ରାଜ୍ୟ |

୧୦ ଟଙ୍କିଆ କଏନ୍‌କୁ ନେଇ ଦ୍ୱନ୍ଦ୍ୱ: ବିଶ୍ୱସନୀୟତା ହରାଉଛି ଭାରତୀୟ ମୁଦ୍ରା

୧୦ ଟଙ୍କିଆ କଏନ୍‌କୁ ନେଇ ଦ୍ୱନ୍ଦ୍ୱ: ବିଶ୍ୱସନୀୟତା ହରାଉଛି ଭାରତୀୟ ମୁଦ୍ରା
ବମ୍ବେ, ୨। ୨: ଭାରତୀୟ ଅର୍ଥନୀତିକୁ ଏହାର ମୁଦ୍ରା ବିଶ୍ୱ ଦରବାରରେ ପରିଚିତ କରାଇଥାଏ । ଅନ୍ୟାନ୍ୟ ଦେଶରେ ପ୍ରଚଳିତ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟକୁ ପ୍ରତିଦିନ କାରବାରରେ ମୂଲ୍ୟାୟନ କରାଯାଇଥାଏ। କିନ୍ତୁ ସମୟକ୍ରମେ ଭାରତୀୟ କଏନ୍‌ ବା ମୁଦ୍ରାର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲୋକଙ୍କ ମନରେ ଏହାକୁ ନେଇ ସନ୍ଦେହ ଉପୁଜୁଛି। ଏପରିକି ଦୋକାନ ବଜାରରେ ଏହା ସେଭଳି ମାତ୍ରାରେ ଆଉ ଗ୍ରହଣୀୟ ହେଉନାହିଁ। କଏନ୍‌ର ବୈଧତାକୁ ନେଇ ଆର୍‌ବିଆଇ ତଥା ସରକାରଙ୍କ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ସଚେତନ କରାଯିବା ସତ୍ତ୍ୱେ ଦୋକାନୀ, ବ୍ୟବସାୟୀମାନେ ଏହାକୁ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କିଛି ଦିନ ହେବ ଭାରତୀୟ ୧୦ ଟଙ୍କିଆ ମୁଦ୍ରା ଆଲୋଚନାର ପ୍ରସଙ୍ଗ ହୋଇଛି। ବଜାରରେ ୧୪ ପ୍ରକାର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ। ଲୋକେ ଦ୍ୱନ୍ଦ୍ୱ ମଧ୍ୟକୁ ଆସିବା ସ୍ବାଭାବିକ୍‌। ଏଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଲୋକମାନଙ୍କ ମୋବାଇଲ ନମ୍ବରରେ ମେସେଜ୍‌ ପଠାଯାଉଛି। ଏଥିରେ କୁହାଯାଉଛି ଯେ, ଏହି ସମସ୍ତ କଏନ୍‌ ଅସଲି ଏବଂ ବୈଧ। ଯଦି କୌଣସି ସ୍ଥାନରେ ଏହାକୁ ଗ୍ରହଣ କରାଯାଉ ନ ଥାଏ ତା’ହେଲେ ଆର୍‌ବିଆଇକୁ ସୂଚିତ କରିବା ପାଇଁ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ୧୪୪୪୦ ନମ୍ବରରେ ମିସ୍‌ଡ କଲ୍‌ ଦେଇ ସବିଶେଷ ସୂଚନା ପାଇବାକୁ ଆର୍‌ବିଆଇ ପକ୍ଷରୁ କୁହାଯାଇଛି। କୌଣସି ଏକ ରାଷ୍ଟ୍ରରେ ଏହାର ପ୍ରଚଳିତ ମୁଦ୍ରାକୁ ନେଇ ସ୍ପଷ୍ଟୀକରଣ ପ୍ରଦାନ କରାଯିବା ନିଶ୍ଚିତ ଭାବେ ଦୁଃଖର ବିଷୟ ବୋଲି ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ସ୍ବୀକୃତିପ୍ରାପ୍ତ ଆର୍ଥିକ ପରାମର୍ଶଦାତା ନିଜ ମତରେ କୁହନ୍ତି, ଆର୍‌ବିଆଇ ଏବେ କାହିଁକି ଏଭଳି ମେସେଜ୍‌ ପଠାଉଛି? ଗତ ୫/୧୦ ବର୍ଷ ପୂର୍ବରୁ କାହିଁକି ପଠାଉ ନ ଥିଲା। ଏହାର ଉତ୍ତର ହେଉଛି ୧୦ ଟଙ୍କିଆ କଏନ୍‌କୁ ନେଇ ବଜାରରେ ଏବେ ଗୁଜବ ଖେଳୁଛି। ଲୋକମାନେ ନିଜ ଇଚ୍ଛା ଅନୁସାରେ ଗ୍ରହଣ କରୁଛନ୍ତି। ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେଲା ପରେ ଆର୍‌ବିଆଇ ପାଖରେ ଏ ଖବର ପହଞ୍ଚିଥିବାରୁ ବାଧ୍ୟ ହୋଇ ଏଭଳି ସୂଚନାଭିତ୍ତିକ ମେସେଜ୍‌ ପଠାଯାଉଛି। ଯଦି କୌଣସି ବ୍ୟାଙ୍କ ନିଜ ହିତାଧିକାରୀଙ୍କୁ ମେସେଜ୍‌ ମାଧ୍ୟମରେ ଜଣାଉଛି ଯେ, ଆପଣଙ୍କ ଆକାଉଣ୍ଟ ସମ୍ପର୍କିତ କୌଣସି ତଥ୍ୟ ବା ଡେବିଟ୍‌ କାର୍ଡର ପିନ୍‌ ଅନ୍ୟମାନଙ୍କ ସହ ଶେୟାର୍‌ କରନାହିଁ, ଏହାର ଅର୍ଥ ହେଉଛି ବ୍ୟାଙ୍କ ତା’ର ବିଶ୍ୱସନୀୟତା ହରାଇଛି। ବଜାରରେ ଏତେ ପ୍ରକାରର ୧୦ ଟଙ୍କିଆ କଏନ୍‌ ପ୍ରଚଳନ ହେଉଥିବାରୁ ଅସଲି ଓ ନକଲି ନେଇ ବ୍ୟବସାୟୀ ଓ ଗ୍ରାହକମାନେ ସନ୍ଦେହ କରୁଛନ୍ତି। କେତେକ କଏନ୍‌ରେ ଟଙ୍କାର ପ୍ରତୀକ ଥିବାବେଳେ କେତେକରେ ଏହା ନାହିଁ। ସେଥିପାଇଁ କେତେକ ସ୍ଥାନରେ ଏହାକୁ ଗ୍ରହଣ ମଧ୍ୟ କରାଯାଉନାହିଁ। ଆର୍‌ବିଆଇ ଲିଗାଲ୍‌ ଟେଣ୍ଡର ଉପରେ ଏକ ସମୀକ୍ଷା କରି ସ୍ପଷ୍ଟ କରିଛି ଯେ, ଦେଶର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପୃଷ୍ଠଭୂମିକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ ସମୟରେ ଭିନ୍ନଭିନ୍ନ ମୁଦ୍ରା ପ୍ରଚଳନ କରାଯାଇଛି। ଏହି ଦୃଷ୍ଟିରୁ ଭାରତରେ ମୋଟ ୧୪ ପ୍ରକାରର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ ହୋଇଛି। ତେବେ ଏହା ନିଶ୍ଚିତ ଭାବେ ଦୁଃଖର ବିଷୟ ଯେ, ଏତେ ବଡ ଗଣତନ୍ତ୍ରରାଷ୍ଟ୍ରର ପ୍ରଚଳିତ ମୁଦ୍ରା ଏହାର ବିଶ୍ୱସନୀୟତା ହରାଉଥିବା ଆଲୋଚନା ହେଉଛି।
All Right Reserved By

