ଖେଳ |

ଖେଲୋ ଇଣ୍ଡିଆ: ପ୍ରତ୍ୟାଶାଙ୍କୁ ଦ୍ୱିତୀୟ ବ୍ରୋଞ୍ଜ୍‌

ଖେଲୋ ଇଣ୍ଡିଆ: ପ୍ରତ୍ୟାଶାଙ୍କୁ ଦ୍ୱିତୀୟ ବ୍ରୋଞ୍ଜ୍‌
ଭୁବନେଶ୍ୱର,୩।୨(ସ୍ପୋଟର୍‌ସ ବ୍ୟୁରୋ)- ନୂଆଦିଲ୍ଲୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ରାଜ୍ୟର ସୁଇମିଂ ସେନସେଶନ୍‌ ପ୍ରତ୍ୟାଶା ରାୟ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ମହିଳା ୨୦୦ ମିଟର ବ୍ୟାକ ଷ୍ଟ୍ରୋକ୍‌ରେ ସେ ୨:୩୪.୪୪ ସେକେଣ୍ଡ ସମୟ ନେଇ ସେ ଏହି ସଫଳତା ହାସଲ କରିଛନ୍ତି। ପୂର୍ବରୁ ସେ ଗୁରୁବାର ଦିନ ୧୦୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌ରେ ୧:୧୦.୫ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ଜିତି ପ୍ରଥମ ପଦକ ହାସଲ କରିଥିଲେ। ତେବେ ଓଡ଼ିଶା ପାଇଁ ପୁଙ୍ଗା ସୋରେନ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଶୁକ୍ରବାର ଅନୁଷ୍ଠିତ ୧୧୦ ମିଟର ହର୍ଡଲ୍ସ ରେସ୍‌ରେ ୧୪.୧୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ଜିତିଥିଲେ।
All Right Reserved By

ଖେଳ |

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଷ୍ଟୁଆର୍ଟ ଲ ଦୁଇଟି ଦିନିକିଆରୁ ବାସନ୍ଦ

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଷ୍ଟୁଆର୍ଟ ଲ ଦୁଇଟି ଦିନିକିଆରୁ ବାସନ୍ଦ

ହାଇଦ୍ରାବାଦ, ୧୭।୧୦(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଓ୍ବେଷ୍ଟଇଣ୍ଡିଜ୍‌ କୋଚ୍‌ ଷ୍ଟୁଆର୍ଟ ଲଙ୍କୁ ମଙ୍ଗଳବାର ଦୁଇଟି ଦିନିକିଆରୁ ବାସନ୍ଦ କରିଛି। ଫଳରେ ସେ ଭାରତ ବିପକ୍ଷ ଆଗାମୀ ଦୁଇଟି ଦିନିକିଆ ମ୍ୟାଚ୍‌ରେ ଦାୟିତ୍ୱରେ ରହିବେ ନାହିଁ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ ସେ ମ୍ୟାଚ୍‌ ଅଫିସିଆଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଆଇସିସି ଆଚରଣବିଧୀ ଉଲ୍ଲଂଘନ କରିବା ସହ ବାସନ୍ଦାଦେଶର ସମ୍ମୁଖୀନ ହୋଇଛନ୍ତି। ଷ୍ଟୁଆର୍ଟଙ୍କ ଉପରେ ମ୍ୟାଚ୍‌ ଫି’ର ଶତପ୍ରତିଶତ ଜରିମାନା ଧାର୍ଯ୍ୟ କରାଯାଇଛି।

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ଦିନିକିଆ ଦଳକୁ ଉମେଶଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୧୬।୧୦(ପି.ଟି.)- ଦ୍ରୁତ ବୋଲର ଉମେଶ ଯାଦବ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ୧୦ ଉଇକେଟ ସଫଳତା ପାଇବା ପରେ ତାଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଛି। ଆହତ ହୋଇଥିବା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ବଦଳରେ ତାଙ୍କୁ ଏହି ସୁଯୋଗ ମିଳିଛି। ଆଗକୁ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆର ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଚୟନକର୍ତ୍ତାମାନେ ଦଳ ଘୋଷଣା କରିଥିଲେ। ତେବେ ଆହତ ହେବାରୁ ଠାକୁର ପୂରା ସିରିଜରୁ ବାଦ ପଡିଛନ୍ତି। 

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନ ୨୮୨ରେ ଅଲଆଉଟ୍‌

ଆବୁଧାବି,୧୬।୧୦ (ଏଏଫ୍‌ପି)- ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ଓପନର ଫକାର ଜମାନ ଓ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଅର୍ଦ୍ଧଶତକୀୟ ପାଳି ସହ ୮୧ ଓଭରରେ ୨୮୨ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରାରମ୍ଭିକ ବପର୍ଯ୍ୟୟର ସମ୍ମୁଖୀନ ହୋଇ ୭ ଉଭରରେ ଦୁଇ ଉଇକେଟ ହରାଇ ୨୦ ରନ ସଂଗ୍ରହ କରିଛି।  ୮ ଉଇକେଟ ହାତରେ ଥାଇ ଅଷ୍ଟ୍ରେଲିଆ ୨୬୨ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଅରୋନ ଫିଞ୍ଚ୍‌ ୧୩ ରନ କରି ଅପରାଜିତ ରହିଛନ୍ତି। ପ୍ରଥମ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରିଥିବା ତାରକା ଓପନର ଉସ୍‌ମାନ ଖ୍ବାଜା ୩ ଓ ପିଟର ସିଡଲ ୪ ରନ କରି ମହମ୍ମଦ ଆବାସଙ୍କ ଦ୍ୱାରା ଆଉଟ ହୋଇ ପ୍ୟାଭିଲିୟନ ଫରିଛନ୍ତି। 

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

୫୦୦୦ ମି. ରେସ୍‌ରେ ପାନଓ୍ବାରଙ୍କୁ ରୌପ୍ୟ

ବୁଏନ୍ସ ଏରିଜ,୧୬।୧୦ (ପି.ଟି.)- ସୁରାଜ ପାନଓ୍ବାର ଚଳିତ ୟୁଥ ଅଲିମ୍ପିକ୍ସର ୫୦୦୦ ମି. ରେସ୍‌ ଓ୍ବାକ ଇଭେଣ୍ଟରେ ରୌପ୍ୟ ପଦକ ଜିତି ଆଥ୍‌ଲେଟିକ୍ସ ବିଭାଗରେ ଭାରତର ପଦକ ଖାତା ଖୋଲିଛନ୍ତି

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା

ଓଡେନସେ(ଡେନମାର୍କ),୧୬।୧୦(ପି.ଟି.)- ଭାରତୀୟ  ଷ୍ଟାର ମହିଳା ଶଟଲର ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଡେନମାର୍କ ଓପନରେ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ସେ ପ୍ରଥମ ରାଉଣ୍ଡରେ ପରାଜୟ ସହ ଟୁର୍ନାମେଣ୍ଟର ବିଦାୟ ନେଇଛନ୍ତି। 

ସାଇ କୋଚ୍‌ଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ,୧୬।୧୦- ସ୍ଥାନୀୟ ସ୍ପୋଟର୍‌ସ ଅଥ୍‌ରିଟି ଅଫ୍‌ ଇଣ୍ଡିଆ (ସାଇ) କେନ୍ଦ୍ରରେ ୧୩ ବର୍ଷୀୟ ବାଳିକା ଆଥ୍‌ଲେଟଙ୍କୁ ଦୁର୍ବ୍ୟବହାର କରି ବିତାଡ଼ିତ ହୋଇଥିବା ସିନିୟର କବାଡ଼ି କୋଚ୍‌ ରୁଦ୍ରାପ୍ପା ଭି ହୋସାମାନି ଆତ୍ମହତ୍ୟା କରିଛନ୍ତି। ପୋଲିସ ତାଙ୍କ ମୃତଦେହକୁ ସୋମବାର ଠାବ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ସଚିନଙ୍କ ରେକର୍ଡ ଭାଙ୍ଗିବେ କୋହଲି

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଧିନାୟକ ବିରାଟ କୋହଲି ଆଗାମୀ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ନିକଟରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆ ଇତିହାସରେ ସର୍ବାଧିକ ରନ୍‌ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହେବା ଲାଗି କୋହଲିଙ୍କୁ ୧୮୬ ରନ୍‌ ଦରକାର।

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ମାଲଟା କ୍ଲବ ପକ୍ଷରୁ ବୋଲ୍ଟଙ୍କୁ ପ୍ରସ୍ତାବ

ସିଡ୍‌ନୀ,୧୬।୧୦-  ସ୍ପ୍ରିଣ୍ଟ କିଙ୍ଗ୍‌ ଉସେନ ବୋଲ୍ଟ ୟୁରୋପରେ ଫୁଟ୍‌ବଲ ଖେଳିପାରନ୍ତି। ତାଙ୍କୁ ମାଲଟା ଫୁଟ୍‌ବଲ କ୍ଲବ ପକ୍ଷରୁ ଦୁଇ ବର୍ଷଲାଗି ଚୁକ୍ତି ପ୍ରସ୍ତାବ ଦିଆଯାଇଛି। ଏ ନେଇ ମଙ୍ଗଳବାର ସୂଚନା ମିଳିଛି।

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ରୋହିତଙ୍କୁ କିସ୍‌ କଲେ ପ୍ରଶଂସକ

ହାଇଦ୍ରାବାଦ,୧୬।୧୦- ପ୍ରଶଂସକମାନେ ସୁରକ୍ଷା ବଳୟ ଭଙ୍ଗ କରି ନିଜ ଷ୍ଟାର କ୍ରିକେଟରଙ୍କୁ ଭେଟିବା ଏବେ ସାଧାରଣ କଥା। ନିକଟରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟରେ ଜଣେ ପ୍ରଶଂସକ ଆଲିଙ୍ଘନ କରିଥିଲେ। 

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଦିନିକିଆ କ୍ରିକେଟରେ ଅବିଶ୍ୱସନୀୟ ସ୍କୋର

ଆଡିଲେଡ୍‌,୧୬।୧୦- ଦିନିକିଆ କ୍ରିକେଟରେ ସୋମବାର ଏକ ଅବିଶ୍ୱସନୀୟ ଦଳଗତ ସ୍କୋର ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଏକ ମହିଳା ଦଳ ୫୦ ଓଭରରେ ୩ ଉଇକେଟ ହରାଇ ୫୯୬ ରନ୍‌ କରିଛି। 

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଗୁରୁକୁଳ ଜୁନିୟର ଟେନିସ ରିୟା-ଆକୃତି ଫାଇନାଲ

ଭୁବନେଶ୍ୱର, ୧୬ା୧୦(କ୍ରୀଡ଼ା ପ୍ରତିନିଧି)-
ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟରେ ଚାଲିଥିବା ଜୁନିୟର ଟେନିସ ଚାମ୍ପିୟନଶିପ୍‌ର ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ରିୟା ମର୍ଦ୍ଦରାଜ ଓ ଆକୃତିଙ୍କ ମଧ୍ୟରେ ଫାଇନାଲ ମୁକାବିଲା ହେବ। 

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

ପଦୋନ୍ନତି ପାଇଲେ ଓଡ଼ିଆ ସ୍କୋରର, ଭିଡିଓ ଆନାଲିଷ୍ଟ

କଟକ ଅଫିସ,୧୬ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦ୍ୱାରା ଆୟୋଜିତ ସ୍କୋରର ଓ ଭିଡିଓ ଆନାଲିଷ୍ଟ ପରୀକ୍ଷାରେ ଓଡ଼ିଶାର ୪ଜଣ ଉତ୍ତୀର୍ଣ୍ଣ ହୋଇ ପଦୋନ୍ନତି ହାସଲ କରିଛନ୍ତି ।