ଖେଳ |

ଗୁଣ୍ଟୁର ଆନ୍ଧ୍ରପ୍ରଦେଶ ବିଜୟୀ

ଗୁଣ୍ଟୁର ଆନ୍ଧ୍ରପ୍ରଦେଶ ବିଜୟୀ

ବନ୍ତ,୨।୨(ସ୍ବ.ପ୍ର.) ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋସ୍ଥିତ ହନୁମାନଜୀଉ ମିନି ଷ୍ଟାଡିୟମରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ୨୫ତମ ପ୍ରଦୀପ ସ୍ମାରକୀ ଜାତୀୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ପୁଲ ଏ’ ର ଗୁଣ୍ଟୁର ଆନ୍ଧ୍ରପ୍ରଦେଶକୁ ଭେଟିଥିଲା ସେର୍‌ସା ଆଦ୍ରା ଦଳ। ଗୁଣ୍ଟୁର ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସେର୍‌ସା ଆଦ୍ରା ପ୍ରଥମେ ବ୍ୟାଟିଂ କରି ରାଜୁ କୁମାରଙ୍କ ୩୫ ରନ ସାହାଯ୍ୟରେ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ବିନିମୟରେ ୧୧୪ ରନ ସଂଗ୍ରହ କରିଥିଲା। ଗୁଣ୍ଟୁର ପକ୍ଷରୁ ଜି. ଭି. ଶରତ ବାବୁ ୪ଟି ଓ ବି. ସୁଧାକର ୨ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଗୁଣ୍ଟୁର ଆନ୍ଧ୍ରପ୍ରଦେଶ ୧୬ତମ ଓଭରରେ ୫ ଉଇକେଟ ହରାଇ ୧୧୬ ରନ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ଏସ୍‌. ଚରନ ସାଇତେଜା ୫ ଚୌକା ଓ ୩ ଛକା ବଳରେ ୫୩ ଏବଂ ଏସନାଗ ସାଇ ଅଭିନୟ ୨୯ ରନ କରିଥିଲେ। ବିଜୟୀ ଦଳ ପାଇଁ ସର୍ବାଧିକ ସ୍କୋର୍‌ କରିଥିବା ଏସ୍‌. ଚରନ ସାଇତେଜାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା। ଅମ୍ପାୟର ଭାବେ ଶାନ୍ତନୁ ରାଉତ ଓ ରଞ୍ଜନ ମହାନ୍ତି, ମ୍ୟାଚ ରେଫରି ଭାବେ ଅଭିଜିତ ସ୍ବାଇଁ, ସ୍କୋରର ଭାବେ ଶମ୍ଭୁନାଥ ମହାନ୍ତି, ସୂଚବ୍ରତ ରାଉତ ଓ କ୍ରିଷ୍ଣା ଲେଙ୍କା ଦାୟିତ୍ୱ ତୁଲାଇଥିଲେ । ଟୁର୍ନାମେଣ୍ଟର ରୌପ୍ୟ ଜୟନ୍ତୀ ଉସତ୍ବ ତଥା ଉଦ୍‌ଘାଟନୀ ମ୍ୟାଚରେ ଅତିଥି ଭାବେ ଭଦ୍ରକର ବିଶିଷ୍ଟ ବ୍ୟବସାୟୀ ଅନୁପ ମହାନ୍ତି, ଶ୍ୟାମ ନାରାୟଣ ଗୁପ୍ତା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଶିକ୍ଷାବିତ୍‌ ଲିଙ୍ଗରାଜ ସ୍ବାଇଁ, ରଙ୍ଗାଧର ସାହୁ, ଭରତ ଚନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ପାଢୀ, ଗୌରାଙ୍ଗ ଧଳ, ଯୁବନେତା ସୁବାସ ଦାସ, ଜନାବ ସଇଦ ଖାଁ, ମାର୍କଣ୍ଡ ବେହେରା, ଉପଦେଷ୍ଟା ସୁଧାକର ଧଳ ପ୍ରମୁଖ ଯୋଗଦେଇଥିଲେ । ଶନିବାର ୨ଟି ଲିଗ୍‌ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଟାଟା ଓ ସେରସା ଆଦ୍ରା ମଧ୍ୟରେ ହେବାକୁ ଥିବାବେଳେ ୨ୟ ମ୍ୟାଚ୍‌ କାନାଡା ବ୍ୟାଙ୍କ ମାଙ୍ଗାଲୋରକୁ ରେଲୱେ ଓଡିଶା ଭେଟିବ।

All Right Reserved By

ଖେଳ |

ଫିଫା ର଼୍ୟାଙ୍କିଙ୍ଗ୍‌:  ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଫିଫା ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ଫ୍ରାନ୍ସ, ୧୫କୁ ଖସିଲା ଜର୍ମାନୀ

ଜୁରିଖ,୧୬।୮- ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଫିଫା ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷକୁ ଉଠିଛି। ଏହା ଦର୍ଶାଇଛି ଗୁରୁବାର ପ୍ରକାଶ ପାଇଥିବା ନୂଆ ଫିଫା ର଼୍ୟାଙ୍କିଙ୍ଗ୍‌। ଅନ୍ୟପକ୍ଷରେ ପୂର୍ବରୁ ଶୀର୍ଷରେ ଥିବା ଜର୍ମାନୀ ଦଳ ବିଶ୍ୱକପ୍‌ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେବା ଯୋଗୁ ଏବେ ୧୫ତମ ସ୍ଥାନକୁ ଖସିଛି। 

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଆଟଲେଟିକୋ ମାଡ୍ରିଡ୍‌ ଜିତିଲା ସୁପର କପ୍‌

ଟାଲିନ୍ନ,୧୬।୮- ସାଉଲ ନିଗୁଏଜ ଓ କୋକେଙ୍କ ମ୍ୟାଚ୍‌ର ଅତିରିକ୍ତ ସମୟରେ ଗୋଲ ଯୋଗୁ ଆଟଲେଟିକୋ ମାଡ୍ରିଡ୍‌ ୟୁଫା ସୁପର କପ୍‌ ଟାଇଟଲ ଜିତିଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଆଟଲେଟିକୋ ମାଡ୍ରିଡ୍‌ ୪-୨ ଗୋଲ୍‌ରେ ରିଅଲ ମାଡ୍ରିଡ୍‌କୁ ହରାଇ ଏହି ସଫଳତା ପାଇଛି। 

ଭିକ୍ଟର ମୋଜେସଙ୍କ ଅବସର

ଭିକ୍ଟର ମୋଜେସଙ୍କ ଅବସର

ଆବୁଜା,୧୬।୮- ଚେଲସି ଖେଳାଳି ଭିକ୍ଟର ମୋଜେସ ବୁଧବାର ଅନ୍ତର୍ଜାତୀୟ ଫୁଟ୍‌ବଲ ଅବସର ନେଇଛନ୍ତି। ସେ ଏ ନେଇ ଟୁଇଟର ଜରିଆରେ ସୂଚନା ଦେଇଛନ୍ତି। ତାଙ୍କ ଅବସର ନାଇଜେରିଆ ଫୁଟ୍‌ବଲ ପ୍ରଶଂସକଙ୍କୁ ସ୍ତବ୍ଧ କରି ଦେଇଛି। କାରଣ ମୋଜେସଙ୍କୁ ଏବେ ମାତ୍ର ୨୭ ବର୍ଷ ହୋଇଛି।

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଗ୍ୟାରୀ ଷ୍ଟିଡ୍‌ ନ୍ୟୁଜିଲାଣ୍ଡ ମୁଖ୍ୟ କୋଚ୍‌

ଅକ୍‌ଲାଣ୍ଡ,୧୬।୮- ପୂର୍ବତନ କ୍ରିକେଟର ଗ୍ୟାରୀ ଷ୍ଟିଡ ନ୍ୟୁଜିଲାଣ୍ଡ ଦଳ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ ହୋଇଛନ୍ତି। ଏ ନେଇ ନ୍ୟୁଜିଲାଣ୍ଡ କ୍ରିକେଟ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ତାଙ୍କୁ ଦୁଇ ବର୍ଷ ଲାଗି ଏହି ଗୁରୁଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଏହି ପଦରେ ମାଇକ ହାସନ ଥିଲେ। ହାସନ ଚଳିତ ବର୍ଷ ଜୁନରେ ପଦତ୍ୟାଗ କରିବାକୁ ନିଷ୍ପତ୍ତି ନେଇଥିଲେ।

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

କୋହଲିଙ୍କୁ ପଛରେ ପକାଇଲେ ସର୍ଦ୍ଦାର ସିଂ

ଜାକର୍ତ୍ତା,୧୬।୮- ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ୟୋ ୟୋ ଟେଷ୍ଟ ତଥା ଫିଟ୍‌ନେସ ପରୀକ୍ଷାରେ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। 

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ପୂର୍ବତନ ଅଧିନାୟକ ଅଜିତ ଓ୍ବାଦେକରଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡରେ ଭାରତୀୟ ଦଳକୁ ଐତିହାସିକ ବିଜୟ ଆଣି ଦେଇଥିବା ଅଧିନାୟକ ଅଜିତ ଓ୍ବାଦେକରଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। 

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ସ୍ଥିତି ବଦଳାଇବାର ଦକ୍ଷତା ଭାରତର ରହିଛି

ଲଣ୍ଡନ, ୧୫।୮(ପି.ଟି.)- ପ୍ରଥମ ଦୁଇଟି ମ୍ୟାଚ୍‌ ହାରି ଭାରତୀୟ ଦଳ ଦୁର୍ବଳ ହୋଇଯାଇଥାଇପାରେ। କିନ୍ତୁ ଇଂଲଣ୍ଡ ୫-୦ରେ ସିରିଜ କ୍ଲିନ ସୁଇପ୍‌ କରିବା କହିବା ଏବେଠୁ ଠିକ୍‌ ନୁହେଁ ବୋଲି ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଜନ୍ନୀ ବେୟାରଷ୍ଟୋ କହିଛନ୍ତି। 

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ପରାଜୟ ସହ ବେଙ୍ଗାଲୁରୁର ସ୍ପେନ ଗସ୍ତ ଶେଷ

ବାର୍ସିଲୋନା, ୧୫।୮(ପି.ଟି.)- ବାର୍ସିଲୋନା ‘ବି’ ଦଳଠାରୁ ପରାଜୟବରଣ କରିବା ସହ ବେଙ୍ଗାଲୁରୁ ଦଳ ତା’ର ସ୍ପେନ ଗସ୍ତ ସମାପ୍ତ କରିଛି। ସ୍ଥାନୀୟ ମିନି ଏଷ୍ଟାଡି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ବାର୍ସିଲୋନା ‘ବି’ ଦଳ ୩-୦ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା।

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ଅବସର ଘୋଷଣା କଲେ ଫର୍ନାଣ୍ଡୋ

ମାଡ୍ରିଡ୍‌, ୧୫।୮- ଦୁଇଥର ବିଶ୍ୱ ଚାମ୍ପିୟନ ସ୍ପାନିଶ ଡ୍ରାଇଭର ଫର୍ନାଣ୍ଡୋ ଆଲୋନସୋ ଫର୍ମୁଲା-୧ରୁ ଅବସର ଘୋଷଣା କରିଛନ୍ତି। ଚଳିତ ସିଜନ ସମାପ୍ତ ପରେ ସେ ଫର୍ମୁଲା-୧ରୁ ସନ୍ନ୍ୟାସ ନେବେ ବୋଲି ବୁଧବାର ଘୋଷଣା କରିଛନ୍ତି। 

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ଆର୍ଜେଣ୍ଟିନା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେନି ମେସି

ବୁଏନ୍ସ ଏରିସ୍‌, ୧୫।୮(ଏଏଫ୍‌ପି)- ଅଧିନାୟକ ଲିଓନେଲ ମେସି ଆର୍ଜେଣ୍ଟିନାର ଆଗାମୀ ୪ଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦୁଇଥର ବିଶ୍ୱବିଜେତା ଆର୍ଜେଣ୍ଟିନା ସେପ୍ଟେମ୍ବର ୭ରେ ଗୁଏତ୍‌ମାଳ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଲସ୍‌ ଆଞ୍ଜେଲ୍ସଠାରେ ଖେଳାଯିବ। 

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ଇଣ୍ଡିଆ ବ୍ଲୁ’କୁ ହରାଇଲା ଇଣ୍ଡିଆ ଗ୍ରୀନ୍‌

ବେଙ୍ଗାଲୁରୁ, ୧୫।୮- ସ୍ଥାନୀୟ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅନୁଷ୍ଠିତ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଇଣ୍ଡିଆ ଗ୍ରୀନ୍‌ ଭିଜେଡି ପଦ୍ଧତିରେ ୭ ଉଇକେଟ୍‌ରେ ଇଣ୍ଡିଆ ବ୍ଲୁ’କୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି।

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

କ୍ରୋଏସିଆ ବିଶ୍ୱକପ୍‌ ହିରୋ ମଣ୍ଡଜୁକିକ୍‌ଙ୍କ ଅବସର

ପ୍ୟାରିସ, ୧୫।୮(ଏଏଫପି)- କ୍ରୋଏସିଆ ବିଶ୍ୱକପ୍‌ ହିରୋ ତଥା ଷ୍ଟାର୍‌ ଷ୍ଟ୍ରାଇକର ମାରିଓ ମଣ୍ଡଜୁକିକ୍‌ ଅନ୍ତର୍ଜାତୀୟ ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ମଣ୍ଡଜୁକିକ୍‌ଙ୍କ ଅବସର ନେଇ କ୍ରୋଏସିଆ ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ୩୨ ବର୍ଷୀୟ ମଣ୍ଡଜୁକିକ୍‌ଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ କ୍ରୋଏସିଆ ଗତମାସରେ ରୁଷିଆରେ ଶେଷ ହୋଇଥିବା ଫିଫା ବିଶ୍ୱକପ୍‌ ଫାଇନାଲକୁ ପ୍ରଥମଥର ଲାଗି ପ୍ରବେଶ କରିଥିଲା। 

Model This Week

ଯସ୍ମିନ୍