ମନୋରଞ୍ଜନ |

ସଲମାନ୍‌ ୧୮ ଓ ସାହିଦ୍‌ ୨୦ ବର୍ଷ ଯୁବ ଭୂମିକାରେ

ସଲମାନ୍‌ ୧୮ ଓ ସାହିଦ୍‌ ୨୦ ବର୍ଷ ଯୁବ ଭୂମିକାରେ

ବମ୍ବେ: ସଲମାନ୍‌ ଖାନ୍‌ ଓ ସାହିଦ୍‌ କପୁର ସେମାନଙ୍କ ଆଗାମୀ ଫିଲ୍ମରେ ୨୦ ବର୍ଷରୁ କମ୍‌ ବୟସର ଯୁବକ ଭୁମିକାରେ ନଜର ଆସିବେ ବୋଲି ଜଣାପଡିଛି। ‘ଟାଇଗର୍‌ ଜିନ୍ଦା ହୈ’ର ନିର୍ଦ୍ଦେଶକ ଅଲି ଅବ୍ବାସ୍‌ ଜାଫର୍‌ଙ୍କ ସହ ସଲ୍‌ମାନ୍‌ ପୁଣି ଥରେ କାମ କରିବାକୁ ଯାଉଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ଭାରତ’ରେ ସେ ୧୮ ବର୍ଷ ବୟସର ଯୁବକ ଭୂମିକାରେ ନଜର ଆସିବେ। ତେବେ ସଲମାନଙ୍କ ଡେବ୍ୟୁ ଫିଲ୍ମ ‘ମେନେ ପ୍ୟାର କିୟା’ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ତାଙ୍କର ଅଭିନୟକୁ ସମ୍ପୂର୍ଣ୍ଣ ଭାବେ ଅନୁଧ୍ୟାନ କରି ତାଙ୍କର ଲୁକ୍‌ ଦେଖାଇବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ। ସେହିପରି ସାହିଦ୍‌ କପୁର୍‌ ତାଙ୍କର ଆଗାମୀ ଫିଲ୍ମ ‘ବତି ଗୁଲ୍‌ ମିଟର୍‌ ଚାଲୁ’ରେ ୨୦ ବର୍ଷ ବୟସର ଜଣେ ଓକିଲ ଭୁମିକାରେ ନଜର ଆସିବେ। ଏଥିପାଇଁ ତାଙ୍କୁ ‘ଗଡଓ୍ବାଲି’ ଭାଷା ଶିଖିବାକୁ ପଡିବ। ତେବେ ୩୬ ବର୍ଷିୟ ସାହିଦ୍‌ଙ୍କର ଏକ ଭିନ୍ନ ଲୁକ୍‌ ଦେଖିବାକୁ ମିଳିବ ଏହି ଫିଲ୍ମରେ।

All Right Reserved By
I&PR

Model This Week

ସନ୍ତୋଷ

ମନୋରଞ୍ଜନ |

‘ସୂର୍ଯ୍ୟବଂଶମ୍‌’ ଟେଲିଭିଜନ୍‌ରେ ସବୁଠୁ ଅଧିକ ଥର ପ୍ରଦର୍ଶିତ ଫିଲ୍ମ

‘ସୂର୍ଯ୍ୟବଂଶମ୍‌’ ଟେଲିଭିଜନ୍‌ରେ ସବୁଠୁ ଅଧିକ ଥର ପ୍ରଦର୍ଶିତ ଫିଲ୍ମ

ବମ୍ବେ: ଗତ ୨୧ ତାରିଖରେ ୧୯୯୯ରେ ରିଲିଜ୍‌ ହୋଇଥିବା ବଳିଉଡ୍‌ ମୁଭି ‘ସୂର୍ଯ୍ୟବଂଶମ୍‌’କୁ ୧୯ ବର୍ଷ ପୂରିଛି। ଏହି ଅବସରରେ ଏହି ଫିଲ୍ମ ହୋଇଛି ଏକ ନିଆରା ରେକର୍ଡର ଅଧିକାରୀ। ଟେଲିଭିଜନ୍‌ ପରଦାରେ ସବୁଠୁ ଅଧିକ ଥର ପ୍ରଦର୍ଶିତ ହୋଇଥିବା ଫିଲ୍ମର ରେକର୍ଡ ଏହି ମୁଭି ନାମରେ ନାମିତ ହୋଇଛି।

