ରାଜ୍ୟ | ସମ୍ବଲପୁର

ବିଜେପୁର ଉପନିର୍ବାଚନ: ଭାଜପାରୁ ଅଶୋକ ପାଣିଗ୍ରାହୀଙ୍କ ନାମାଙ୍କନପତ୍ର ଦାଖଲ

ବିଜେପୁର ଉପନିର୍ବାଚନ: ଭାଜପାରୁ ଅଶୋକ ପାଣିଗ୍ରାହୀଙ୍କ ନାମାଙ୍କନପତ୍ର ଦାଖଲ

ପଦ୍ମପୁର,୨।୨(ଡି.ଏନ୍‌.ଏ.)- ବରଗଡ଼ ଜିଲା ବିଜେପୁର ବିଧାନସଭା ଆସନ ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଶୁକ୍ରବାର ଅପରାହ୍ନ ୨ଟା ୨୦ ମିନିଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂ, ଭାଜପା ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ନିକଟରେ ଦଳରେ ଯୋଗଦାନ କରିଥିବା ଓଲିଉଡ୍‌ ଅଭିନେତା ମିହିର ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର, ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ପଙ୍କଜିନୀ ପ୍ରଧାନ, ଜ୍ୟୋତ୍ସ୍ନାମୟୀ କର, ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଜିଲା ପରିଷଦ ସଭ୍ୟ ରାଧେଶ୍ୟାମ ବାରିକ ପ୍ରମୁଖଙ୍କ ଗହଣରେ ଅଶୋକ ଏକ ଶୋଭାଯାତ୍ରାରେ ପଦ୍ମପୁର ଗୋରୁ ବଜାରରୁ ଶୋଭାଯାତ୍ରାରେ ବାହାରି ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉପଜିଲାପାଳ ତପିରାମ ମାଝୀଙ୍କୁ ୫ ସେଟ୍‌ ନାମାଙ୍କନପତ୍ର ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା। ନିକଟରେ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୁବଳଙ୍କ ଦେହାନ୍ତର କିଛିଦିନ ପରେ ତାଙ୍କ ପରିବାର କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ଦଳୀୟ ପ୍ରାର୍ଥୀ ଘୋଷଣା କରିଥିଲା। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଟାଣୁଆ ନେତା ଅଶୋକ ପାଣିଗ୍ରାହୀ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇଥିଲେ। କିଛିଦିନ ତଳେ ଭାଜପା ଦଳୀୟ ପ୍ରାର୍ଥୀ ଭାବେ ଅଶୋକଙ୍କ ନାମ ଘୋଷଣା କରିଥିଲା। ଏହି ଦୌଡ଼ରେ କଂଗ୍ରେସ ପଛରେ ପଡ଼ିଯାଇଛି। ଏପର୍ଯ୍ୟନ୍ତ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିନାହିଁ।

All Right Reserved By
Karnatak Exit Poll

Model This Week

ସଂଗୀତ

ରାଜ୍ୟ | ସମ୍ବଲପୁର

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲେଶ୍ୱରରେ ଆନ୍ତଃରାଜ୍ୟ ଧାନ ବେପାରୀଙ୍କ ଡେରା

ବାଲିଆପାଳ, ୨୧ା୫(ଡି.ଏନ.ଏ.)- ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ବାଲେଶ୍ୱର ଜିଲାରେ ଡାଳୁଅ ଧାନର ଅଭାବୀ ବିକ୍ରି ଦେଖାଦେଇଛି। କାଳବୈଶାଖୀ ବର୍ଷା ପରେ ଫସଲ ନଷ୍ଟଜନିତ ଆଶଙ୍କାରେ ଚାଷୀମାନେ ତରବର ହୋଇ ଧାନ ଅମଳ କରୁଛନ୍ତି।

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ସାଇକେଲରେ ଦିବ୍ୟାଙ୍ଗଙ୍କ ଭାରତ ଭ୍ରମଣ

ବାଲେଶ୍ୱର ଅଫିସ,୨୧।୫-ସ୍ବଚ୍ଛ ଭାରତ, ସୁସ୍ଥ ଭାରତର ବାର୍ତ୍ତା ନେଇ ସାଇକେଲରେ ଦେଶ ଭ୍ରମଣ କରୁଛନ୍ତି ଦିବ୍ୟାଙ୍ଗ ପ୍ରଦୀପ କୁମାର ସେନ। ମଧ୍ୟପ୍ରଦେଶର ଇନ୍ଦୋର ରାମଲକ୍ଷ୍ମଣ ବଜାରରୁ ଯାତ୍ରା ଆରମ୍ଭ କରିଥିବା ୩୦ ବର୍ଷୀୟ ପ୍ରଦୀପ ଶନିବାର ବାଲେଶ୍ୱର ପହଞ୍ଚିଥିଲେ। ତାଙ୍କୁ ଏମ୍‌ପି ରବୀନ୍ଦ୍ର ଜେନା ସମ୍ବର୍ଦ୍ଧନା ଦେଇଥିଲେ।

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ନିଆରା ଯୌତୁକ: ସମୁଦ୍ର ତଟ ସଫା କଲେ କନ୍ୟାପକ୍ଷ

ବାଲେଶ୍ୱର ଅଫିସ,୨୧।୫- ଚଳିତବର୍ଷ ଧୁମ୍‌ଧାମ୍‌ରେ ଶେଷ ହୋଇଛି ଜଉ କଣ୍ଢେଇ ବାହାଘର। ବରଘର ଦାବି ମୁତାବକ କନ୍ୟାପକ୍ଷ ରବିବାର ଚାନ୍ଦିପୁର ସମୁଦ୍ର ତଟ ସଫା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ସାମିଲ ହୋଇଥିଲେ।

ଯୁକ୍ତ ୨ରେ ଫେଲ୍‌ ହୋଇ ଛାତ୍ରଙ୍କ ଆମତ୍ହତ୍ୟା

ଯୁକ୍ତ ୨ରେ ଫେଲ୍‌ ହୋଇ ଛାତ୍ରଙ୍କ ଆମତ୍ହତ୍ୟା

ବିଞ୍ଝାରପୁର/ସିଂହପୁର,୨୦ା୫(ଡି.ଏନ୍‌.ଏ)- ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ-ଚନ୍ଦନପୁର ପଞ୍ଚାୟତ କଣଛନ୍ଦା ଗ୍ରାମର ଜଣେ ଛାତ୍ର ଯୁକ୍ତ ୨ବିଜ୍ଞାନ ପରୀକ୍ଷାରେ ଫେଲ୍‌ ହେବା ପରେ ଆମତ୍ହତ୍ୟା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ କଣଛନ୍ଦା ଗ୍ରାମର ବିଧାନ ଦାସଙ୍କ ପୁଅ ଦିଲୀପ ଚଳିତବର୍ଷ ଯାଜପୁର ଏନ୍‌ସି କଲେଜରେ ଯୁକ୍ତ ୨ବିଜ୍ଞାନ ପରୀକ୍ଷା ଦେଇଥିଲେ ା ଶନିବାର ଫଳାଫଳ ପ୍ରକାଶ ପାଇବା ପରେ ଦିଲୀପ ଅକୃତକାର୍ଯ୍ୟ ହୋଇଥିବା ଜାଣିବାକୁ ପାଇ ମାନସିକ ଭାରସାମ୍ୟ ହରାଇଥିଲେ। ରବିବାର ଭୋର ସମୟରେ ଦିଲୀପ ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରିବାର ଲୋକେ ଏହା ଦେଖି ତାଙ୍କୁ ତୁରନ୍ତ ଉଦ୍ଧାର କରି ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଲୁଟେରାଙ୍କ କବଳରୁ ମନ୍ଦିର ବି ପଡ଼ୁନି ବାଦ୍‌

ଲୁଟେରାଙ୍କ କବଳରୁ ମନ୍ଦିର ବି ପଡ଼ୁନି ବାଦ୍‌

ବିଞ୍ଝାରପୁର,୨୦ା୫(ଡି.ଏନ୍‌.ଏ)- ବିଞ୍ଝାରପୁରରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ଉଠିଛନ୍ତି । ଶୁକ୍ରବାର କପିଳା ଗ୍ରାମରେ ଲକ୍ଷାଧିକ ଟଙ୍କାର ଲୁଟ୍‌ ଘଟଣା ପରେ ଶନିବାର ବିଳମ୍ବିତ ରାତିରେ ବାଙ୍କିପାଳ ଓ ଘଣ୍ଟିଆଳିରେ ଥିବା ଦୁଇ ମନ୍ଦିରରେ ଲୁଟେରାମାନେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ କରିନେଇଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ କଏଣା-ରଘୁନାଥପୁର ପଞ୍ଚାୟତ ବାଙ୍କିପାଳ ଗ୍ରାମରେ ଥିବା ପୁରାତନ ରାଧାକୃଷ୍ଣ ମଠରୁ ଲୁଟେରାମାନେ ରୂପା ବଂଶୀ ଓ ପ୍ରଭୂ ରାଧାକୃଷ୍ଣଙ୍କ ମୁକୁଟ ସମେତ ଭକ୍ତଙ୍କ ଦ୍ୱାରା ଅର୍ପିତ ଅନ୍ୟାନ୍ୟ ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ବାଘୁଆ ପାହାଡ଼ରେ ପଥର ଖାଦାନ ମାଲିକଙ୍କ ମୃତ୍ୟୁ

ବାଘୁଆ ପାହାଡ଼ରେ ପଥର ଖାଦାନ ମାଲିକଙ୍କ ମୃତ୍ୟୁ

ଯାଜପୁର ଅଫିସ/ଧର୍ମଶାଳା/ଚଢେଇଧରା(ଡି.ଏନ.ଏ.)୨୦ା୫- ଯାଜପୁର ଜିଲା ଜେନାପୁର ଥାନା ଅଧିନସ୍ଥ ବାଘୁଆ ପଥର ଖାଦାନରେ ରବିବାର ମଧ୍ୟାହ୍ନରେ ପୁଣି ଜଣଙ୍କ ଜୀବନ ଯାଇଛି ା ଏଥର କୌଣସି ଶ୍ରମିକଙ୍କ ନୁହେଁ ବରଂ ଜଣେ ପଥର ଖାଦାନ ମାଲିକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ଅଞ୍ଜିରା ଗ୍ରାମର ବିମ୍ବାଧର ସାହୁ(୫୦)। ବ୍ଲାଷ୍ଟିଂ ପରେ ଝୁଲି ରହିଥିବା ବଡ଼ ବଡ଼ ପଥରଗୁଡିକୁ ଖସାଉଥିବାବେଳେ ଗୋଡ଼ ଖସି ବିମ୍ବାଧରଙ୍କ ମୃତ୍ୟୁ ହୋଇଛି। ତେବେ ପଥର ଖାଦାନରେ ଦୁର୍ଘଟଣା ଘଟି ଗତ ଦେଢ଼ ବର୍ଷ ମଧ୍ୟରେ ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଜେନାପୁର ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୂର୍ବ ଶତ୍ରୁତା ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ପୂର୍ବ ଶତ୍ରୁତା ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଚଣ୍ଡିଖୋଲ,୨୦ା୫(ଡି.ଏନ୍‌.ଏ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜେନାପୁର ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ରବିନାରାୟଣ ଦାସ ନିଜ ଦୋକାନରେ ବସିଥିଲା ବେଳେ ପ୍ରତିପକ୍ଷ ସେହି ଗ୍ରାମର ମକର ପରିଡା ହଠାତ୍‌ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଏକ ଭୁଜାଲି ଧରି ତାଙ୍କୁ ଜୀବନରେ ମାରି ଦେବାକୁ ଚେଷ୍ଟା କରିଥିଲେ।

ତିଆରି ଚାଲିଛି ନୂଆ ଦଶାବତାର ଖଟ

ପୁରୀ ଅଫିସ,୨୦ା୫: ଦୋଳବେଦୀ କୋଣ ପରିସରରେ ତିଆରି ଚାଲିଛି ଦଶାବତାର ଖଟ। ମହାରଣା ସେବକ ବସନ୍ତ ମହାରଣାଙ୍କ ତତ୍ତ୍ବାବଧାନରେ କୁମର ମହାରଣା ଏବଂ ଅନନ୍ତ ମହାରଣା ଏହି ଖଟ ତିଆରି କରୁଛନ୍ତି। ୫ ଦିନ ହେବ ତିଆରି ଚାଲିଥିବା ଖଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବସନ୍ତଙ୍କ ସୂଚନା ମୁତାବକ, ଅଣସର ଘରେ ଏହି ଦଶାବତାର ଖଟ ପଡିଥାଏ। ପ୍ରାୟ ୨୦ ବର୍ଷ ହେବ ତିଆରି ହୋଇଥିବା ପୁରୁଣା ଦଶାବତାର ଖଟ ନଷ୍ଟ ହୋଇଗଲାଣି। ତେଣୁ ନୂଆ ଖଟ ତିଆରି କରାଯାଉଛି। ଫାଶି, ସାହାଜ ଏବଂ ଧଉରା କାଠରେ ନିର୍ମାଣ କରାଯାଉଥିବା ଏହି ଖଟର ଲମ୍ବ ୧୨ ଫୁଟ ଏବଂ ଓସାର ୩ଫୁଟ ରହିଛି।

ଦର୍ପଦଳନ ରଥର ତୁମ୍ବରେ ଫାଟ

ପୁରୀ ଅଫିସ,୨୦ା୫: ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ରଥର ପ୍ରମୁଖ ଅଂଶ କୁହାଯାଉଥିବା ଚକ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ତିନିରଥ ପାଇଁ ଆବଶ୍ୟକ ମୋଟ ୪୨ ଚକ ମଧ୍ୟରୁ ରବିବାର ସୁଦ୍ଧା ୩୯ ଚକ କାମ ଶେଷ ହୋଇଛି। ତିନିରଥର ଗୋଟିଏ ଲେଖାଏ ଚକ ବାକି ରହିଛି।

