ରାଜ୍ୟ |

ବିଶ୍ୱ କର୍କଟ ଦିବସ ପାଳନ ଅବସରେ ଆଲୋଚନା ଚକ୍ର

ବିଶ୍ୱ କର୍କଟ ଦିବସ ପାଳନ ଅବସରେ ଆଲୋଚନା ଚକ୍ର
ଭୁବନେଶ୍ୱର,୩।୧(ବ୍ୟୁରୋ): ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଶନିବାର ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହାର ବିଷୟବସ୍ତୁ ଥିଲା ‘ଆମେ ପାରିବା-ମୁଁ ପାରିବି’। ଏଥିରେ ବହୁ କର୍କଟ ରୋଗ ବିଶେଷଜ୍ଞ ଯୋଗଦେଇ ସାମ୍ପ୍ରତିକ ସମାଜରେ କର୍କଟ ରୋଗର ଭୟାବହତା ସମ୍ପର୍କରେ ଆଲୋଚନା କରି ଏହି ରୋଗର ନିୟନ୍ତ୍ରଣ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭିକ ସ୍ତରରୁ ଏହାକୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା କରାଗଲେ କର୍କଟ ରୋଗକୁ ନିୟନ୍ତ୍ରଣ କରିବା ସହିତ ମୃତ୍ୟୁକୁ ଏଡ଼ାଇ ଦେଇପାରିବା ବୋଲି ବକ୍ତାମାନେ କହିଥିଲେ। ଉକ୍ତ ଆଲୋଚନାଚକ୍ରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ବତନ୍ତ୍ର ସଚିବ ଡା. କୈଳାସ ଚନ୍ଦ୍ର ଦାଶ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବ୍ରଜକିଶୋର ବ୍ରହ୍ମା, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଜେକେ ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।
All Right Reserved By

ରାଜ୍ୟ |

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ମହୋଦଧି ଆଳତିର ଦ୍ୱାଦଶ ବାର୍ଷିକୋତ୍ସବ:ରାମଲାଲା ତମ୍ବୁରେ ରହିବା ଦେଶ ପାଇଁ ଦୁର୍ଭାଗ୍ୟଜନକ

ପୁରୀ ଅଫିସ,୨୨ା୧: ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ତମ୍ବୁରେ ରହିଛନ୍ତି। ଏହା ହିନ୍ଦୁ ଜାତି ଲାଗି ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ରାମରାଜ୍ୟର ସ୍ବପ୍ନ ଦେଖାଇ କେନ୍ଦ୍ରକୁ ଆସିଥିବା ମୋଦି ସରକାର ଭବ୍ୟ ରାମମନ୍ଦିର ନିର୍ମାଣ ନେଇ ନିଜ ମତ ସ୍ପଷ୍ଟ କରନ୍ତୁ। 

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ

ପୁରୀ ଅଫିସ,୨୨ା୧: ପୁଷ୍ୟା ନକ୍ଷତ୍ର ଯୋଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ଶ୍ରୀନଅରଠାରେ ସୋମବାର ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ଏଥିରେ ବରୁଣ ପୂଜା, ପଞ୍ଚଦେବତା ପୂଜା, ବର୍ଦ୍ଧନି କଳସ ପୂଜା ଏବଂ ରାମାଭିଷେକ ପଟି ପୂଜା ଅନୁଷ୍ଠିତ ହୋଇଥିଲା। 

ଶାଢ଼ି ବନ୍ଧାଇଲେ ମୁଦିରସ୍ତ

ଶାଢ଼ି ବନ୍ଧାଇଲେ ମୁଦିରସ୍ତ

ପୁରୀ ଅଫିସ,୨୨ା୧: ପବିତ୍ର ପୁଷ୍ୟାଭିଷେକ ଅବସରରେ ସୋମବାର ଶ୍ରୀନଅରରେ ଶାଢି ବନ୍ଧା ଅନୁଷ୍ଠିତ ହୋଇଛି। ମୁଦିରସ୍ତ ଭାବେ ଆଦିତ୍ୟ ନାରାୟଣ ମୁଦିରସ୍ତ (୧୫ବର୍ଷ) ଶାଢି ବନ୍ଧାଇଛନ୍ତି।

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି:ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି:ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ପୁରୀ ଅଫିସ,୨୨ା୧: ପୌଷପୂର୍ଣ୍ଣମୀ ଅବସରରେ ସୋମବାର ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି। ରତ୍ନସିଂହାସନରେ ଦାରୁଦିଅଁ ରାଜରାଜେଶ୍ୱର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ପାରାଦୀପ,୨୨ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ନିପାଣିଆଠାରେ ଗତ ୨ ତାରିଖରେ ଏକ ଡଙ୍ଗା ବୁଡ଼ି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ  :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଅତାବିରା, ୨୨।୧ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ମହାନଦୀ ଖଁଡ଼ିରେ ଗଲା ୧୫୦ ବଛରରୁ ଅଧ୍‌କା ହେବା ଝରା ସମାଜର ୮ ପରିବାର ରହି ଆସୁଛନ୍‌। ଇମାନକର ଜୀବନ୍‌ ଜୀବ୍‌କା ମହାନଦୀର ସଂଗେ ଜୁଡ଼ି ହେଇ ରହିଛେ। 

କଂସବଧ ସହ ସରିଲା ବରଗଡ଼ ଧନୁଯାତ୍ରା

କଂସବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୨୨।୧ କଂସବଧ ଓ ଉଗ୍ରସେନଙ୍କ ରାଜାଭିଷେକ ଦୃଶ୍ୟାଭିନୟ ପରେ ସୋମବାର ୭୦ତମ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ର୍ରା ମହୋତ୍ସବ ଶେଷ ହୋଇଛି । ଗତ ୧୧ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ କଂସ ଅଭିନେତାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟ ଯେଭଳି ଚମତ୍କାର ଥିଲା, ଆଲୋକ ଓ ତୋରଣ ସାଜସଜ୍ଜା ସେଭଳି ଆକର୍ଷଣୀୟ ହୋଇପଡ଼ିଥିଲା । ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଲକ୍ଷାଧିକ ଦର୍ଶକଙ୍କୁ ମଥୁରାନଗରୀ ଓ ଗୋପପୁରକୁ ଟାଣି ଆଣିଥିଲା । 

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ବଇଣ୍ଡା,୨୧।୧(ଡି.ଏନ.ଏ)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।  ସୋମବାର  ବିଶିକେଶନ ନାୟକଙ୍କ ଏକ ଛେଳିକୁ ବାଘ ଆକ୍ରମଣ କରିଛି।   ଏହାକୁ ନେଇ ଗ୍ରାମରେ ଆତଙ୍କ ଦେଖାଦେଇଛି। ଜଙ୍ଗଲରେ ଛେଳିମାନେ ଚରୁଥିବାବେଳେ ବାଘଟି ଗ୍ରାମାଭିମୁଖୀ ହୋଇ ଉକ୍ତ ଛେଳିକୁ ଆକ୍ରମଣ କରୁଥିବାବେଳେ  ଛେଳି ଚରାଳି  ବାଘକୁ ଦେଖି ପାଟି କରିଥିଲେ।

 ରାହାନ୍ଦା: କୁକୁର  ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ରାହାନ୍ଦା: କୁକୁର ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ବାରିପଦା ଅଫିସ,୨୧।୧- କୁକର ପଲ ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ। ଏପରି ହୃହୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ (୭)। ସେ ଏକୁଟିଆ ସ୍କୁଲ ଯାଉଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି।