ଜାତୀୟ |

ହୀମସ୍ଖଳନରେ ଦବିଲା ସେନା ଶିବିର: ୩ ଯବାନ ମୃତ

ହୀମସ୍ଖଳନରେ ଦବିଲା ସେନା ଶିବିର: ୩ ଯବାନ ମୃତ
ଜମ୍ମୁ-କଶ୍ମୀର,୩।୨: ଉତ୍ତର କଶ୍ମୀରର କୁପ୍‌ଓ୍ବାଡା ଜିଲାରେ ଥିବା ଏକ ସେନାଶିବିର ଉପରେ ଶୁକ୍ରବାର ହୀମସ୍ଖଳନ ହୋଇଛି। ଏଥିରେ ୩ ଯବାନ ଶହୀଦ ହେବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ପ୍ରାୟ ଅପରାହ୍ନ ସାଢେ ୪ଟାରେ ମଚ୍ଛଲ ସେକ୍ଟରରେ ହୀମସ୍ଖଳନ ହେବା ଫଳରେ ଉକ୍ତ ସେନାଶିବିର ହୀମସ୍ଖଳନରେ ଦବି ଯାଇଥିଲା। ୨୧ ରାଜପୁତ ରେଜିମେଣ୍ଟ ଶିବିରରେ ଥିବା ୪ ଯବାନ ହୀମସ୍ଖଳନରେ ଫସି ଯାଇଥିଲେ। ପରେ ଏମାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣଙ୍କର ଅବସ୍ଥା ସ୍ଥିର ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି।
All Right Reserved By

ଜାତୀୟ |

ପାକିସ୍ତାନ ଗଲେ ସିଦ୍ଧୁ

ପାକିସ୍ତାନ ଗଲେ ସିଦ୍ଧୁ

ଅଟାରି-ଓ୍ବାଘା,୧୭।୮: କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ପାକିସ୍ତାନ ଗସ୍ତ କରିଛନ୍ତି। ସେଠାରେ ସେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ବାଜପେୟୀଙ୍କ ସମ୍ମାନରେ ଅର୍ଦ୍ଧ ନମିତ ହେଲା ୟୁନିୟନ ଜାକ୍‌

ବାଜପେୟୀଙ୍କ ସମ୍ମାନରେ ଅର୍ଦ୍ଧ ନମିତ ହେଲା ୟୁନିୟନ ଜାକ୍‌

ନୂଆଦିଲ୍ଲୀ,୧୭।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ କେବଳ ଭାରତ ନୁହେଁ ଅନ୍ୟ କିଛି ଦେଶର ଜାତୀୟ ପତାକାକୁ ମଧ୍ୟ ଅର୍ଦ୍ଧ ନମିତ କରାଯାଇଛି। 

ବାଜପେୟୀଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ବିଦେଶୀ ନେତା

ବାଜପେୟୀଙ୍କ ଶେଷ ଯାତ୍ରାରେ ସାମିଲ ହେଲେ ବିଦେଶୀ ନେତା

ନୂଆଦିଲ୍ଲୀ,୧୭।୮: ବିଦାୟ ନେଲେ ମହାନ୍‌ ଜନନାୟକ ଅଟଳ ବିହାରୀ ବାଜପେୟୀ। ଦେଶର କୋଟି କୋଟି ଜନତାଙ୍କ ସହ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବିଦେଶ ମାଟିରୁ ବି ଆସିଥିଲେ

୧୦ ଦିନରେ ଦେଶ ହରାଇଲା ୫ ବିଶିଷ୍ଟ ବ୍ୟକ୍ତି

୧୦ ଦିନରେ ଦେଶ ହରାଇଲା ୫ ବିଶିଷ୍ଟ ବ୍ୟକ୍ତି

ନୂଆଦିଲ୍ଲୀ,୧୭।୮: ଗତ ୧୦ ଦିନ ମଧ୍ୟରେ ଭାରତ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଥିବା ବେଳେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯଦିଓ ଅସମୟରେ ଏମାନଙ୍କର ମୃତ୍ୟୁ ହୋଇନାହିଁ ତଥାପି ଅନେକେ ଏହାକୁ ନେଇ ଶଙ୍କା ପ୍ରକାଶ କରୁଛନ୍ତି। 

ପଞ୍ଚଭୂତରେ ଲୀନ ହେଲେ ଅଟଳ ବିହାରୀ

ପଞ୍ଚଭୂତରେ ଲୀନ ହେଲେ ଅଟଳ ବିହାରୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ, କାଳଜୟୀ ରାଜନେତା,ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଶୁକ୍ରବାର ଦିଲ୍ଲୀର ସ୍ମୁତିସ୍ଥଳଠାରେ ଏହି ମହାନ୍‌ ବ୍ୟକ୍ତିତ୍ୱଙ୍କୁ ରାଜକୀୟ ସମ୍ମାନ ସହ ବିଦାୟ ଦେଇଛି ଦେଶ। ତିନି ସେନାମୁଖ୍ୟଙ୍କ ସହ ତୋପ ସଲାମି ଦିଆଯାଇଥିଲା ଭାରତର ଏହି ସୁଯୋଗ୍ୟ ସନ୍ତାନଙ୍କୁ।

