ଜାତୀୟ |

ପୁଞ୍ଜି ବଜାର ଉପରେ ବଜେଟ ପ୍ରହାର

ପୁଞ୍ଜି ବଜାର ଉପରେ ବଜେଟ ପ୍ରହାର
ବମ୍ବେ,୨ା୨(ପି.ଟି.): ନରେନ୍ଦ୍ର ମୋଦି ସରକାରଙ୍କ ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ୍‌ ପୁଞ୍ଜି ବଜାର ପାଇଁ ନକାରାତ୍ମକ ସାବ୍ୟସ୍ତ ହୋଇଛି। ନିବେଶକଙ୍କୁ ନିରାଶ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦୀର୍ଘମିଆଦୀ ପୁଞ୍ଜି ଲାଭ (ଲଙ୍ଗ୍‌ ଟର୍ମ କ୍ୟାପିଟାଲ ଗେନ୍‌) ଉପରେ ୧୦% ଟିକସ ଘୋଷଣା କରିଛନ୍ତି। ଏହା ଦଲାଲ୍‌ ଷ୍ଟ୍ରିଟ୍‌ ପାଇଁ ନିରାଶାର ବାତାବରଣ ସୃଷ୍ଟି କରିଛି। ଶୁକ୍ରବାର ନିବେଶକଙ୍କ ସକାଶେ କଳା ଶୁକ୍ରବାର ସାବ୍ୟସ୍ତ ହୋଇଛି। କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସରେ ୮୩୯.୯୧ ପଏଣ୍ଟ ହ୍ରାସ ଘଟିଛି। ଫଳରେ ଏହା ୩୫,୦୬୬.୭୫ ପଏଣ୍ଟକୁ ଖସିଆସିଛି। ଗତ ଅଢ଼େଇ ବର୍ଷ ମଧ୍ୟରେ ଏହା ସର୍ବବୃହତ୍‌ ଦୈନିକ ହ୍ରାସ। ସେନ୍‌ସେକ୍ସରେ ଘଟିଥିବା ରେକର୍ଡ ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତି ୫ ଲକ୍ଷ କୋଟି ଟଙ୍କାର କ୍ଷତି ଘଟିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ପଞ୍ଜୀକୃତ ସମସ୍ତ କମ୍ପାନୀଙ୍କ ମିଳିତ ବଜାର ମୂଲ୍ୟରେ ୪.୭ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଛି। ଏହା ୧୫୩.୧ ଲକ୍ଷ କୋଟି ଟଙ୍କାରୁ ୧୪୮.୪ ଲକ୍ଷ କୋଟି ଟଙ୍କାକୁ ଖସିଆସିଛି। ୨୦୧୫ ଅଗଷ୍ଟ ୨୪ରୁ ସେନ୍‌ସେକ୍ସରେ ଏହା ସର୍ବବୃହତ୍‌ ହ୍ରାସ। ଉକ୍ତ ସମୟରେ ସେନ୍‌ସେକ୍ସ ୧,୬୨୪.୫୧ ପଏଣ୍ଟ ଖସିିଥିଲା। ଭାରତ ସରକାରଙ୍କ ଋଣ ବୋଝ ଦେଶର ରେଟିଂ ବୃଦ୍ଧି କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଥିବା ‘ଫିଚ୍‌ ରେଟିଂ’ କହିଥିବାବେଳେ ଏହା ମଧ୍ୟ ଶୁକ୍ରବାର ବଜାର ଉପରେ ପ୍ରଭାବ ପକାଇଛି। ତେବେ ନ୍ୟାଶ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍‌ଟି ମଧ୍ୟ ୧୦,୮୦୦ ପଏଣ୍ଟ ତଳକୁ ଖସିଆସିଛି। ଏଥିରେ ୨୫୬.୩୦ ପଏଣ୍ଟ ହ୍ରାସ ଘଟି ୧୦,୭୬୦.୬୦ ପଏଣ୍ଟରେ ବନ୍ଦ ହୋଇଛି। ଗୁରୁବାର ମଧ୍ୟ ପୁଞ୍ଜି ବଜାର ନିମ୍ନମୁଖୀ ହୋଇଥିଲା।
All Right Reserved By

