ମେଟ୍ରୋ |

୫ କୋଟି ଠକେଇ ଅଭିଯୋଗ: ବଳଦେବଜୀଉ ଇନ୍‌ଫ୍ରା ଏମ୍‌ଡି ଗିରଫ

୫ କୋଟି ଠକେଇ ଅଭିଯୋଗ: ବଳଦେବଜୀଉ ଇନ୍‌ଫ୍ରା ଏମ୍‌ଡି ଗିରଫ

ଭୁବନେଶ୍ୱର, ୨।୨(ବ୍ୟୁରୋ)- ଫ୍ଲାଟ ଦେବା ନାଁରେ ୫ କୋଟି ଠକେଇ କରିଥିବା ବଳଦେବଜୀଉ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ୍‌ର ଏମ୍‌ଡି ଦୁର୍ଗାପ୍ରସନ୍ନ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ଶୁକ୍ରବାର ଗିରଫ କରିଛି। ଦୁର୍ଗା ପ୍ରସନ୍ନ କଟକ ଜଗତପୁର ଶିଳ୍ପାଞ୍ଚଳରେ ଏକ ରିୟଲ ଇଷ୍ଟେଟ୍‌ କାର୍ଯ୍ୟାଳୟ ଖୋଲିଥିଲେ। ସେ ମଙ୍ଗୁଳି ନିକଟରେ ତୁଳସୀ ଗାର୍ଡେନ ଆପାର୍ଟମେଣ୍ଟ ପ୍ରୋଜେକ୍ଟରେ ଲୋକମାନଙ୍କୁ ସ୍ବଳ୍ପ ମୂଲ୍ୟରେ ଫ୍ଲାଟ ଯୋଗାଇଦେବା ଲାଗି ଟଙ୍କା ନେଇଥିଲେ। ୨୦୧୧-୧୨ରେ ବହୁ ଲୋକଙ୍କଠାରୁ ସେ ଅଗ୍ରୀମ ଆକାରରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇଥିଲେ। ହେଲେ ସେମାନଙ୍କୁ ଫ୍ଲାଟ ଦେଇ ନ ଥିଲେ କି ଟଙ୍କା ଫେରସ୍ତ କରି ନ ଥିଲେ। ଏ ନେଇ ଗତ ଜାନୁୟାରୀ ୩୧ରେ ପ୍ରିୟବତ ପରିଡା ନାମକ ଜଣେ ବ୍ୟକ୍ତି ତାଙ୍କ ନାମରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଏ ନେଇ ଏକ ମାମଲା(୩/୧୮) ରୁଜୁ ହୋଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

ହୋଟେଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ

ହୋଟେଲରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- କ୍ୟାପିଟାଲ ଥାନ୍ତା ଅନ୍ତର୍ଗତ ଅଶୋକ ନଗରରେ ଥିବା ଏକ ହୋଟେଲ ରୁମ୍‌ରୁ ଗୁରୁବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଯୁବକ ଜଣକ ପଶ୍ଚିମବଙ୍ଗ ଶ୍ୟାମପୁର ଅଞ୍ଚଳର ଶୁଭଙ୍କର ମାଝି ହୋଇଥିବାବେଳେ ଯୁବତୀଙ୍କର ଦୁଇଟି ପରିଚୟପତ୍ର ମିଳିଛି। ଗୋଟିଏରେ ତାଙ୍କ ଘର ଆନ୍ଧ୍ରପ୍ରଦେଶ ବିଜୟଓ୍ବାଡାର ଟୁମ୍ପାରାଣୀ ପାଖିରା ଅଞ୍ଚଳ ବୋଲି ଉଲ୍ଲେଖ ଥିବାବେଳେ ଅନ୍ୟଟିରେ ପଶ୍ଚିମବଙ୍ଗର ହାଓଡା ଲେଖା ରହିଛି। ସୂଚନା ଅନୁଯାୟୀ, ଉଭୟେ ଯୁବତୀ ଏବଂ ଯୁବକ ଗତ ମଙ୍ଗଳବାର ଉକ୍ତ ହୋଟେଲକୁ ଆସି ରୁମ୍‌ ବୁକ୍‌ କରି ରହିଥିଲେ।

