ରାଜ୍ୟ |

ଆଜି ବମ୍ବେରେ ଉପସ୍ଥାପନ ହେବ ‘ଦ ଟଲ୍‌ ମ୍ୟାନ- ବିଜୁ ପଟ୍ଟନାୟକ’

ଆଜି ବମ୍ବେରେ ଉପସ୍ଥାପନ ହେବ ‘ଦ ଟଲ୍‌ ମ୍ୟାନ- ବିଜୁ ପଟ୍ଟନାୟକ’
ଭୁବନେଶ୍ୱର,୨।୨(ବ୍ୟୁରୋ): ଭୁବନେଶ୍ୱର ପରେ ମହାରାଷ୍ଟ୍ରର ରାଜଧାନୀ ବମ୍ବେରେ ଶନିବାର ଉପସ୍ଥାପିତ ହେବାକୁ ଯାଉଛି ‘ଦ ଟଲ୍‌ ମ୍ୟାନ- ବିଜୁ ପଟ୍ଟନାୟକ’ ପୁସ୍ତକ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଜନୈତିକ, ସାମାଜିକ ଏବଂ ବୈମାନିକ ଜୀବନୀକୁ ନେଇ ଦୁର୍ଲ୍ଲଭ ଫଟୋକୁ ପୁସ୍ତକରେ ସଂକଳିତ କରାଯାଇଛି। ବମ୍ବେସ୍ଥିତ ଯଶବନ୍ତରାଓ ଚୌହାନ ପ୍ରତିଷ୍ଠାନ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିବେ। ଏଥିସହ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରାଯାଇଛି। ବିଶିଷ୍ଟ ବଂଶୀବାଦକ ପଦ୍ମବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆ, ହୃଦ୍‌ଶଲ୍ୟ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ବମ୍ବେର ପୂର୍ବତନ ପୋଲିସ୍‌ କମିଶନର ଅରୂପ ପଟ୍ଟନାୟକ ଏବଂ ଗ୍ଲୋବାଲ ଏଚ୍‌ଆର ଓ ସିଇଓ , କାର୍ବନ ବ୍ଲାକ ବିଜ୍‌ନେସ୍‌ , ଆଦିତ୍ୟ ବିର୍ଲା ଗ୍ରୁପର ସନ୍ତୃପ୍ତ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ସୁନ୍ଦର ଗଣେଶନଙ୍କ ଦ୍ୱାରା ଲେଖାଯାଇଥିବା ପୁସ୍ତକଟିର ସମୀକ୍ଷା କରିବେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସ୍ବାଧୀନତା ସଂଗ୍ରାମ ସମୟରେ ତାଙ୍କର କ୍ରାନ୍ତିକାରୀ ଭୂମିକା, ଦେଶ ପ୍ରତି ଥିବା ବଳିଷ୍ଠ ଅବଦାନ ଉପରେ କାର୍ଯ୍ୟକ୍ରମରେ ଆଲୋଚନା ହେବ। ବମ୍ବେରେ ବାସ କରୁଥିବା ଓଡ଼ିଆ, ସଂଗଠନ, ଉଦ୍ୟୋଗ ଶିଳ୍ପ ଜଗତର କିଛି ପ୍ରମୁଖ ବ୍ୟକ୍ତିତ୍ୱ, ପ୍ରଶାସକ, ଖବରଦାତା ଏବଂ ଓଡ଼ିଶାର କିଛି ବିଧାୟକ, ଏମ୍‌ପି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
All Right Reserved By

ରାଜ୍ୟ |

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ଟଙ୍କା ପାଇଁ ନିର୍ଦ୍ଦୟ ସାଜିଲେ ପୁଅ, ନାତି: ୮୫ ବର୍ଷ ବୃଦ୍ଧଙ୍କୁ ହତ୍ୟା ପରେ ତାଡ଼ିଲେ ଆଖି

ତାଳଚେର, ୧୯।୮(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ବ୍ଲକ ସନ୍ଥପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଟଙ୍କା ପାଇଁ ଗ୍ରାମର ଗୌର ନାୟକ(୮୫)ଙ୍କୁ ତାଙ୍କ ପୁଅ ଏବଂ ନାତି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ଗୋଶାଣିନୂଆଗାଁ ପୋଲିସ ଦ୍ୱାରା ବାଇକ୍‌ ଚୋରି ର଼୍ୟାକେଟର ପର୍ଦ୍ଦାଫାଶ: ୬ ଅଭିଯୁକ୍ତ ଗିରଫ, ୧୫ ପୁରୁଣା ବାଇକ୍‌ ଜବତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଜିଲା ଗୋଶାଣିନୂଆଗାଁ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ବଡ଼ ଧରଣର ବାଇକ ଚୋରି ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିବା ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। 

