ସମ୍ବଲପୁର

ନୂତନ ବ୍ଲକ କଂଗ୍ରେସ କମିଟି ଗଠିତ

କଲମପୁର, ୩।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପୋଲଗୁଡ଼ା ରାଏଲଝାପି ଆମ୍ବତୋଟାରେ ଶନିବାର ଦିଲୀପ କୁମାର ନାଏକଙ୍କ ସଭାପତିତ୍ୱରେ କଂଗ୍ରେସ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ମହିଳା ସଭାନେତ୍ରୀ ଦ୍ରୌପଦୀ ମାଝୀ, ଜିଲା ସାଧାରଣ ସମ୍ପାଦକ ଅଶୋକ କୁମାର ସିଂ, ଜିଲା ସଂପାଦକ କୃଷ୍ଣଚନ୍ଦ୍ର ନାଏକ, ପିସିସି ସଭ୍ୟ ରାଧେକୃଷ୍ଣ ଧଙ୍ଗଡାମାଝୀ, ଜିଲା ପରିଷଦ ସଭ୍ୟ ମୂରଲୀଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ନୂତନ ବ୍ଲକ କମିଟି ଗଠନ କରାଯାଇଥିଲା। ସର୍ବସମ୍ମତିକ୍ରମେ ଥୁଆମୂଳ ରାମପୁର ବ୍ଲକ କଂଗ୍ରେସ ସଭାପତି ଭାବେ ଦିଲୀପ କୁମାର ନାଏକ, ସାଧାରଣ ସମ୍ପାଦକ ଭାବେ ମନୋରଞ୍ଜନ ନାଏକ, କାର୍ଯ୍ୟକାରି ସଭାପତି ଭାବେ ସୋମନାଥ ନାଏକ, ସବୀର କୁମାର ଧଙ୍ଗଡ଼ାମାଝୀ, ଉପ ସଭାପତି ଭାବେ ଧନୁର୍ଯ ନାଏକ, ଫୁଲୁ ମାଝୀ, ତ୍ରୀନାଥ ନାଏକ, ଯୁଗ୍ମ ସମ୍ପାଦକ ଭାବେ ନିଧନ ନାଏକ, ମୁକୁନ୍ଦ ମାଝୀ, ଦାଶରଥୀ ନାଏକ, ତଲସିଂ ମାଝୀ, ବାରୁ ମାଝୀ, ଡମ୍ବରୁଧର ନାଏକ, ଗୁଣି ମାଝୀ, କୋଷାଧ୍ୟକ୍ଷ ଭାବେ ଗୁରବାରୁ ମାଝୀ, ଯୁବ ସଭାପତି ଭାବେ ମହେଶ୍ୱର ନାଏକ, ଛାତ୍ର ସଭାପତି ଭାବେ ଲକ୍ଷ୍ମୀ ନାରାୟଣ ନାଏକ, ସେବାଦଳ ସଭାପତି ଭାବେ ପରମେଶ୍ୱର ନାଏକ ମନୋନୀତ ହୋଇଛନ୍ତି। ଏଥିରେ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

All Right Reserved By
Karnatak Exit Poll

Model This Week

ସଂଗୀତ

ସମ୍ବଲପୁର

ଡିଜେଲ ଟ୍ୟାଙ୍କର ସହ ଟ୍ରାକ୍ଟର ଧକ୍କା, ଡିଜେଲ ଟ୍ୟାଙ୍କରରେ ଥିବା ଜଣେ ମୃତ: ଅନ୍ୟ ଜଣେ ଗୁରୁତର

ଡିଜେଲ ଟ୍ୟାଙ୍କର ସହ ଟ୍ରାକ୍ଟର ଧକ୍କା, ଡିଜେଲ ଟ୍ୟାଙ୍କରରେ ଥିବା ଜଣେ ମୃତ: ଅନ୍ୟ ଜଣେ ଗୁରୁତର

ସିଂଘିଯୁବା,୨୦।୫(ଡି.ଏନ୍‌.ଏ)-ଶନିବାର ବିଳମ୍ବିତ ରାତିରେ ବିନିକା-ରାମପୁର ମୁଖ୍ୟରାସ୍ତାର ଦାନିପାଲି ଛକ ନିକଟରେ ଏକ ଦୁର୍ଘଟଣା ଘଟି ଗୋଟିଏ ଡିଜେଲ ଟ୍ୟାଙ୍କର ସହ ଏକ କୁବେଟା କମ୍ପାନୀର ଟ୍ରାକ୍ଟର ଚୁର୍‌ମାର ହୋଇଯାଇଛି। ଏହି ଦୁର୍ଘଟଣାରେ ଡିଜେଲ ଟ୍ୟାଙ୍କରରେ ଥିବା ଜଣେ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