ଜାତୀୟ |

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ମିଜୋରାମରେ ସଂଖ୍ୟା ଗରିଷ୍ଠତା ହାସଲ କଲା ଏମ୍‌ଏନ୍‌ଏଫ୍‌

ଆଇଜଲ,୧୧।୧୨: ମିଜୋରାମର ମୋଟ ୪୦ଟି ବିଧାନସଭା ଆସନ ମଧ୍ୟରୁ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌ )କୁ ୨୬ଟି ଆସନ ମିଳିଛି। ଏଠାରେ କଂଗ୍ରେସ ୫ଟି ଆସନରେ ବିଜୟଲାଭ କରିଥିବା ବେଳେ ଭାଜପାକୁ ଗୋଟିଏ  ଓ ଅନ୍ୟାନ୍ୟଙ୍କୁ ୮ଟି ଆସନ ମିଳିଛି। 

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ଆଇଇଡି ବିସ୍ଫୋରଣ ଜଣେ ଯବାନ ଆହତ

ସୁକମା,୧୧।୧୨: ଛତିଶଗଡ଼ର ଚିନ୍ତାଗୁଫାଠାରେ ମଙ୍ଗଳବାର ଏକ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସିଆର୍‌ପିଏଫ୍‌ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

ଏହା ତ ସେମିଫାଇନାଲ ଆଗକୁ ଅଛି ଫାଇନାଲ: ମମତା

କୋଲକାତା,୧୧।୧୨: ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଗଣତି ମଙ୍ଗଳବାର ହୋଇଛି। ଏଥିରେ ପ୍ରାୟ ୩ଟି ରାଜ୍ୟରେ କଂଗ୍ରେସ ଆଗରେ ରହିଛି। ଭାଜପାକୁ ପ୍ରାୟ ଅଧିକାଂଶ ସ୍ଥାନରେ ପଛରେ ପକାଇ କଂଗ୍ରେସ ଓ କିଛି ନିର୍ଦଳୀୟ ପ୍ରାର୍ଥୀ ଆଗକୁ ବଢି ଚାଲିଛନ୍ତି।

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଆତଙ୍କବାଦୀ ଆକ୍ରମଣ ୩ ପୋଲିସ ଶହୀଦ

ଶୋପିଆନ,୧୧।୧୨: ଜମ୍ମୁ-କଶ୍ମୀର ଶୋପିଆନର ଜିନାପୁରାରେ ଥିବା ଏକ ପୋଲିସ ପୋଷ୍ଟ ଉପରେ ମଙ୍ଗଳବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। 

ଜିତିଲେ କେସିଆର୍‌

ଜିତିଲେ କେସିଆର୍‌

ହାଇଦ୍ରାବାଦ,୧୧।୧୨: ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍‌ଏସ୍‌)ର ଅଧ୍ୟକ୍ଷ ତଥା ତେଲେଙ୍ଗାନା ରଖୁଆଳ ଓ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଚଳିତ ବିଧାନସଭା ନିର୍ବାଚନରେ ବିଜୟଲାଭ କରିଛନ୍ତି। 

ଇଣ୍ଡିଗୋ ବିମାନରେ ଧୂଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ

ଇଣ୍ଡିଗୋ ବିମାନରେ ଧୂଆଁ: ସମସ୍ତ ଯାତ୍ରୀ ସୁରକ୍ଷିତ

କୋଲକାତା,୧୧।୧୨: ସୋମବାର ରାତିରେ ପ୍ରାୟ ୧୩୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନରେ ହଠାତ୍‌ ଧୂଆଁ ବାହାରିବାରୁ କୋଲକତାରେ ଏହାର ଜରୁରୀ ଅବତରଣ କରାଯାଇଥିଲା।

ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥାହେଲେ ପାଇଲଟ

ନିର୍ଦଳୀୟ ପ୍ରାର୍ଥୀଙ୍କ ସହ କଥାହେଲେ ପାଇଲଟ

ଜୟପୁର,୧୧।୧୨: ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ୫ଟି ରାଜ୍ୟ ସହ ସାରା ଦେଶରେ ରାଜନୀତିର ଉଷ୍ମତା ବଢିଯାଉଛି। କାରଣ କେନ୍ଦ୍ରର ଶାସନ ଭାର ସମ୍ଭାଳିଥିବା ଭାଜପାକୁ ଏବେ ପଛରେ ପକାଇ ଅଗ୍ରସର ହେଉଛି କଂଗ୍ରେସ। ସମସ୍ତଙ୍କ ନଜର ଏବେ ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ଥିବା ବେଳେ ଏଠି କିନ୍ତୁ ସଂଖ୍ୟା ଗରିଷ୍ଠାକୁ ନେଇ ଦ୍ୱନ୍ଦ୍ୱରେ ରହୁଛି କଂଗ୍ରେସ। 

୨ଟି ଯାକ ଆସନରୁ ହାରିଲେ ମିଜୋରାମ ମୁଖ୍ୟମନ୍ତ୍ରୀ

୨ଟି ଯାକ ଆସନରୁ ହାରିଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଆଇଜଲ,୧୧।୧୨: ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନଓ୍ବାଲା ଏଥର ବିଧାନସଭା ନିର୍ବାଚନ ପାଇଁ ୨ଟି ଆସନରେ ପ୍ରତିଦ୍ୱନ୍ଦିତା କରୁଥିଲେ ସୁଦ୍ଧା ୨ଟି ଯାକ ଆସନରେ ହାରି ଯାଇଛନ୍ତି। ସେ ସରଚିପ ଓ ସାଉଥ୍‌ ଚମ୍ଫାଇ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲେ। 

ପ୍ରଥମ ବିବାହ ବାର୍ଷିକୀରେ ଏକାଠି ହେଲେ ଅନୁଷ୍କା-ବିରାଟ

ପ୍ରଥମ ବିବାହ ବାର୍ଷିକୀରେ ଏକାଠି ହେଲେ ଅନୁଷ୍କା-ବିରାଟ

ମୁମ୍ବାଇ,୧୧।୧୨: ବଲିଉଡ୍‌ ନାୟିକା ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହକୁ ବର୍ଷେ ପୂରିଛି। ୨୦୧୭ ଡିସେମ୍ବର ୧୧ରେ ଇଟାଲିର ଲେକ୍‌ କେମୋରେ ଏମାନେ ବିବାହ ବନ୍ଧରେ ବାନ୍ଧି ହୋଇଥିଲେ। 

ଈଶା-ଆନନ୍ଦଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଚୁମ୍ବନ ଭିଡ଼ିଓ ଭାଇରାଲ

ଈଶା-ଆନନ୍ଦଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଚୁମ୍ବନ ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୧।୧୨: ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀଙ୍କ ବାହାଘର ବୁଧବାର ହେବ। ତେବେ ଏହି ବହୁଚର୍ଚ୍ଚିତ ବାହାଘର ପୂର୍ବରୁ ଈଶାଙ୍କ ପ୍ରି-ଓ୍ବେଡିଂ ଉତ୍ସବର ଭିଡ଼ିଓ ଭାଇରାଲ ହୋଇଛି।

ମିଠା ବାଣ୍ଟିଲା କଂଗ୍ରେସ

ମିଠା ବାଣ୍ଟିଲା କଂଗ୍ରେସ

ନୂଆଦିଲ୍ଲୀ,୧୧।୧୨: ବିଧାନସଭା ନିର୍ବାଚନର ଫଳଫଳକୁ ଦେଖି କଂଗ୍ରେସକର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳେ ଆରମ୍ଭ ହୋଇଥିବା ବେଳେ ଏକ୍‌ଜିଟ୍‌ ପୋଲ୍‌ର ସୂଚନା ମୁତାବକ ପ୍ରାୟ ୩ଟି ରାଜ୍ୟରେ କଂଗ୍ରେସ ଆଗରେ ଚାଲିଛି। 

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ/ମ୍ୟୁସକାଟ୍‌,୧୧।୧୨: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ପରେ ମଧ୍ୟ ସେମାନଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ଶଟ୍‌ ବ୍ରେକ୍‌ ନେଇ ହନିମୁନ୍‌ ପାଇଁ ପ୍ରିୟଙ୍କା-ନିକ୍‌ ଓମାନ ଯାଇଛନ୍ତି।