Dharitri News
ଅପରାଧ |

ଧରାପଡ଼ିଲା ଜାଲ୍‌ ନୋଟ କାରବାର: ୧୦୦ଟି ୨ ହଜାର ଟଙ୍କିଆ ନୋଟ ଜବତ

ଧରାପଡ଼ିଲା ଜାଲ୍‌ ନୋଟ କାରବାର: ୧୦୦ଟି ୨ ହଜାର ଟଙ୍କିଆ ନୋଟ ଜବତ ବାରିପଦା ଅଫିସ/ ବସ୍ତା(ଡି.ଏନ.ଏ.)୨।୨: ପଶ୍ଚିମବଙ୍ଗ ରାଜ୍ୟରୁ ମୟୂରଭଞ୍ଜ ଜିଲାକୁ ଲମ୍ବିଛି ଜାଲ୍‌ ନୋଟ କାରବାର। ଏକ ସଙ୍ଗଠିତ ର଼୍ୟାକେଟ ଦ୍ୱାରା ଏହି କାରବାର ଜାରି ରହିଛି। ରାସଗୋବିନ୍ଦପୁର ଥାନା ପୋଲିସ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଗତ ୪ ଦିନ ମଧ୍ୟରେ ପୋଲିସ ଧରପଗଡ ଚଳାଇ ୧୦୦ଟି ୨ ହଜାର ଟଙ୍କିଆ ଜାଲ ନୋଟ ଜବତ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଣ୍ଡେଇ ଗ୍ରାମର ତରୁଣ କୁମାର ଜେନା (୧୯)ଓ ବାଲେଶ୍ୱର ଜିଲା ବସ୍ତା ଥାନା ବିଦ୍ୟାଧରପୁରମହଲାର ସେଖ କମିଲଉଦ୍ଦିନ। ପୋଲିସ ଏ ସମ୍ପର୍କରେ ଏକ ମାମଲା (ନଂ ୧୩/୧୮) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଜାଲ ନୋଟ ବେପାରୀ କଲେଜ ଛାତ୍ରଙ୍କୁ ଟାର୍ଗେଟ କରି ଜାଲନୋଟ କାରବାର କରୁଥିବା ସୂଚନା ମିଳିଛି। ଗିରଫ ୨ଜଣଙ୍କ ମଧ୍ୟରେ ଜଣେ କଲେଜ ପଢୁଆ ଛାତ୍ର ରହିଥିବା ଜିଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସପି ଦିନଜନ ନାଏକ ସୂଚନା ଦେଇଛନ୍ତି। ଗତ ୩୦ ତାରିଖରେ ତରୁଣ ନିଜର ଜଣେ ସହପାଠୀଙ୍କ ସହ ରାସଗୋବିନ୍ଦପୁର ଥାନା ଅଧୀନ ମାଣିଦା ବଜାରର ଏକ କପଡା ଦୋକାନକୁ ଯାଇ କିଛି କପଡା କିଣିଥିଲେ। ସେମାନେ ୨ ହଜାର ଟଙ୍କିଆ ନୋଟ ଦୋକାନୀଙ୍କୁ ଦେଇଥିଲେ। ଏହା ଜାଲ ନୋଟ ବୋଲି ଦୋକାନୀ ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ସେମାନଙ୍କଠାରୁ ୬ ଟି ୨ ହଜାର ଟଙ୍କିଆ ନକଲି ନୋଟ ଜବତ କରିଥିଲା। ପରେ ରାସଗୋବିନ୍ଦପୁର ଥାନାର ସବ୍‌ଇନ୍ସପେକ୍ଟର ଭଗବାନ ତରାଇଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତରୁଣଙ୍କୁ ଗତ ଗୁରୁବାର ଗିରଫ କରିଥିବା ବେଳେ ଅନ୍ୟଜଣଙ୍କୁ ଛାଡି ଦେଇଥିଲା। ତରୁଣଙ୍କୁ ପଚରାଉଚୁରା ପରେ ପୋଲିସକୁ ଅନ୍ୟ କେତେକ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ରାସଗୋବିନ୍ଦପୁର ଥାନା ପୋଲିସ ଗୁରୁବାର ରାତିରେ ବାଲେଶ୍ୱର ଜିଲା ବସ୍ତା ଥାନା ବିଦ୍ୟାଧରପୁର ମହଲାର ସେଖ କମିଲଉଦ୍ଦିନଙ୍କ ଘରେ ଚଢ଼ାଉ କରି ୯୪ ଟି ୨ ହଜାର ଟଙ୍କିଆ ନକଲି ନୋଟ ଜବତ କରିଥିଲା। ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। କମିଲଉଦ୍ଦିନ ପୋଲିସକୁ ଦେଇଥିବା ସୂଚନା ମୁତାବକ ବର୍ଷକ ପୂର୍ବେ ସେ ମାଡ୍ରାସରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ପଶ୍ଚିମବଙ୍ଗ ମାଲଦା କାଳିଆ ଛକ ଅଞ୍ଚଳର ଇସାବ ଅଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେଠାରେ ସେ ଜାଲ ନୋଟ କାରବାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ଗତ ୨୧ ଜାନୁୟାରୀରେ କମିଲଉଦ୍ଦିନ ମାଲଦା ଯାଇ ୨ଲକ୍ଷ ଟଙ୍କାର ଜାଲ ନୋଟ ଆଣି ଇସାବ ଅଲିଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଏହି ଜାଲ ନୋଟକୁ ଚଳାଇବା ପାଇଁ କମିଲଉଦ୍ଦିନ କଲେଜ ଛାତ୍ରଙ୍କୁ ଟାର୍ଗେଟ କରି ତରୁଣଙ୍କୁ ନିଜ ଜାଲରେ ଫସାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇ ଚଢାଉ କରିପାରେ ବୋଲି ରାସଗୋବିନ୍ଦପୁର ଥାନା ଅଧିକାରୀ ତିଳୋତ୍ତମା ରାଉତ କହିଛନ୍ତି। ଏହି ଘଟଣା ପରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଦେଇ ଜାଲ ନୋଟ ମୟୂରଭଞ୍ଜକୁ ଆସୁଥିବା ସ୍ପଷ୍ଟ ହୋଇଛି।

