Dharitri News
ମେଟ୍ରୋ |

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ଖୋର୍ଦ୍ଧା ଅଫିସ,୩।୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ପୋଲିସ ବଡପୋଖରିଆ ନିକଟସ୍ଥ ହାତିଆ ଜଙ୍ଗଲର ଏକ କାଜୁଗଛରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରିଛି। ମୃତ ଯୁବକ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ଅଲ୍ଲୀପୁର ପଞ୍ଚାୟତ ଗବାନଳ ଗ୍ରାମର କୃଷ୍ଣଚନ୍ଦ୍ର ନାୟକ(୩୬)। କୃଷ୍ଣଚନ୍ଦ୍ର ସାଲିଆ ସାହିରେ ରହୁଥିଲେ। ଏହା ହତ୍ୟା ଅଥବା ଆତ୍ମହତ୍ୟା ତାହା ଜଣାପଡିନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି।

ମେଟ୍ରୋ |

ଭାଙ୍ଗିଗଲା ଅସ୍ଥାୟୀ ରତ୍ନ ସିଂହାସନ

ଭାଙ୍ଗିଗଲା ଅସ୍ଥାୟୀ ରତ୍ନ ସିଂହାସନ

ପୁରୀ ଅଫିସ,୧୭।୨: ଭାଙ୍ଗିଗଲା ମହାପ୍ରଭୁଙ୍କ ଅସ୍ଥାୟୀ ରତ୍ନ ସିଂହାସନ। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହୋଇଗଲା ଦୁଇ ଦଶନ୍ଧିର ଏହି ଐତିହ୍ୟ। ପ୍ରଥମେ ଉଇ ଖାଇଯିବା ପରେ ଏବେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ: ୨ ମାସରେ ଫଇସଲା ହେବ ୧୯ ବର୍ଷର ଆବେଦନ

ଶ୍ରୀଜଗନ୍ନାଥଙ୍କ ଜମି ବିକ୍ରି ପ୍ରସଙ୍ଗ: ୨ ମାସରେ ଫଇସଲା ହେବ ୧୯ ବର୍ଷର ଆବେଦନ

ପୁରୀ ଅଫିସ, ୧୭।୨: ଶ୍ରୀଜଗନ୍ନାଥଙ୍କ ଜମି କିଣିବାକୁ ଦୀର୍ଘ ୧୯ବର୍ଷ ଧରି ଲୋକମାନେ ଆବେଦନ କରି ଚାହିଁ ବସିଛନ୍ତି। ହେଲେ କର୍ମଚାରୀ ଅଭାବ ଏବଂ ବିଭିନ୍ନ ସମସ୍ୟା କାରଣରୁ ଆବେଦନଗୁଡିକ ଫାଇଲ ଭିତରେ ରହିଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଏବେ ଏ ଦିଗରେ ଅଧିକ ତତ୍ପରତା ଦେଖାଇଛି।

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ସଜେଇ ହେଲାଣି ଦୋଳବେଦି: ଦୋଳିରେ ଝୁଲିବେ ଦୋଳଗୋବିନ୍ଦ

ପୁରୀ ଅଫିସ, ୧୭।୨: ଆସନ୍ତା ମାର୍ଚ୍ଚ ୧ ତାରିଖରେ ପବିତ୍ର ଦୋଳ ପୂର୍ଣ୍ଣିମା। ଏଥିପାଇଁ ସଜେଇ ହେଲାଣି ଦୋଳବେଦି। ଦୋଳ ପୂର୍ଣ୍ଣିମାରେ ଦୋଳବେଦି କୁଞ୍ଜରେ ଦୋଳି ଖେଳିବେ ଶ୍ରୀଦୋଳଗୋବିନ୍ଦ। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଦୋଳବେଦି ପରିସରକୁ ସଫା କରିବା ଆରମ୍ଭ କରିଛି।

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ରାଜଧାନୀରେ ଦନ୍ତା ଆତଙ୍କ: ଫେରିବା ବାଟପାଉନି, ଏଣେତେଣେ ଘୂରି ବୁଲୁଛି

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ଭରତପୁର ଜଙ୍ଗଲରୁ ଭୁବନେଶ୍ୱର ସହର ଭିତରକୁ ଚାଲିଆସିଥିବା ଦନ୍ତା ହାତୀକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଜଙ୍ଗଲକୁ ଫେରିବାକୁ ବାଟ ନ ପାଇ ହାତୀଟି ଖଣ୍ଡଗିରି ଅଞ୍ଚଳରେ ଘୂରି ବୁଲୁଛି। ଯେଉଁଠି ଜଙ୍ଗଲିଆ ସ୍ଥାନ ଦେଖୁଛି ସେଠାକୁ ପଶି ଲୁଚିଯାଉଛି। ଦିନରାତି ଦନ୍ତାଟି ବାଟବଣା ହୋଇ ଏଣେତେଣ ବୁଲୁଥିବାବେଳେ ତାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗୁଛି। ସେପଟେ ଭିଡ଼ ଦେଖିଲେ ହାତୀଟି ହିଂସ୍ର ହୋଇପଡ଼ୁଛି। ଆକ୍ରମଣ କରିବାକୁ ଗୋଡ଼ାଉଛି। ଶନିବାର ଭୋରୁ ଡୁମ୍‌ଡୁମା ଫେଜ-୪ରେ ହାତୀକୁ ଦେଖି ଜଣେ ବୃଦ୍ଧା ଭୟରେ ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି। ତାଙ୍କ ଛାତି ହାଡ଼ ଭାଙ୍ଗିଯାଇଛି।

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ: ବାଜିମାରିଲେ ଓୟୁଏଟି ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ତିରୁପତିର ଶ୍ରୀ ଭେଙ୍କଟେଶ୍ୱର ପ୍ରାଣୀ ଚିକିତ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତଃ କୃଷି ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବ ଗତ ଶୁକ୍ରବାର ଶେଷ ହୋଇଛି। ଏଥିରେ ଓୟୁଏଟିର ଛାତ୍ରୀଛାତ୍ରମାନେ ଉତ୍ତମ ପ୍ରଦର୍ଶନ କରି ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଆଇଏଫ୍‌ଏଫ୍‌ବି ୪ର୍ଥ ଦିବସ: ୮ ଫିଲ୍ମ ପ୍ରଦର୍ଶିତ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ)- ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ବର ପକ୍ଷରୁ ସ୍ଥାନୀୟ ଇଡ୍‌କଲ ଅଡିଟୋରୟିମ୍‌ଠାରେ ଚାଲିଥିବା ୯ମ ଭାରତୀୟ ଚଳଚ୍ଚିତ୍ର ଉତ୍ସବ ଭୁବନେଶ୍ୱର(ଆଇଏଫଏଫବି)ର ଶନିବାର ଥିଲା ୪ର୍ଥ ଦିବସ। ଏହି ଅବସରରେ ଦେଶ ଓ ଦେଶ ବାହାରୁ ଆସିଥିବା ୮ଟି ଜାତୀୟ ଓ ଅନ୍ତର୍ଜାତୀୟସ୍ତରୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ବଢ଼େଇଙ୍କୁ ତଣ୍ଟି କାଟି ହତ୍ୟା

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ବଢ଼େଇଙ୍କୁ ତଣ୍ଟି କାଟି ହତ୍ୟା

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- କିଛିଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୪ ଏମ୍‌ଏଲଏ କଲୋନୀ ପ୍ଲଟ ନଂ. ଏ/୧୯ରେ ରହୁଥିବା ଗୋପୀନାଥ ମହାରଣା ନାମକ(୪୫) ବଢ଼େଇଙ୍କୁ କେହି ଦୁର୍ବୃତ୍ତ ତଣ୍ଟି କାଟି ହତ୍ୟା କରିଛନ୍ତି। ଶନିବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ହତ୍ୟାର କୌଣସି ସୁରାକ ପୋଲିସ ହାତରେ ଲାଗି ନ ଥିବାବେଳେ ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ ଚଳାଇଛି।