ଭୋକ ଉପାସରେ ପଡି ରହିଛନ୍ତି  ସାତଭାୟା ଅଞ୍ଚଳର ଶତାଧିକ ଶ୍ରମିକ : କେରଳରେ ବନ୍ୟା

ଭୋକ ଉପାସରେ ପଡି ରହିଛନ୍ତି ସାତଭାୟା ଅଞ୍ଚଳର ଶତାଧିକ ଶ୍ରମିକ : କେରଳରେ ବନ୍ୟା

ରାଜନଗର,୧୯ା୮(ଡି.ଏନ.ଏ.)କେରଳରେ ବାଦଲଫଟା ବର୍ଷା ସାଙ୍ଗକୁ ନଦୀରେ ପ୍ରବଳ ବନ୍ୟା ଆସିବା ଫଳରେ  ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ହଜାର ହଜାର ଲୋକ ବନ୍ୟାପାଣି ଘେରରେ ରହି ହନ୍ତସନ୍ତ ହେଉଛନ୍ତି।

ଟ୍ରାନ୍ସଫର୍ମର ବସାଇବା ପାଇଁ ଲାଞ୍ଚ ଅଭିଯୋଗ   ସାହି ଲୋକଙ୍କ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ

ଟ୍ରାନ୍ସଫର୍ମର ବସାଇବା ପାଇଁ ଲାଞ୍ଚ ଅଭିଯୋଗ ସାହି ଲୋକଙ୍କ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରାଉ

ନୟାଗଡ଼ ଅଫିସ,୧୯ା୮- ହଠାତ୍‌ ବର୍ଷାପବନ ସହ ବିଜୁଳି ଘଡଘଡି ମାରିବାରୁ ଟ୍ରାନ୍ସଫର୍ମର ପୋଡ଼ିଗଲା। ବିଭାଗୀୟ କର୍ମଚାରୀଙ୍କୁ ସାହିଲୋକେ ଏ ନେଇ ଅଭିଯୋଗ କଲେ। ହେଲେ ୪ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ।

ବିଦ୍ୟାଳୟ ମାଧ୍ୟମରେ ଜାତି ପ୍ରମାଣପତ୍ର ମିଳିବା ଏକ ପ୍ରହସନ

ଖଣ୍ଡପଡା,୧୯ା୮(ସ୍ବ.ପ୍ର.)-ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କୁ ବିଦ୍ୟାଳୟଗୁଡିକ ମାଧ୍ୟମରେ ସହଜ ଓ ସୁବିଧା ଉପାୟରେ ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯିବା ପାଇଁ  ଗତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟ ସରକାର ଘୋଷଣା କରିଥିଲେ। 

କାର୍ଯ୍ୟ କରୁନି ପୋଷ୍ଟ ଅଫିସର କମ୍ପ୍ୟୁଟର: ଗ୍ରାହକ ହନ୍ତସନ୍ତ

କାର୍ଯ୍ୟ କରୁନି ପୋଷ୍ଟ ଅଫିସର କମ୍ପ୍ୟୁଟର: ଗ୍ରାହକ ହନ୍ତସନ୍ତ

ରଣପୁର,୧୯।୮(ସ୍ବ.ପ୍ର.)-କେନ୍ଦ୍ର ସରକାର ଡିଜିଟାଲ ଇଣ୍ଡିଆର ସ୍ବପ୍ନ ଦେଖି ବିଭିନ୍ନ କାର୍ଯ୍ୟାଳୟକୁ କମ୍ପ୍ୟୁଟରୀକରଣ କରିବା ସହିତ ପ୍ରତ୍ୟେକ ପଞ୍ଚାୟତକୁ ଇଣ୍ଟରନେଟ ଦ୍ୱାରା ସଂଯୋଗ କରିବା ପାଇଁ ଜୋରସୋରରେ କାର୍ଯ୍ୟ କରୁଛନ୍ତି। 

ସାର ବିକ୍ରିରେ ଅନିୟମିତତା: ୪୫ ରିଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ସାର ବିକ୍ରିରେ ଅନିୟମିତତା: ୪୫ ରିଟେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବରଗଡ଼ ଅଫିସ,୧୯।୮
ବରଗଡ଼ ଜିଲାରେ ଖରିଫ ଚାଷ କାମ ଜୋର ଧରିଛି । ଏଥିପାଇଁ ରାସାୟନିକ ସାରର ଚାହିଦା ମଧ୍ୟ ବଢ଼ିଛି । ଏଭଳିସ୍ଥଳେ ସାରର କଳାବଜାର ପାଇଁ ବେପାରୀମାନେ ତତ୍ପର ହୋଇପଡିଛନ୍ତି । ସରକାରୀ ନିୟମକାନୁନକୁ ଉଲ୍ଲଂଘନ କରି କେତେକ ଲାଇସେନ୍ସପ୍ରାପ୍ତ ରିଟେଲର ସାର ବିକୁଥିବାବେଳେ ଆଉ କେତେକ ଅଣଲାଇସେନ୍ସପ୍ରାପ୍ତ ବେପାରୀ ଚଢ଼ାଦରରେ ଏହା ବିକ୍ରି କରୁଥିବା ଅଭିଯୋଗ ହେଉଛି । 

ମେଧା ବୃତ୍ତି ଦେଲେ ୩୬୦ ଛାତ୍ରୀଛାତ୍ର

ମେଧା ବୃତ୍ତି ଦେଲେ ୩୬୦ ଛାତ୍ରୀଛାତ୍ର

ରନତ୍ଗିରି,୧୯ା୮(ଡି.ଏନ୍‌.ଏ)- ବରୀ ବ୍ଲକର ଦୁଇ ପରୀକ୍ଷା କେନ୍ଦ୍ରରେ ୨୨୮  ବିଦ୍ୟାଳୟରୁ ମୋଟ୍‌  ୩୬୦ ତୃତୀୟ ଓ ପଞ୍ଚମ ଶ୍ରେଣୀ ଛାତ୍ରୀଛାତ୍ର ଶନିବାର ବୃତ୍ତି ପରୀକ୍ଷା ଦେଇଥିବା ମଣ୍ଡଳ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ପ୍ରକାଶ କରିଛନ୍ତି ା

ବାସ ହରାଇ ମୁଖ୍ୟ ଚିକିତ୍ସାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ମହିଳା

ବାସ ହରାଇ ମୁଖ୍ୟ ଚିକିତ୍ସାଳୟରେ ମୁଣ୍ଡ ଗୁଞ୍ଜିଛନ୍ତି ମହିଳା

ବିରଜାକ୍ଷେତ୍ର,୧୯ା୮(ଡି.ଏନ୍‌.ଏ)-  ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଲୋକଙ୍କ ପାଖରେ ରହିବା ପାଇଁ ସ୍ଥାୟୀ ବାସଗୃହ ନାହଁି। ସମ୍ବିଧାନ ଅନୁଯାୟୀ ପ୍ରତ୍ୟେକ ଲୋକଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ଏଥିରୁ ବଞ୍ଚିତ ହେଉଛନ୍ତି ଅନେକ ପରିବାର। 

ଢେଙ୍କାନାଳରୁ ଚଣ୍ଡିଖୋଲକୁ ୩ଶହରୁ ଊର୍ଦ୍ଧ୍ୱ ଗୋରୁ ଚାଲାଣ: ସ୍ଥାନୀୟ ଲୋକେ ଅଟକ ରଖି ଦେଲେ ପୋଲିସ ଜିମା

ଢେଙ୍କାନାଳରୁ ଚଣ୍ଡିଖୋଲକୁ ୩ଶହରୁ ଊର୍ଦ୍ଧ୍ୱ ଗୋରୁ ଚାଲାଣ: ସ୍ଥାନୀୟ ଲୋକେ ଅଟକ ରଖି ଦେଲେ ପୋଲିସ ଜିମା

ଢେଙ୍କାନାଳ ଅଫିସ,୧୯।୮: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଚାଲାଣ ହେଉଥିବା ୪ ଗୋରୁ ଗାଡ଼ିକୁ ସ୍ଥାନୀୟ ଲୋକେ ଅଟକ ରଖି ପୋଲିସ ଜିମା ଦେଇଛନ୍ତି।

ମଇଁଷି ଚାଲାଣ ମାମଲା :  ପୋଲିସର ଭୂମିକାକୁ ନେଇ ସନ୍ଦେହ

ମଇଁଷି ଚାଲାଣ ମାମଲା : ପୋଲିସର ଭୂମିକାକୁ ନେଇ ସନ୍ଦେହ

ଜଗତ୍‌ସିଂହପୁର ଅଫିସ,୧୯ା୮: ଜଗତ୍‌ସିଂହପୁର ଥାନା ଦେଉଳୀ ଗ୍ରାମେଶ୍ୱରଠାରେ ଗତ ୧୬ ତାରିଖ ରାତିରେ ମଇଁଷି ଚାଲାଣବେଳେ ଧରାପଡିବା ମାମଲାରେ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।

ଭୂତ ଭୟ : ନୂଆଗଡ଼ରୁ ନୟାଗଡ଼ ଦୌଡୁଛନ୍ତି ଲୋକେ, ବିଦ୍ୟାଳୟରେ ଛାତ୍ରୀଙ୍କ ଉପସ୍ଥାନ ହ୍ରାସ

ଭୂତ ଭୟ : ନୂଆଗଡ଼ରୁ ନୟାଗଡ଼ ଦୌଡୁଛନ୍ତି ଲୋକେ, ବିଦ୍ୟାଳୟରେ ଛାତ୍ରୀଙ୍କ ଉପସ୍ଥାନ ହ୍ରାସ

ପାରାଦୀପ,୧୯ା୮(ସ୍ବ.ପ୍ର.): ପାରାଦୀପ ଉପକଣ୍ଠ ନୂଆଗଡ଼ ଗ୍ରାମରେ ୪ ଦିନ ହେଲା ଭୂତ ଭୟ ଦେଖାଦେଇଛି। ଗ୍ରାମର କେତେଜଣ ଛାତ୍ରୀ ଓ ଯୁବତୀଙ୍କ ଦେହରେ ପ୍ରେତାତ୍ମା ସବାର ହେଉଥିବା କୁହାଯାଉଛି। ଏଥିଯୋଗୁ ସେମାନେ ଅସୁସ୍ଥ ହୋଇପଡିବା ସହ ବାଉଳି ହେଉଛନ୍ତି।