Dharitri News
ରାଜ୍ୟ |

ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା ସମୃଦ୍ଧ: ମୁଖ୍ୟମନ୍ତ୍ରୀ

ସାଂସ୍କୃତିକ ଐତିହ୍ୟ ପାଇଁ ଓଡ଼ିଶା ସମୃଦ୍ଧ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର(ବ୍ୟୁରୋ)/ଚନ୍ଦ୍ରଶେଖରପୁର(ଡି.ଏନ.ଏ.), ୨।୨- ଓଡ଼ିଶା ତା’ର ସାଂସ୍କୃତିକ ଐତିହ୍ୟ ପାଇଁ ସମୃଦ୍ଧ। ଓଡ଼ିଶାର କୀର୍ତ୍ତି ଓ ସାଂସ୍କୃତିକ କ୍ରିୟାକଳାପ ଓଡ଼ିଶାର ଲୋକମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ତେଣୁ ଆମ ସାଂସ୍କୃତିକ ଐତିହ୍ୟ, ତା’ର ସୁରକ୍ଷା ଓ ସଂରକ୍ଷଣ କରିବା ପାଇଁ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଇନ୍‌ଫୋସିସ୍‌ଠାରେ ପଞ୍ଚମ ଅନ୍ତର୍ଜାତୀୟ ଦ୍ୱିବାର୍ଷିକ ଐତିହ୍ୟ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ଏହା କହିଛନ୍ତି। ଭୁବନେଶ୍ୱରକୁ ସ୍ମାର୍ଟସିଟି ଭାବେ ଉନ୍ନତି କରିବା ସହିତ ଏହାର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଏବଂ ଏହାର ପ୍ରଚାର ପ୍ରସାର ପାଇଁ ସମାନ ଗୁରୁତ୍ୱ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଦ୍‌ଘାଟନୀ ସମ୍ମିଳନୀରେ ଇଣ୍ଡିଆନ ହେରିଟେଜ୍‌ ସିଟିଜ୍‌ ନେଟଓ୍ବର୍କ ଫାଉଣ୍ଡେଶନର ଅଧ୍ୟକ୍ଷ ଡ. ଏମ୍‌. ରାମଚନ୍ଦ୍ରନ, ଭାରତ-ଭୂଟାନ, ମାଳଦ୍ୱୀପ, ଶ୍ରୀଲଙ୍କାର ୟୁନେସ୍କୋ ପ୍ରତିନିଧି ସିଙ୍ଗେରୁ ଆୟୋଗୀ ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌ ଧନ୍ୟବାଦ ଅର୍ପଣ କରିଥିଲେ। ଐତିହ୍ୟଗୁଡ଼ିକ ପ୍ରତି ଦେଖାଯାଇଥିବା ବିପଦ ଓ ତା’ର ମୁକାବିଲା ପାଇଁ କ’ଣ କରାଯାଇପାରିବ ସେନେଇ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଅନେକ ସହରରେ ଅମୂଲ୍ୟ ପୁରାତନ କାରୁକଳାର ଅଂଶବିଶେଷ ଜନମାନସରୁ ଲୋପ ପାଇବା ଅବସ୍ଥାକୁ ଚାଲି ଆସିଲାଣି। ଏହାର ସୁରକ୍ଷା ପ୍ରତି ଧ୍ୟାନ ଦିଆ ନ ଗଲେ ଆଗାମୀ ପିଢ଼ି ଆଉ ସେହି ସୌନ୍ଦର୍ଯ୍ୟକୁ ଦେଖିବାକୁ ପାଇବେ ନାହିଁ। ପରିବର୍ତ୍ତିତ ଜଳବାୟୁ ଏବଂ ସହରୀକରଣରେ ଅଣନିଃଶ୍ୱାସୀ ହୋଇଯାଉଥିବା କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର, ଇଣ୍ଡିଆନ ହେରିଟେଜ୍‌ ସିଟିଜ୍‌ ନେଟଓ୍ବର୍କ ଫାଉଣ୍ଡେଶନ୍‌ ଓ ୟୁନେସ୍କୋର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀ ୩ ଦିନ ବ୍ୟାପି ଚାଲିବ।

ରାଜ୍ୟ |

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଓୟୁଏଟିରୁ ବାହାରିବ ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ରେ ପ୍ରସ୍ତୁତ ହୋଇଛି ରାଜ୍ୟର ପ୍ରଥମ ହାଇବ୍ରିଡ୍‌ ମକା ବିହନ। ଏହାର ନାମ ଓଏମ୍‌ଏକ୍ସ ୧୪-୨୭ ରହିଛି। ଓୟୁଏଟି ଏବଂ ମେକ୍ସିକୋର ଗହମ ଓ ମକା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଏହାର ଉତ୍ପାଦନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ ଖୁବ୍‌ଶୀଘ୍ର ଏହା ବଜାରକୁ ଛଡ଼ାଯିବ। ଏହି ମକା ଅନ୍ୟ ମକା ବିହନଠାରୁ ଅଧିକ ଅମଳକ୍ଷମ। ସେହିଭଳି କପାର ବିଏସ୍‌ ୩୦ ଓ ବିଏସ୍‌ ୨୭୯, ରାଶିର ଓଏସ୍‌ସି ୭୯ ଏବଂ ଜଡ଼ା ବିସିଏଚ୍‌ ୧୭୧୫(ହାଇବ୍ରିଡ୍‌) ବିହନ ଉତ୍ପାଦନ କରାଯାଇଛି। ଏହାଛଡ଼ା ଆଉ ୧୫ରୁ ଊର୍ଦ୍ଧ୍ୱ ଭିନ୍ନ ଭିନ୍ନ କିସମ ବାହାର କରିବା ଲାଗି ଯୋଜନା ରହିଛି ବୋଲି କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ସୂଚନା ଦେଇଛନ୍ତି।

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟା: ଜୀବନର ଅର୍ଥ ଶୂନ୍ୟତା

ପୁରୀ ଅଫିସ, ୨୨ା୨: ଜୀବନର ଅର୍ଥ କ’ଣ? ଏହାକୁ ଖୋଜି ବୁଲୁଛନ୍ତି ଜଣେ ମହିଳା। କିନ୍ତୁ ତାଙ୍କ ଖୋଜିବାର ଅନ୍ତ ହେଉନାହିଁ। ଶେଷରେ ସେ କେବଳ ଶୂନ୍ୟତାକୁ ହିଁ ଠାବ କରୁଛନ୍ତି। ଆଉ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଏ ଜୀବନ ଅର୍ଥ ହେଉଛି ଶୂନ୍ୟତା। ଗୁରୁବାର ବାଏ ଅଫ୍‌ର ଦ୍ୱିତୀୟ ସନ୍ଧ୍ୟାରେ ଏମିତି ଏକ କାହାଣୀକୁ ନେଇ ପ୍ରଦର୍ଶିତ ହୋଇଥିଲା ଇଂଲିଶ ଚଳଚ୍ଚିତ୍ର ବ୍ଲାଙ୍କ। ସୋହମ ସନ୍‌ମତଙ୍କ ଏହି ଚଳଚ୍ଚିତ୍ର ମା’ ଓ ପୁଅଙ୍କ ଉପରେ ଆଧାରିତ ଥିଲା।

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ଦୋହଲୁଛି ନୀଳଚକ୍ର, ଅର ଦୁର୍ବଳ

ପୁରୀ ଅଫିସ, ୨୨।୨: ଶ୍ରୀମନ୍ଦିର ନୀଳଚକ୍ରର ଦୁଇଟି ଅର ଦୁର୍ବଳ। ଏହାସହିତ ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ର ମଧ୍ୟ ଦୋହଲୁଛି। ଏଥିରେ ପ୍ୟାକିଂ ଦିଆଯାଇ ଶକ୍ତ କରାଯିବାର ଆବଶ୍ୟକ ରହିଛି। ଖୁବ୍‌ଶୀଘ୍ର ଏହାର ମରାମତି କରାଯିବ ବୋଲି ଯାଞ୍ଚ ପରେ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟିରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ

ଯାଜପୁର ଅଫିସ,୨୨ା୨: ଜାଲ୍‌ ବ୍ୟାଙ୍କ ଗ୍ୟାରେଣ୍ଟି ମାଧ୍ୟମରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଯାଜପୁର ଜିଲା ଡ୍ରେନେଜ ବିଭାଗର ଯନ୍ତ୍ରୀମାନେ ଠିକାଦାରଙ୍କ ହାତକୁ ଟେକି ଦେଉଛନ୍ତି। ଆଉ ଏ ବାବଦରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି ବିରୋଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହାର ସୁଯୋଗ ନେଇ ଏହି ବିଭାଗରେ ଦୁର୍ନୀତି ଦିନକୁ ଦିନ ବଢିବାରେ ଲାଗିଛି।

