ରାଜ୍ୟ |

ମାର୍ଚ୍ଚ ୨୧ରେ ଶେଷ ହେବ ଜମିରଙ୍କ କାର୍ଯ୍ୟକାଳ

ମାର୍ଚ୍ଚ ୨୧ରେ ଶେଷ ହେବ ଜମିରଙ୍କ କାର୍ଯ୍ୟକାଳ
ଭୁବନେଶ୍ୱର,୨। ୨(ବ୍ୟୁରୋ): ରାଜ୍ୟପାଳ ଏସ.ସି. ଜମିରଙ୍କ କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ। ସେ ୨୦୧୩ ମାର୍ଚ୍ଚ ୨୧ ତାରିଖରେ ଓଡିଶାର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହୋଇ ଆସୁଥିବାରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନୂତନ ନିଯୁକ୍ତି ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଏହି ପଦବୀ ପାଇଁ ଅନେକ ଆଶାୟୀ ରହିଛନ୍ତି। ପୂର୍ବତନ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରୀ ମୁରଲୀ ମନୋହର ଯୋଶୀ ଏହି ପଦବୀ ପାଇଁ ଆଗ୍ରହୀ ଥିବା ନେଇ ଚର୍ଚ୍ଚା ହେଉଛି। ଓଡିଶା ସରକାରଙ୍କ ଲବି ଜରିଆରେ କେନ୍ଦ୍ର ନିକଟରେ ନିଜର ପ୍ରସ୍ତାବ ଦେବା ପାଇଁ ଭିତିରି ଯୋଜନା ହେଉଥିବା କୁହାଯାଉଛି। ନିକଟରେ ମହାରାଷ୍ଟ୍ର ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏମ୍‌ଆଇଟି) ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହି ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସମେତ ମୁରଲୀ ମନୋହର ଯୋଶୀ ଉପସ୍ଥିତ ଥିଲେ। କୁହାଯାଉଛି ଯୋଶୀ ରାଜ୍ୟପାଳ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କୁଆଡେ ଯୋଗାଯୋଗରେ ରହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଶୁଭଦୃଷ୍ଟିରେ ମୁରଲୀ ନ ଥିବାରୁ ରାଜ୍ୟପାଳ କିଏ ନିଯୁକ୍ତି ହେବେ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ରାଜ୍ୟପାଳଙ୍କ କାର୍ଯ୍ୟକାଳ ପୂରଣ ହେବାର ୩ ମାସ ପୂର୍ବରୁ ନୂତନ ରାଜ୍ୟପାଳ ନିଯୁକ୍ତି ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଆଉ ମାତ୍ର ୨ ମାସ ଥିବାରୁ ନୂତନ ରାଜ୍ୟପାଳଙ୍କ ନାମ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଖୁବ୍‌ ଶୀଘ୍ର ଚୂଡାନ୍ତ ହେବ ବୋଲି ଜଣାପଡିଛି। ନିକଟରେ କେନ୍ଦ୍ର ବଜେଟରେ ରାଜ୍ୟପାଳଙ୍କ ଦରମା ୧ ଲକ୍ଷ ୨୫ ହଜାରରୁ ୩.୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଦରମା ବୃଦ୍ଧି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଥିବାରୁ ଏହି ପଦବୀ ପାଇଁ ବହୁ ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଆଶାୟୀ ଅଛନ୍ତି।
All Right Reserved By

ରାଜ୍ୟ |

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ବିପଜ୍ଜନକ ନୌଯାତ୍ରା, ଲୋକ ଦେଖାଣିଆ ଯାଞ୍ଚ କରି ପ୍ରଶାସନ ନୀରବ

ପାରାଦୀପ,୨୨ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ନିପାଣିଆଠାରେ ଗତ ୨ ତାରିଖରେ ଏକ ଡଙ୍ଗା ବୁଡ଼ି ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। 

ଜୋଙ୍କ ସେଚ ପ୍ରକଳ୍ପ

ଜୋଙ୍କ ସେଚ ପ୍ରକଳ୍ପ

ନୂଆପଡା ଅଫିସ,୨୨ା୧ଜୋଙ୍କ ଜଳ ସେଚନ ପ୍ରକଳ୍ପରୁ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନୂଆପଡା ଜିଲା ପୋଲିସ ପ୍ରଶାସନ ଡ୍ୟାମକୁ ସଦଳବଳ ଯାଇଥିଲେ ହେଁ ଆନ୍ଦୋଳନକାରୀଙ୍କ ଅହିଂସା ନୀତି ନିକଟରେ ନଇଁଯାଇଛି । 

