ଖେଳ |

ଖେଲୋ ଇଣ୍ଡିଆ: ଓଡ଼ିଶା ପାଇଁ ପୁଙ୍ଗା ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଖେଲୋ ଇଣ୍ଡିଆ: ଓଡ଼ିଶା ପାଇଁ ପୁଙ୍ଗା ଜିତିଲେ ପ୍ରଥମ ସ୍ବର୍ଣ୍ଣ
ଭୁବନେଶ୍ୱର, ୨।୨(କ୍ରୀଡ଼ା ପ୍ରତିନିଧି)- ନୂଆଦିଲ୍ଲୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ଓଡ଼ିଶା ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପୁଙ୍ଗା ସୋରେନ। ଶୁକ୍ରବାର ଅନୁଷ୍ଠିତ ୧୧୦ ମିଟର ହର୍ଡଲ୍ସ ଇଭେଣ୍ଟରେ ସେ ୧୪.୧୨ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଆଥଲେଟିକ୍ସ ଇଭେଣ୍ଟରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଆ ମନୀଷା ମେରେଲ ଲଙ୍ଗଜମ୍ପ ଇଭେଣ୍ଟରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ଗୁରୁବାର ପ୍ରଥମ ପଦକ ଜିତି ରାଜ୍ୟକୁ ଗର୍ବିତ କରିଥିଲେ ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରୟ। ସେ ସେ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ରେ ୧:୧୦.୫ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।
All Right Reserved By

ଖେଳ |

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ବିଶ୍ୱ ନମ୍ବର ଓ୍ବାନ୍‌ ହାଲେପ୍‌ଙ୍କୁ ହରାଇ କ୍ୱାର୍ଟରରେ ସେରେନା

ମେଲବୋର୍ନ, ୨୧।୧- ବିଶ୍ୱର ଏକ ନମ୍ବର ମହିଳା ସିଙ୍ଗଲ୍ସ ଖେଳାଳି ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ଓ୍ବାର୍ନରଙ୍କ କହୁଣିରେ ହେବ ଅସ୍ତ୍ରୋପଚାର

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ନରଙ୍କ କହୁଣିରେ ମଙ୍ଗଳବାର ଅସ୍ତ୍ରୋପଚାର ହେବ। ଆଘାତଜନିତ ସମସ୍ୟା ଲାଗି ଓ୍ବାର୍ନର ନିକଟରେ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌) ଅଧାରୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ।

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ଏଟିପି ମାନ୍ୟତାରେ ଟପ୍‌-୫ରୁ ଖସିଲେ ଫେଡରର

ମେଲବୋର୍ନ, ୨୧।୧- ଅଷ୍ଟ୍ରେଲିଆନ ଓପନ୍‌ର ରାଉଣ୍ଡ-୧୬ରେ ପରାଜୟବରଣ କରିବା ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡରର ପାଇଁ ମହଙ୍ଗା ପଡ଼ିଛି। ରବିବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଫେଡରର ଗ୍ରୀକର ଷ୍ଟିଫାନୋସ ସିତ୍‌ସିପାସଙ୍କଠାରୁ ହାରିଯାଇଥିଲେ।

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ଅତୁଟ ରହିବ ସଚିନଙ୍କ ୪ ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ, ୨୧।୧- ଆଇସିସି କ୍ରିକେଟ ବିଶ୍ୱକପ୍‌ (ଏକଦିବସୀୟ) ଚଳିତ ବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱକପ୍‌ ସମୟରେ ଅନେକ ରେକର୍ଡ ଭାଙ୍ଗିବା ସହ ନୂତନ ରେକର୍ଡମାନ ସୃଷ୍ଟି ହୋଇଥାଏ। ତେବେ କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ବ୍ୟାଟିଂ ମହାରଥୀ ସଚିନ ତେନ୍ଦୁଲକରଙ୍କ ୪ଟି ବିଶ୍ୱକପ୍‌ ରେକର୍ଡ ଭାଙ୍ଗିବା ବର୍ତ୍ତମାନର କ୍ରିକେଟରଙ୍କ ପକ୍ଷେ ସମ୍ଭବପର ନୁହେଁ।

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ପ୍ରେମରେ ବିଫଳ ଏହିସବୁ କ୍ରିକେଟ୍‌ର

ନୂଆଦିଲ୍ଲୀ, ୨୧।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର କ୍ରିକେଟରମାନେ ପଡିଆରେ ଯେତିକି ଲୋକପ୍ରିୟତା ଅର୍ଜନ କରିଛନ୍ତି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚାରେ ରହିଥାନ୍ତି। ଖାସ୍‌ ଭାବେ ପ୍ରେମ ସମ୍ପର୍କକୁ ନେଇ ଅତୀତରେ କିଛି କ୍ରିକେଟର ବେଶ୍‌ ଚର୍ଚ୍ଚାରେ ଥିଲେ।  

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ଅଷ୍ଟ୍ରେଲିଆନ୍‌ ଓପନ୍‌: ନାଓମି-ସ୍ବେତଲିନା କ୍ୱାର୍ଟର ମୁକାବିଲା

ମେଲବୋର୍ନ, ୨୧।୧(ଏଏଫ୍‌ପି)- ଜାପାନ ଟେନିସ ତାରକା ନାଓମି ଓସାକା ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ଉଭୟ ଓ୍ବାର୍ମରେ ବୋର୍ଡ ସଭାପତି ଏକାଦଶ ବିଜୟୀ

ତ୍ରିଭେନ୍ଦ୍ରମ, ୨୧।୧- ଭାରତ ଗସ୍ତରେ ଆସିଥିବା ଇଂଲଣ୍ଡ ଲାୟନ୍ସ କ୍ରିକେଟ ଦଳ ବିପକ୍ଷ ଉଭୟ ଓ୍ବାର୍ମଅପ୍‌ ମ୍ୟାଚ୍‌ (ଏକଦିବସୀୟ)କୁ ବୋର୍ଡ ସଭାପତି ଏକାଦଶ ଦଳ ଜିତିନେଇଛି। ରବିବାର ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ଇଶାନ କିଶାନଙ୍କ ନେତୃତ୍ୱାଧୀନ ବୋର୍ଡ ସଭାପତି ଏକାଦଶ ଦଳ ୫ ଉଇକେଟ୍‌ରେ ଜିତିଥିଲା। 

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ଅଷ୍ଟ୍ରେଲିଆ ଟିମ୍‌ରେ ପାଟରେଶନ ସାମିଲ

ସିଡ୍‌ନୀ, ୨୧।୧(ଏଏଫ୍‌ପି)- ଭ୍ରମଣକାରୀ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଗୁରୁବାରଠାରୁ ବ୍ରିସବେନଠାରେ ଆରମ୍ଭ ହେବ। ଏଥିଲାଗି ଘରୋଇ ଅଷ୍ଟ୍ରେଲିଆ ଦଳରେ ଇନ୍‌ଫର୍ମ ବ୍ୟାଟ୍ସମ୍ୟାନ କର୍ଟିସ ପାଟରେଶନଙ୍କୁ ସାମିଲ କରାଯାଇଛି। 

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଓଡ଼ିଶା ପ୍ରିମିୟର ଲିଗ୍‌ ଜିତିଲା ଚିଲିକା

ଭୁବନେଶ୍ୱର, ୨୧।୧(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ୟୁଥ୍‌ ଆନୁକୂଲ୍ୟରେ ବାଙ୍ଗାଲୋର ସମ୍ପ୍ରସିଦ୍ଧି ସ୍ପୋଟର୍‌ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) ରବିବାର ଉଦ୍‌ଯାପିତ ହୋଇଯାଇଛି। 

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ ଜିତିଲା ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ

ବାଙ୍କୀ, ୨୧ା୧ (ସ୍ବ.ପ୍ର)- ବାଙ୍କୀ ବ୍ଲକ ଅନ୍ତର୍ଗତ ପଥୁରୀପଡ଼ା ମହାବେରଣା କ୍ଳବ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ହରିଶ୍ଚନ୍ଦ୍ର ମିଶ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ରବିବାର ପ୍ରତିଯୋଗିତାର ଫାଇନାଲ ଖେଳ ରବିବାର ବାଙ୍କୀ ଆଥଲେଟିକ ଆସୋସିଏଶନ୍‌ ଓ ବୈଦେଶ୍ୱର ଦିଶା କ୍ଲବ  ମଧ୍ୟରେ ହୋଇଥିଲା। 

ଯାଜପୁର ଜିଲା ଓପନ ଚେସ: ସୌମ୍ୟ,ତ୍ରିଦେବ ଚାମ୍ପିୟନ

ଯାଜପୁର ଜିଲା ଓପନ ଚେସ: ସୌମ୍ୟ,ତ୍ରିଦେବ ଚାମ୍ପିୟନ

ଭୁବନେଶ୍ୱର, ୨୧।୧(କ୍ରୀଡ଼ା ପ୍ରତିନିଧି)- ଯାଜପୁରରୋଡ଼ସ୍ଥିତ ଗ୍ଲୋରିୟସ ଇଂଲିଶ୍‌ ମିଡିୟମ ସ୍କୁଲରେ ଯାଜପୁର ଜିଲା ଓପନ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଛି। ଏହାର ସିନିୟର ବର୍ଗରେ ଫିଡେମାଷ୍ଟର ସୌମ୍ୟରଞ୍ଜନ ମିଶ୍ର ଓ ଜୁନିୟରରେ ତ୍ରିଦେବ ତୀର୍ଥଙ୍କର ଚାମ୍ପିୟନ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଉଭୟ ପ୍ରତିଯୋଗୀ ୬ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ୫.୫ ପଏଣ୍ଟ ଲେଖାଏ ପାଇଥିଲେ। 

ବୋରାସମ୍ବର କପ୍‌ ଜିତିଲା ରାଉରକେଲା

ପଦ୍ମପୁର, ୨୧।୧ (ଡି.ଏନ.ଏ)-ବରଗଡ଼ ଜିଲା ପଦ୍ମପୁର ବୋରାସମ୍ବର ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି।