ମେଟ୍ରୋ |

ସତ୍ୟବାଦୀ ମହୋତ୍ସବ ପାଇଁ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା

ସତ୍ୟବାଦୀ ମହୋତ୍ସବ ପାଇଁ ନୃତ୍ୟ ସଙ୍ଗୀତ ପ୍ରତିଯୋଗିତା
ସାକ୍ଷୀଗୋପାଳ, ୩।୨(ଡି.ଏନ.ଏ.): ନୃତ୍ୟ ସଙ୍ଗୀତରେ ଭରା ସତ୍ୟବାଦୀ ମହୋତ୍ସବ ୨୦୧୮ ଆସନ୍ତା ୯, ୧୦, ୧୧ରେ ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ। ଏହି ଉତ୍ସବରେ ସ୍ଥାନୀୟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ଶନିବାର ବିଦ୍ୟାଳୟସ୍ତରୀୟ ନୃତ୍ୟ, ସଙ୍ଗୀତ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାକ୍ଷୀଗୋପାଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗର ୨ଶହ ପ୍ରତିଯୋଗୀ ଭାଗନେଇ ସେମାନଙ୍କର କଳା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଗୁରୁକୁଳ, ସେଣ୍ଟଜାଭିୟର, ଏଲ୍‌ ଏନ୍‌ ନୋଡାଲ, ଗୋପାଳପୁର ପାଟଣା, ବରାଳ, ବୀରଗୋବିନ୍ଦପୁର, ଚନ୍ଦ୍ର ବ୍ରହ୍ମପୁର, ମଧୁବନ ଓ ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଏଥିରେ ଯୋଗଦେଇ ଓଡ଼ିଶୀ, ସମ୍ବଲପୁରୀ, ଦେଶାତ୍ମବୋଧ, ଆଧୁନିକ ଓ ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ମହୋତ୍ସବର କମିଟି ସଭାପତି ଜାନକୀ ବଲ୍ଲଭ ମିଶ୍ର, ସମ୍ପାଦକ ଜାନକୀବଲ୍ଲଭ ବରାଳ ଓ ସଂଯୋଜକ ଦୀପକ କୁମାର ଶତପଥୀଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
All Right Reserved By

ମେଟ୍ରୋ |

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

ମହାଦଶମୀ ଅବସରରେ ମା’ ମଙ୍ଗଳା ମନ୍ଦିରରେ ଭକ୍ତଙ୍କ ଭିଡ଼

କାକଟପୁର,୧୯।୧୦(ଡି.ଏନ୍‌.ଏ.)- ଶୁକ୍ରବାର ମହାଦଶମୀ ଅବସରରେ ପ୍ରାତଃରୁ ବିଭିନ୍ନ ସ୍ଥାନରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରର ମା’ ମଙ୍ଗଳା ମନ୍ଦିରକୁ। ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପାଇଁ  ଭକ୍ତଙ୍କ ଭିଡ଼ରେ ଚଳଚଞ୍ଚଳ ହୋଇ ପଡିଥିଲା ମଙ୍ଗଳା ମନ୍ଦିର । 

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

ଅନାଥଙ୍କ ସହ କଟକ ମେଢ଼ ବୁଲିଲେ ପଦ୍ମାଳୟ

କଟକ ଅଫିସ,୧୯।୧୦- ଓଡ଼ିଶାର ଯେକୌଣସି ଅଞ୍ଚଳରେ ବୁଲିଲେ ମଧ୍ୟ ଦୁର୍ଗାପୂଜା ପାଇଁ କଟକ ସହର ବେଶ ଜଣାଶୁଣା। ସେଠାକାର ମଣ୍ଡପରେ ହୋଇଥିବା ଆକର୍ଷଣୀୟ ମୂର୍ତ୍ତି ହେଉ କି ସୁସଜ୍ଜିତ ତୋରଣ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଇନ୍‌ପୁଟ୍‌ ସବ୍‌ସିଡି, ପ୍ରଭାବିତ ଅଞ୍ଚଳ ବୁଲି ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ମିଳିବ। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା ସବ୍‌ସିଡି ମିଳିବ। ସେହିଭଳି ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୮୦୦ ଟଙ୍କା ଦିଆଯିବ ବୋଲି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଦିଲ୍ଲୀ ସ୍ଥିତି ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ସୁପରହିଟ୍‌ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ସେ ଦେଇଛନ୍ତି। 

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀରେ ୩୯ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