ରାଜ୍ୟ |

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଠିକା ସଂସ୍ଥା ସାମଗ୍ରୀ ଚୋରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮ା୧(ବ୍ୟୁରୋ)- ଖାରବେଳନଗର ଥାନା ଅଞ୍ଚଳରେ ଏକ ଠିକାସଂସ୍ଥାର କାମ ଚାଲିଥିବା ବେଳେ ଇଲେକ୍ଟ୍ରି କେବୁଲ ଏବଂ ଯନ୍ତ୍ରପାତି ଚୋରି କରିନେଇଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। 

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ନିଅଁ।ରେ ପୋଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ଡାକ୍ତରଖାନା ନେବାରେ ଅବହେଳା କରିଥିବାରୁ ସ୍ବାମୀ ଗିରଫ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ବିରୁବାସା ବସ୍ତିରେ କୁକୁଡ଼ା ପୋଡ଼ୁଥିବାବେଳେ ମାନି ପ୍ରଧାନ ନାମ୍ନୀ ମହିଳା ନିଅଁାରେ ପୋଡ଼ିଯାଇ ପ୍ରାଣ ହରାଇଥିଲେ।

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୧୮।୧(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ସପ୍ତମ ପର୍ଯ୍ୟାୟରେ ୧୬ ଜିଲାର ୧୩୯୮ ବିଦ୍ୟାଳୟ ସାମିଲ ହୋଇଛନ୍ତି।

‘ପିଠା’ କାର୍ଯ୍ୟକ୍ରମର ସ୍ଥାନ ନିରୂପଣକୁ ନେଇ ବିବାଦ: ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

‘ପିଠା’ କାର୍ଯ୍ୟକ୍ରମର ସ୍ଥାନ ନିରୂପଣକୁ ନେଇ ବିବାଦ: ସରପଞ୍ଚଙ୍କୁ ଉପେକ୍ଷା ଅଭିଯୋଗ

ଆରଡ଼ି, ୧୮।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ପାଳସାହି ପଞ୍ଚାୟତରେ ‘ପିଠା’ କାର୍ଯ୍ୟକ୍ରମକୁ ନେଇ ବିବାଦ ଦେଖାଦେଇଛି। ଶୁକ୍ରବାର କାର୍ଯ୍ୟକ୍ରମରେ ବିଭ୍ରାଟ ସୃଷ୍ଟି ହୋଇଛି। 

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କଲେ ୨୨୭ଚାଷୀ

ଗୁଡ଼ଭେଲା,୧୮।୧(ଡି.ଏନ.ଏ.): ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ତେନ୍ତୁଲିଖୁଣ୍ଟି ଗ୍ରାମ ମକର ମେଳା ପଡ଼ିଆରେ ଗତ ଛଅ ଦିନ ଧରି ଚାଲିଥିବା  ୫୨ତମ ଗା୍ରମ ପଞ୍ଚାୟତସ୍ତରୀୟ ମକର ମେଳା ଗୁରୁବାର ରାତିରେ ଉଦଯାପିତ ହୋଇଯାଇଛି ।

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

କଂଗ୍ରେସ ନିରଞ୍ଜନଙ୍କ ପୈତୃକ ସମ୍ପତ୍ତି ନୁହେଁ, ସେ ଦଳକୁ ଶେଷ କରିବାକୁ ଚାହୁଁଛନ୍ତି: ଶଗରିଆ

ଭୁବନେଶ୍ୱର,୧୮।୧(ବ୍ୟୁରୋ): କଂଗ୍ରେସ ଦଳ ଭିତରେ କନ୍ଦଳ ବଢ଼ିବାରେ ଲାଗିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟରେ ବିବାଦ ଥମିବାର ନା’ ନେଉନାହିଁ। ଉଭୟ ଏବେ ମୁହାଁମୁହିଁ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ଲାଗି ଆସନ୍ତା ନିର୍ବାଚନରେ ସଗରିଆଙ୍କୁ ଦଳୀୟ ଟିକେଟ ମିଳିବ ନାହିଁ ବୋଲି ନିରଞ୍ଜନ କହିବା ପରେ ସଗରିଆ ଶୁକ୍ରବାର ନିଜର ମତ ରଖିଛନ୍ତି। 

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ବିରୋଧ,ବାସଭବନରେ ବାନ୍ଧିଲେ ଚୁଡ଼ି

ଭୁବନେଶ୍ୱର,୧୮।୧(ବ୍ୟୁରୋ): ପିପିଲି ଗଣବଳାତ୍କାର ମାମଲା ଓ ରାଜ୍ୟରେ ବଢ଼ି ଚାଲିଥିବା ନାରୀ ନିର୍ଯାତନାକୁ ବିରୋଧ କରିଆସୁଛି ଭାଜପା। ଏହି କ୍ରମରେ ଶୁକ୍ରବାର ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ଉପାୟରେ ବିରୋଧ କରାଯାଇଛି।

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ ସୂର୍ଯ୍ୟମନ୍ଦିର ହାତୀ ଦ୍ୱାରରୁ ଖସି ପଡ଼ି ପର୍ଯ୍ୟଟକ ଗୁରୁତର

କୋଣାର୍କ,୧୮।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସିଥିବା ଛତିଶଗଡ଼ କବିର ଜିଲାର ଜଣେ ପର୍ଯ୍ୟଟକ ମନ୍ଦିର ହାତୀ ଦ୍ୱାରରୁ ଖସିପଡ଼ି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଭାଗେଲାରାମ।

ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ, ନଷ୍ଟକଲେ ଅମଳ ଫସଲ

ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ, ନଷ୍ଟକଲେ ଅମଳ ଫସଲ

ହିଞ୍ଜିଳିକାଟୁ,୧୮।୧(ଡି.ଏନ୍‌.ଏ.): ହିଞ୍ଜିଳିକାଟୁ ବ୍ଲକ ପଲ୍ଲୀ ପଦ୍ମନାଭପୁର ଗ୍ରାମରେ ଶୁକ୍ରବାର ସକାଳେ ୧୨ଟି ବଣୁଆ ହାତୀ ପ୍ରବେଶ କରିଛନ୍ତି। ଦିଗପହଣ୍ଡି ରେଞ୍ଜ ବନାଞ୍ଚଳରୁ ଏହି ହାତୀପଲ ଗୁରୁବାର ରାତିରେ ପ୍ରବେଶ କରିଥିବା ବନ ବିଭାଗ କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ଶ୍ରୀମନ୍ଦିର ସୁରକ୍ଷା ପାଇଁ ୩ ଥାକିଆ ସାହାଯ୍ୟ ବ୍ୟବସ୍ଥା

ପୁରୀ ଅଫିସ, ୧୮।୧: ଶ୍ରୀମନ୍ଦିର ନୀତିକୁ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ କରିବା ଲାଗି ମନ୍ଦିର ପ୍ରଶାସନ ତିନି ଥାକିଆ ତଦାରଖ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି। 

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

କଂଗ୍ରେସ ଛାଡିଲେ ଯୋଗେଶ ସିଂହ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହ ଶୁକ୍ରବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି। ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଗୁରୁବାର ତାଙ୍କୁ ଏଆଇସିସି ନିଷ୍ପତ୍ତିକ୍ରମେ ପିସିସି ଶୃଙ୍ଖଳା କମିଟି ତାଙ୍କୁ ନିଲମ୍ବନ କରିଥିଲା।

ଚକୋଲେଟ ଦେବାକୁ ଡାକିନେଇ  ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଚକୋଲେଟ ଦେବାକୁ ଡାକିନେଇ ୭ ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କଲେ ଦାଦା

ଛେଣ୍ଡିପଦା,୧୮।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା  ଅଞ୍ଚଳରେ ଜଣେ ୭ବର୍ଷର ନାବାଳିକାକୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଛି।