ରାଜ୍ୟ |

ବିଜେପୁର ଉପନିର୍ବାଚନ: ଶ୍ରୀକାନ୍ତ-ନବ କଥା କଟାକଟି

ବିଜେପୁର ଉପନିର୍ବାଚନ: ଶ୍ରୀକାନ୍ତ-ନବ କଥା କଟାକଟି
ଭୁବନେଶ୍ୱର, ୨।୨(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପାଇଁ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ତରଫରୁ ପ୍ରାର୍ଥୀ କିଏ ହେବ ତାହା ଚୁଡାନ୍ତ ହେଉ ନ ଥିବାବେଳେ ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି ଦୁଇ କଂଗ୍ରେସ ନେତା। ନିକଟରେ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିବା ପାଇଁ ଶ୍ରୀକାନ୍ତ ପିସିସି ସଭାପତିଙ୍କୁ ଚିଠି ଲେଖିଥିଲେ। ଏଥିସହ ଆଉ କେହି ପ୍ରାର୍ଥୀ ହେଲେ ଦଳ ପାଇଁ ଆତ୍ମଘାତି ହେବ ବୋଲି କହିଥିଲେ। ଶ୍ରୀକାନ୍ତଙ୍କ ଏହି ପତ୍ରର ଉତ୍ତର ନବ ଦାସ ରଖିଛନ୍ତି। ସେ କହିଛନ୍ତି ଯେ, ଏକଥା ଯିଏ କହୁଛନ୍ତି ସେ ଚକ୍ରାନ୍ତକାରୀ ହୋଇଥାଇପାରନ୍ତି। ଆମେ ହାଇକମାଣ୍ଡଙ୍କ ନିକଟକୁ ଦୁଇଟି ନାଁ ପଠାଇଛୁ। ହାଇକମାଣ୍ଡ ଯେଉଁ ନାଁରେ ମୋହର ମାରିବେ ସେ ହିଁ ପ୍ରାର୍ଥୀ ହେବେ ବୋଲି ନବ କହିଛନ୍ତି।
All Right Reserved By

ରାଜ୍ୟ |

ଭିଜିଲାନ୍ସ  ଜାଲରେ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନ୍‌ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନ୍‌ ସହକାରୀ ଯନ୍ତ୍ରୀ

କେନ୍ଦୁଝର,୧୯।୧୨(ସ୍ବ.ପ୍ର.): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ ସହକାରୀ ଯନ୍ତ୍ରୀଙ୍କ ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। 

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଖଣି ମାଫିଆଙ୍କ ଛା଼ଡ, କୃଷକଙ୍କର କାହିଁକି ନୁହେଁ : ଶ୍ରୀକାନ୍ତ ଜେନା

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର କରିଛି। ଏହି ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ଶପଥ ଗ୍ରହଣ ଉତ୍ସବର ମାତ୍ର ଦୁଇଘଣ୍ଟା ପରେ କୃଷିଋଣ ଛାଡ଼ କରାଯାଇଛି। 

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଜାନୁୟାରୀ ୪ରୁ ଶିଶିର ସରସ ମେଳା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଗ୍ରାମୀଣ ଉତ୍ପାଦକ, ସ୍ବୟଂ ସହାୟକ ଗୋଷ୍ଠୀ, କାରିଗର ଏବଂ ଜନଜାତିମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଓ ହସ୍ତଶିଳ୍ପ ସାମଗ୍ରୀକୁ ନେଇ ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓର୍‌ମାସ୍‌ (ଓଡ଼ିଶା ରୁରାଲ ଡେଭେଲପମେଣ୍ଟ ଆଣ୍ଡ ମାର୍କେଟିଂ ସୋସାଇଟି) ଦ୍ୱାରା ଶିଶିର ସରସ ମେଳା ଆୟୋଜିତ  ହୋଇଆସୁଛି । 

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଏମ୍‌ଏସ୍‌ପି ୧୭୫୦, ଚାଷୀ ପାଉଛନ୍ତି ୧୧୦୦

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୧୭୫୦ ଟଙ୍କା ହିସାବରେ ଯୋଗାଇ ଦେଉଛନ୍ତି। ମାତ୍ର ରାଜ୍ୟ ସରକାର ଓ ବ୍ୟବସାୟୀଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟ କାରଣରୁ ଚାଷୀମାନେ ୧୧୦୦-୧୨୦୦ ଟଙ୍କାରେ ନିଜର କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ପେଥାଇ: ଭାସିଲା ପାଚିଲା ଧାନ, ୧୦୦ ବ୍ଲକ ପ୍ରଭାବିତ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବାତ୍ୟା ‘ପେଥାଇ’ ବର୍ଷା ଯୋଗୁ ରାଜ୍ୟର ୧୭ଟି ଜିଲାରେ ଧାନ, ପନିପରିବା ଓ କପା ଚାଷ କ୍ଷତିଗ୍ରସ୍ତ ହୋଇଛି। ପାଚିଲା ଧାନ ପାଣିରେ ଭାସୁଛି। ବର୍ଷକର ପରିଶ୍ରମ ପେଥାଇ ମାଡ଼ରେ ଛାର୍‌ଖାର ହୋଇଯାଇଛି। ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। କେଉଁ ଜିଲାରେ କେତେ କ୍ଷୟକ୍ଷତି ହୋଇଛି ତାହାର ଆକଳନ କରି କ୍ଷୟକ୍ଷତି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଆଇଆଇଟିରେ ଏସ୍‌କେବିଇଟିର ଗବେଷଣାଗାର ଉଦ୍‌ଘାଟିତ

