ଫୁରସତ |

ସମଲିଙ୍ଗୀ ସମ୍ପର୍କ ଜିନ୍‌ଗତ ପ୍ରବୃତ୍ତି

ସମଲିଙ୍ଗୀ ସମ୍ପର୍କ ଜିନ୍‌ଗତ ପ୍ରବୃତ୍ତି
ଓ୍ବାଶିଂଟନ: କିଛି ଦିନ ତଳେ ଅଷ୍ଟ୍ରେଲିଆରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ମିଳିଛି। ତେବେ ସମଲିଙ୍ଗୀ ସମ୍ପର୍କ ଏକ ଜିନ୍‌ଗତ ସମସ୍ୟା ବୋଲି ଗବେଷକ ସୂଚିତ କରିଛନ୍ତି। ଏପ୍ରକାର ପ୍ରବୃତ୍ତି ପିଢ଼ି ପରେ ପିଢ଼ି ମାତା ପତାଙ୍କଠାରୁ ସନ୍ତାନମାନଙ୍କ ପାଖକୁ ସ୍ଥାନାନ୍ତର ହୋଇଥାଏ। ସମଲିଙ୍ଗୀମାନେ ପୁରୁଷମାନେ ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଥିବାବେଳେ ଏଭଳି ମହିଳା ଅନୁରୂପ ଭାବେ ମହିଳା ସାଥିଙ୍କ ସହିତ ରହିବାକୁ ପସନ୍ଦ କରିଥାନ୍ତି। ସମାଜରେ ଏଭଳି ସମ୍ପର୍କକୁ ନେଇ ନାକ ଟେକିଥାନ୍ତି। କିନ୍ତୁ ସ୍ବଭାବତଃ ସମଲିଙ୍ଗୀମାନେଙ୍କଠାରେ ଦେଖାଯାଉଥିବା ସମସ୍ୟା ମେଣ୍ଡେଲଙ୍କ ଜିନ୍‌ ତତ୍ତ୍ୱ ଆଧାରରେ ହୋଇଥାଏ। ମାତ୍ର ସେମାନେ ମଧ୍ୟ ମଣିଷ ତେଣୁ ତାଙ୍କର ଅଧିକାରକୁ ଗୁରୁତ୍ୱ ଦିଆଯିବାର ଆବ୍ୟକତା ରହିଛି। ସମାଜରେ ୯୫ ପ୍ରତିଶତ ବିଷମଲିଙ୍ଗୀ ଥିବାବେଳେ ସମଲିଙ୍ଗୀଙ୍କ ସଂଖ୍ୟା ଅତି ନ୍ୟୁନ। ଅନେକାଂଶରେ ଶିଶୁ ଉପରେ ତା’ ଚାରିପଟେ ଥିବା ସାମାଜିକ ପରିବେଶର ପ୍ରଭାବ ପଡିଥାଏ। ଏହା ଦ୍ୱାରା ଶିଶୁ ବଡ଼ ହେବାପରେ ସ୍ଥଳ ବିଶେଷରେ ତା’ଠାରେ ସମଲିଙ୍ଗୀ ପ୍ରବୃତ୍ତି ଦେଖାଯାଇଥାଏ ବୋଲି ଗବେଷକ କହିଛନ୍ତି। କିନ୍ତୁ ଏପରି ସମଲିଙ୍ଗୀଙ୍କ ସଂଖ୍ୟା ଅତି କମ୍‌। ଚିକିତ୍ସା ବିଜ୍ଞାନରେ ସମଲିଙ୍ଗୀ ପ୍ରବୃତ୍ତିକୁ ଏକ ପ୍ରକାର ଅସୁସ୍ଥ ମାନସିକତା ଭାବେ ଗ୍ରହଣ କରାଯାଇଥାଏ। ଅନେକସ୍ଥଳେ ସମଲିଙ୍ଗୀମାନେ ବିଷମଲିଙ୍ଗୀ ସମ୍ପର୍କକୁ ଘୃଣା ଦୃଷ୍ଟିରେ ଦେଖିଥାନ୍ତି। ତେବେ ନିଜ ସମ୍ପର୍କ ନେଇ ସେମାନେ ବେଶ୍‌ ସଚେତନ ରହିଥାନ୍ତି। ସେହିପରି ଅନେକ ସମଲିଙ୍ଗୀଙ୍କଠାରେ ଅପରାଧୀକ ପ୍ରବୃତ୍ତି ସୃଷ୍ଟି ହେବାର ଦୃଷ୍ଟାନ୍ତ ରହିଛି। ତେବେ ସମାଜର ଏଭଳି ସଦସ୍ୟମାନଙ୍କ ପ୍ରତି ଆଦର, ସ୍ନେହ ଓ ସହାନୁଭୁତି ପ୍ରଦର୍ଶନ କରାଯିବା ଆବଶ୍ୟକ ବୋଲି ଗବେଷକ ସୂଚିତ କରିଛନ୍ତି।
All Right Reserved By

ଫୁରସତ |

ଏପରି ଗାଁ ଯେଉଁଠି ନିଶା ଦ୍ରବ୍ୟ ମନା

ଏପରି ଗାଁ ଯେଉଁଠି ନିଶା ଦ୍ରବ୍ୟ ମନା

ଆଧୁନିକ ସମାଜରେ ଧୂମପାନ, ଡ୍ରଗ୍‌ସ, ମଦ, ଗୁଟ୍‌ଖା ଆଦିର ବ୍ୟବହାର କେତେକ କରିଥାନ୍ତି। ବିଶେଷକରି ଯୁବପିଢ଼ି ଏହାଦ୍ୱାରା ଅଧିକ କବଳିତ ହେଉଛନ୍ତି। ମାତ୍ର ରାଜସ୍ଥାନରେ ଏମିତି ଏକ ଗଁ। ରହିଛି ଯେଉଁଠି ନିଶା ଦ୍ରବ୍ୟ ସେବନ ପାଇଁ କରାଯାଇଥାଏ ବାରଣ। 

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ଯୋଗୁ ବଢ଼େ ହାର୍ଟ ଆଟାକ୍‌ ଆଶଙ୍କା

ଅତ୍ୟଧିକ ଶର୍କରା ନିୟନ୍ତ୍ରଣ ଯୋଗୁ ବଢ଼େ ହାର୍ଟ ଆଟାକ୍‌ ଆଶଙ୍କା

ମଧୁମେହ ରୋଗରେ ଖାଦ୍ୟରେ ଶର୍କରା ଉପରେ ନିୟନ୍ତ୍ରଣ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ସମ୍ପ୍ରତି କିଛି ଗବେଷକ ଅଧ୍ୟୟନ କରି ଜାଣିପାରିଛନ୍ତି ଯେ, ଅତ୍ୟଧିକ ଶର୍କରା ନିୟନ୍ତ୍ରଣ କଲେ  ବିପଦ ଜନକ ସ୍ଥିତି ସୃଷ୍ଟି ହୋଇଥାଏ।

କୁମ୍ଭୀର ଚଳାଉଛି ବାଇକ୍‌

କୁମ୍ଭୀର ଚଳାଉଛି ବାଇକ୍‌

ଏମିତି ଏକ କୁମ୍ଭୀର ରହିଛି ଯିଏ ଚାରି ଚକ ବିଶିଷ୍ଟ ବାଇକ ଚଳାଉଛି ଏବଂ ମଣିଷ ଭଳି ଡ୍ରେସ ମଧ୍ୟ ପିନ୍ଧୁଛି। ‘ରେମ୍ବୋ’ ନାମରେ ଏହି କୁମ୍ଭୀର ଆମେରିକା  ଫ୍ଲୋରିଡା ଅଞ୍ଚଳରେ ରହିଛି । କୁମ୍ଭୀର ଲୋକଙ୍କ ଇଶାରା ମଧ୍ୟ ବୁଝିପାରୁଛି । 

ପାଣିତଳେ ୧୨ ହଜାର ବର୍ଷ ତଳର ସୁଡ଼ଙ୍ଗ

ପାଣିତଳେ ୧୨ ହଜାର ବର୍ଷ ତଳର ସୁଡ଼ଙ୍ଗ

ମେକ୍ସିକୋରେ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗକୁ ଠାବ କରାଯାଇଛି। ଏହି ଲମ୍ବା ସୁଡ଼ଙ୍ଗଟି ପାଣି ଭିତରେ ରହିଛି। କିଛି ସମୁଦ୍ର ବୁଡ଼ାଳି ଏହି ସୁଡ଼ଙ୍ଗକୁ ଠାବ କରିବାରେ ହୋଇଛନ୍ତି ସକ୍ଷମ । ଏହାର ଲମ୍ବ ୩୪୭ କିଲୋମିଟର ରହିଥିବା ବେଳେ ଏହା ୧୨ହଜାର ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। 