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ  :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଝରାଡେରାବାସୀକୁ ସାତ୍‌ ସପନ ଇନ୍ଦିରା ଆବାସ :ଜୀବ୍‌କା ବୁଡ଼ାବାର ଯୋଜ୍‌ନାରେ ପରଶାସନ

ଅତାବିରା, ୨୨।୧ (ଡି.ଏନ.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ମହାନଦୀ ଖଁଡ଼ିରେ ଗଲା ୧୫୦ ବଛରରୁ ଅଧ୍‌କା ହେବା ଝରା ସମାଜର ୮ ପରିବାର ରହି ଆସୁଛନ୍‌। ଇମାନକର ଜୀବନ୍‌ ଜୀବ୍‌କା ମହାନଦୀର ସଂଗେ ଜୁଡ଼ି ହେଇ ରହିଛେ। 

କଂସବଧ ସହ ସରିଲା ବରଗଡ଼ ଧନୁଯାତ୍ରା

କଂସବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ମଥୁରାନଗରୀ,୨୨।୧ କଂସବଧ ଓ ଉଗ୍ରସେନଙ୍କ ରାଜାଭିଷେକ ଦୃଶ୍ୟାଭିନୟ ପରେ ସୋମବାର ୭୦ତମ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ର୍ରା ମହୋତ୍ସବ ଶେଷ ହୋଇଛି । ଗତ ୧୧ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବରେ କଂସ ଅଭିନେତାଙ୍କ ସମେତ ଅନ୍ୟ କଳାକାରଙ୍କ ଅଭିନୟ ଯେଭଳି ଚମତ୍କାର ଥିଲା, ଆଲୋକ ଓ ତୋରଣ ସାଜସଜ୍ଜା ସେଭଳି ଆକର୍ଷଣୀୟ ହୋଇପଡ଼ିଥିଲା । ଅନୁକୁଳ ପାଗ ଓ କଳାକାରଙ୍କ ନିଖୁଣ ଅଭିନୟ ବିଦେଶୀ ପର୍ଯ୍ୟଟକଙ୍କ ସମେତ ଲକ୍ଷାଧିକ ଦର୍ଶକଙ୍କୁ ମଥୁରାନଗରୀ ଓ ଗୋପପୁରକୁ ଟାଣି ଆଣିଥିଲା । 

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ

ବଇଣ୍ଡା,୨୧।୧(ଡି.ଏନ.ଏ)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ମାଙ୍କଡ଼ଚୁଆ ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି।  ସୋମବାର  ବିଶିକେଶନ ନାୟକଙ୍କ ଏକ ଛେଳିକୁ ବାଘ ଆକ୍ରମଣ କରିଛି।   ଏହାକୁ ନେଇ ଗ୍ରାମରେ ଆତଙ୍କ ଦେଖାଦେଇଛି। ଜଙ୍ଗଲରେ ଛେଳିମାନେ ଚରୁଥିବାବେଳେ ବାଘଟି ଗ୍ରାମାଭିମୁଖୀ ହୋଇ ଉକ୍ତ ଛେଳିକୁ ଆକ୍ରମଣ କରୁଥିବାବେଳେ  ଛେଳି ଚରାଳି  ବାଘକୁ ଦେଖି ପାଟି କରିଥିଲେ।

 ରାହାନ୍ଦା: କୁକୁର  ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ରାହାନ୍ଦା: କୁକୁର ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ

ବାରିପଦା ଅଫିସ,୨୧।୧- କୁକର ପଲ ଆକ୍ରମଣରେ ଗଲା ନାବାଳକଙ୍କ ଜୀବନ। ଏପରି ହୃହୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଧୀନ ରାହାନ୍ଦା ଅଞ୍ଚଳରେ ସୋମବାର ଘଟିଛି। ମୃତକ ହେଲେ ବାଲିସୁଦୂରା ଗ୍ରାମର ଶରମା ମହାରଣାଙ୍କ ପୁଅ ରିଙ୍କୁ (୭)। ସେ ଏକୁଟିଆ ସ୍କୁଲ ଯାଉଥିବା ବେଳେ ଏପରି ଅଘଟଣର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

ସୁବର୍ଣ୍ଣପୁର : ମୋଟ ଭୋଟର ୪ ଲକ୍ଷ ୫୦ ହଜାର ୭୯୫

 ସୋନପୁର,୨୧।୧(ନି.ପ୍ର.):ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସୋମବାର ପ୍ରକାଶ ପାଇଛି ଚୂଡାନ୍ତ ଭୋଟର ତାଲିକା। ଏହିକ୍ରମରେ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ତାଲିକା ପ୍ରକାଶ ପାଇଛି। ଏଥିରେ ସୁବର୍ଣ୍ଣପୁର ଜିଲାରେ ମୋଟ ୪ ଲକ୍ଷ ୫୦ ହଜାର ୭୯୫ ଭୋଟର ଅଛନ୍ତି। ୬୫-ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୬ ହଜାର ୧୧ ଭୋଟର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪ ହଜାର ୭୮୪ ଜଣ ଭୋଟର ରହିଛନ୍ତି। 

