ଅନ୍ତର୍ଜାତୀୟ |

ଏନ୍‌ଏବି ସ୍କାନରରେ ଇମ୍ରାନ୍‌ ଖାନ୍‌

ଏନ୍‌ଏବି ସ୍କାନରରେ ଇମ୍ରାନ୍‌ ଖାନ୍‌

ଇସଲାମାବାଦ,୩।୨: ପାକିସ୍ତାନର ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ(ଏନ୍‌ଏବି) ପାକିସ୍ତାନ ତେହରିକ-ଇ-ଇନସାଫ୍‌ର ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କ ବିରୋଧରେ କାଯର୍‌ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାରୀ ହେଲିକପ୍ଟରକୁ ଇମ୍ରାନ୍‌ ନିଜ ଲୋକଙ୍କୁ ନେବାଆଣିବା କାର୍ଯ୍ୟରେ ଲଗାଇଥିବାରୁ ଏନ୍‌ଏବି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ସୂଚନା ଅନୁଯାୟୀ, ଇମ୍ରାନ୍‌ ଉକ୍ତ ହେଲିକପ୍ଟରକୁ ୭୪ ଘଣ୍ଟା ପାଇଁ ବେସରକାରୀ ଭାବେ ବ୍ୟବହାର କରିଥିଲେ। ସେଥିମଧ୍ୟରୁ ଏମ୍‌ଆଇ-୧୭କୁ ୨୨ ଘଣ୍ଟା ଓ ଇକ୍ୟୁରୁଇଲକୁ ୫୨ ଘଣ୍ଟା ବ୍ୟବହାର କରିଥିଲେ। ଏହି ଆଧାରରେ ଏନ୍‌ଏବି ଅଧ୍ୟକ୍ଷ ଜାଭେଦ୍‌ ଇକ୍‌ବାଲ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

All Right Reserved By

Model This Week

ସୌମ୍ୟ

ଅନ୍ତର୍ଜାତୀୟ |

ପାକିସ୍ତାନ ପଞ୍ଜାବ ଅଞ୍ଚଳରେ ୬ ଆତଙ୍କବାଦୀ ମୃତ

ପାକିସ୍ତାନ ପଞ୍ଜାବ ଅଞ୍ଚଳରେ ୬ ଆତଙ୍କବାଦୀ ମୃତ

ଲାହୋର,୨୭।୫: ପାକିସ୍ତାନ ସୁରକ୍ଷାକର୍ମୀଙ୍କ ଦ୍ୱାରା ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ହୋଇଥିବା ଏକ ଏନ୍‌କାଉଣ୍ଟରରେ ୬ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏମାନେ ପାକିସ୍ତାନର ଗୁପ୍ତଚର ବିଭାଗରେ କାର୍ଯ୍ୟରତ ଥିବା ଜଣେ ବ୍ରିଗେଡିୟରଙ୍କୁ ହତ୍ୟା ଓ ଅନେକ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଥିଲେ।

ମେକୁନୁ ଘୂର୍ଣ୍ଣିଝଡରେ ୨ ଭାରତୀୟଙ୍କ ସମେତ ୭ମୃତ

ମେକୁନୁ ଘୂର୍ଣ୍ଣିଝଡରେ ୨ ଭାରତୀୟଙ୍କ ସମେତ ୭ମୃତ

ମସ୍କାଟ/ନୂଆଦିଲ୍ଲୀ,୨୭।୫: ଓମାନରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ ମେକୁନୁ। ଗତ ୨ଦିନ ହେବ ଏଠାରେ ପ୍ରବଳ ବର୍ଷା ସାଙ୍ଗକୁ ଖୁବ୍‌ ଜୋରରେ ପବନ ବହିବାରୁ ସାଧାରଣ ଜୀବନ ଯାତ୍ରା ବାଧାପ୍ରାପ୍ତ ହୋଇଛି।

ମୌସୁମୀ ବର୍ଷାରେ ବେହାଲ ଶ୍ରୀଲଙ୍କା: ୨୦ ମୃତ ଲକ୍ଷାଧିକ ପ୍ରଭାବିତ

ମୌସୁମୀ ବର୍ଷାରେ ବେହାଲ ଶ୍ରୀଲଙ୍କା: ୨୦ ମୃତ ଲକ୍ଷାଧିକ ପ୍ରଭାବିତ

କଲମ୍ବୋ,୨୭।୫: ଶ୍ରୀଲଙ୍କାରେ ମୌସୁମୀ ବର୍ଷାରେ ଲୋକେ ଉବୁଟୁବୁ। ବର୍ଷାର ପରିମାଣ ଏତେ ରହିଛି ଯେ ଅନେକ ଅଞ୍ଚଳ ଜନ୍ନ ହୋଇ ରହିଛି। ଏପର୍ଯ୍ୟନ୍ତ ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପରଲୋକରେ ଚନ୍ଦ୍ରରେ ପାଦ ଦେଇଥିବା ୪ର୍ଥ ବ୍ୟକ୍ତି ଏଲନ ବିନ୍‌

ପରଲୋକରେ ଚନ୍ଦ୍ରରେ ପାଦ ଦେଇଥିବା ୪ର୍ଥ ବ୍ୟକ୍ତି ଏଲନ ବିନ୍‌

ଟେକ୍ସାସ୍‌,୨୭।୫: ଚନ୍ଦ୍ରରେ ପାଦ ଦେଇଥିବା ୪ର୍ଥ ବ୍ୟକ୍ତି ଏଲନ ବିନ୍‌ଙ୍କର ୮୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଗତ ୨ ସପ୍ତାହ ହେବ ହଠାତ୍‌ ଅସୁସ୍ଥ ହୋଇ ପଡିଥିବା ଏଲନଙ୍କର ଟେକ୍ସାସର ହଷ୍ଟନ ମେଥୋଡିଷ୍ଟ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଶନିବାର ମୃତ୍ୟୁ ଘଟିଥିବା ଜଣାପଡିଛି।

ଜୁଲାଇ ୨୫ରେ ପାକିସ୍ତାନ ନିର୍ବାଚନ

ଜୁଲାଇ ୨୫ରେ ପାକିସ୍ତାନ ନିର୍ବାଚନ

ଇସଲାମାବାଦ୍‌,୨୭।୫ : ଜୁଲାଇ ୨୬ରେ ହେବ ପାକିସ୍ତାନ ନିର୍ବାଚନ। ଏନେଇ ନିର୍ବାଚନ କମିଶନଙ୍କ ପ୍ରସ୍ତାବକୁ ରାଷ୍ଟ୍ରପତି ମାମନୁନ୍‌ ହୁସେନ୍‌ ରବିବାର ଅନୁମୋଦନ କରିଛନ୍ତି। ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳ ମେ ୩୧ରେ ଶେଷ ହେଉଛି।

ଉଗାଣ୍ଡା ସଡ଼କ ଦୁର୍ଘଟଣା: ୪୮ ମୃତ

ଉଗାଣ୍ଡା ସଡ଼କ ଦୁର୍ଘଟଣା: ୪୮ ମୃତ

କାମ୍ପାଲା,୨୭।୫: ଉଗାଣ୍ଡାର ରାଜଧାନୀ କାମ୍ପାଲାରୁ ୨୨୦ କିଲୋମିଟର ଦୂର ଉତ୍ତରରେ ଥିବା କିରିଆଡୋଙ୍ଗା ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୪୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ନୂଆଦିଲ୍ଲୀ,୨୬।୫: ଆଫ୍ରିକାନ୍‌ ୟୁନିୟନ ପକ୍ଷରୁ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ କେତେଜଣ ପ୍ରବାସୀ ଆଫ୍ରିକୀୟ ନୂଆଦିଲ୍ଲୀରେ ଏକାଠି ହୋଇଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ।

ଜୁଭେନାଇଲ୍‌ ଜେଲ୍‌ରେ ନିଆଁ: ୯ ନାବାଳିକା ମୃତ

ଜୁଭେନାଇଲ୍‌ ଜେଲ୍‌ରେ ନିଆଁ: ୯ ନାବାଳିକା ମୃତ

ରିଓ ଡି ଜେନେରିଓ,୨୬।୫: ବ୍ରାଜିଲର ଗୋଏନିଆସ୍ଥିତ ଏକ ଜୁଭେନାଇଲ୍‌ ଜେଲ୍‌ରେ ଶୁକ୍ରବାର ନିଆଁ ଲାଗିଯିବା ଫଳରେ ୯ ଜଣ ନାବାଳିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅସ୍ଥାୟୀ ଭାବେ ୧୩ରୁ ୧୭ ବର୍ଷ ବୟସର ନାବାଳିକା କଏଦୀଙ୍କୁ ସେଠାରେ ରଖାଯାଇଥିଲା।

ପାକିସ୍ତାନରେ ମିଳିମିଳା ଭୂତାଣୁ ନେଲା ୭ଶିଶୁଙ୍କ ଜୀବନ

ପାକିସ୍ତାନରେ ମିଳିମିଳା ଭୂତାଣୁ ନେଲା ୭ଶିଶୁଙ୍କ ଜୀବନ

ସିନ୍ଧ୍‌,୨୬।୫: ପାକିସ୍ତାନ ସିନ୍ଧ୍‌ର କାଶ୍ମୋର-ଖଣ୍ଡକୋଟ ଏବଂ ଘୋଟ୍‌କି ଜିଲାରେ ମିଳିମିଳା ଭୂତାଣୁ ବ୍ୟାପୀ ୭ଶିଶୁଙ୍କ ପ୍ରାଣହାନି ଘଟିଛି। ଦ ଟ୍ରିବ୍ୟୁନର ସୂଚନାନୁଯାୟୀ, ଉକ୍ତ ଭୂତାଣୁ ଦ୍ୱାରା ପାଖାପାଖି ଏକ ସପ୍ତାହ ଆକ୍ରାନ୍ତ ହୋଇ ରହିବା ପରେ ଶୁକ୍ରବାର ରିଆଜ୍‌ ମଲିକ(୨), ସଦୋରି ମଲିକ(୩) ଏବଂ ଆୟାସା ମାର୍‌ଓ୍ବାରି(୪) ନାମକ ୩ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୫।୫: ଇଦ୍‌ ସମୟରେ ପାକିସ୍ତାନରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ମେ ୨୪ରେ ପାକିସ୍ତାନ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ, ଇଦ୍‌ର ୨ ଦିନ ପୂର୍ବରୁ ଏବଂ ଛୁଟିର ୨ ସପ୍ତାହ ପର୍ଯ୍ୟନ୍ତ ପାକିସ୍ତାନରେ କୌଣସି ଭାରତୀୟ ଅବା ବିଦେଶୀ ଫିଲ୍ମ ଚାଲି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୫।୫ : ଭାରତ-ନେପାଳ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ-୧୩ ମେ’୩୦ ତାରିଖଠାରୁ ଆରମ୍ଭ ହେବ। ଏହା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏହା ଅନୁଷ୍ଠିତ ହେବ।

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

ଓଣ୍ଟାରିଓ/ନୂଆଦିଲ୍ଲୀ,୨୫।୫: କାନାଡାର ଟରଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଗୁରୁବାର ହୋଇଥିବା ଏକ ବିସ୍ଫୋରଣରେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।