ବାଲିଯାତ୍ରା ପଡ଼ିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

ବାଲିଯାତ୍ରା ପଡ଼ିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ

କଟକ ଅଫିସ, ୨୪।୫- ନରାଜ ନୁହେଁ ତଳ ବାଲିଯାତ୍ରା ପଡିଆରେ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରୁ ସିଧା ଉପର ବାଲିଯାତ୍ରା ପଡିଆରେ ଆୟୋଜିତ ସଭାରେ ଉଦବୋଧନ ଦେବେ। ନରାଜ ହେଲିପ୍ୟାଡରେ ଓହ୍ଲାଇ ସଡ଼କପଥରେ ଉପର ବାଲିଯାତ୍ରା ପଡିଆସ୍ଥିତ ସଭାସ୍ଥଳକୁ ପ୍ରଧାନମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ ହୋଇଥିଲା। ହେଲେ ନରାଜରୁ ଉପର ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ୧୨କିମି ବାଟ ସୁରକ୍ଷା ଦେବାରେ ଅସୁବିଧା ଉପୁଜିବା ଆଶଙ୍କା କରିଛି ପ୍ରଧାନମନ୍ତ୍ରୀଙ୍କ ଏସପିଜି(ସ୍ପେଶାଲ ପ୍ରୋଟେକସନ ଗ୍ରୁପ)।

ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଦିଲୀପ ତିର୍କୀ

ଓଟିଡିସି ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର,୨୪।୫(ବ୍ୟୁରୋ)- ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ର ଅଧ୍ୟକ୍ଷ ଭାବେ ଗୁରୁବାର କାର୍ଯ୍ୟରେ ଯୋଗଦେଇଛନ୍ତି ହକି ତାରକା ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ଦିଲୀପ ତିର୍କୀ। ପାନ୍ଥନିବାସ ପରିସରରେ ଥିବା ଓଟିଡିସି କାର୍ଯ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ତିର୍କୀ ନିଗମର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଅବସରରେ ଓଟିଡିସିର ବରିଷ୍ଠ ଅଧିକାରୀ, କର୍ମକର୍ତ୍ତା ଏବଂ ଉତ୍କଳ ପର୍ଯ୍ୟଟନ ଉନ୍ନୟନ ନିଗମ କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ପୁରୀ ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର, ୨୪ା୫(ବ୍ୟୁରୋ)- ପୁରୀ ଜିଲା କୋଣାର୍କ ଅଞ୍ଚଳରେ ଜଣେ ୫୦ ବର୍ଷୀୟା ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ କେତେଜଣ ମଦ୍ୟପ ଗଣବଳାତ୍କାର କରିଥିଲେ। କୋଣାର୍କ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଗତ ୧୫ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ପୋଲିସର ଏଭଳି କାର୍ଯ୍ୟକଳାପକୁ ନେଇ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି)ଙ୍କ ନିକଟରେ ମାନବାଧିକାର କର୍ମୀ ଏନ. ଏ. ଶାହା ଅନ୍‌ସାରୀ ଏକ ପିଟିଶନ ଦାୟର କରିଛନ୍ତି। ଏ ନେଇ କମିଶନ ଏକ ମାମଲା(୪୮୩/୧୬) ରୁଜୁ କରିବା ସହିତ ମହିଳା ଓ ଶିଶୁ ବିକାଶ ବିଭାଗ, ପୁରୀ ଜିଲାପାଳ, ଏସ୍‌ପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। କେଉଁଥିପାଇଁ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ଘଟିଲା, କେଉଁମାନେ ଏହି ଘଟଣାରେ ସମ୍ପୃକ୍ତ, କେଉଁଠ ମହିଳାଙ୍କ ଚିକିତ୍ସା କରାଯାଇଥିଲା ଏବଂ ପୋଲିସ ଏହି ଘଟଣାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ଜଣାଇବାକୁ କମିଶନ କହିଛନ୍ତି।

ନିମାପଡ଼ା ବିକାଶ ପରିଷଦର ରକ୍ତଦାନ ଶିବିର

ନିମାପଡ଼ା, ୨୪।୫(ଡି.ଏନ.ଏ.)- ନିମାପଡ଼ା ବିକାଶ ପରିଷଦ ପକ୍ଷରୁ ସ୍ଥାନୀୟ ଏକ କଲ୍ୟାଣମଣ୍ଡପଠାରେ ଗୁରୁବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୩୦ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କ୍ୟାପଟାଲ ହସ୍ପିଟାଲର ବ୍ଲଡ୍‌ବ୍ୟାଙ୍କର ଡାକ୍ତର ଏବଂ କର୍ମଚାରୀମାନେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ପରିଷଦର ସଭାପତି ତଥା ଅବରସପ୍ରାପ୍ତ ପ୍ରଶାସନିକ ଅଧିକାରୀ ରାଜକିଶୋର ଚୌଧୁରୀ ଓ ଉପସଭାପତି ବାମନ ଚରଣ ମହାନ୍ତି ଶିବିରକୁ ଉଦ୍‌ଘାଟନ କରିଥିଲେ। କୃଷ୍ଣଚନ୍ଦ୍ର ନାୟକ, ସୁମନ୍ତ ମହାରଣା, ଦିଲୀପ କୁମାର ସାହୁ, ନିରଞ୍ଜନ ସାହୁ, ଆଦର୍ଶ ଦାଶ, ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ରାସ୍ତା ଶୋଚନୀୟ ଖାଲରେ ଫସି ଭାଙ୍ଗିଲା କାର୍‌

ଭୁବନେଶ୍ୱର, ୨୪।୫(ବ୍ୟୁରୋ)- ବରମୁଣ୍ଡା ଓଭରବ୍ରିଜ୍‌ ନିକଟ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ବିରାଟ ଖାଲ ସୃଷ୍ଟି ହୋଇଥିବାବେଳେ ତାହାକୁ ମରାମତି କରିବା ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଉକ୍ତ ଖାଲରେ ଫସିଯାଇଥିଲା।

ନିପାକୁ ନେଇ ଓଡ଼ିଶାରେ ସତର୍କତା

ନିପାକୁ ନେଇ ଓଡ଼ିଶାରେ ସତର୍କତା

-୫ ମେଡିକାଲ କଲେଜ, ୩୦ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଲର୍ଟ ଜାରି -ଏସ୍‌ସିବି ମେଡିକାଲରେ ସ୍ବତନ୍ତ୍ର ଟିମ୍‌ କଟକ ଅଫିସ, ୨୪।୫- ନିପାକୁ ନେଇ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ରାଜ୍ୟର ୫ ମେଡିକାଲ କଲେଜ ଓ ୩୦ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଲର୍ଟ ଜାରି କରାଯାଇଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବ୍ରଜକିଶୋର ବ୍ରହ୍ମା ଉକ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକୁ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଚିଠି କରିଛନ୍ତି।

ଲାଞ୍ଚ ମାମଲା: କିରାଣିଙ୍କୁ ଜେଲ୍‌ଦଣ୍ଡ

ଲାଞ୍ଚ ମାମଲା: କିରାଣିଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ, ୨୪।୫- ବୌଦ୍ଧ ଜିଲା ପୁରୁଣା କଟକ ହାଇସ୍କୁଲର କନିଷ୍ଠ କିରାଣି ସୁମନ ବେହେରାଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ବେହେରାଙ୍କୁ ପୃଥକ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ପ୍ରଥମ ଦଫାରେ ବେହେରାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି।

କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ମହାସମାବେଶ ଉପରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ ଅଫିସ, ୨୪।୫- କଳାହାଣ୍ଡି କ୍ଷତ୍ରିୟ ପାଇକ ସମାଜ ପୂର୍ବ ମଣ୍ଡଳ ପକ୍ଷରୁ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ହେବାକୁ ଥିବା ପଞ୍ଚମ ମହାସମାବେଶ ଉପରେ ହାଇକୋର୍ଟ ଗୁରୁବାର ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏହି ସମାବେଶ ନ ହେବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କଳାହାଣ୍ଡି ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅର୍ଥମନ୍ତ୍ରୀଙ୍କ ଅନୁମୋଦନ: ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନଙ୍କ ଦରମା ବୃଦ୍ଧି

