ମେଟ୍ରୋ |

ଘର, ପାନୀୟ ଜଳ ଯୋଗାଣରେ ପୁରୀ ଜିଲା ପଛୁଆ

ଘର, ପାନୀୟ ଜଳ ଯୋଗାଣରେ ପୁରୀ ଜିଲା ପଛୁଆ
ପୁରୀ ଅଫିସ, ୨।୨: ଗ୍ରାମୀଣ ଗୃହ ନିର୍ମାଣ ଯୋଜନା, ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପାନୀୟ ଜଳ ଯୋଗାଣ ଆଦି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ପଛରେ ପଡିଛି ପୁରୀ ଜିଲା। ଗ୍ରାମୀଣ ଗୃହ ନିର୍ମାଣରେ ରାଜ୍ୟରେ ୨୪ ନମ୍ବରରେ ରହିଛି ଏହି ଜିଲା। ପାନୀୟଜଳ ଯୋଗାଣ ଲାଗି ଜିଲାକୁ ଚଳିତ ବର୍ଷ ୪୧୮କୋଟି ୪୪ଲକ୍ଷ ୨୮ଟଙ୍କା ମିଳିଥିବା ବେଳେ ଖର୍ଚ୍ଚ ହୋଇଛି ମାତ୍ର ୧୩କୋଟି ୯୬ଲକ୍ଷ। ଶୁକ୍ରବାର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଏହି ସବୁ ଯୋଜନାର ସମୀକ୍ଷା କରି ତୀବ୍ର ଅସନ୍ତୋଷ ବ୍ୟକ୍ତି କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଶାସନ ସଚିବ ଦେଓ ରଞ୍ଜନ ସିଂ। ଏଣିକି କାମ ଅଗ୍ରଗତି ନ ହେଲେ ବଦଳି ନୁହେଁ, ନିଲମ୍ବନ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ବିଡିଓମାନଙ୍କୁ ଚେତାବନୀ ଦେଇଛନ୍ତି। ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ବିଭାଗ ଶାସନ ସଚିବ ପୁରୀ ଗସ୍ତରେ ଆସି ବିଭାଗ ଅଧୀନସ୍ଥ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ବୈଠକରୁ ମିିଳିଥିବା ସୂଚନା ଅନୁଯାୟୀ, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୨୦୧୬-୧୭ରେ ୧୧,୯୯୭ଟି ଘର ଜିଲାକୁ ମିଳିଥିଲା। ସେଥିରୁ ୪,୫୭୪ଟି ନିର୍ମାଣ ସରିଥିବା ବେଳେ ୭୪୨୩ଟି ଅଧାପନ୍ତରିଆ ରହିଛି। ସେହିପରି ୨୦୧୭-୧୮ରେ ୧୧,୬୯୭ଟି ଘର ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦ଟିର ନିର୍ମାଣ ସରିଛି ଆଉ ୪୯୪୧ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ଦିଆଯାଇଛି। ୨୦୧୭-୧୮ରେ ୪୫୦ଟି ବିଜୁ ପକ୍କା ଘର ଆସିଥିବା ବେଳେ ଏପର୍ଯ୍ୟନ୍ତ ଗୋଟିଏ ବି ଘର ହିତାଧିକାରୀଙ୍କ ପାଇଁ ମଞ୍ଜୁର ହୋଇନାହିଁ। ୪ ଓ ୬ ମାସ ମଧ୍ୟରେ ଘର ନିର୍ମାଣ ସାରିଲେ ହିତାଧିକାରୀଙ୍କୁ ଯଥାକ୍ରମେ ୨୦ହଜାର ଓ ୧୦ହଜାର ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ରହିଛି। ଜିଲାର ୧୧୭୯ ହିତାଧିକାରୀ ତ୍ୱରିତ ଗୃହ ନିର୍ମାଣ କରି ପ୍ରୋତ୍ସାହନ ରାଶି ପାଇବାକୁ ଚାହିଁ ବସିଥିଲେ ହେଁ ତାଙ୍କୁ ଉକ୍ତ ଅର୍ଥ ମିଳୁନାହିଁ। ଏହି ତାଲିକାରେ ସର୍ବାଧିକ ପୁରୀ ସଦର ବ୍ଲକର ୨୪୫ ହିତାଧିକାରୀ ରହିଛନ୍ତି। ଉକ୍ତ ହିତାଧିକାରୀଙ୍କୁ ୩ଦିନ ମଧ୍ୟରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସଚିବ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବିଭାଗ ପକ୍ଷରୁ ରୁରାଲ ହାଉସିଂ ପୋର୍ଟାଲ ରହିଛି। ୨୦୧୪-୧୫ଠାରୁ ନିର୍ମାଣ ସରିଥିବା ଗୃହର ଫଟୋ ଅପ୍‌ଲୋଡ୍‌ କରିବାକୁ ନିର୍ଦ୍ଦେଶ ରହିଛି। ଫଟୋ ଅପ୍‌ଲୋଡ୍‌ ହେବା ପରେ ଉକ୍ତ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀ ଜିଲାରେ ୪୧,୮୬୬ ଘର ନିର୍ମାଣ ସରିଥିବା ବେଳେ ମାତ୍ର ୫୧୩ଟି ଅପ୍‌ଲୋଡ୍‌ ହୋଇଛି। ଏହାକୁ ନେଇ ସଚିବ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଅପ୍‌ଲୋଡ୍‌ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜଳଯୋଗାଣ ବ୍ୟବସ୍ଥାରେ ପଛୁଆ ରହିଛି ପୁରୀ ଜିଲା। ବସୁଧା ଯୋଜନାରେ ୧୯ ପାନୀୟଜଳ ପ୍ରକଳ୍ପକୁ ଡିସେମ୍ବର ସୁଦ୍ଧା ସାରିବାକୁ ଟାର୍ଗେଟ ରହିଥିବା ବେଳେ ସରିଛି ମାତ୍ର ୫ଟି। ମାର୍ଚ୍ଚ ସୁଦ୍ଧା ବାକି ପ୍ରକଳ୍ପର କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଜିଲାର ୪ ଗୋଟି ମେଗା ପାନୀୟଜଳ ପ୍ରକଳ୍ପ ସରକାର ହାତକୁ ନେଇଛନ୍ତି। ୧୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ବ୍ରହ୍ମଗିରି ଅଞ୍ଚଳରେ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ସେହିପରି କଣାସ, କୃଷ୍ଣପ୍ରାସଦ ଓ ସତ୍ୟବାଦୀରେ ୩ଟି ମେଗା ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ତାହାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୧୭-୧୮ରେ ୨୬୮ଟି ନଳକୂପ ସ୍ଥାପନ ପାଇଁ ଟାର୍ଗେଟ ରହିଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦୫ଟି ସ୍ଥାପନ ହୋଇଛି। ପାନୀୟଜଳ ଯୋଗାଣ ବ୍ୟବସ୍ଥା ଲାଗି ଆସିଥିବା ଅନୁଦାନ ଖର୍ଚ୍ଚରେ ବିଫଳ ହେଲେ ଉକ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ବୈଠକରେ ଚେତାଇ ଦେଇଛନ୍ତି। ଜିଲାରେ ୫୪୭ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଲାଗି ଅନୁଦାନ ଆସିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ୫୯ଟି ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୮୩ଟି ନିର୍ମାଣାଧୀନ ରହିଛି। ବାକି ୩୦୫ଟି ଅଙ୍ଗନୱାଡି କେନ୍ଦ୍ରର ଏପର୍ଯ୍ୟନ୍ତ କାର୍ଯ୍ୟାଦେଶ ଦିଆଯାଇନାହିଁ। ମାର୍ଚ୍ଚ ୩୧ ସୁଦ୍ଧା ନିର୍ମାଣାଧୀନ ସମସ୍ତ କେନ୍ଦ୍ରର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ରହିଛି। ବୈଠକରେ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ଦେବତା, ଜୀବିକା ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ଯୁଗ୍ମ ସଚିବ ନୃପରାଜ ସାହୁ, ଉପ ଶାସନ ସଚିବ କୁଳମଣି ମିଶ୍ର, ଗ୍ରାମ୍ୟ ଜଳଯୋଗାଣ ମୁଖ୍ୟଯନ୍ତ୍ରୀ ଜନ୍ମେଜୟ ସେଠୀ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ।
All Right Reserved By

ମେଟ୍ରୋ |

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ଘଟିଥିବା ବସ୍‌ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫ଜଣ ଏସ୍‌ସିବି ଓ୍ବାର୍ଡରେ ରହି ଚିକିତ୍ସିତ ହେଉଥିବା ବେଳେ ୭ଜଣ ଆଇସିୟୁରେ ଅଛନ୍ତି। 

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ହୋଇଥିବା ଦୁର୍ଘଟଣାକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ମୋଦି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧।୧୧ :  କାର୍ତ୍ତିକ ଶୁକ୍ଳ ତ୍ରୟଦଶୀ ତଥା ପଞ୍ଚକର ୩ୟ ଦିବସ ବୁଧବାର ରତ୍ନ ସିଂହାସନରେ ତିନି ଠାକୁରଙ୍କ ଶ୍ରୀବିକ୍ରମ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶରେ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଛି।

 ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ)- ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶାସକ ଦଳ ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ୨୦୧୪ରେ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଯେପରି ନିଜର ଫାଇଦା ପାଇଁ ସରକାର ସହିତ ସାମିଲ ହୋଇଥିଲେ ବର୍ତ୍ତମାନ ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ହେଉ। ଏନେଇ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅପରାହ୍ନରେ ଏହି ପ୍ରସ୍ତାବ ଆସିଥିଲା।

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

କଟକ ଅଫିସ, ୨୧।୧୧: କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୬ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମିନତି ବେହେରା,  ଅନିତା ଆଚାର୍ଯ୍ୟ, ପି.କେ. ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱରର ବର୍ଷା ପାଣି, କଟକ କିଶନନଗରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହୁରା ଓ ବାଲେଶ୍ୱର ଖନ୍ତାପଡ଼ାର ମାନସ ତ୍ରିପାଠୀ।

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

କଟକ ଅଫିସ,୨୧।୧୧- ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ୧୫ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ଢ଼େର୍‌ ବିଳମ୍ବ ହୋଇଥିବା ଦେଖିବାକୁ ମିଳୁଛି।

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

କଟକ ଅଫିସ,୨୧|୧୧- ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ କଟକ ସହୀଦ ଭବନରେ ଚାଲିଥିବା ୨୨ତମ ଜାତୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଫ୍ୟୁଜନ ସହ ବଂଶୀର ଧୂନ୍‌ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଖ୍ୟାତ ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକଙ୍କ ବଂଶୀର ଧ୍ୱନିରେ ଏକାଡେମୀର ସମ୍ପାଦିକା ମୀରା ଦାସ, ନୃତ୍ୟଶିଳ୍ପୀ ପୁଷ୍ପା ପଣ୍ଡା ଓ ସୁସ୍ମିତା ପଣ୍ଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। 

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

କଟକ ଅଫିସ,୨୧|୧୧- ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୨୬ ତାରିଖ ସକାଳ ୮ଟାରୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଆରମ୍ଭ ହେବ। ଦେୟ ପୈଠ କରିବାର ଶେଷ ସମୟ ଡିସେମ୍ବର ୧୩ ରାତି ୧୧ଟା ୪୫ ରହିଥିବାବେଳେ ୧୪ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମ ଦାଖଲ କରିପାରିବେ। 

ମୃତଦେହକୁ ବି ଛାଡ଼ିଲେନି: ସୁନାମୁଦି, ବ୍ରେସ୍‌ଲେଟ୍‌ ଲୁଟିନେଲେ

ମୃତଦେହକୁ ବି ଛାଡ଼ିଲେନି: ସୁନାମୁଦି, ବ୍ରେସ୍‌ଲେଟ୍‌ ଲୁଟିନେଲେ

ଭୁବନେଶ୍ୱର, ୨୧ା୧୧(ବ୍ୟୁରୋ)- ହଜିଯାଇଛି ମାନବିକତା। ମୃତଦେହ ପ୍ରତି ବି ସହାନୁଭୂତି ଦେଖାଉନାହାନ୍ତି ଲୋକେ। ମୃତଦେହକୁ ସମ୍ମାନ ଦେବା ବଦଳରେ ତାଙ୍କ ଶରୀରରେ ଥିବା ଅଳଙ୍କାର ଲୁଟି ନେଇଛନ୍ତି।

୧ ଟଙ୍କା ପାଇଁ ରକ୍ତାକ୍ତ ସଂଘର୍ଷ

୧ ଟଙ୍କା ପାଇଁ ରକ୍ତାକ୍ତ ସଂଘର୍ଷ

ଭୁବନେଶ୍ୱର, ୨୧ା୧୧(ବ୍ୟୁରୋ)- ସାମାନ୍ୟ ୧ ଟଙ୍କା ପାଇଁ ଜଣେ ଜଳଖିଆ ଦୋକାନୀ ଏବଂ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଦୋକାନୀ ଏବଂ ତାଙ୍କ ସହଯୋଗୀଙ୍କ ଆକ୍ରମଣରେ ଉକ୍ତ ସିକ୍ୟୁରିଟି ଗାର୍ଡ ଗୁରୁତର ଆହତ ହୋଇଛନ୍ତି।

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧ା୧୧: ପଞ୍ଚୁକର ଦ୍ୱିତୀୟ ଦିବସରେ ମଙ୍ଗଳବାର ରତ୍ନସିଂହାସନରେ ତିନି ଠାକୁରଙ୍କ ବାଙ୍କଚୂଡା ବେଶ ଅନୁଷ୍ଠିତ ହୋଇଛି। ଏହି ବେଶରେ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପକାଯାଇଥିଲା।