ମେଟ୍ରୋ |

ସତ୍ୟବାଦୀରେ ଉପଜିଲାପାଳଙ୍କ କ୍ୟାମ୍ପ କୋର୍ଟ

ସତ୍ୟବାଦୀରେ ଉପଜିଲାପାଳଙ୍କ କ୍ୟାମ୍ପ କୋର୍ଟ
ସାକ୍ଷୀଗୋପାଳ, ୨।୨(ଡି.ଏନ୍‌.ଏ): ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ପୁରୀ ଉପଜିଲାପାଳ ମଧୁସୂଦନ ଦାସ କ୍ୟାମ୍ପ କୋର୍ଟ କରିଛନ୍ତି। ଏହି କ୍ୟାମ୍ପ କୋର୍ଟରେ ଓ ଏଲ୍‌ ଆର୍‌, ଅଣ୍ଡର ଭାଲୁଏସନ ଓ ବାକିଥିବା ଅନାଦେୟ ମାମଲାର ଶୁଣାଣି କରିଥିଲେ। ଏଥିସହ ଦାଖଲ ଖାରଜ ଓ କିସମ ପରିବର୍ତ୍ତନ ଆଦି ମାମଲାର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସତ୍ୟବାଦୀ ତହସିଲଦାର ବିନୋଦ କୁମାର ସ୍ବାଇଁ ଓ ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ସାମନ୍ତରାୟ ଏଥିରେ ସହଯୋଗ କରିଥିଲେ। ପୂର୍ବରୁ ନୋଟିସ ମାଧ୍ୟମରେ ଜଣାଇବା ସତ୍ତ୍ୱେ ଏହି କ୍ୟାମ୍ପ କୋର୍ଟକୁ ଆସି ନ ଥିବା ପକ୍ଷମାନଙ୍କ ମୋକଦ୍ଦମାଗୁଡିକୁ ଖାରଜ କରିବାକୁ ଆଦେଶ ଦିଆଯାଇଥିବା ଜଣାପଡିଛି।
All Right Reserved By

ମେଟ୍ରୋ |

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍‌ୟୁସିଆଇ(ସି)

ବୁଝାମଣା ନୁହେଁ, ଆନ୍ଦୋଳନ କରିବ ଏସ୍‌ୟୁସିଆଇ(ସି)

ଭୁବନେଶ୍ୱର,୧୫।୨(ବ୍ୟୁରୋ)- ଭାରତର ପ୍ରମୁଖ ସାମ୍ୟବାଦୀ ଦଳ ଏସ୍‌ୟୁସିଆଇ(ସି) ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରଣନୀତି ପ୍ରସ୍ତୁତ କରିଛି। ନିର୍ବାଚନ ଅପେକ୍ଷା ଜନଜୀବନ ସମସ୍ୟା ନେଇ ନ୍ୟାୟସଙ୍ଗତ ବାମପନ୍ଥୀ ଆନ୍ଦୋଳନ ଗଢିବା ଦଳର ମୁଖ୍ୟ ଉଦ୍ଦେଶ୍ୟ।

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍‌ ନୀରବ ପ୍ରାର୍ଥନା

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି: ପିଠା କାର୍ଯ୍ୟକ୍ରମରେ ୨ମିନିଟ୍‌ ନୀରବ ପ୍ରାର୍ଥନା

କାକଟପୁର, ୧୫।୨(ଡି.ଏନ୍‌.ଏ.):  ପୁରୀ ଜିଲା କାକଟପୁର ବ୍ଲକ ଜଳେଶ୍ୱରପଡ଼ା ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଶୁକପୋଖରୀଠାରେ ସତ୍ୟନାରାୟଣ ହାଇସ୍କୁଲ ପରିସରରେ ପିଠା କାର୍ଯ୍ୟକ୍ରମ  ଶୁକ୍ରବାର ଅନୁଷ୍ଠିତ ହୋଇଛି। 

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଚିବାଳୟରୁ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ’ର ଶୁଭାରମ୍ଭ କରିଛନ୍ତି।

ପୁଲଓ୍ବାମା ଆକ୍ରମଣରେ  ଦୁଇ ଓଡ଼ିଆ ଶହୀଦଙ୍କ  ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁଲଓ୍ବାମା ଆକ୍ରମଣରେ ଦୁଇ ଓଡ଼ିଆ ଶହୀଦଙ୍କ ପରିବାର ସହ କଥାହୋଇ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଜମ୍ମୁ-କଶ୍ମୀରର ପୁଲଓ୍ବାମାଠାରେ ଗୁରୁବାର ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଛନ୍ତି ୨ ଓଡ଼ିଆ। ସେମାନେ ହେଲେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଶିଖର ପଞ୍ଚାୟତ ପାରିଶିଖର ଗ୍ରାମର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲା ନିଆଳି ରତନପର ଗ୍ରାମର ମନୋଜ କୁମାର ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶହୀଦ ଓଡ଼ିଆ ଯବାନଙ୍କ ପରିବାର ସହ କଥା ହେବା ସହ ସମବେଦନା ଜଣାଇଛନ୍ତି। 

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

କଟକ ଅଫିସ, ୧୫।୨: ଷ୍ଟେଟ୍‌ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ  ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି। 

ନିମ୍ନମାନର ଛତୁଆ ଖାଉଛନ୍ତି ଶିଶୁ

ନିମ୍ନମାନର ଛତୁଆ ଖାଉଛନ୍ତି ଶିଶୁ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ, ଶିକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ। ମାତ୍ର ସେହି କୋମଳମତି ଶିଶୁମାନେ ମଧ୍ୟ ଦୁର୍ନୀତିର ଚକ୍ରବୂ୍ୟହରୁ ମୁକ୍ତ ନୁହନ୍ତି। ରାଜ୍ୟର ଅଙ୍ଗନଓ୍ବାଡି କେନ୍ଦ୍ରରେ ଅଢେଇ ବର୍ଷରୁ ୬ ବର୍ଷର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୁଷ୍ଟିକର ଯୋଜନାରେ  ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। 

ଅଷ୍ଟଧାତୁ ମୂର୍ତ୍ତି ଚୋରି ର଼୍ୟାକେଟର ଗୁମର ଖୋଲିବ ଏସ୍‌ଟିଏଫ୍‌: ଆଜିଠୁ ୩ ଦିନିଆ ରିମାଣ୍ଡରେ ସୟଦ ଜିଲନୁର୍‌

ଅଷ୍ଟଧାତୁ ମୂର୍ତ୍ତି ଚୋରି ର଼୍ୟାକେଟର ଗୁମର ଖୋଲିବ ଏସ୍‌ଟିଏଫ୍‌: ଆଜିଠୁ ୩ ଦିନିଆ ରିମାଣ୍ଡରେ ସୟଦ ଜିଲନୁର୍‌

ଭୁବନେଶ୍ୱର,୧୫|୨(ବ୍ୟୁରୋ) - ଅନ୍ତର୍ଜାତୀୟ ମୂର୍ତ୍ତି ଚୋରି ର଼୍ୟାକେଟର ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ବୁଧବାର ଖଣ୍ଡଗିରି ଯଦୁପୁରରୁ ଜବତ ଦୁଇ ଅଷ୍ଟଧାତୁ ମୂର୍ତ୍ତି କେଉଁଠୁ ଚୋରି କରାଯାଇଥିଲା ଓ ଏହି ଘଟଣା ପଛରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ଼ କରିବ ଏସ୍‌ଟିଏଫ୍‌ ଟିମ୍‌। 

ଜଟଣୀ ନାବାଳିକା ବଳାତ୍କାର, ହତ୍ୟା ମାମଲା:   ଘରୁ ମିଳିଲା ଚିଠି, ଦ୍ୱନ୍ଦ୍ୱରେ ପୋଲିସ

ଜଟଣୀ ନାବାଳିକା ବଳାତ୍କାର, ହତ୍ୟା ମାମଲା: ଘରୁ ମିଳିଲା ଚିଠି, ଦ୍ୱନ୍ଦ୍ୱରେ ପୋଲିସ

ଭୁବନେଶ୍ୱର,୧୫|୨ (ବ୍ୟୁରୋ)- ଚର୍ଚ୍ଚିତ ଜଟଣୀ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାରେ ପୋଲିସ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଗୁରୁବାର ଅଭିଯୁକ୍ତ ସିର୍ଦ୍ଧାପୁର ଗ୍ରାମର ଗଜାନନ ବେହେରାଙ୍କୁ ଗିରଫ କରିବା ପରେ ପଚରାଉଚରା କରାଯାଉଛି। 

ଅପହରଣ ଘଟଣାରେ ନୂଆମୋଡ଼: ଫେରିଲେ ବଡ଼ ଭଉଣୀ, ରହସ୍ୟ ଘେରରେ ସାନ ଭଉଣୀଙ୍କ ଆତ୍ମହତ୍ୟା

ଅପହରଣ ଘଟଣାରେ ନୂଆମୋଡ଼: ଫେରିଲେ ବଡ଼ ଭଉଣୀ, ରହସ୍ୟ ଘେରରେ ସାନ ଭଉଣୀଙ୍କ ଆତ୍ମହତ୍ୟା

କଟକ ଅଫିସ, ୧୫|୨- ମର୍କତନଗର ଥାନା ଅନ୍ତର୍ଗତ କାଠଯୋଡ଼ିବିହାର ଅଞ୍ଚଳର ଦୁଇ ନାବାଳିକା ଭଉଣୀଙ୍କୁ ଅପହରଣ ଘଟଣା ନୂଆ ମୋଡ଼ ନେଇଛି। ବୁଧବାର ସୁଦ୍ଧା ବଡ଼ ଭଉଣୀର ପତ୍ତା ମିଳୁ ନ ଥିଲାବେଳେ ସାନ ଭଉଣୀଙ୍କ ମୃତଦେହ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ହେଲେ ଗୁରୁବାର ବଡ଼ ଭଉଣୀ ଘରକୁ ଫେରିଛନ୍ତି। 

ଓସିସି ବସ୍ତିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ  ଖଣ୍ଡାରେ ହାଣିଲେ, ବୋମା ମାଡ଼ କଲେ

ଓସିସି ବସ୍ତିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଖଣ୍ଡାରେ ହାଣିଲେ, ବୋମା ମାଡ଼ କଲେ

ଭୁବନେଶ୍ୱର,୧୫|୨(ବ୍ୟୁରୋ) - ନୟାପଲ୍ଲୀ ଥାନା ଅନ୍ତର୍ଗତ ୟୁନିଟ୍‌-୮ ଓସିସି ବସ୍ତିରେ ଗୁରୁବାର ରାତିରେ ବୋମା ମାଡ଼ ହୋଇଛି। ୪ଜଣ ଦୁର୍ବୃତ୍ତ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ତିରେ ପଶି ଆତଙ୍କ ଖେଳାଇଛନ୍ତି। 

କମିଶନ୍‌ରେଟ ପୋଲିସରେ ବଡ଼ ଧରଣର ବଦଳି

କମିଶନ୍‌ରେଟ ପୋଲିସରେ ବଡ଼ ଧରଣର ବଦଳି

ଭୁବନେଶ୍ୱର,୧୫|୨(ବ୍ୟୁରୋ)- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ଏବେ ପୋଲିସ ବିଭାଗରେ ଚାଲିଛି ବଦଳି ପ୍ରକ୍ରିୟା। ରାଜ୍ୟ ପୋଲିସ ପରେ ଏବେ କମିଶନ୍‌ରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି। 

ସ୍ୟାଟ୍‌ ପଦବୀ ଉଚ୍ଛେଦ ମାମଲା:   ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

ସ୍ୟାଟ୍‌ ପଦବୀ ଉଚ୍ଛେଦ ମାମଲା: ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତକଲେ ହାଇକୋର୍ଟ

କଟକ ଅଫିସ, ୧୫|୨- ଷ୍ଟେଟ୍‌ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ  ୪ ସପ୍ତାହ ମଧ୍ୟରେ ପୂରଣ କରିବାକୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସରକାର ଏ କ୍ଷେତ୍ରରେ ବିଫଳ ହୋଇଛନ୍ତି।