ପୁରୀ ଅଫିସ,୧୯।୧୦: ପବିତ୍ର ଦଶହରା ପାଇଁ ପୁରୀ ସହର ଉତ୍ସବମୁଖର ହୋଇପଡ଼ିଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ୩୯ ପୂଜା ମଣ୍ଡପରେ ମା’ ପୂଜା ପାଉଛନ୍ତି। ମା’ଙ୍କ ଦର୍ଶନ ପାଇଁ ପୂଜା ମଣ୍ଡପଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ମହାପ୍ରଭୁଙ୍କୁ ଦର୍ଶନ କଲେ ରାଜ୍ୟପାଳ

ପୁରୀ ଅଫିସ,୧୯।୧୦: ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧.୫୦ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କର ସୁନାବେଶ ଦର୍ଶନ କରିଥିଲେ।

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ଶ୍ରୀମନ୍ଦିରରେ ଏଣିକି ଅପରାହ୍ନ ୪ଟାରେ ବାନା ବନ୍ଧା

ପୁରୀ ଅଫିସ,୧୯।୧୦: ଶ୍ରୀମନ୍ଦିର ଚୂଡ଼ାରେ ପ୍ରତିଦିନ ପତିତପାବନ ବାନା ବନ୍ଧା ଯାଇଥାଏ। ବର୍ତ୍ତମାନ ଶୀତଋତୁ ଆରମ୍ଭ ହୋଇଥିବାରୁ ଏବଂ ଶୀଘ୍ର ସନ୍ଧ୍ୟା ହେଉଥିବାରୁ ପ୍ରତ୍ୟହ ଅପରାହ୍ନ ୪ଟାରେ ବାନା ବନ୍ଧାଯିବାକୁ ସ୍ଥିର ହୋଇଛି। ଚୂନରା ସେବକମାନେ ୩ଟାରେ ବାନା ବାନ୍ଧିବା ଲାଗି ଶ୍ରୀମନ୍ଦିର ଚୂଡାକୁ ଚଢ଼ିବେ। ୪ଟାରେ ବାନା ବନ୍ଧାଯିବ। 

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୯।୧୦: ଶୁକ୍ରବାର ପବିତ୍ର ବିଜୟା ଦଶମୀ ତଥା ଦଶହରା। ଶ୍ରୀମନ୍ଦିରରେ ବିଜୟା ଦଶମୀ ନୀତି ପାଳିତ ହୋଇଛି। ଦ୍ୱାର ଫିଟା, ମଙ୍ଗଳ ଆଳତୀ ଓ ଅବକାଶ ନୀତି ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଥ ବିଗ୍ରହଙ୍କର ସୁନା ବେଶ ହୋଇଛି। ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। 

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

ଫେକ୍‌ ଆଇଡିରେ ଅଶ୍ଳୀଳ ଭିଡିଓ ସେୟାର କରି ଯୁବକ ଗିରଫ

କଟକ ଅଫିସ,୧୮।୧୦- ହାଟ୍ସଆପରେ ଫେକ ଆଇଡି ବନାଇ ଅଶ୍ଲୀଳ ଭିଡିଓ ସେୟାର କରିଥିବାରୁ ଗୁରୁବାର ଓଡ଼ିଶା କ୍ରାଇମବାଞ୍ଚ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜଟଣୀ ଅଞ୍ଚଳର ପଓ୍ବନ ଅଗ୍ରଓ୍ବାଲ । 

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ପ୍ରଶାସନ ଶୁଣିଲାନି , ନର୍ଦ୍ଦମା ସଫାକଲେ ଯୁବକ

ଏରସମା, ୧୮।୧୦(ଡି.ଏନ୍‌.ଏ.)- ଏରସମା ବ୍ଲକ ସଦର ମହକୁମାଠାର ମାତ୍ର କିଛି ବାଟ ଦୂରରେ ଥିବା ଏକ ଢଳାଇ ରାସ୍ତା ଉପରେ ଥିବା ଡ୍ରେନ୍‌ ପାଣି ଯୋଗୁ ସ୍ଥାନୀୟ ବାସୀନ୍ଦା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ।

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ମେଢ଼ ଦର୍ଶନ କଲେ ରାଜ୍ୟପାଳ

କଟକ ଅଫିସ,୧୮।୧୦- ଦୁର୍ଗାପୂଜାର ଗୁରୁବାର ମହାନବମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକ ସହରର ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲି ମା’ ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି । 

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବିଧାୟକଙ୍କ କୁଶପୁତ୍ତଳିକା ଦାହ

ବାରଙ୍ଗ,୧୮।୧୦(ଡି.ଏନ୍‌.ଏ.)- ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ବାରଙ୍ଗ କଲେଜ ଛକଠାରେ ଗୁରୁବାର ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।