ଉପକୂଳୀୟ ଜମି, ଜଙ୍ଗଲ ସୁରକ୍ଷା ନେଇ ଜିଲାପାଳ ଅଫିସ ଘେରାଉ

ଉପକୂଳୀୟ ଜମି, ଜଙ୍ଗଲ ସୁରକ୍ଷା ନେଇ ଜିଲାପାଳ ଅଫିସ ଘେରାଉ

ପୁରୀ ଅଫିସ, ୧୭।୨: ପ୍ରାକୃତିକ ସମ୍ପଦ ଓ ପରିବେଷ ସୁରକ୍ଷା ଦାବି ନେଇ ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତି ନେତୃତ୍ୱରେ ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ଗୋରୁଆଳ, ଆମ୍ବପଡ଼ା ସମେତ ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରା ବାହାରି ଶନିବାର ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି।

ଡେଲାଙ୍ଗ ବ୍ଲକରେ ଜନଶୁଣାଣି କଲେ ଉପଜିଲାପାଳ

ଡେଲାଙ୍ଗ ବ୍ଲକରେ ଜନଶୁଣାଣି କଲେ ଉପଜିଲାପାଳ

ଡେଲାଙ୍ଗ,୧୭।୨(ଡି.ଏନ୍‌.ଏ.): ଡେଲାଙ୍ଗ ପଞ୍ଚାୟତ ସମିତି ସଭାଗୃହରେ ପୁରୀ ଉପଜିଲାପାଳ ମଧୁସୂଦନ ଦାସ ଶନିବାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣି ଆରମ୍ଭ କରିଛନ୍ତି। ବିଡିଓ ଅଜୟ କୁମାର ପରିଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ସହକାରୀ ଯନ୍ତ୍ରୀ ରମେଶ ସାହୁଙ୍କ ସହିତ ଅନ୍ୟ ଜେଇମାନେ ଉପସ୍ଥିତ ଥିଲେ।

ଭଡ଼ାଘରୁ ତଣ୍ଟିକଟା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭଡ଼ାଘରୁ ତଣ୍ଟିକଟା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ ଏମ୍‌ଏଲ୍‌ଏ କଲୋନି ନିକଟସ୍ଥ ଏକ ଭଡ଼ାଘରୁ ଶନିବାର ଜଣେ ବ୍ୟକ୍ତିଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗୋପାଳ ମହାରଣା(୪୫)।

ରାଜଧାନୀରେ ଦନ୍ତା ଆତଙ୍କ: ବୃଦ୍ଧା ଗୁରୁତର

ରାଜଧାନୀରେ ଦନ୍ତା ଆତଙ୍କ: ବୃଦ୍ଧା ଗୁରୁତର

ଭୁବନେଶ୍ୱର,୧୭।୨(ବ୍ୟୁରୋ): ରାଜଧାନୀ ପ୍ରାନ୍ତରେ ଆତଙ୍କ ସୃଷ୍ଟି କରିଥିବା ଦନ୍ତା ଏବେ ସହର ମଧ୍ୟକୁ ପଶିଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହା ଡୁମ୍‌ଡୁମା ହାଉସିଂ ବୋର୍ଡ କଲୋନିରେ ପ୍ରବେଶ କରିଛି। ସେଠାରେ ଜଣେ ବୁଦ୍ଧା ଦନ୍ତା ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।

କିଟ୍‌ ପ୍ରତିଷ୍ଠା ଉତ୍ସବ: ଉନ୍ମୋଚନ ହେଲା ଡାକ ଟିକଟ, ଲଫାପା

କିଟ୍‌ ପ୍ରତିଷ୍ଠା ଉତ୍ସବ: ଉନ୍ମୋଚନ ହେଲା ଡାକ ଟିକଟ, ଲଫାପା

ଭୁବନେଶ୍ୱର, ୧୬।୨(ବ୍ୟୁରୋ)- କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବଲିଉଡ୍‌ ଅଭିନେତା ତଥା ସାମାଜିକ କର୍ମୀ ରାହୁଲ ବୋଷ, ବିଶିଷ୍ଟ ବୈଜ୍ଞାନିକ ଡ. କୋଟା ହରିନାରାୟଣ ଯୋଗଦେଇ ପ୍ରତିଷ୍ଠା ଉତ୍ସବରେ ବକ୍ତୃତା ପ୍ରଦାନ କରିଥିଲେ।