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଶାଳପତ୍ର ଉପରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର, ଉପକୃତ ହେବେ ୨୫ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି। ଫଳରେ ପୂର୍ବରୁ କୁଇଣ୍ଟାଲ ପିଛା ଦେଉଥିବା ୮୬ଟଙ୍କା ରୟାଲିଟି ଆଉ ଦେବାକୁ ପଡ଼ିବ ନାହିଁ। ମୁଖ୍ୟମନ୍ତ୍ରୀ ଏ ନେଇ ନିଷ୍ପତ୍ତି ନେବା ପରେ ଶାଳପତ୍ର ଶ୍ରମିକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। 

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

କଜଳକଣା ନିକଟରେ ଓଲଟିଲା ବସ୍‌: ୨ ମୃତ, ୫ ଗୁରୁତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଚୌଦ୍ୱାର,୨୧।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାରସ୍ଥିତ କଜଳକଣା ନିକଟରେ ସେମବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ‘ନୀଳକଣ୍ଠ’ ନାମକ ଏହି ବସ୍‌ଟି ଅନୁଗୋଳରୁ କଟକ ଆସୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। 

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ଜେଜେମା’ଙ୍କ ଦଶାହ ତୁଠରେ ନାତି ନିଖୋଜ ଘଟଣା: ୪ଦିନ ପରେ ପୋଖରୀରୁ ମୃତଦେହ ଉଦ୍ଧାର

ସାକ୍ଷୀଗୋପାଳ,୨୧।୧ (ଡି.ଏନ.ଏ.): ସତ୍ୟବାଦୀ ବଜାର ଉପକଣ୍ଠ କମାରସାହିରେ ସୋମବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଜେଜେମା’ଙ୍କ ଦଶାହ ତୁଠରେ ଗାଧୋଇବା ବେଳେ ଶୁକ୍ରବାରଠାରୁ ନାତି ସୁବାଶିଷ ମହାନ୍ତି ନିଖୋଜ ଥିଲେ। ସକାଳେ ମୃତଦେହ ପୋଖରୀରେ ଭାସୁଥିବା ଗ୍ରାମବାସୀ ଓ ପରିବାର ଲୋକେ ଦେଖି ଅଗ୍ନିିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିିଶମ କର୍ମଚାରୀ ମୃତଦେହ ଉଦ୍ଧାର କରିଛି। 

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ମୁଣ୍ଡାଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟ: ଖରାରେ ଗଛତଳେ ବର୍ଷାରେ ଟିଣ ଆଉଜା ଘରେ ପାଠପଢା

ନବରଙ୍ଗପୁର,୨୧।୧(ବି.ପ୍ର.): ପିଲାଙ୍କୁ ଶିକ୍ଷିତ କରିବାକୁ  ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ସେମାନଙ୍କୁ ଉପଯୁକ୍ତ ଶୈକ୍ଷିକ ବାତାବରଣ ଦେବା ପାଇଁ ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି।  କିନ୍ତୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାଝିଗୁଡା ପଞ୍ଚାୟତର ମୁଣ୍ଡାଗୁଡା ନୂତନ ପ୍ରାଥମିକ ବିଦ୍ୟାଳୟ ଏଥିରେ ବ୍ୟତିକ୍ରମ। ଏଠାରେ ପିଲାଙ୍କ ପାଇଁ  ଶ୍ରେଣୀଗୃହ ନାହିଁ। ଖରାଦିନେ ଗଛତଳେ ଓ ବର୍ଷା ଦିନରେ ଟିଣ ଆଉଜା ହୋଇଥିବା ଏକ ଅସ୍ଥାୟୀ ଗୃହରେ ପିଲା ପାଠ ପଢନ୍ତି।  

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଭାଜପା ମହିଳା ମୋର୍ଚ୍ଚା କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବାରେ ଲାଗିଛି। ନାରୀ ନିଯ୍ୟାତନା ଓ ବଳାତ୍କାର ଆଦି ଘଟଣା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବାରୁ ଭାଜପା ମହିଳା ମୋର୍ଚ୍ଚାର କର୍ମୀମାନେ ଏହାକୁ ବିରୋଧ କରୁୁଛନ୍ତି।