ଖେଳ |

ଭଜିଙ୍କୁ ପଞ୍ଜାବ ବିଜୟ ହଜାରେ ଦଳର ନେତୃତ୍ୱ

ଭଜିଙ୍କୁ ପଞ୍ଜାବ ବିଜୟ ହଜାରେ ଦଳର ନେତୃତ୍ୱ

ଚଣ୍ଡିଗଡ଼,୩।୨- ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ପାଇଁ ଘୋଷିତ ପଞ୍ଜାବ ଦଳର ନେତୃତ୍ୱ ଭେଟେରାନ ଅଫ୍‌ ସ୍ପିନର ହରଭଜନ ସିଂଙ୍କୁ ଦିଆଯାଇଛି। ତାଙ୍କ ସହାୟତା ପାଇଁ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ ଉପଅଧିନାୟକ ଦାୟିତ୍ୱରେ ରହିବେ। ମୁଖ୍ୟ ଚୟନକର୍ତ୍ତା ଯଶପାଲ ଶର୍ମା ଘୋଷଣା କରିଥିବା ୧୫ ଜଣିଆ ପଞ୍ଜାବ ଦଳରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁଭମ ଗିଲ୍‌ଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହାବାଦ୍‌ ମନଦୀପ ସିଂ, ମନନ ବୋହରା, ସନ୍ଦୀପ ଶର୍ମା, ସିଦ୍ଧାର୍ଥ କାଉଲ ଓ ବରିନ୍ଦ୍ର ସିଂ ସରନଙ୍କୁ ଦଳରେ ସାମିଲ କରାଯାଇଛି। ଉଲ୍ଲେଖଥାଉ କି, ପଞ୍ଜାବ ତା’ର ପ୍ରଥମ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିବ। ଏବେ ଝାଡ଼ଖଣ୍ଡ ଦଳର ନିୟମିତ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବାରୁ ତାଙ୍କ ବଦଳରେ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଈଶାନ କିଷାନଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି। ତାଙ୍କ ବ୍ୟତୀତ ଦଳରେ ବିରାଟ ସିଂ, ସୌରଭ ତିଓ୍ବାରୀ, ଶାହାବାଜ ନଦିମ ଓ ବରୁନ ଆରୋନଙ୍କ ଭଳି ଖେଳାଳି ରହିଛନ୍ତି।

All Right Reserved By

Model This Week

ସୌମ୍ୟ

ଖେଳ |

ଚାମ୍ପିୟନ୍ସ ଲିଗ୍‌ ଫୁଟବଲ:  ରିୟଲ ମାଡ୍ରିଡକୁ ହ୍ୟାଟ୍ରିକ ଟାଇଟଲ

ଚାମ୍ପିୟନ୍ସ ଲିଗ୍‌ ଫୁଟବଲ: ରିୟଲ ମାଡ୍ରିଡକୁ ହ୍ୟାଟ୍ରିକ ଟାଇଟଲ

କିଏଭ,୨୭।୫(ଏ.ଏଫ୍‌.ପି.)- ହାଇପ୍ରୋଫାଇଲ ଚାମ୍ପିୟନ୍ସ ଲିଗ୍‌ ଫୁଟବଲରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ରିୟଲ ମାଡ୍ରିଡ ପୁଣିଥରେ କମାଲ କରିଛି। ଶନିବାର ଏଠାରେ ଅନୁଷ୍ଠିତ ଲିଗ୍‌ର ଫାଇନାଲ ମ୍ୟାଚ୍‌ରେ ମାଡ୍ରିଡ୍‌ ୩-୧ ଗୋଲରେ ଲିଭରପୁଲକୁ ପରାସ୍ତ କରି କ୍ରମାଗତ ତୃତୀୟଥର ପାଇଁ ଚାମ୍ପିୟନ ହେବା ସହ ହ୍ୟାଟ୍ରିକ ଟାଇଟଲ ଅର୍ଜନ କରିଛି। ଗ୍ୟାରେଥ ବେଲଙ୍କ ଡବଲ୍‌ ଗୋଲ ସହାୟତାରେ ମାଡ୍ରିଡ ଏହି ନିର୍ଣ୍ଣାୟକ ମ୍ୟାଚରେ ବିଜୟୀ ହୋଇଛି। ମାଡ୍ରିଡ ତରଫରୁ କରିମ ବେନଜେମା ୫୧ ମିନିଟରେ ପ୍ରଥମ ଗୋଲ ଦଳ ଦଳକୁ ଅଗ୍ରଣୀ କରାଇଥିଲେ। ତେବେ ଏହାର ଠିକ ୪ ମିନିଟ ପରେ ଲିଭରପୁଶର ସାଡିଓ ମାନେ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ତରକୁ ଆଣିଥିଲେ। ଏହା ପରେ ଗ୍ୟାରେଥ ବେଲଙ୍କ କମାଲ ଦେଖିକାକୁ ମିଳିଥିଲା। ବେଲ୍‌ ୬୪ତମ ମିନିଟରେ ଦ୍ୱିତୀୟ ଗୋଲ ଦେଇ ମାଡ୍ରିଡକୁ ପୁଣିଥରେ ଅଗ୍ରଣୀ କରାଇଥିଲେ। ଏହାପରେ ୮୩ତମ ମିନିଟରେ ବେଲ୍‌ ଆଉ ଏକ ଚମତ୍କାର ଗୋଲ ଦେଇ ଦଳ ବିଜୟରେ ମୁଣ୍ଡିମାରିଥିଲେ।

ବାଂଲାଦେଶ କୋଚ୍‌ ପଦରେ ରହିଲେ ଓ୍ବାଲ୍ସ

ବାଂଲାଦେଶ କୋଚ୍‌ ପଦରେ ରହିଲେ ଓ୍ବାଲ୍ସ

ଢାକା, ୨୭।୫ (ଏ.ଏଫ୍‌.ପି.)- ମଧ୍ୟବର୍ତ୍ତୀକାଳୀନ କୋଚ୍‌ ତଥା ଓ୍ବେଷ୍ଟଇଣ୍ଡିଜ ବୋଲିଂ ଲିଜେଣ୍ଡ କର୍ଟନୀ ଓ୍ବାଲ୍‌ଙ୍କୁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ତାଙ୍କ ପଦରେ ବଜାୟ ରଖିଛି। ଓ୍ବାଲ୍ସ ଆସନ୍ତାମାସରେ ଖେଳାଯିବାକୁ ଥିବା ଆଫ୍‌ଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ପାଇଁ କୋଚ୍‌ ଦାୟିତ୍ୱରେ ରହିବେ ବୋଲି ବିସିବି ରବିବାର ସ୍ପଷ୍ଟ କରିଛି। ଶ୍ରୀଲଙ୍କାର ଚନ୍ଦିକା ହାଥୁରୁସିଂଘା ୩ ବର୍ଷ କୋଚ୍‌ ପଦରେ ରହିବା ପରେ ଗତ ଅକ୍ଟୋବରରେ ଇସ୍ତଫା ଦେଇଥିଲେ। ସେବଠାରୁ ଦଳରେ କୌଣସି ମୁଖ୍ୟ କୋଚ୍‌ ନାହାନ୍ତି। ଡେରାଡୁନ୍‌ରେ ଆଫଗାନିସ୍ତାନ ଆୟୋଜକ ଭାବେ ବାଂଲାଦେଶ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଜୁନ୍‌ ୩ରୁ ୭ ତାରିଖ ମଧ୍ୟରେ ମ୍ୟାଚ୍‌ଗୁଡିକ ଖେଳାଯିବ।