ଛାତ୍ରଙ୍କ ଚୁଟି କାଟି ଅଡ଼ୁଆରେ ଶିକ୍ଷୟିତ୍ରୀ

ପୁରୀ ଅଫିସ, ୨୨।୨: ପୁରୀ ସଦର ବ୍ଲକ ଅଧୀନ ରଘୁରାଜପୁରସ୍ଥିତ କପ୍ତେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଙ୍କୁ ସଂସ୍କାର ଶିକ୍ଷା ଦେବାକୁ ଯାଇ କ୍ରୀଡା ଶିକ୍ଷୟିତ୍ରୀ ଶ୍ୟାମାଲିନା ଦାଶ ଏବେ ହରଡ଼ ଘଣାରେ ପଡିଛନ୍ତି। ବିଦ୍ୟାଳୟକୁ ଅଧିକ ଚୁଟି ରଖି ଆସୁଥିବା ଛାତ୍ରଙ୍କୁ ସମ୍ପୃକ୍ତ ଶିକ୍ଷୟିତ୍ରୀ ଦାଶ ଚୁଟି କାଟିବାକୁ ତାଗିଦ୍‌ କରିଥିଲେ। ତେବେ ପିଲାମାନେ ଶିକ୍ଷୟିତ୍ରୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ। ତେଣୁ ଶିକ୍ଷୟିତ୍ରୀ ଦାଶ ପିଲାଙ୍କୁ ଏକ ଶିକ୍ଷା ଦେବାକୁ ଯାଇ କେତେକ ଛାତ୍ରଙ୍କ ଚୁଟି କାଟି ଦେଇଥିଲେ।

ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ବାଲ୍ୟ ବିବାହ ଉଦ୍ୟମ ପଣ୍ଡ

ବାରିପଦା ଅଫିସ/ଖୁଣ୍ଟା(ଡି.ଏନ.ଏ.),୨୨।୨: ମୟୂରଭଞ୍ଜ ଜିଲାର ଖୁଣ୍ଟା ଓ କୁଳିଅଣା ବ୍ଲକରେ ହେବାକୁ ଥିବା ୨ ନାବାଳିକା ବିବାହ ଉଦ୍ୟମ ପଣ୍ଡ ହୋଇଛି। ପୋଲିସ ପହଞ୍ଚତ୍ ଉଭୟ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି।

ଜଗା ପିନ୍ଧିବ ସ୍ବତନ୍ତ୍ର ହେଲ୍‌ମେଟ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୨ା୨ (ବ୍ୟୁରୋ): ଅପରେଶନ ପରେ ପୃଥକ ହୋଇଥିବା କନ୍ଧମାଳ ଜିଲାର ଯୋଡାମୁଣ୍ଡ ଶିଶୁ ଜଗା ବଳିଆ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଫେରିବେ। ଦିଲ୍ଲୀ ଏମ୍‌ସ ହସ୍ପିଟାଲରୁ ଜଗା ବଳିଆଙ୍କୁ ଡିସ୍‌ଚାର୍ଜ କରାଯିବ। ଡ଼ିସ୍‌ଚାର୍ଜ ପୂର୍ବରୁ ଜଗା ପାଇଁ ସ୍ପତନ୍ତ୍ର ହେଲ୍‌ମେଟ ପ୍ରସ୍ତୁତ କରାଯାଇ ସାରିଛି। ଏଣିକି ଜଗା ଓ୍ବାର୍ଡରୁ ବାହାରକୁ ବାହାରିଲେ ଏହି ସ୍ବତନ୍ତ୍ର ହେଲ୍‌ମେଟକୁ ପିନ୍ଧିବ। ବଳିଆ ପାଇଁ ସ୍ବତନ୍ତ୍ର ହେଲ୍‌ମେଟ ପ୍ରସ୍ତୁତ ଚାଲିଛି।

୩୬ ଡିଗ୍ରୀ ଟପିଲା ୩ ସହରର ପାରଦ

୩୬ ଡିଗ୍ରୀ ଟପିଲା ୩ ସହରର ପାରଦ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢି ଯାଇଛି। ତାତି ଡରାଇବା ଆରମ୍ଭ କରିଛି। ଗତ ୪ ଦିନ ମଧ୍ୟରେ ତାପମାତ୍ରା ୩ ଡିଗ୍ରୀ ବଢିଗଲାଣି। ୫ଟି ସ୍ଥାନରେ ପାରଦ ୩୫ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଇଥିବା ବେଳେ ୩ଟି ସ୍ଥାନରେ ୩୬ ଡିଗ୍ରୀ ସେଲସିୟସକୁ ଚାଲି ଯାଇଛି।