ଅର୍ଥମନ୍ତ୍ରୀଙ୍କ ଅନୁମୋଦନ: ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ପ୍ରାଇମେରୀ ଏବଂ ସେକେଣ୍ଡାରୀ କେୟାର ସେଣ୍ଟରଗୁଡିକରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆସିଷ୍ଟାଣ୍ଟ ସର୍ଜନମାନଙ୍କ ଦରମା ୫୫ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଚୁକ୍ତିଭିତ୍ତିକ ସ୍ପେଶିଆଲିଷ୍ଟ ଡାକ୍ତରମାନେ ୬୦ ହଜାର ଟଙ୍କା ପାଇବେ।

ଦେଶରେ କୋଇଲାର ଅଭାବ ନାହିଁ

ଦେଶରେ କୋଇଲାର ଅଭାବ ନାହିଁ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଭାରତରେ ଥିବା ବିଦ୍ୟୁତ୍‌ ପ୍ଲାଣ୍ଟକୁ କୋଇଲା ଅଭାବ ହେବ ନାହିଁ। ଦେଶରେ ବର୍ତ୍ତମାନ ପ୍ରାୟ ୪୫ ମିଲିୟନ ଟନ୍‌ କୋଇଲା ଗଚ୍ଛିତ ରହିଛି। ବିଦ୍ୟୁତ ପ୍ଲାଣ୍ଟଗୁଡିକ ପାଇଁ ୧୦ ଦିନର କୋଇଲା ମହଜୁଦ ରହୁଛି। ଏହାକୁ ୨୨ ଦିନକୁ ବୃଦ୍ଧି କରାଯିବ ବୋଲି କୋଲ୍‌ ଇଣ୍ଡିଆ ମୁଖ୍ୟ ଅନିଲ କୁମାର ଝା କହିଛନ୍ତି।

ନୟାପଲ୍ଲୀ ଅଞ୍ଚଳରୁ ପୁଣି ସେକ୍ସ ର଼୍ୟାକେଟ୍‌ ଠାବ: ୩ ଯୁବତୀ, ୨ଜଣ ଗ୍ରାହକ ଗିରଫ

ନୟାପଲ୍ଲୀ ଅଞ୍ଚଳରୁ ପୁଣି ସେକ୍ସ ର଼୍ୟାକେଟ୍‌ ଠାବ: ୩ ଯୁବତୀ, ୨ଜଣ ଗ୍ରାହକ ଗିରଫ

ନୟାପଲ୍ଲୀରୁ ସେକ୍ସ ର଼୍ୟାକେଟ ଠାବ ୩ ଦେହଜୀବୀ ଉଦ୍ଧାର ଜଣେ ଗ୍ରାହକ, ୨ ଦଲାଲ ଗିରଫ ଭୁବନେଶ୍ୱର, ୨୪।୫(ବ୍ୟୁରୋ)- ନୟାପଲ୍ଲୀ ଅଞ୍ଚଳର ଏକ ମସାଜ ସେଣ୍ଟରରୁ ପୁଣି ସେକ୍ସ ର଼୍ୟାକେଟ ଠାବ ହୋଇଛି। ଆଇଆରସି ଭିଲେଜର ପ୍ଲଟ ନଂ.ଏନ୍‌-୫/୯୭ରେ ଚାଲିଥିବା ଏହି ମସାଜ ସେଣ୍ଟରରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟରେ ଲିପ୍ତ ୩ ଦେହଜୀବୀଙ୍କୁ ଉଦ୍ଧାର କରିଛି। ସେଠାରୁ ଜଣେ ଗ୍ରାହକ ଏବଂ ଅନ୍ୟ ୨ ଦଲାଲଙ୍କୁ ଗିରଫ କରାଯାଇଛି। ଗତ ୧୫ ତାରିଖରେ ଏହି ଅଞ୍ଚଳରେ ଥିବା ପାର୍ବତୀ ଗେଷ୍ଟ ହାଉସ୍‌ରେ ଚଢ଼ାଉ କରି ପୋଲିସ ଏକ ସେକ୍ସ ର଼୍ୟାକେଟ ଠାବ କରିଥିଲା।