ଦାନ ପାଇଁ ସେବାୟତଙ୍କ ଦାଦାଗିରି

ପୁରୀ ଅଫିସ,୨୦ା୫: ଶ୍ରୀମନ୍ଦିରରେ ସେବାୟତଙ୍କ ଦାଦାଗିରି। ପିଣ୍ଡିକାରେ ଦାନ ଅର୍ଥ ପକାଇବାକୁ ନେଇ ସେବାୟତ ଓ ଭକ୍ତ ମୁହାଁମୁହିଁ। ସେବାୟତଙ୍କ ମାଡ଼ରେ ଦୁଇ ଭକ୍ତ ଲହୁଲୁହାଣ ହୋଇଥିବାବେଳେ ସେମାନଙ୍କ ଭାବାବେଗରେ ଗଭୀର ଆଘାତ ଲାଗିଛି। ମହାପ୍ରଭୁଙ୍କୁ ଦର୍ଶନ ପାଇଁ କାହିଁ କେତେଦୂରରୁ ଆସିଥିବା ଏହି ଦୁଇ ଅଣଓଡ଼ିଆ ଦମ୍ପତିଙ୍କୁ ଶେଷରେ ଏପରି ତିକ୍ତ ଅନୁଭୂତି ନେଇ ଫେରିବାକୁ ପଡ଼ିଛି। ରବିବାର ସକାଳେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ୨ ସେବାୟତଙ୍କ ମାଡ଼ରେ ଆହତ ଦମ୍ପତି ହେଲେ ମହାରାଷ୍ଟ୍ର ଥାନେ ଅଞ୍ଚଳର ଚେତନ ଗନପତ୍‌ ଅମୋଲକର ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ଅମୋଲକର। ଚେତନ ଏ ନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସେବାୟତଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି। ଉଭୟ ପକ୍ଷର ଅଭିଯୋଗକୁ ନେଇ ପୋଲିସ ତଦନ୍ତ ଚଳାଇଛି। ତେବେ କେତେଜଣ ସେବାୟତଙ୍କ ଅର୍ଥ ଲାଳସା ପାଇଁ ଏଭଳି ଲଜ୍ଜାଜନକ ଘଟଣା ବାରମ୍ବାର ଘଟୁଛି। ବଦନାମ ହେଉଛି ଶ୍ରୀମନ୍ଦିର।

ନାବାଳିକାଙ୍କୁ ବଳାତ୍କାର : ବାଳ ସୁଧାର ଗୃହ ଗଲେ ଅଭିଯୁକ୍ତ ନାବାଳକ

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- ମଞ୍ଚେଶ୍ୱର ଥାନା ଅଧୀନ ପଦ୍ମକେଶରପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାକତ୍ାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଧରି ବାଳ ସୁଧାର ଗୃହକୁ ପଠାଇଛି। ସୂଚନା ମୁତାବକ, ଉଭୟ ନାବାଳକ ଓ ନାବାଳିକା ପଦ୍ମକେଶରପୁର ଅଞ୍ଚଳର। ଗତ ଶନିବାର ଦିନ ନାବାଳକ ଜଣକ ତାଙ୍କର ଅନ୍ୟ ଜଣେ ସହଯୋଗୀଙ୍କ ସହ ମିଶି ନାବାଳିକାଙ୍କୁ ସାଙ୍ଗରେ ନେଇ ବୁଲିବାକୁ ଯାଇଥିଲେ। ଏହି ସମୟରେ ଉକ୍ତ ନାବାଳକ ଜଣକ ନାବାଳିକାଙ୍କୁ ବଳାକତ୍ାର କରିଥିଲେ।

ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ଫାଇଲ୍‌ ଉଭାନ : ଥେସିସ ପେପର ଦାଖଲ କରିପାରୁନାହାନ୍ତି ଛାତ୍ରୀଛାତ୍ର

ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ଫାଇଲ୍‌ ଉଭାନ : ଥେସିସ ପେପର ଦାଖଲ କରିପାରୁନାହାନ୍ତି ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୦ା୫(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ଛାତ୍ରୀଛାତ୍ରଙ୍କ ଫାଇଲ୍‌ ମିଳୁନି। ଫାଇଲରେ ଛାତ୍ରୀଛାତ୍ରଙ୍କ ପଞ୍ଜୀକରଣଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଥିବାବେଳେ ତାହା ମିଳୁ ନ ଥିବାରୁ ଛାତ୍ରୀଛାତ୍ରମାନେ ଚିନ୍ତାରେ ପଡ଼ିଛନ୍ତି। ଏହାଦ୍ୱାରା ଅନେକ ଛାତ୍ରୀଛାତ୍ର ପିଏଚ୍‌ଡି ଥେସିସ୍‌ ଦାଖଲ କରିପାରୁନାହାନ୍ତି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନ ଯିବାରୁ କେତେଜଣ ଛାତ୍ରୀଛାତ୍ର ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ ଜଣାଇଛନ୍ତି।