ବଦଳିଲେ ପଦ୍ମପୁର ଏସ୍‌ଡିପିଓ

କଟକ ଅଫିସ, ୨୨।୨: ବରଗଡ଼ ଜିଲାରେ ପଦ୍ମପୁର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିବା ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ଗୁରୁବାର ବଦଳି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପଣ୍ଡାଙ୍କର ଏହି ବଦଳି ହୋଇଥିବା ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି। ପଣ୍ଡାଙ୍କ ସ୍ଥାନରେ ଝାରସୁଗୁଡ଼ା ରେଲୱେ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡିଏସ୍‌ପି କ୍ଷୀରସାଗର ନାୟକଙ୍କୁ ପଦ୍ମପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି। ପଣ୍ଡାଙ୍କୁ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ବଦଳି କରି ଦିଆଯାଇଛି। ସୂଚନାଥାଉ କି, ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ପଣ୍ଡାଙ୍କ ବିରୋଧରେ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ ହୋଇଥିଲା।

ସରିଲା ପ୍ରଚାର, ସରୁନି ଅଭିଯୋଗ

ସରିଲା ପ୍ରଚାର, ସରୁନି ଅଭିଯୋଗ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାନ ପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ଶନିବାର ବିଜେପୁରବାସୀ ମାତ୍ର ବର୍ଷକ ପାଇଁ ନିଜ ପ୍ରତିନିଧି ବାଛିବେ। ଏକାଧିକ କାରଣରୁ ଏହି ନିର୍ବାନଟିର ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ବର୍ତ୍ତମାନ ସମୟରେ ଅନ୍ୟ ସବୁ ଖବର ଗୌଣ ହୋଇଯାଇଛି। ଉପନିର୍ବାନର ଫଳାଫଳ ଯାହା ହେଉନା କାହିଁକି ଏହା ଅନେକ ନକାରାତ୍ମକ କାରଣ ପାଇଁ ମନେରହିବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଉଛି। ରାଜ୍ୟ ମୁଖ୍ୟ ନିର୍ବାନ ଅଧିକାରୀ(ସିଇଓ) ସୁରେନ୍ଦ୍ର କୁମାର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ବିଜେପୁର ଉପନିର୍ବାନକୁ ନେଇ ବିଭିନ୍ନ ଦଳ ପକ୍ଷରୁ ପ୍ରାୟ ୨୮ଟି ଅଭିଯୋଗ କରାଯାଇଛି। ସବୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂନା ଦେଇଛନ୍ତି।

ଆଜିଠୁ ମାଟ୍ରିକ ପରୀକ୍ଷା

ଆଜିଠୁ ମାଟ୍ରିକ ପରୀକ୍ଷା

କଟକ ଅଫିସ,୨୨।୨: ଶୁକ୍ରବାରଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ଏଥର ୫ ଲକ୍ଷ ୯୦ ହଜାର ୩୬୩ ଜଣ ପରୀକ୍ଷାର୍ଥୀ ୨୮୧୮ କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନପତ୍ରଗୁଡ଼ିକ ୨୪ ଘଣ୍ଟିଆ ପୋଲିସ ପ୍ରହରା ମଧ୍ୟରେ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ୨୩ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି।

ସ୍ପେଶାଲ ସ୍କ୍ବାଡ୍‌ କର୍ମଚାରୀଙ୍କୁ ମାଡ ଘଟଣା: ହାତଗୁଞ୍ଜା ନେଇ ରଫାଦଫା କଲା ପୋଲିସ

ସ୍ପେଶାଲ ସ୍କ୍ବାଡ୍‌ କର୍ମଚାରୀଙ୍କୁ ମାଡ ଘଟଣା: ହାତଗୁଞ୍ଜା ନେଇ ରଫାଦଫା କଲା ପୋଲିସ

ଭୁବନେଶ୍ୱର, ୨୨।୨(ବ୍ୟୁରୋ)- କମିଶନରେଟ୍‌ ପୋଲିସ ସ୍ପେଶାଲ ସ୍କ୍ବାଡ୍‌ର ଜଣେ କର୍ମଚାରୀଙ୍କୁ ଗତ ସୋମବାର ସିଆରପି ଛକରେ ଦୁଇ ଯୁବକ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ମାଡ଼ ଖାଇଥିବା ସମ୍ପୃକ୍ତ କର୍ମଚାରୀ ଏ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଦ୍ୱୟଙ୍କୁ ବୁଧବାର ରାତିରେ ଥାନାକୁ ଉଠାଇ ଆଣିଥିଲା। ହେଲେ ଗୁରୁବାର ପୋଲିସ ଅଭିଯୋଗକୁ ରଫାଦଫା କରିଦେଇଛି। ଏଥିପାଇଁ ପୋଲିସକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ମୋଟା ଅଙ୍କର ହାତଗୁଞ୍ଜା ମିଳିଥିବା ଜଣାପଡ଼ିଛି।