ବନ୍ୟାରୁ ଉଦ୍ଧାର ହୋଇଥିବା ମହିଳା ଜନ୍ମ ଦେଲେ ପୁତ୍ର ସନ୍ତାନ

ବନ୍ୟାରୁ ଉଦ୍ଧାର ହୋଇଥିବା ମହିଳା ଜନ୍ମ ଦେଲେ ପୁତ୍ର ସନ୍ତାନ

କୋଚି,୧୭।୮: କେରଳର ବନ୍ୟା ପରିସ୍ଥିତି ବେଳକୁ ବେଳ ଭୟଙ୍କର ହେଉଛି। ହେଲେ ଏହି ବନ୍ୟାରୁ ଉଦ୍ଧାର ହୋଇଥିବା ଜଣେ ଗର୍ଭବତୀ ମହିଳା ଶୁକ୍ରବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ବାଜପେୟୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୭।୮: ଭାରତ ମା’ର ସୁଯୋଗ୍ୟ ସନ୍ତାନ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ସ୍ମୁତିସ୍ଥଳଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସ୍ମୁତିସ୍ଥଳ ପହଞ୍ଚିଲା ବାଜପେୟୀଙ୍କ ପାର୍ଥିବ ଶରୀର

ସ୍ମୁତିସ୍ଥଳ ପହଞ୍ଚିଲା ବାଜପେୟୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧୭।୮: ଭାଜପା କାର୍ଯ୍ୟାଳୟଠାରୁ ପ୍ରାୟ ୪ କିଲୋମିଟର ଦୂର ସ୍ମୁତିସ୍ଥଳ ପହଞ୍ଚିଛି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ଦୀର୍ଘ ୪ କିଲୋମିଟର ରାସ୍ତାକୁ ଚାଲି ଚାଲି ଅତିକ୍ରମ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି। 

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇଥିବା ୭୯ ବର୍ଷୀୟ ସ୍ବାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ ହୋଇଛି। ଭାଜପା କାର୍ଯ୍ୟାଳୟ ନିକଟରେ କେତେଜଣ ଭାଜପା କର୍ମୀ ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି।

ଦୁର୍ଘଟଣାର ଶିକାର ହେଲେ ଟିଏମ୍‌ସି ଏମ୍‌ପି

ଦୁର୍ଘଟଣାର ଶିକାର ହେଲେ ଟିଏମ୍‌ସି ଏମ୍‌ପି

କୋଲକାତା,୧୭।୮: ତ୍ରୁଣମୂଳ କଂଗ୍ରେସ ଏମ୍‌ପି କଲ୍ୟାଣ ବାନାର୍ଜୀ ଶୁକ୍ରବାର ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦକ୍ଷିଣ କୋଲକାତା ଯାଉଥିବା ସମୟରେ ଟ୍ରାଫିକ୍‌ ସିଗନାଲ ନ ମାନି ଏକ ଟ୍ୟାକ୍ସି ତାଙ୍କ କାର୍‌କୁ ଧକ୍କା ଦେବା ଫଳରେ ସେ ଆହତ ହୋଇଥିଲେ। 

ବାଜପେୟୀଙ୍କ ଶେଷ ଯାତ୍ରାରେ ଚାଲି ଚାଲି ଗଲେ ମୋଦି, ଶାହ

ବାଜପେୟୀଙ୍କ ଶେଷ ଯାତ୍ରାରେ ଚାଲି ଚାଲି ଗଲେ ମୋଦି, ଶାହ

ନୂଆଦିଲ୍ଲୀ,୧୭।୮: ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ବହୁ ରାଜନେତା ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସାଧାରଣ ଜନତା ମଧ୍ୟ ସାମିଲ ହୋଇଛନ୍ତି। 

ଅଟଳଙ୍କ ଶେଷ ଯାତ୍ରା: ଲୋକାରଣ୍ୟ ହେଲା ରାଜପଥ

ଅଟଳଙ୍କ ଶେଷ ଯାତ୍ରା: ଲୋକାରଣ୍ୟ ହେଲା ରାଜପଥ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରୁ ଶେଷ ଆଶ୍ରୟ ସ୍ମୃତିସ୍ଥଳକୁ ନିଆଯାଉଛି। ପ୍ରିୟ ନେତାଙ୍କ  ଶେଷଯାତ୍ରାରେ ଦେଶର ଅସଂଖ୍ୟ ଜନସାଧାରଣ ସାମିଲ୍‌ ହୋଇଛନ୍ତି।