ଅପରାଧ |

ଅବକାରୀ ବିଭାଗ ଚଢ଼ାଉ, ୯୦ ଲିଟର ଦେଶୀମଦ ଜବତ, ୨ ଗିରଫ

ଅବକାରୀ ବିଭାଗ ଚଢ଼ାଉ, ୯୦ ଲିଟର ଦେଶୀମଦ ଜବତ, ୨ ଗିରଫ

ଜଳେଶ୍ୱର, ୧୮।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅନ୍ତର୍ଗତ କାଜିବାଗ ରାସ୍ତାରେ ରବିବାର ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୯୦ ଲିଟର ଦେଶୀମଦ ଜବତ କରାଯାଇଛି। ଏଥିସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ବଢ଼େଇଙ୍କୁ ତଣ୍ଟି କାଟି ହତ୍ୟା

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ବଢ଼େଇଙ୍କୁ ତଣ୍ଟି କାଟି ହତ୍ୟା

ଭୁବନେଶ୍ୱର, ୧୭।୨(ବ୍ୟୁରୋ)- କିଛିଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୪ ଏମ୍‌ଏଲଏ କଲୋନୀ ପ୍ଲଟ ନଂ. ଏ/୧୯ରେ ରହୁଥିବା ଗୋପୀନାଥ ମହାରଣା ନାମକ(୪୫) ବଢ଼େଇଙ୍କୁ କେହି ଦୁର୍ବୃତ୍ତ ତଣ୍ଟି କାଟି ହତ୍ୟା କରିଛନ୍ତି। ଶନିବାର ସକାଳେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ହତ୍ୟାର କୌଣସି ସୁରାକ ପୋଲିସ ହାତରେ ଲାଗି ନ ଥିବାବେଳେ ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ ଚଳାଇଛି।

ଭଡ଼ାଘରୁ ତଣ୍ଟିକଟା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭଡ଼ାଘରୁ ତଣ୍ଟିକଟା ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଭୁବନେଶ୍ୱର,୧୭।୨(ବ୍ୟୁରୋ): ଖାରବେଳନଗର ଥାନା ଅଧୀନ ୟୁନିଟ୍‌-୪ ଏମ୍‌ଏଲ୍‌ଏ କଲୋନି ନିକଟସ୍ଥ ଏକ ଭଡ଼ାଘରୁ ଶନିବାର ଜଣେ ବ୍ୟକ୍ତିଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ଗୋପାଳ ମହାରଣା(୪୫)।