ଜଟଣୀ, ୧୯|୧୨(ଡି.ଏନ.ଏ.):ଜଟଣୀସ୍ଥିତ ଆଇଆଇଟି ପରିସରରେ ଏସ୍‌.କେ. ଦାସ ବାୟୋସାଇନ୍‌ସ ଇଞ୍ଜିନିୟରିଂ ଓ ଟେକ୍‌ନୋଲୋଜି (ଏସ୍‌କେବିଇଟି) ପକ୍ଷରୁ ଗବେଷଣାଗାର ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ଏହାକୁ ଭୁବନେଶ୍ୱର ଏମ୍‌ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବତମନ୍‌ବାନେ ଉଦ୍‌ଘାଟନ କରିଥିଲେ।

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତ କଳ ଉପରେ ଚଢ଼ାଉ, ଯନ୍ତ୍ରାଂଶ ଜବତ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.)୧୯ା୧୨: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗ୍ରାମରେ ଚାଲୁଥିବା ଏକ ବେଆଇନ କରତ କଳ ଉପରେ ମଙ୍ଗଳବାର ପୁରୀ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ସମସ୍ତ ଯନ୍ତ୍ରାଂଶ ଜବତ ହୋଇଛି। 

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ଶ୍ରୀକ୍ଷେତ୍ର ମହୋତ୍ସବର ତୃତୀୟ ସନ୍ଧ୍ୟା: ଆକର୍ଷଣ ସାଜିଲା କେରଳ ସମରକଳା

ପୁରୀ ଅଫିସ,୧୯ା୧୨: ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଛି ଶୋଡ଼ଷ ଶ୍ରୀକ୍ଷେତ୍ର ମହୋତ୍ସବ। ମଙ୍ଗଳବାର ଥିଲା ଏହି ମହୋତ୍ସବର ତୃତୀୟ ସନ୍ଧ୍ୟା। ଜାଗା ଆଖଡା ସଙ୍ଗୀତରୁ ଆରମ୍ଭ ହୋଇଥିଲା ଏହାର  ପାରମ୍ପରିକ କାର୍ଯ୍ୟକ୍ରମ।

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ମହାପ୍ରସାଦ ପ୍ରତି ଅସମ୍ମାନ: ଜୋତା ପିନ୍ଧି କାର ବନେଟ୍‌ ଉପରେ ଖାଇଲେ

ପୁରୀଅଫିସ,୧୯ା୧୨: ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ମହାପ୍ରସାଦ ପାଇବାକୁ ଇଚ୍ଛା କରିଥାନ୍ତି। ଅବଢା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି। ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ ଭାଗ୍ୟରେ ଥିଲେ ମିଳେ।

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଆତଙ୍କ ଖେଳାଇଲେ ଜେଲ୍‌ ଫେରନ୍ତା ଅଭିଯୁକ୍ତ: ପଥରବନ୍ଧ ବସ୍ତିରେ ସିରିଜ ବୋମାମାଡ଼

ଭୁବନେଶ୍ୱର, ୧୯।୧୨(ବ୍ୟୁରୋ)- ଶହୀଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିରେ ମଙ୍ଗଳବାର ସିରିଜ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୪ ଯୁବକ ମନୁ ବେହେରା(୨୩)ଙ୍କ ଘରକୁ ୩ଟି ବୋମାମାଡ଼ କରିଛନ୍ତି। ବୋମାମାଡରେ କେହି ମୃତାହତ ହୋଇ ନ ଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ପରେ ଏହି ଘଟଣାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଓଡ଼ିଶାରେ ୯୨ ନୂତନ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ: ଜୁଏଲ

ଓଡ଼ିଶାରେ ୯୨ ନୂତନ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା ହେବ: ଜୁଏଲ

ସୁନ୍ଦରଗଡ଼, ୧୯।୧୨ (ଡି.ଏନ୍‌.ଏ.) -ଏକଲବ୍ୟ ଆବାସିକ ବିଦ୍ୟାଳୟଗୁଡିକୁ କେନ୍ଦ୍ର ସରକାର ପୁର୍ନଗଠନ କରିଛନ୍ତି। ଏହା ଦ୍ୱାରା ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ସର୍ବଭାରତୀୟ ସ୍ତରରେ ଏକ ସ୍ବତନ୍ତ୍ର  ସୋସାଇଟି ଗଠନ କରାଯାଇ ସେଗୁଡିକରେ ଅଧ୍ୟୟନ କରୁଥିବା ଆଦିବାସୀ ଛାତ୍ରୀ, ଛାତ୍ରମାନଙ୍କୁ ଉଚ୍ଚମାନର ଶିକ୍ଷା ସାଙ୍ଗକୁ ଆବାସିକ ସୁବିଧା ପ୍ରଦାନ କରାଯିବ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ପ୍ରକାଶ କରିଛନ୍ତି।  

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ବୋହୂଙ୍କୁ ଅଶ୍ଳୀଳ ବ୍ୟବହାର କରି ଶ୍ୱଶୁର ଗିରଫ

ଗୋପ, ୧୮।୧୨(ଡି.ଏନ୍‌.ଏ.)-ଗୋପ ଥାନା ଅଧୀନ ଏକ ଗ୍ରାମରେ ଜନୈକ ବିଧବା ମହିଳାଙ୍କୁ ତାଙ୍କ ଶ୍ୱଶୁର ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଗୋପ ଥାନାରେ ସଂପୃକ୍ତ ମହିଳା ଅଭିଯୋଗ କରିଥିଲେ। ପରେ ସଂପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗୋପ ପୋଲିସ ୧୯୧/୧୮ରେ ଏକ ମାମଲା ରୁଜୁ କରି ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।