ରିୟଲ ମାଡ୍ରିଡ୍‌ ଛାଡିବେ ରୋନାଲ୍ଡୋ

ରିୟଲ ମାଡ୍ରିଡ୍‌ ଛାଡିବେ ରୋନାଲ୍ଡୋ

କିଏଭ,୨୭।୫(ଏ.ଏଫ୍‌.ପି.)- ପର୍ତ୍ତୁଗାଲ ଫୁଟବଲ ସୁପରଷ୍ଟାର କ୍ରୀଷ୍ଟିଆନୋ ରୋନାଲ୍ଡୋ ନିଜର ପ୍ରିୟ ସ୍ପାନିସ୍‌ କ୍ଲବ ରିୟଲ ମାଡ୍ରିଡ୍‌ ଛାଡିବେ ବୋଲି ପ୍ରାକ୍‌ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ସେ ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି କହିଛନ୍ତି। ଶନିବାର ଚାମ୍ପିୟନ୍ସ ଲିଗ୍‌ ବିଜୟ ପରେ ରୋନାଲ୍ଡୋ ଏ ନେଇ ନିଜର ମତ ରଖିଥିଲେ। ଫାଇନାଲ ମ୍ୟାଚ୍‌ରେ ମାଡ୍ରିଡ୍‌ ୩-୧ ଗୋଲରେ ଲିଭରପୁଲକୁ ପରାସ୍ତ କରି କ୍ରମାଗତ ତୃତୀୟଥର ପାଇଁ ଟାଇଟଲ ଜିତିଛି। ଏବେ ଆମେ ଏହି ବିଜୟକୁ ଉପଭୋଗ କରୁଛୁ ଓ ବ୍ୟସ୍ତଅଛୁ। ଆଗାମୀ କିଛି ଦିନ ମଧ୍ୟରେ ମୁଁ ଏ ସଂକ୍ରାନ୍ତରେ ସବୁ କିଛି ସ୍ପଷ୍ଟ କରିବି। ମାଡ୍ରିଡ ସହ ଦୀର୍ଘ ଦିନ ଜଡିତ ରହିଆସିଛି ଓ ଏହା ମୋ ପାଇଁ ଏକ ଚମତ୍କାର ଅନୁଭବ ବୋଲି ରୋନାଲ୍ଡୋ କହିଛନ୍ତି। ମାଡ୍ରିଡ ପାଇଁ ରୋନାଲ୍ଡୋ ସର୍ବକାଳୀନ ସର୍ବାଧିକ ଗୋଲ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି।

ଫାଇନାଲକୁ ଉଠି ପାରିଲେନି ଶୁଟର ରବି କୁମାର

ଫାଇନାଲକୁ ଉଠି ପାରିଲେନି ଶୁଟର ରବି କୁମାର

ମ୍ୟୁନିକ, ୨୭।୫(ପି.ଟି.)- ଭାରତୀୟ ଶୁଟର ରବି କୁମାର ଚଳିତ ବର୍ଷର ୩ୟ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଫାଇନାଲକୁ ଉଠିପାରି ନାହାନ୍ତି। ଏଠାରେ ଚାଲିଥିବା ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ୦.୬ ପଏଣ୍ଟ ବ୍ୟବଧାନରେ ତ୍ରୟୋଦଶ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ହାସଲ କରିପାରିନାହାନ୍ତି। ମେକ୍ସିକୋରେ ଅନୁଷ୍ଠିତ ବିଶ୍ୱକପ୍‌ରେ ବ୍ରୋଞ୍ଜ ପଦକ ଏବଂ କୋରିଆରେ ଅନୁଷ୍ଠିତ ବିଶ୍ୱକପ୍‌ରେ ୪ର୍ଥ ସ୍ଥାନ ହାସଲ କରିଥିବା ରବି ୬୦ ଶଟ୍‌ ବିଶିଷ୍ଟ ଯୋଗ୍ୟତା ପର୍ଯ୍ୟାୟରେ ୬୨୮.୬ ପଏଣ୍ଟ ରଖିଥିଲେ। ଫଳରେ ୦.୬ ବ୍ୟବଧାନରେ ୮ ଜଣିଆ ଫାଇନାଲକୁ ପ୍ରବେଶ କରିବାରେ ବିଫଳ ହୋଇଥିଲେ।

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ କପ୍‌ ଫୁଟବଲ୍‌: ଓଡ଼ିଶା ପୋଲିସ ଚାମ୍ପିୟନ୍‌

ଫୁଲବାଣୀ ଅଫିସ,୨୭।୫: ଫୁଲବାଣୀ କରୋନେଶନ୍‌ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ ଦିବାରାତ୍ର ଫୁଲବାଣୀ କପ୍‌-୨୦୧୮ ଫୁଟବଲ୍‌ ଟୁର୍ନାମେଣ୍ଟର ଫାଇନାଲ୍‌ରେ ଓଡ଼ିଶା ପୋଲିସ୍‌ ଟାଇବ୍ରେକରରେ ରାଉରକେଲାକୁ ହରାଇ ଚାମ୍ପିୟନ ହୋଇଛି।

 ରିକାର୍ଡୋଙ୍କୁ ପୋଲ୍‌ ପୋଜିଶନ

ରିକାର୍ଡୋଙ୍କୁ ପୋଲ୍‌ ପୋଜିଶନ

ମୋନାକୋ, ୨୭ା୫ (ଏଏଫ୍‌ପି)- ରବିବାର ହେବାକୁଥିବା ମୋନୋକୋ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ପାଇଁ ରେଡ୍‌ବୁଲର ଡାନିଏଲ ରିକାର୍ଡୋ ପୋଲ ପୋଜିଶନ ହାସଲ କରିଛନ୍ତି। ଫାଇନାଲ ପ୍ରାକ୍ଟିସରେ ଟିମ୍‌ମେଟ୍‌ ମାକ୍ସ ଭର୍ଷ୍ଟାପେନ୍‌ଙ୍କର ଏକ ବଡ଼ ଦୁର୍ଘଟଣା ଯୋଗୁ ସେ ଏହି ସେସନରେ ଅଂଶଗ୍ରହଣ କରିପାରି ନ ଥିଲେ। ତାଙ୍କ କାର୍‌ ଏକ ନୂଆ ଗିଅର୍‌ ବକ୍ସ ଆବଶ୍ୟକ କରୁଥିଲା। ଠିକଣା ସମୟରେ ତାହାର ମରାମତି ହୋଇପାରି ନ ଥିଲା। ଫଳରେ ସେ ରବିବାର ଗ୍ରୀଡ୍‌ ପଛରୁ ରେସ୍‌ ଆରମ୍ଭ କରିବେ। ରିକାର୍ଡୋଙ୍କ ଏହା ହେଉଛି ଦ୍ୱିତୀୟ ପୋଲ ପୋଜିଶନ। ଏହା ପୂର୍ବରୁ ସେ ୨୦୦୬ରେ ପୋଲ ପୋଜିଶନ ହାସଲ କରିଥିଲେ।

ଜାତୀୟ ଗ୍ରାପ୍‌ଲିଂରେ ଓଡ଼ିଶାକୁ ୪ ସ୍ବର୍ଣ୍ଣ

ଜାତୀୟ ଗ୍ରାପ୍‌ଲିଂରେ ଓଡ଼ିଶାକୁ ୪ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ମହାରାଷ୍ଟ୍ରର ନାସିକ ଇନ୍‌ଡୋର ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଚାଲିଥିବା ଜାତୀୟ ଗ୍ରାପଲିଂ ପ୍ରତିଯୋଗିତାର ଏକାଦଶ ସଂସ୍କରଣରେ ଓଡ଼ିଶା ଦଳ ୪ଟି ସ୍ବର୍ଣ୍ଣ ସହ ମୋଟ୍‌ ୬ଟି ପଦକ ଜିତିଛି।

ଓଡ଼ିଆ ଝିଅ ସୋହିନୀ ରନର୍ସଅପ୍‌

ଓଡ଼ିଆ ଝିଅ ସୋହିନୀ ରନର୍ସଅପ୍‌

ଭୁବନେଶ୍ୱର, ୨୭।୫(ସ୍ପୋର୍ଟ୍‌ସ ବ୍ୟୁରୋ)- ଇମ୍ଫାଲ ଡିଷ୍ଟ୍ରିକ୍ଟ ଟେନିସ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ୧୨ ବର୍ଷରୁ କମ୍‌ ଏଆଇଟିଏ ସୁପର୍‌ ସିରିଜ ପ୍ରତିଯୋଗିତାରେ ଓଡ଼ିଶାର ସୋହିନୀ ସଞ୍ଜୟ ମହାନ୍ତି ରନର୍ସଅପ୍‌ ହୋଇଛନ୍ତି।

ଷ୍ଟେଟ୍‌ ସ୍କୁଲ୍ସ ଓପନ୍‌ ଚେସ୍‌: ପ୍ରଭାଂଶୁ ଚାମ୍ପିୟନ

ଷ୍ଟେଟ୍‌ ସ୍କୁଲ୍ସ ଓପନ୍‌ ଚେସ୍‌: ପ୍ରଭାଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଷ୍ଟେଟ୍‌ ଚେସ୍‌ ଆସୋସିଏଶନ ଓ ସାଇ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ଏକଦିବସୀୟ ପ୍ରଥମ ଷ୍ଟେଟ୍‌ ଓପନ୍‌ ସ୍କୁଲ୍ସ ଚେସ୍‌ ଚାମ୍ପିୟନଶିପ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି।

ଟାଉନ କ୍ଲବକୁ ହରାଇଲା ଶହୀଦ ସ୍ପୋର୍ଟିଂ

ଟାଉନ କ୍ଲବକୁ ହରାଇଲା ଶହୀଦ ସ୍ପୋର୍ଟିଂ

ଭୁବନେଶ୍ୱର, ୨୭।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଟାଉନ୍‌ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ୍‌ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଶହୀଦ ସ୍ପୋର୍ଟିଂ ଦଳ ୭ ଉଇକେଟ୍‌ରେ ଆୟୋଜକ ଟାଉନ କ୍ଲବକୁ ପରାସ୍ତ କରିଛି। ବିଜୟୀ ଦଳର ମନୋଜ ବାରିକ (୫ ଉଇକେଟ୍‌) ଓ ଶୁଭମ ଶତ୍ରୁଜିତ୍‌ (୯୯ ରନ)ଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଥିଲା। ଏହି ପରାଜୟ ପରେ ଟାଉନ କ୍ଲବ ହ୍ୟାଟ୍ରିକ ବିଜୟ ହାସଲରୁ ବଞ୍ଚତ୍ତ ହୋଇଛି।

କୋଚ୍‌ ଦାୟିତ୍ୱକୁ ଫେରିଲେ ଦେବାଶିଷ

କୋଚ୍‌ ଦାୟିତ୍ୱକୁ ଫେରିଲେ ଦେବାଶିଷ

କଟକ ଅଫିସ, ୨୭।୫- ରାଜ୍ୟ ରଣ୍‌ଜୀ ଦଳର ମୁଖ୍ୟ କୋଚ୍‌ ଭାବେ ଦେବାଶିଷ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ୨୦୧୧ ମସିହାରୁ ରାଜ୍ୟ ସିନିୟର କ୍ରିକେଟର କୋଚ୍‌ ଭାର ସମ୍ଭାଳି ଆସୁଥିବା ଏହି ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ୨୦୧୭-୧୮ ସିଜିନ୍‌ରେ ବ୍ୟକ୍ତିଗତ କାରଣ ଦର୍ଶାଇ କୋଚ୍‌ ଦାୟିତ୍ୱ ଗ୍ରହଣ କରି ନ ଥିଲେ। ତେବେ ପୁନର୍ବାର ଦେବାଶିଷ ରାଜ୍ୟ ରଣଜୀ ଦଳର କୋଚ୍‌ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୧୮-୧୯ ସିଜିନ୍‌ ନିମନ୍ତେ ଶନିବାର ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ସମସ୍ତ ବୟସ ବର୍ଗର କୋଚ୍‌, ଚୟନକର୍ତ୍ତା, ଟ୍ରେନର ଓ ଫିଜିଓମାନଙ୍କ ନାମ ଘୋଷଣା କରାଯାଇଛି ।

ଷ୍ଟିଙ୍ଗ୍‌ ଅପରେଶନ: ଭାରତ-ଶ୍ରୀଲଙ୍କା ଟେଷ୍ଟରେ ପିଚ୍‌ ଫିକ୍ସିଂ

ଷ୍ଟିଙ୍ଗ୍‌ ଅପରେଶନ: ଭାରତ-ଶ୍ରୀଲଙ୍କା ଟେଷ୍ଟରେ ପିଚ୍‌ ଫିକ୍ସିଂ

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଗତବର୍ଷ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଏକ ଟେଷ୍ଟ ମ୍ୟାଚରେ ପିଚ୍‌ ଫିକ୍ସିଂ ହୋଇଥିବା ଏକ ଷ୍ଟିଙ୍ଗ ଅପରେଶନରେ ଦାବି କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତରଫରୁ ଶନିବାର ଏହାର ତଦନ୍ତ ଆରମ୍ଭ କରାଯାଇଛି।