ପୋଲିସ ଚାକିରି ଦେବାକୁ କହି ୨୫ ଲକ୍ଷ ଠକେଇ: ଆନ୍ଧ୍ରରୁ ଆସି ଗଛମୂଳେ ଦିନ କାଟୁଛନ୍ତି ୭ ଯୁବକ

ପୋଲିସ ଚାକିରି ଦେବାକୁ କହି ୨୫ ଲକ୍ଷ ଠକେଇ: ଆନ୍ଧ୍ରରୁ ଆସି ଗଛମୂଳେ ଦିନ କାଟୁଛନ୍ତି ୭ ଯୁବକ

ଭୁବନେଶ୍ୱର, ୧୬।୨(ବ୍ୟୁରୋ)- ଏକାଧିକ ଯୁବକଙ୍କୁ ଆଇବି(ଇଣ୍ଟେଲିଜେନ୍ସ ବ୍ୟୁରୋ)ରେ ଚାକିରି ଦେବାକୁ କହି ୨୫ଲକ୍ଷ ଟଙ୍କା ଠକି ନିଆଯାଇଛି। ଠକାମିର ଶିକାର ହୋଇଥିବା ଯୁବକମାନେ ଥାନାକୁ ବାରମ୍ବାର ଦୌଡୁଥିଲେ ମଧ୍ୟ ପୋଲିସ କିଛି ଶୁଣୁନାହିଁ। କାରଣ ସେମାନେ ତେଲୁଗୁ ସମ୍ପ୍ରଦାୟର ହୋଇଥିବାବେଳେ ସେମାନଙ୍କ ଭାଷା ବୁଝିପାରୁ ନାହାନ୍ତି ପୋଲିସ କର୍ମଚାରୀ। ଫଳରେ ପୋଲିସ ଉକ୍ତ ଯୁବକମାନଙ୍କୁ ନ୍ୟାୟ ଦେବା ବଦଳରେ ବିଭିନ୍ନ ଆଳ ଦେଖାଇ ଥାନାରୁ ବିଦା କରି ଦେଉଛି। ଏହିଭଳି ଘଟଣା ନୟାପଲ୍ଲୀ ଥାନାରେ ଦେଖିବାକୁ ମିଳିଛି। ଟଙ୍କା ପାଇବା ଆଶାରେ ଯୁବକମାନେ ଗଛ ମୂଳେ ଶୋଉଛନ୍ତି।

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଭୁବନେଶ୍ୱର ତହସିଲ ଅଫିସ ଅମିନ ମନସ୍ବନୀ ଖଡିରତ୍ନ ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମି ମାପଚୁପ କରାଇଦେବାକୁ ସେ ୧୮ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି।

ନବଜାତ ମୃତ ଶିଶୁପୁତ୍ର ଉଦ୍ଧାର

ନବଜାତ ମୃତ ଶିଶୁପୁତ୍ର ଉଦ୍ଧାର

ନୟାଗଡ଼ ଅଫିସ, ୧୬।୨: ନୟାଗଡ଼ ବ୍ଲକ ଗମ୍ଭାରିଡିହି ପୋଲତଳୁ ଶୁକ୍ରବାର ସକାଳେ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ଗୁରୁବାର ରାତିରେ ଜନ୍ମ ହେବା ପରେ କେହି ଶିଶୁପୁତ୍ରକୁ ଏଠାରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇଁ ଚାଇଲ୍ଡଲାଇନ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ମାରଣାସ୍ତ୍ର ଦେଖାଇ ଲୁଟ୍‌

ମାରଣାସ୍ତ୍ର ଦେଖାଇ ଲୁଟ୍‌

ଆରଡ଼ି,୧୫।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ କୁଳସାହି ଛକ ନିକଟସ୍ଥ ଶ୍ରୀମା ଅରବିନ୍ଦ ନଗରରେ ଥିବା ମନୋରଞ୍ଜନ ମହାପାତ୍ରଙ୍କ ଘରୁ ବୁଧବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ସୂଚନା ଅନୁଯାୟୀ, ମୁହଁରେ କଳା କପଡ଼ା ବାନ୍ଧିଥିବା ୫ ଦୁର୍ବୃତ୍ତ ମନୋରଞ୍ଜନଙ୍କ ସିଡ଼ିଘର କବାଟ କାଟି ଭିତରକୁ ପଶିଥିଲେ।