ପୃଥିବୀର ସବୁଠୁ ଛୋଟ ମହିଳା

ପୃଥିବୀର ସବୁଠୁ ଛୋଟ ମହିଳା

ବ୍ରିଟେନର ଜର୍ଜିୟା ର଼୍ୟାନିନ ପୃଥିବୀର ସବୁଠୁ ଛୋଟ ମହିଳା। ଜର୍ଜିୟାଙ୍କ ଉଚ୍ଚତା ମାତ୍ର ୩୧ ଇଞ୍ଚ । ସ୍କେଲିଟାଲ ଡିସପ୍ଲାସିଆ ରୋଗ କାରଣରୁ ପିଲାଦିନୁ ତାଙ୍କ ଉଚ୍ଚତା ସେଭଳି ବଢି ନ ଥିଲା ବୋଲି ପରିବାର ସଦସ୍ୟ କୁହନ୍ତି।

ଅଦୃଶ୍ୟ ହାତ ଘଣ୍ଟା

ଅଦୃଶ୍ୟ ହାତ ଘଣ୍ଟା

ଗ୍ରୀଷ୍ମଦିନରେ ପ୍ରବଳ ଖରାରେ ଘଣ୍ଟା ପିନ୍ଧିବା ବିରକ୍ତିକର। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ନୂତନ ଧରଣର ହାତଘଣ୍ଟା। ଏହି ଘଣ୍ଟା ତାପମାତ୍ରା ବଢ଼ିବା ସହିତ ଧୀରେ ଧୀରେ ଅଦୃଶ୍ୟ ହୋଇଯିବ। ତାପମାତ୍ରା ଅଧିକ ହେଲେ ଘଡ଼ି ପତଳା ହେବାକୁ ଲାଗେ।

କାହିଁକି ରାତିରେ ଏସବୁ କରିବା ମନା

କାହିଁକି ରାତିରେ ଏସବୁ କରିବା ମନା

ରାତିରେ କେତେକ କାମ ନ କରିବା ଲାଗି ଶାସ୍ତ୍ରରେ ଉଲ୍ଲେଖ ରହିଛି। କାରଣ ଏହାଦ୍ୱାରା ସୁଖଶାନ୍ତିରେ ବାଧା ଆସି ଥାଏ। ରାତିରେ ନଖ କାଟିବାକୁ କିଛି ଲୋକ ପସନ୍ଦ କରିଥାନ୍ତି । ମାତ୍ର ରାତିରେ ନଖ କାଟିବା ଶାସ୍ତ୍ରାନୁସାରେ ଅଶୁଭ। ଏପରିକି ନଖ କାଟିବା ପରେ ସ୍ନାନକୁ ମଧ୍ୟ ବାରଣ କରାଯାଏ।

ଯେଉଁଠି ଖୁସିରେ ଗୀତ ଗାଇବା ପାଇଁ ନେବାକୁ ହୁଏ ଅନୁମତି

ଯେଉଁଠି ଖୁସିରେ ଗୀତ ଗାଇବା ପାଇଁ ନେବାକୁ ହୁଏ ଅନୁମତି

ହଂକରେ ରହିଛି ଏଭଳି  ନିୟମ । ଏଠାରେ ସମୁଦ୍ର କୂଳରେ ଗୀତ ଗାଇବା ଦଣ୍ଡନୀୟ ଅପରାଧ। ଗୀତ ଗାଇବା ପାଇଁ ନେବାକୁ ହୋଇଥାଏ ଅନୁମତି। ଏହାର ଅବମାନନା କଲେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଜେଲ୍‌ ଯିବାକୁ ପଡ଼ିଥାଏ ।

ହାଓ୍ବାଇର ସାମୁଦ୍ରିକ ଦ୍ୱୀପରେ ପର୍ଯ୍ୟବେକ୍ଷଣ କରିବ ସବ୍‌ମେରାଇନ୍‌

ହାଓ୍ବାଇର ସାମୁଦ୍ରିକ ଦ୍ୱୀପରେ ପର୍ଯ୍ୟବେକ୍ଷଣ କରିବ ସବ୍‌ମେରାଇନ୍‌

ଓ୍ବାଶିଂଟନ୍‌: ଆସନ୍ତା ୨୦ରେ ହାଓ୍ବାଇ ନିକଟବର୍ତ୍ତୀ ସମୁଦ୍ରଶଯ୍ୟାକୁ ଏକ ସବ୍‌ମେରାଇନ୍‌ ପଠାଇବା ଲାଗି ନାସା ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବୃହସ୍ପତିର ଚନ୍ଦ୍ର ୟୁରୋପା ଏବଂ ଶନିର ଚନ୍ଦ୍ର ଏନ୍‌କ୍ଲିୟାଡସ୍‌ର ପରିବେଶ ଅନୁସନ୍ଧାନରେ ଏହା ସହାୟକ ହୋଇପାରିବ ବୋଲି ନାସା ବୈଜ୍ଞାନିକମାନେ ଆଶାବାଦୀ ଅଛନ୍ତି।

ବିଲୁପ୍ତ ହେବାକୁ ବସିଛି ଅଷ୍ଟ୍ରେଲୀୟ ବିରଳ ପକ୍ଷୀ

ବିଲୁପ୍ତ ହେବାକୁ ବସିଛି ଅଷ୍ଟ୍ରେଲୀୟ ବିରଳ ପକ୍ଷୀ

କାନବେରା: ବର୍ତ୍ତମାନ ଅଷ୍ଟ୍ରେଲିଆରେ ବିରଳ ପ୍ରଜାତିର ୧୨ଯୋଡ଼ା ପ୍ରଜନନକାରୀ ପକ୍ଷୀ ବଞ୍ଚତ୍ ରହିଛନ୍ତି। ନ୍ୟୁ ସାଉଥ୍‌ ଓ୍ବେଲ୍‌ସରେ ଆକ୍ରମଣକାରୀ ଫେରାଲ୍‌ ଫକ୍ସଙ୍କ ଯୋଗୁ ଏମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି। ଏଗୁଡ଼ିକ ସାଧାରଣତଃ ଉପକୂଳ ଅଞ୍ଚଳରେ ଦେଖାଯାଆନ୍ତି। ଷ୍ଟୋନ୍‌-କର୍ଲ୍ୟୁ ନାମରେ ପରିଚିତ ଏହି ପକ୍ଷୀ ଅଷ୍ଟ୍ରେଲିଆର ସ୍ବଦେଶୀ ପକ୍ଷୀ।

ଅପରାଧୀଙ୍କୁ ଧରିବ ସନଗ୍ଲାସ୍‌

ଅପରାଧୀଙ୍କୁ ଧରିବ ସନଗ୍ଲାସ୍‌

ପୋଲିସଙ୍କର ଦାୟିତ୍ୱ ଅପରାଧୀଙ୍କୁ ଧରିବା। କିନ୍ତୁ ଏବେ ବଦଳି ଯାଇଛି ଟ୍ରେଣ୍ଡ। ଏଣିକି ଆଉ ପୋଲିସ ନୁହେଁ ବରଂ ସେମାନଙ୍କ ଚଷମା ଚିହ୍ନିବ ଅପରାଧୀ କିଏ। 

କେଉଁ  ଦିନ ମହାଦେବଙ୍କୁ ଅର୍ପଣ କରିବେନି ବେଲପତ୍ର

କେଉଁ ଦିନ ମହାଦେବଙ୍କୁ ଅର୍ପଣ କରିବେନି ବେଲପତ୍ର

ଭଗବାନ ଶିବଙ୍କୁ ବେଲପତ୍ର ବହୁତ ପସନ୍ଦ ଆସିଥାଏ ବୋଲି ଶିବ ପୁରାଣରେ ଉଲ୍ଲେଖ ଅଛି । ଶିବଙ୍କ ପୂଜାରେ ଏହାକୁ ସାମିଲ କରିବା ଅନିବାର୍ଯ୍ୟ କୁହାଯାଇଥାଏ । ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ।