ଜାତୀୟ |

ମୀନାକ୍ଷୀ ମନ୍ଦିରରେ ଅଗ୍ନିକାଣ୍ଡ: ୪୦ ଦୋକାନ ଧ୍ୱଂସ

ମୀନାକ୍ଷୀ ମନ୍ଦିରରେ ଅଗ୍ନିକାଣ୍ଡ: ୪୦ ଦୋକାନ ଧ୍ୱଂସ

ନୂଆଦିଲ୍ଲୀ,୩।୨: ତାମିଲନାଡୁର ମଦୁରାଇରେ ଥିବା ମୀନାକ୍ଷୀ ମନ୍ଦିରରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ରାତି ପାଖାପାଖି ୧୦ଟାରେ ମନ୍ଦିର ପରିସରରେ ଥିବା ଏକ ଖେଳନା ଦୋକାନରେ ନିଆଁ ଲାଗିଯାଇଥିଲା। ପରେ ଏହା ଆଖପାଖ ଦୋକାନକୁ ବ୍ୟାପୀ ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର ପ୍ରାୟ ୬୦ଟି ଗାଡି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ। ଦୀର୍ଘ ୫ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏଥିରେ ଗର୍ଭଗୃହର କିଛି କ୍ଷତି ହୋଇ ନ ଥିବା ବେଳେ କୌଣସି ଜୀବନହାନି ମଧ୍ୟ ହୋଇ ନାହିଁ। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

ନିପା ମହାମାରୀ ନୁହେଁ: କେନ୍ଦ୍ରମନ୍ତ୍ରୀ

ନିପା ମହାମାରୀ ନୁହେଁ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୨୪।୫: କେରଳରେ ବ୍ୟାପୁଥିବା ନିପା ମହାମାରୀ ନୁହେଁ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଗୁରୁବାର ପ୍ରକାଶ କରିଛନ୍ତି।

ଟୁଟିକୁରିନ୍‌ ହିଂସାରେ ୧୩ମୃତ୍ୟୁ ଘଟଣା: ଦୁଃଖପ୍ରକାଶ କଲେ ରାଜନାଥ

ଟୁଟିକୁରିନ୍‌ ହିଂସାରେ ୧୩ମୃତ୍ୟୁ ଘଟଣା: ଦୁଃଖପ୍ରକାଶ କଲେ ରାଜନାଥ

ନୂଆଦିଲ୍ଲୀ,୨୪।୫: ଷ୍ଟେର୍‌ଲାଇଟ୍‌ ପ୍ଲାଣ୍ଟକୁ ବିରୋଧ ସମୟରେ ଥୁଥୁକୁଡ଼ିରେ ହିଂସା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଗୁରୁବାର ଦୁଃଖପ୍ରକାଶ କରିଛନ୍ତି।

ଓମାନ୍‌ମୁହାଁ ‘ମେକୁନୁ’

ଓମାନ୍‌ମୁହାଁ ‘ମେକୁନୁ’

ମସ୍କାଟ/ନୂଆଦିଲ୍ଲୀ,୨୪।୫: ‘ମେକୁନୁ’ ଘୂର୍ଣ୍ଣିଝଡ଼ ଏବେ ସୋକୋତ୍ରା ଦ୍ୱୀପର ନିକଟତର ହୋଇଛି। ଚଳିତ ସପ୍ତାହ ଶେଷସୁଦ୍ଧା ଏହା ଓମାନରେ ତାଣ୍ଡବ ରଚିବ ବୋଲି ସୂଚନା ମିଳିଛି।

ବଦଳିବ ଆଲ୍ଲାହାବାଦର ନାମ

ବଦଳିବ ଆଲ୍ଲାହାବାଦର ନାମ

ଆଲ୍ଲାହାବାଦ,୨୪।୫: ବଦଳିପାରେ ଆଲ୍ଲାହାବାଦର ନାମ। ଯୋଗୀ ସରକାରଙ୍କ ଦ୍ୱାରା ପରିଚାଳିତ ଉତ୍ତରପ୍ରଦେଶର ଏହି ପବିତ୍ର ସହରର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯିବ ବୋଲି ସୂଚନା ମିଳିଛି।