୨ ଆନ୍ତଃରାଜ୍ୟ ସୁନାଚେନ୍‌ ଲୁଟେରା ଗିରଫ, ୫ ସୁନାଚେନ ଜବତ

୨ ଆନ୍ତଃରାଜ୍ୟ ସୁନାଚେନ୍‌ ଲୁଟେରା ଗିରଫ, ୫ ସୁନାଚେନ ଜବତ

ରାଉରକେଲା ଅଫିସ,୧୩।୨: ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ ଦୁଇଜଣ ଆନ୍ତଃରାଜ୍ୟ ସୁନାଚେନ ଲୁଟେରାଙ୍କୁ ମଙ୍ଗଳବାର ଗିରଫ କରିଛି। ସେମାନେ ହେଲେ ଛତିଶଗଡର ଅମର ସିଂ(୨୮) ଓ ମନ୍‌ଜିତ କୁମାର ନାଥ(୨୨)। ପୋଲିସ ସେମାନଙ୍କଠାରୁ ୫ଟି ସୁନାଚେନ ଉଦ୍ଧାର କରିଛି। ଏଥିସହ ଦୁଇଟି ବାଇକ୍‌ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି।

ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ

ସ୍ବାମୀ ମାଡ଼ରେ ସ୍ତ୍ରୀ ମୃତ

ଭଞ୍ଜନଗର,୧୩।୨(ଡି.ଏନ୍‌.ଏ.): ଗାଙ୍ଗପୁର ଥାନା ଅନ୍ତର୍ଗତ ରତନପୁର ଗ୍ରାମରେ ମଙ୍ଗଳବାର ସକାଳେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ଉତ୍ତ୍ୟକ୍ତ ସ୍ବାମୀଙ୍କ ମାଡ଼ରେ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ସୁଲୋଚନା ନାଇକ।

ଅଖା  ଭିତରୁ ହାତଗୋଡ଼ ବନ୍ଧା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅଖା ଭିତରୁ ହାତଗୋଡ଼ ବନ୍ଧା ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରଘୁନାଥପୁର,୧୩।୨(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢ଼ୁଆ ପଞ୍ଚାୟତ ମୁଣ୍ଡାଳ କମଳିଆରୁ ମଙ୍ଗଳବାର ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ ବୋଲି ପୋଲିସ ଅନୁମାନ କରିଛି।

ପାଣି ମଡ଼ାଇବାକୁ କେନ୍ଦ୍ରକରି ଦୁଇଭାଇଙ୍କୁ ହତ୍ୟା

ପାଣି ମଡ଼ାଇବାକୁ କେନ୍ଦ୍ରକରି ଦୁଇଭାଇଙ୍କୁ ହତ୍ୟା

ଭୋଗରାଇ, ୧୨।୨(ଡି.ଏନ.ଏ.): ଚାଷଜମିରେ ପାଣି ମଡାଇବାକୁ କେନ୍ଦ୍ରକରି ଦୁଇ ଭାଇଙ୍କୁ ହତ୍ୟା କରାଯିବା ଘଟଣା ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ଘଟିଛି କମର୍ଦ୍ଦା ଥାନା ହରିଣକୁଲି ଗ୍ରାମରେ। ଘଟଣାସ୍ଥଳରେ ଦୁଇଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗ୍ରାମବାସୀ ହତ୍ୟାକାରୀଙ୍କୁ କାବୁକରି ପୋଲିସ୍‌ ଜିମା ଦେଇଛନ୍ତି। ମୃତକଦ୍ୱୟ ହେଲେ ମଧୁସୂଦନ ଗିରି ଓ ସାନଭାଇ ନାରାୟଣ ଗିରି।

ଚାଷଜମିକୁ ପାଣି ନେବା ଆଳରେ ଦୁଇଭାଇଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଚାଷଜମିକୁ ପାଣି ନେବା ଆଳରେ ଦୁଇଭାଇଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଭୋଗରାଇ,୧୨।୨(ଡି.ଏନ୍‌.ଏ.): କମର୍ଦ୍ଦା ଥାନା ଅନ୍ତର୍ଗତ ଆରୁହାବୃତ୍ତି ଗ୍ରାମର ଜଣେ ଯୁବକ ରବିଚାଷ ପାଇଁ ଧାନଜମିକୁ ପାଣି ନେବା ଆଳରେ ସୋମବାର ଦୁଇଭାଇଙ୍କୁ ଭୁଜାଲିରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି।