବଡ ଉଦାହରଣ। ଯାହାକି ଏହି ଗସ୍ତ ସମୟରେ ଦେଖିବାକୁ ମିଳିଥିଲା। କିସ୍‌ରେ ପାଠ ପଢୁଥିବା ଏତେସଂଖ୍ୟକ ଜନଜାତି ପିଲାମାନଙ୍କ ସମ୍ପର୍କରେ ଶୁଣିବା ପରେ ସେ ସ୍ବତଃପ୍ରବୃତ୍ତଭାବେ ଓଡ଼ିଶା ଆସିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ରାଜନେତା ହେବେ ପ୍ରାର୍ଥୀ

ରାଜନେତା ହେବେ ପ୍ରାର୍ଥୀ

ଭୁବନେଶ୍ୱର,୨୫। ୨(ବ୍ୟୁରୋ): ରାଜ୍ୟ ସଭାକୁ ୩ ଜଣ ରାଜନୈତିକ ବ୍ୟକ୍ତିଙ୍କୁ ପଠାଯିବ। ଏହାକୁ ନେଇ ଗଭୀର ଭାବେ ଚିନ୍ତନ କରାଯାଉଛି। ଉପଯୁକ୍ତ ସମୟ ଆସିଲେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯିବ ବୋଲି ଦୁଇଦିନିଆ ଦିଲ୍ଲୀ ଗସ୍ତରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନବୀନଙ୍କର ପ୍ରଥମ କରି ଏଭଳି ଆଗୁଆ ସୂଚନା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ କରିଛି। କାରଣ ତାଙ୍କର ରାଜନୈତିକ ନିଷ୍ପତ୍ତି ନେବା ଶୈଳୀ ଭିନ୍ନ, ଯାହାକି ସବୁ ସମୟରେ ସମୀକ୍ଷକ ଏବଂ ସାଧାରଣ ଜନତାଙ୍କୁ ବିସ୍ମିତ କରିଥାଏ। ଅତୀତରେ ଏହିପରି ଏକାଧିକ ଉଦାହରଣ ରହିଛି। ବିଧାନସଭା, ଲୋକ ସଭା କିମ୍ବା ରାଜ୍ୟ ସଭା ଆସନ ପାଇଁ ସେ କାହାକୁ ପ୍ରାର୍ଥୀ କରିବେ, ତାହାର ପ୍ରାକ୍‌ ସୂଚନା ରାଜନୈତିକ ବିଶାରଦ ପାଇ ନ ଥାନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ଓଡ଼ିଶାରୁ ଖାଲି ହେଉଥିବା ୩ ରାଜ୍ୟ ସଭା ଆସନକୁ ନେଇ ଉଭୟ ରାଜନୈତିକ ଏବଂ ଅଣରାଜନୈତିକ ବ୍ୟକ୍ତିମାନେ ଆଶାୟୀ ହୋଇ ଉଠିଛନ୍ତି। ମାତ୍ର ରବିିବାର ନବୀନଙ୍କ ସୂଚନା ଅଣରାଜନୈତିକ ବ୍ୟକ୍ତିମାନଙ୍କ ଆଶାରେ ପାଣି ଢାଳି ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରୁ ସ୍ପଷ୍ଟ ହେଉଛି ଯେ, ସେ ଏଥର ଅନ୍ୟ କୌଣସି କ୍ଷେତ୍ରରୁ ନୁହେଁ, ଦଳୀୟ ଶୃଙ୍ଖଳା ଏବଂ ସଙ୍ଗଠନ ସହ ଜଡିତ ଥିବା ୩ ବ୍ୟକ୍ତିଙ୍କୁ ପ୍ରାର୍ଥୀ ମନୋନୀତ କରିବେ।

ଅର୍ଥ ଫେରିପାଇଛନ୍ତି ୧୩୧୧ ଜମାକାରୀ

ଅର୍ଥ ଫେରିପାଇଛନ୍ତି ୧୩୧୧ ଜମାକାରୀ

କଟକ ଅଫିସ, ୨୫।୨: ଚିଟଫଣ୍ଡ ମାମଲାର ତଦନ୍ତ ଇତିମଧ୍ୟରେ ସାଢେ ୪ ବର୍ଷ ହେଲାଣି। ଚିଟଫଣ୍ଡ ତଦନ୍ତ କମିଶନ ଜଷ୍ଟିସ ମଦନମୋହନ ଦାସ ରାଜ୍ୟ ସରକାରଙ୍କୁ ୪ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରିସାରିଲେଣି। ଗତ ଜାନୁୟାରୀ ୧୮ରେ ଚତୁର୍ଥ ରିପୋର୍ଟ ଦାଖଲ ହୋଇଛି। ଚତୁର୍ଥ ପର୍ଯ୍ୟାୟ ସୁଦ୍ଧା ମୋଟ ୧ ଲକ୍ଷ ୧୬ହଜାର ୫୦୬ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ମାତ୍ର ୧୩୧୧ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ସି-ଶୋର ଏବଂ ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥାରେ ଅର୍ଥ ଜମା ରଖି ଠକେଇର ଶିକାର ହୋଇଥିବା କ୍ଷୁଦ୍ର ଜମାକାରୀ (୧୦ହଜାର ଟଙ୍କାରୁ କମ୍‌)ଙ୍କୁ ତୁରନ୍ତ ଚିହ୍ନଟ କରି ଟଙ୍କା ଫେରସ୍ତ କରିବାକୁ ହାଇକୋର୍ଟ ସରକାରଙ୍କୁ ଗତ ନଭେମ୍ବରରେ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜିପର୍ଯ୍ୟନ୍ତ ଉକ୍ତ କମ୍ପାନୀ ଦ୍ୱୟର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇ ନାହିଁ। ଫଳରେ ଜମାକାରୀମାନେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ ପାଇଁ ପ୍ରସ୍ତୁତ ହୋଇ ନିଜର ଆଡଭୋକେଟଙ୍କ ସହ ପରାମର୍ଶ ଚଳାଇଥିବା ଜଣାପଡ଼ିଛି। କେବଳ ଉକ୍ତ ଦୁଇ କମ୍ପାନୀ ନୁହେଁ ଅନେକ କମ୍ପାନୀର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନିମନ୍ତେ କମିଶନଙ୍କ ପକ୍ଷରୁ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି।

ନିୟମଗିରି ସୁରକ୍ଷା ପାଇଁ ବଜ୍ରଶପଥ

ନିୟମଗିରି ସୁରକ୍ଷା ପାଇଁ ବଜ୍ରଶପଥ

ଲାଞ୍ଜିଗଡ,୨୫।୨(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ନିୟମଗିରିକୁ କୌଣସି ପ୍ରକାରେ ଧ୍ୱଂସ ହେବାକୁ ଦିଆଯିବ ନାହିଁ। ରବିବାର ନିୟମଗିରି ପାହାଡ଼ରେ ବାର୍ଷିକ ନିୟମରାଜା ପର୍ବର ଉଦ୍‌ଯାପନୀ ଅବସରରେ ଆୟୋଜିତ ସମାବେଶରେ ଉପସ୍ଥିତ ଡଙ୍ଗରିଆ, ଝରଣିଆ କନ୍ଧମାନେ ଅସ୍ତ୍ରଶସ୍ତ୍ର ଧରି ଏଥିପାଇଁ ବଜ୍ରଶପଥ ନେଇଛନ୍ତି। ନିୟମଗିରି ସୁରକ୍ଷା ସମିତିର ଆନ୍ଦୋଳନକୁ ସମର୍ଥନ କରୁଥିବା ଅନେକ ସଙ୍ଗଠନର ନେତୃବୃନ୍ଦ ଏହି ସମାବେଶରେ ଯୋଗଦେଇଥିଲେ। ହଜାରେରୁ ଊର୍ଦ୍ଧ୍ୱ ଡଙ୍ଗରିଆ, ଝରଣିଆ କନ୍ଧ ଉପସ୍ଥିତ ଥିଲେ। ସେମାନେ ପରମ୍ପରା କ୍ରମେ ପାଳନ କରିଆସୁଥିବା ବାର୍ଷିକ ନିୟମରାଜା ପର୍ବ ଗତ ୨୩ ତାରିଖରେ ଆରମ୍ଭ ହୋଇଥିଲା। ରବିବାର ଏହି ପର୍ବର ଉଦ୍‌ଯାପନ ଦିବସରେ ନିୟମଗିରି ଆନ୍ଦୋଳନକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ସମାବେଶ ଆୟୋଜିତ ହୋଇଥିଲା। ସ୍ଥାନୀୟ ଲୋକଙ୍କ ମତାମତକୁ ଉପେକ୍ଷା କରି ଓ ପରିବେଶକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇ ସରକାର ଏହାକୁ ବହୁ ରାଷ୍ଟ୍ରୀୟ କମ୍ପାନୀ ହାତକୁ ଟେକି ଦେଉଛନ୍ତି।

ରାଉରକେଲା ପାନପୋଷ ପରିବା ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୧୪ ଦୋକାନ

ରାଉରକେଲା ପାନପୋଷ ପରିବା ବଜାରରେ ଅଗ୍ନିକାଣ୍ଡ: ଜଳିଗଲା ୧୪ ଦୋକାନ

ରାଉରକେଲା ଅଫିସ, ୨୫।୨: ରାଉରକେଲା ପାନପୋଷ ପରିବା ବଜାରରେ ରବିବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୪ଟି ଦୋକାନ ଜଳି ପାଉଁଶ ହୋଇଯାଇଛି।

ରାଜ୍ୟସଭା ନିର୍ବାଚନ ନେଇ ଉଚିତ୍‌ ସମୟରେ ପ୍ରାର୍ଥୀ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ରାଜ୍ୟସଭା ନିର୍ବାଚନ ନେଇ ଉଚିତ୍‌ ସମୟରେ ପ୍ରାର୍ଥୀ ଘୋଷଣା ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ନେଇ ଉଚିତ୍‌ ସମୟରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତରୁ ଫେରିବାପରେ ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ରାଜ୍ୟସଭାକୁ ରାଜ ନେତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ସେ କହିଛନ୍ତି।

ଭାଜପା, ଧର୍ମେନ୍ଦ୍ରଙ୍କୁ ଏମ୍‌ପି ପ୍ରତାପ ଦେବଙ୍କ ସମାଲୋଚନା

ଭାଜପା, ଧର୍ମେନ୍ଦ୍ରଙ୍କୁ ଏମ୍‌ପି ପ୍ରତାପ ଦେବଙ୍କ ସମାଲୋଚନା

ଭୁବନେଶ୍ୱର,୨୫।୨(ବ୍ୟୁରୋ): ବିଜେଡି ଏମ୍‌ପି ପ୍ରତାପ ଦେବ ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ପ୍ରଧାନ ଯେଉଁ ଦିନ ଯାହା କହୁଛନ୍ତି, ପରଦିନ ତାହା ଘଟୁଛି। କେନ୍ଦ୍ରମନ୍ତ୍ରୀ ପ୍ରଶାସକଙ୍କ ଉପରେ ବର୍ଷିବା ପରେ ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ କରାଗଲା। ଖବରଦାତା ସମ୍ମିଳନୀରେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ଚପଲ ମାଡ଼ ହୋଇଥିଲା।

ଅଗ୍ନିକାଣ୍ଡରେ ଜଳିଗଲା୧୨ ବଖରା ଘର: ୬ ପରିବାର ବିପନ୍ନ

ଅଗ୍ନିକାଣ୍ଡରେ ଜଳିଗଲା୧୨ ବଖରା ଘର: ୬ ପରିବାର ବିପନ୍ନ

ନୟାଗଡ଼ ଅଫିସ, ୨୫।୨: ନୟାଗଡ଼ ବ୍ଲକ ଲାଠିପଡା ପାଇକ ସାହିରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୭ଟି ଗାଈ ପୋଡିଯାଇଥିବା ବେଳେ ୨ଟି ଆହତ ଓ ୫ଟି ବାଇକ୍‌ ଜଳି ଯାଇଛି।

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

କଟକ ରୋଡ, ୨୫।୨(ଡି.ଏନ.ଏ.): ରବିବାର ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଭଦ୍ରକ ଜିଲା ସୋର ଅଞ୍ଚଳରେ ରହୁଥିବା ଲିଲି ଜେନା(୨୫)।

ଦିଲେଶ୍ୱରଙ୍କ ମୃତ୍ୟୁକୁ ନେଇ  ଆରୋପ-ପ୍ରତ୍ୟାରୋପ

ଦିଲେଶ୍ୱରଙ୍କ ମୃତ୍ୟୁକୁ ନେଇ ଆରୋପ-ପ୍ରତ୍ୟାରୋପ

ଭୁବନେଶ୍ୱର,୨୪।୨(ବ୍ୟୁରୋ)-ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର ଧରିଛି। ଏହି ଘଟଣାରେ ପ୍ରଥମରୁ ବିଜେଡି ଭାଜପାକୁ ଦାୟୀ କରିବା ସହ ସମାଲୋଚନା କରିଛି। ମାତ୍ର ଭାଜପା ପକ୍ଷରୁ ଏହାର ଖଣ୍ଡନ କରାଯିବା ସହ ରାଜ୍ୟପାଳ ଏସ୍‌.ସି. ଜମିରଙ୍କ ନିକଟରେ ଶନିବାର ଦଳ ଫେରାଦ ହୋଇଛି। ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ଏହି ହତ୍ୟାକାଣ୍ଡକୁ ନେଇ ଅଯଥା ରାଜନୀତି କରାଯାଉଛି।

ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କଟକସ୍ଥିତ ଆନନ୍ଦ ଭବନ ଏବଂ ବିଜୁବାବୁଙ୍କ ସଂଗ୍ରହାଳୟର ଉଦ୍‌ଘାଟନ ଉତ୍ସବରେ ଯୋଗଦେବା ପାଇଁ ସେ ରାଷ୍ଟ୍ରପତିଙ୍କୁ ଆମନ୍ତ୍ରଣ ଜଣାଇଛନ୍ତି। ରାମନାଥ ରାଷ୍ଟ୍ରପତି ହେବା ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ସାକ୍ଷାତକାର। ଉଭୟଙ୍କ ମଧ୍ୟରେ ରାଷ୍ଟ୍ରପତି ଭବନରେ ପାଖାପାଖି ୧୦ ମିନିଟ୍‌ ବାର୍ତ୍ତାଳାପ ହୋଇଥିଲା।