କେରଳ ସୀମା ଡେଇଁଲା ନିପା ଭାଇରସ୍‌

କେରଳ ସୀମା ଡେଇଁଲା ନିପା ଭାଇରସ୍‌

କୋଚି,୨୪।୫: ମାରାତ୍ମକ ନିପା ଭାଇରସରେ ଆକ୍ରାନ୍ତ ହୋଇ କେରଳରେ ୧୧ ଜଣଙ୍କର ମୃତ୍ୟୁ ହେବା ପରେ ଏବେ ଏହି ଭାଇରସ୍‌ ସୀମା ଡେଇଁଛି। କର୍ନାଟକରେ ୨ଜଣ ଏହି ଭାଇରସରେ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି।

ଲିଙ୍ଗ ପରିବର୍ତ୍ତନ: ପୁରୁଷ ଆଗରେ

ଲିଙ୍ଗ ପରିବର୍ତ୍ତନ: ପୁରୁଷ ଆଗରେ

ବମ୍ବେ,୨୪।୫: ଲିଙ୍ଗ ପରିବର୍ତ୍ତନ କରିବାକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଏକ ତଥ୍ୟ ଏବେ ସାମ୍ନାକୁ ଆସିଛି। ମହିଳାରୁ ପୁରୁଷ ହେବାକୁ ଇଚ୍ଛା କରୁଥିବା ମହିଳାଙ୍କ ଅପେକ୍ଷା ପୁରୁଷରୁ ମହିଳା ହେବାକୁ ଇଚ୍ଛା କରୁଥିବା ପୁରୁଷଙ୍କ ସଂଖ୍ୟା ୩ ଗୁଣ ଅଧିକ ବୋଲି ଜଣାପଡିଛି।

ଜୁନ ୨୮ରୁ ଅମରନାଥଯାତ୍ରା: ସୁରକ୍ଷା ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ଆଲୋଚନା

ଜୁନ ୨୮ରୁ ଅମରନାଥଯାତ୍ରା: ସୁରକ୍ଷା ନେଇ ଜମ୍ମୁ-କଶ୍ମୀର ରାଜ୍ୟପାଳଙ୍କ ଆଲୋଚନା

ଶ୍ରୀନଗର,୨୪।୫: ଜୁନ ୨୮ରୁ ଅମରନାଥଯାତ୍ରା ଆରମ୍ଭ ହେବ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜମ୍ମୁ-କଶ୍ମୀର ରାଜ୍ୟପାଳ ଏନ୍‌. ଏନ୍‌. ଭୋରା ବୁଧବାର ରାଜଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ।

ଜଙ୍ଗଲରେ ନିଆଁ: ବନ୍ଦ ହେଲା ବୈଷ୍ଣୋଦେବୀ ଯାତ୍ରା

ଜଙ୍ଗଲରେ ନିଆଁ: ବନ୍ଦ ହେଲା ବୈଷ୍ଣୋଦେବୀ ଯାତ୍ରା

ନୂଆଦିଲ୍ଲୀ,୨୪।୫: ଉତ୍ତରାଖଣ୍ଡ ସୀମାର ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ ଆଖପାଖ ଅଞ୍ଚଳର ଲୋକେ ନିଆଁ ଓ ଧୂଆଁରେ ଅସ୍ତବ୍ୟସ୍ତ ହୋଇପଡିବା ସହ ଇତିମଧ୍ୟରେ ଏହି ନିଆଁ କାରଣରୁ ବୈଷ୍ଣୋଦେବୀ ଯାତ୍ରାକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି।

ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଧାନମନ୍ତ୍ରୀଙ୍କ ବୈପ୍ଳବିକ ପଦକ୍ଷେପ: ଉପରାଷ୍ଟ୍ରପତି

ଜିଏସ୍‌ଟି, ବିମୁଦ୍ରୀକରଣ ପ୍ରଧାନମନ୍ତ୍ରୀଙ୍କ ବୈପ୍ଳବିକ ପଦକ୍ଷେପ: ଉପରାଷ୍ଟ୍ରପତି

ଅଗରତାଲା,୨୪।୫: ଦେଶକୁ ଦୁର୍ନୀତି ମୁକ୍ତ କରିବା କ୍ଷେତ୍ରରେ ଜିଏସ୍‌ଟି ଏବଂ ବିମୁଦ୍ରୀକରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈପ୍ଳବିକ ପଦକ୍ଷେପ ବୋଲି ବୁଧବାର ଉପରାଷ୍ଟ୍ରପତି ଏମ୍‌ ଭେଙ୍କାୟା ନାଇଡୁ ପ୍ରକାଶ କରିଛନ୍ତି।

ଟୁଟିକୁରିନରେ ୧୪୪ ଧାରା ଜାରି: ୩୨ ହଜାର ୫ଶହ ନିଯୁକ୍ତି ପ୍ରଭାବିତ

ଟୁଟିକୁରିନରେ ୧୪୪ ଧାରା ଜାରି: ୩୨ ହଜାର ୫ଶହ ନିଯୁକ୍ତି ପ୍ରଭାବିତ

ଟୁଟିକୁରିନ/ନୂଆଦିଲ୍ଲୀ,୨୪।୫: ତାମିଲନାଡୁର ତୁତିକୋରିନରେ ବିରୋଧ ପ୍ରଦର୍ଶନ କାରଣରୁ ଷ୍ଟେରିଲାଇଟ୍‌ କପର ପ୍ଲାଣ୍ଟ ବନ୍ଦ ହେବା ଫଳରେ ସିଧାସଳଖ ୩୨ ହଜାର ୫ ଶହ ନିଯୁକ୍ତି ଉପରେ ପ୍ରଭାବ ପଡିଛି।

ଡରାଉଛି ନିପା: ୧୮ ବାଦୁଡି ମୃତ

ଡରାଉଛି ନିପା: ୧୮ ବାଦୁଡି ମୃତ

ନହାନ,୨୪।୫: ହିମାଚଳ ପ୍ରଦେଶ ନହାନର ଏକ ସରକାରୀ ସ୍କୁଲ ପରିସରରେ ବୁଧବାର ୧୮ରୁ ଅଧିକ ମୃତ ବାହୁଡି ମିଳିବା ପରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ହିମାଚଳ ପ୍ରଦେଶରେ ହଠାତ୍‌ ବାଦୁଡିମାନଙ୍କର ମୃତ୍ୟୁକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସ୍ଥାନୀୟ ବାସିନ୍ଦା।

ଥୁଥୁକୁଡିରେ ଇଣ୍ଟରନେଟ୍‌ ସେବା ବନ୍ଦ

ଥୁଥୁକୁଡିରେ ଇଣ୍ଟରନେଟ୍‌ ସେବା ବନ୍ଦ

ଥୁଥୁକୁଡି,୨୪।୫: ତାମିଲନାଡୁର ଥୁଥୁକୁଡିରେ ଲାଗି ରହିଥିବା ଆଣ୍ଟି-ଷ୍ଟେରିଲାଇଟ୍‌ ପ୍ରୋଟେକ୍ସନ୍‌ ପ୍ରଭାବରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ବୁଧବାର ରାତି ପ୍ରାୟ ୯ଟାରୁ ଏହା ବନ୍ଦ ଥିବା ବେଳେ ପ୍ରଶାସନ ଅନୁମତି ନ ମିଳିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଜଣାପଡିଛି।