Dharitri News
ରାଜ୍ୟ |

ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ବିକାଶ ଲାଗି ୨୨.୨୫ କୋଟି ମଞ୍ଜୁର

ଭୁବନେଶ୍ୱର, ୨ା୨(ବ୍ୟୁରୋ)- ରାଜ୍ୟର ୮ ଡିଗ୍ରୀ କଲେଜ, ୨ଟି ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ରୁସା ପାଣ୍ଠିରୁ ଦ୍ୱିତୀୟ କିସ୍ତି ବାବଦ ୨୨ କୋଟି ୨୫ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛି। ଏହି କଲେଜଗୁଡିକ ହେଲା ସେମିଳିଗୁଡା ଡିଗ୍ରୀ କଲେଜ, ବ୍ରାହ୍ମଣଝରିଲୋ ବି.ଏମ୍‌. କଲେଜ, ସାକ୍ଷୀଗୋପାଳର ଉତ୍କଳମଣି ଗୋପବନ୍ଧୁ ସ୍ମୃତି କଲେଜ, ରାହାମାର ଶାରଳା ଡିଗ୍ରୀ କଲେଜ, ଟିକାବାଲିର ଏଏମ୍‌ସିଏସ୍‌ ଡିଗ୍ରୀ କଲେଜ, ବିନିକାର ସିଦ୍ଧାର୍ଥ ଡିଗ୍ରୀ କଲେଜ, ବୁଗୁଡ଼ାର ପିପୁଲସ୍‌ ଡିଗ୍ରୀ କଲେଜ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜ ତକତ୍‌ପୁର, ଶୈଳବାଳା ମହିଳା ଡିଗ୍ରୀ କଲେଜ କଟକ, ବିଜେବି ସ୍ବୟଂଶାସିତ କଲେଜ ଭୁବନେଶ୍ୱର ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ୧୩ କୋଟି ୭୫ ଲକ୍ଷ ଟଙ୍କା, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜକୁ ୫୦ ଲକ୍ଷ, ଶୈଳବାଳା ମହିଳା ଡିଗ୍ରୀ କଲେଜକୁ ୫୦ ଲକ୍ଷ ଓ ବିଜେବି ସ୍ବୟଂଶାସିତ କଲେଜକୁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଅବଶିଷ୍ଟ ୮ ଡିଗ୍ରୀ କଲେଜକୁ ୧ କୋଟି ଟଙ୍କା ଲେଖାଏ ଅନୁଦାନ ମିଳିଛି।

ରାଜ୍ୟ |

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବିଜେପୁର ଉପନିର୍ବାଚନ: ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ-ସ୍ମୃତି ଇରାନୀ

ବରଗଡ଼ ଅଫିସ,୨୦।୨: ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କ୍ରମରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ବରପାଲି ବ୍ଲକ ବଡ଼ଗାଁ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବା ପାଇଁ ମଙ୍ଗଳବାର ମଧ୍ୟାହ୍ନରେ ପହଞ୍ଚିଛନ୍ତି।

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ହସ୍ପିଟାଲରେ ନିଆଁ ଘଟଣା: ଆଖି ବୁଜିଲେ ଗୁରୁତର ଶିଶୁ

ରାଉରକେଲା ଅଫିସ, ୨୦।୨: ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଗୁରୁତର ହୋଇଥିବା ୭ ଦିନର ଶିଶୁପୁତ୍ର ସୋମବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ଗତ ୧୭ ତାରିଖ ଭୋର ୫ଟାରେ ସିଭିଲ୍‌ ଟାଉନ୍‌ରେ ଥିବା ଓମ୍‌ ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା।

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ବନଦୁର୍ଗା ମନ୍ଦିରରୁ ଚୋରି, ଜଣେ ଅଟକ

ପୁରୀ ଅଫିସ, ୨୦।୨: ପୁରୀ ବାସେଳି ସାହି ଥାନା ଅଧୀନ ମଙ୍ଗଳାଘାଟସ୍ଥିତ ବନଦୁର୍ଗା ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ସମେତ ସୁନାଗହଣା ଚୋରିକରି ନେଇଛନ୍ତି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ଗଞ୍ଜାମରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ଗୁରୁତର

ବ୍ରହ୍ମପୁର ଅଫିସ, ୨୦।୨: ଗଞ୍ଜାମ ଜିଲା ପୋଲସରା ଥାନା ଅନ୍ତର୍ଗତ ମଥୁରା ନିକଟସ୍ଥ କାକୁଡିଆ ଜଙ୍ଗଲରେ ମଙ୍ଗଳବାର ସକାଳ ୬.୧୦ ମିନିଟରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବୁଚି ପାତ୍ର ଗୁରୁତର ହୋଇଛନ୍ତି।

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ସବୁ ସାମଗ୍ରୀରୁ ସୃଷ୍ଟି କରିପାରନ୍ତି ମ୍ୟୁଜିକ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ମ୍ୟୁଜିକ୍‌ ତାଙ୍କର ପ୍ୟାସନ। ମ୍ୟୁଜିକ୍‌ ପାଇଁ ସେ କୌଣସି ଇଲେକ୍ଟ୍ରୋନିକ ବାଦ୍ୟଯନ୍ତ୍ର ବ୍ୟବହାର କରନ୍ତି ନାହିଁ। ତକିଆଠାରୁ ଆରମ୍ଭ କରି, ସୁଟ୍‌କେସ୍‌, ରୋଷେଇ ବାସନକୁସନରୁ ସେ ସୃଷ୍ଟି କରନ୍ତି ମ୍ୟୁଜିକ୍‌।

ଅଗ୍ନିଶମ କେନ୍ଦ୍ରରେ ନିଯୁକ୍ତ ହେବେ ହୋମଗାର୍ଡ

ଭୁବନେଶ୍ୱର, ୧୯।୨(ବ୍ୟୁରୋ)- ହୋମଗାର୍ଡମାନେ ପ୍ରତ୍ୟେକ କ୍ଷେତ୍ରରେ ପୋଲିସକୁ ସହଯୋଗ କରୁଛନ୍ତି। ଏବେ ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷଣ ଦେବାର ସମୟ ଆସିଛି। ହୋମଗାର୍ଡମାନଙ୍କୁ ଅଧିକ ପ୍ରଶିକ୍ଷିତ କରିବା ସହ ସେମାନଙ୍କ ପାଇଁ ନୂତନ ଡ୍ରେସ୍‌କୋଡ୍‌ ବ୍ୟବସ୍ଥା କରାଯାଇଛି, ଯାହା ଖୁବ୍‌ଶୀଘ୍ର ଲାଗୁ କରାଯିବ।

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଚାର

ଭୁବନେଶ୍ୱର, ୧୯।୨(ବ୍ୟୁରୋ) : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହ଼ଞ୍ଚିଛି। ବିଜେଡିରୁ ପ୍ରାର୍ଥୀ ହୋଇଥିବା ରୀତା ସାହୁଙ୍କ ପାଇଁ ମଙ୍ଗଳବାର ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଡାକ୍ତର ଦମ୍ପତିଙ୍କୁ ତାଲା ପକାଇଲେ ଲୋକେ

ଭଞ୍ଜନଗର,୧୯।୨(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାଲେରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିନକୁ ଦିନ ଅବ୍ୟବସ୍ଥା ଦେଖାଦେଉଛି। ଏଠାରେ ଥିବା ଜଣେ ଡାକ୍ତର ସ୍ତ୍ରୀଙ୍କ ଦୁର୍ବ୍ୟବହାରରେ ଲୋକେ ଅତିଷ୍ଠ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ସୋମବାର ଡାକ୍ତର ଦମ୍ପତିଙ୍କୁ ତାଲା ପକାଇ ଧାରଣା ଦେଇଥିଲେ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ବଢୁଛି ପାରଦ: କେତେକ ସ୍ଥାନରେ ଘନ କୁହୁଡ଼ି

ଭୁବନେଶ୍ୱର,୧୯।୨(ବ୍ୟୁରୋ): ତାତି ବଢ଼ିବା ସହିତ ରାଜ୍ୟର କେତେକ ଭାଗକୁ ଘନ କୁହୁଡ଼ି ଆଚ୍ଛାଦିତ କରିବ। ଆସନ୍ତା ୨୪ ତାରିଖ ଯାଏ ଉପକୂଳ ସମେତ ରାଜ୍ୟର କେତେକ ସ୍ଥାନରେ ଘନକୁହୁଡି ଘେରି ରହିବ। ପାହାନ୍ତାରୁ ସକାଳ ୯ ଯାଏ କୁହୁଡ଼ିର ପ୍ରକୋପ ରହିବ। ୨୦୦ ମିଟରରୁ ଅଧିକ ଦୂର ଦେଖିବା ସମ୍ଭବ ହେବ ନାହିଁ।

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଟୋଲ୍‌ ଟିକସ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୯।୨(ବ୍ୟୁରୋ): ଟୋଲ୍‌ ଟିକସ କିଏ ଦେବେ । ବସ୍‌ ମାଲିକ ନା ରାଜ୍ୟ ସରକାର ଏ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ବସ୍‌ ମାଲିକମାନେ ଟିକସ ବୋଝ ବୋହିବାକୁ ରାଜି ନ ଥିବା ବେଳେ ରାଜ୍ୟ ସରକାର ଏହି ବୋଝ ଯାତ୍ରୀଙ୍କ ଉପରେ ଲଦିବାକୁ ଯୋଜନା କରିଛନ୍ତି।

ଆନ୍ଦୋଳନ ତେଜିଲା ହାଇକୋର୍ଟ ବାର

ଆନ୍ଦୋଳନ ତେଜିଲା ହାଇକୋର୍ଟ ବାର

କଟକ ଅଫିସ, ୧୯।୨: ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା କମ୍‌ ରହିଥିବା ନେଇ ଚାଲିଥିବା ଆନ୍ଦୋଳନ ତେଜିଉଠିଛି। ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ଜୋର୍‌ଦାର କରିଛି ହାଇକୋର୍ଟ ବାର୍‌ ଆସୋସିଏଶନ।