 ଚିଚୈଗୁଡାରେ ଘରୁ ପଶି ଟଙ୍କା, ଗହଣା ଲୁଟ: ପୋଲିସର ତଦନ୍ତ

ଚିଚୈଗୁଡାରେ ଘରୁ ପଶି ଟଙ୍କା, ଗହଣା ଲୁଟ: ପୋଲିସର ତଦନ୍ତ

ଜୁନାଗଡ,୨୦।୫(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ଥାନା ଅନ୍ତର୍ଗତ ଚିଚୈଗୁଡା ଗ୍ରାମର ଶ୍ୱେତବାନ ମେହେରଙ୍କ ଘରୁ ରାତିରେ ଦୁର୍ବୁତ୍ତମାନେ ଗଡ୍ରେଜ ଭାଙ୍ଗି ୩୭ହଜାର ଟଙ୍କା ସହ ୧୧ଭରି ୧୩ଅଣି ସୁନାଗହଣା ଲୁଟି ନେଇଛନ୍ତି। ଶନିବାର ଏ ନେଇ ଶ୍ୱେତବାନ ଜୁନାଗଡ ଥାନାରେ ଏତଲା ଦେବା ପରେ ରବିବାର ଜୁନାଗଡ ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକର ଧରି ତଦନ୍ତ କରିବାକୁ ପହଞ୍ଚିଥିଲା।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫଳ ପ୍ରକାଶ: ଶ୍ରେଷ୍ଠ ତାଳିକାରେ ଭଟଲି  କଲେଜର ଇତିହାସ ସମ୍ମାନରେ ୬, ସଂସ୍କୃତ ସମ୍ମାନରେ ୩ ଛାତ୍ରୀଛାତ୍ର

ସମ୍ବଲପୁର ବିଶ୍ୱବିଦ୍ୟାଳୟ ଫଳ ପ୍ରକାଶ: ଶ୍ରେଷ୍ଠ ତାଳିକାରେ ଭଟଲି କଲେଜର ଇତିହାସ ସମ୍ମାନରେ ୬, ସଂସ୍କୃତ ସମ୍ମାନରେ ୩ ଛାତ୍ରୀଛାତ୍ର

ଭଟଲି,୨୦।୫(ଡି.ଏନ.ଏ)- ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବରଗଡ଼ ଜିଲା ଭଟଲି ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ୯ଜଣ ଛାତ୍ରୀଛାତ୍ର ଇତିହାସ ଏବଂ ସଂସ୍କୃତ ସମ୍ମାନରେ ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ରହିଛନ୍ତି। ଏଥିପାଇଁ କଲେଜ ପକ୍ଷରୁ ସମସ୍ତ କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

କନଷ୍ଟେବଳଙ୍କ ଆତ୍ମହତ୍ୟା

କନଷ୍ଟେବଳଙ୍କ ଆତ୍ମହତ୍ୟା

ରାଉରକେଲା ଅଫିସ, ୨୦।୫-ରାଉରକେଲା ରଘୁନାଥପାଲି ଥାନାର ଜଣେ କନଷ୍ଟେବଳ ଭୀମବାହାଦୁର ଭୀଟ (୪୧) ଆତ୍ମହତ୍ୟା କରିଛନ୍ତି। ସେ ରାଉରକେଲା ସେକ୍ଟର ୩ରେ ପରିବାର ସହ ରହୁଥିଲେ। ଶନିବାର ଅପରାହ୍ନରେ ସେ ରହୁଥିବା ଘରେ ବେକରେ ରଶି ଲଗାଇଦେଇଥିଲେ। ପରିବାର ଲୋକେ ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

୧୧୯୪ ହତାଧିକାରୀଙ୍କୁ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କଲେ ଶ୍ରମମନ୍ତ୍ରୀ

୧୧୯୪ ହତାଧିକାରୀଙ୍କୁ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କଲେ ଶ୍ରମମନ୍ତ୍ରୀ

ଭଟଲି,୨୦।୫(ଡି.ଏନ.ଏ)- ବରଗଡ଼ ଜିଲା ଭଟଲି ବ୍ଲକ କାର୍ଯ୍ୟାଳୟ ପରିସରରେ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଡ଼ିଓ ଧିରେନ୍ଦ୍ର କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି, ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଶ୍ରୀ ଦଧିବାମନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ପରେ ବିଡ଼ିଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ଇଚ୍ଛାମୃତ୍ୟୁ ଘଟଣା: ମିଳିଲାନି ସ୍ବାସ୍ଥ୍ୟସେବା; ଜୀବନଯୁଦ୍ଧରେ ହାରିଗଲେ ମୁନା

ଇଚ୍ଛାମୃତ୍ୟୁ ଘଟଣା: ମିଳିଲାନି ସ୍ବାସ୍ଥ୍ୟସେବା; ଜୀବନଯୁଦ୍ଧରେ ହାରିଗଲେ ମୁନା

ବରଗଡ଼ ଅଫିସ୍‌,୨୦।୪- ଶଯ୍ୟାଶାୟୀ ଏକମାତ୍ର ରୋଜଗାରିଆ ପୁଅର ଚିକିତ୍ସା ପାଇଁ ଜମିବାଡ଼ି ସବୁ ବିକିଦେଲେ। ପୁଅର ସ୍ବାସ୍ଥ୍ୟାବସ୍ଥା, ଚିକିତ୍ସାରେ ସେଭଳି ଅଭାବ ଅନଟନ ଦେଖି ବାପା ବି ଆଖି ବୁଜିଲେ। ଏହାପରେ ସହାୟତା ପାଇଁ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଲେ ବିଧବା ମା। ତଥାପି କିଛି ସହାୟତା ମିଳିଲାନି। ଶେଷରେ ଜିଲାପାଳଙ୍କଠାରେ ସାମୁହିକ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କଲେ।

କଏଦୀଙ୍କ ମୃତ୍ୟୁ

କଏଦୀଙ୍କ ମୃତ୍ୟୁ

ସମ୍ବଲପୁର, ୨୦।୫(ବ୍ୟୁରୋ)-ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବା ଜଣେ କଏଦୀଙ୍କର ରବିବାର ସକାଳେ ମୃତ୍ୟୁ ଘଟିଛି। ତାଙ୍କ ନାମ ପ୍ରସନ୍ନ ସାହୁ। ସେ ଏକ ହତ୍ୟା ଘଟଣାରେ ସମ୍ବଲପୁର ଜେଲରେ ସଜା କାଟୁଥିଲେ। ରବିବାର ସକାଳେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଜଣାପଡ଼ିନାହିଁ।

ମହୁମାଛି ଆତଙ୍କ, ଜଣେ ଗୁରୁତର: ସ୍ଥାନାନ୍ତର ହେଲା ସାପ୍ତାହିକ ବଜାର

ମହୁମାଛି ଆତଙ୍କ, ଜଣେ ଗୁରୁତର: ସ୍ଥାନାନ୍ତର ହେଲା ସାପ୍ତାହିକ ବଜାର

ଜୁନାଗଡ,୨୦।୫(ଡି.ଏନ୍‌.ଏ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳମଲା ସାପ୍ତାହିକ ହାଟରେ ଶନିବାର ମହୁମାଛିର ଆତଙ୍କ ଦେଖିବାକୁ ମିଳିଥିଲା। ବଜାର ପରିସର ପାଣିଟାଙ୍କି ଉପରେ ବସାବାନ୍ଧି ରହିଥିବା ମହୁମାଛିଗୁଡିକ ହଟାତ୍‌ କୌଣସି କାରଣ ବଶତଃ ଉଡିବାକୁ ଲାଗିଥିଲେ। ଫଳରେ ବଜାରରେ କାରବାର କରୁଥିବା କେତେକ ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲା।

ବିକାଶରେ ବାଧକ ଗୁଟେ ଠାନେ ଦୁଇଟା ଅଫିସ

ବିକାଶରେ ବାଧକ ଗୁଟେ ଠାନେ ଦୁଇଟା ଅଫିସ

ବିଜେପୁର, ୨୦।୫ (ଡି.ଏନ.ଏ) ଗୁଟେ ଠାନେ ଦୁଇ ଅଫିସ। ହେଲେ ବାଧକ୍‌ ସାଜିଛେ ବିକାଶ ଯୋଜ୍‌ନାରେ। ବରଗଡ ଜିଲା ବିଜେପୁର ବ୍ଲକ୍‌ ସଦର ମହକୁମାଥି ଏନ୍‌ତା ପରିସ୍‌ଥିତି ହେଇଥିବାର ଅଭିଯୋଗ୍‌ ହେଉଛେ। ବିଜେପୁର ପଁନ୍‌ଚେତ୍‌କେ ଏନଏସି ଘୋଷନା କର୍‌ବାକେ ବହୁତ୍‌ ଦିନ୍‌ ହେଲା ଦାବି ହେଇ ଆସୁଥିଲା। ଇ ପଁନ୍‌ଚେତ୍‌ ସଂଗେ ପଡ଼ା ପଁନ୍‌ଚେତ୍‌ର ମାଝୀପାଲି, ଜାରିଂ ପଁନ୍‌ଚେତ୍‌ର ଏମ୍‌ ଗଣ୍ଡପାଲି ଗାଁକେ ମିଶେଇ ରାଏଜ ସରକାର ଗଲାବଛର୍‌ ଏନଏସି ଘୋଷ୍‌ନା କରିଥିଲେ।

ମୃତ ପମ୍ପ ହାଉସ ଡ୍ରାଇଭରଙ୍କ ସ୍ତ୍ରୀଙ୍କୁ ବୀମାରାଶି ପ୍ରଦାନ

ମୃତ ପମ୍ପ ହାଉସ ଡ୍ରାଇଭରଙ୍କ ସ୍ତ୍ରୀଙ୍କୁ ବୀମାରାଶି ପ୍ରଦାନ

ଅତାବିରା, ୨୦।୫ (ଡି.ଏନ.ଏ) ଭେଡେନ ବ୍ଲକ ଡାଲବ ଆନ୍ଧ୍ରାବ୍ୟାଙ୍କ ପକ୍ଷରୁ ଶନିବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ବିଧବା ସ୍ତ୍ରୀଙ୍କୁ ୧ଲକ୍ଷ ଟଙ୍କା ବୀମାରାଶି ପ୍ରଦାନ କରାଯାଇଛି। ଗତ ମାର୍ଚ୍ଚ ୩ତାରିଖରେ ଦେଶଭଟିଲି ପଞ୍ଚାୟତ ପାନୀୟ ଜଳ ପ୍ରକଳ୍ପ ପମ୍ପହାଉସ ଡ୍ରାଇଭର ପ୍ରଶାନ୍ତ ଦାଶ ଓରଫ ରାଜୁ ଘରକୁ ଫେରୁଥିବା ସମୟରେ ଏକ ବାଇକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶିତ: ଶ୍ରେଷ୍ଠ ୧୫ ଭିତରେ ବଲାଙ୍ଗୀରର ୨ଛାତ୍ର

ବଲାଙ୍ଗୀର ଅଫିସ,୨୦।୫ ଶନିବାର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ବଲାଙ୍ଗୀର ଯୁବୋଦୟ କଲେଜର ୨ ଜଣ ଛାତ୍ର ରାଜ୍ୟର ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି କଲେଜର ଛାତ୍ର ଶିବାନନ୍ଦ କର୍ମୀ ୫୪୧ ମାର୍କ ଓ ଆଶୁତୋଷ ପଣ୍ଡା ୫୪୦ ମାର୍କ ରଖିଛନ୍ତି।

ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ୫୪୨ ମାର୍କ ରଖିଥିବା ଛାତ୍ରୀ:ଡାକ୍ତର ହେବି: ଜ୍ୟୋତିରାଣୀ

ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ୫୪୨ ମାର୍କ ରଖିଥିବା ଛାତ୍ରୀ:ଡାକ୍ତର ହେବି: ଜ୍ୟୋତିରାଣୀ

ସରଣ୍ଡା, ୨୦।୫ (ଡି.ଏନ.ଏ.) ବରଗଡ ଜିଲା ଅତାବିରା ମହାବିଦ୍ୟାଳୟର ଛାତ୍ରୀ ଜ୍ୟୋତିରାଣୀ ପଟେଲ ସିଏଚ୍‌ଏସ୍‌ଇ ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ୫୪୨ ମାର୍କ (୯୦ ପ୍ରତିଶତ) ରଖି ସାରା ଓଡିଶାରେ ଗୌରବ ଆଣିଛନ୍ତି। ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କଣ୍ଡପଲା ଗ୍ରାମର ମୂଳବାସିନ୍ଦା ଦୟାନିଧି ନାଏକଙ୍କ ଭାଣିଜୀ ଜ୍ୟୋତିଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା ଅତାବିରା ଅରବିନ୍ଦ ସ୍କୁଲରୁ।