ରୋହିଙ୍ଗ୍ୟା ଶିବିରରେ ପ୍ରିୟଙ୍କା

ରୋହିଙ୍ଗ୍ୟା ଶିବିରରେ ପ୍ରିୟଙ୍କା

ଢାକା: ଅଭିନେତ୍ରୀ ତଥା ୟୁନିସେଫ୍‌ର ଗୁଡ୍‌ଓ୍ବିଲ ଆମ୍ବାସାଡର ପ୍ରିୟଙ୍କା ଚୋପ୍ରା ଜଣେ ଦରଦୀ। ଦେଶାନ୍ତରୀ ଓ ଶରଣାର୍ଥୀଙ୍କ ପାଇଁ ସେ ଖୁବ୍‌ ଚିନ୍ତିତ। ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ମଧ୍ୟ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି ପ୍ରିୟଙ୍କା।

ପ୍ରଭାସଙ୍କ ‘ସାହୋ’ର ଆକ୍ସନ ଦୃଶ୍ୟ ପାଇଁ ଖର୍ଚ୍ଚ ୯୦ କୋଟି: ଚୁରମାର୍‌ ହେଲା ୩୭ କାର୍‌, ୫ ଟ୍ରକ୍‌

ପ୍ରଭାସଙ୍କ ‘ସାହୋ’ର ଆକ୍ସନ ଦୃଶ୍ୟ ପାଇଁ ଖର୍ଚ୍ଚ ୯୦ କୋଟି: ଚୁରମାର୍‌ ହେଲା ୩୭ କାର୍‌, ୫ ଟ୍ରକ୍‌

ବମ୍ବେ: ବାହୁବଲୀର ସଫଳତା ପରେ ଅଭିନେତା ତଥା ସୁପରଷ୍ଟାର ପ୍ରଭାସ ନିଜର ଆଗାମୀ ଚଳଚ୍ଚିତ୍ର ‘ସାହୋ’ର ଶୁଟିଂରେ ବ୍ୟସ୍ତ। ନିକଟରେ ଆବ୍ବୁ ଧାବିରେ ଚଳଚ୍ଚିତ୍ରର ପ୍ରମୁଖ ଆକ୍ସନ ଭାଗର ଶୁଟିଂ ଶେଷ ହୋଇଛି। ଏଥିପାଇଁ ନିର୍ମାତାମାନେ ୯୦ କୋଟି ଖର୍ଚ୍ଚ କରିଛନ୍ତି। ଏଥିସହ ସିନ୍‌ ସମୟରେ ୫ଟି ଟ୍ରକ ଏବଂ ୩୭ଟି କାର ଭାଙ୍ଗି ଚୁରମାର ହୋଇଥିବା ନିକଟରେ ପ୍ରଭାସ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି।

ଜୋତାକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ଜୋତାକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ବମ୍ବେ: ବ୍ରିଟେନ୍‌ ପ୍ରିନ୍ସ ହ୍ୟାରୀ ଓ ଆମେରିକା ଅଭିନେତ୍ରୀ ମେଘାନ୍‌ ମର୍କେଲଙ୍କ ବିବାହକୁ ନେଇ ସବୁଠି ହୋଇଥିଲା ଚର୍ଚ୍ଚା। ବିଶେଷ କରି ଏହି ରୟାଲ ଓ୍ବେଡିଙ୍ଗକୁ ନେଇ ଭାରତରେ ଚର୍ଚ୍ଚିତ ଥିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା।

ସିଲଭର ସ୍କ୍ରିନ୍‌ରେ କଥକ ନୃତ୍ୟ କରିବେ ମାଧୁରୀ

ସିଲଭର ସ୍କ୍ରିନ୍‌ରେ କଥକ ନୃତ୍ୟ କରିବେ ମାଧୁରୀ

ବମ୍ବେ: ବଲିଉଡର ଧକଧକ ଗର୍ଲ ମାଧୁରୀ ଦିକ୍ଷିତ ତାଙ୍କର ଆଗାମୀ ଫିଲ୍ମ ‘କଳଙ୍କ’ ପାଇଁ ପୂରାପୂରି ବ୍ୟସ୍ତ। ଏବେ ସେ ଦିନକୁ ୩ରୁ ୪ଘଣ୍ଟା ରିହର୍ସାଲ କରୁଛନ୍ତି। ଜଣେ କଥକ ନୃତ୍ୟଶିଳ୍ପୀର ଭୂମିକାକୁ ନେଇ କଳଙ୍କରେ ନଜର ଆସିବେ ମାଧୁରୀ।

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବିଗ୍‌ ବିଙ୍କ ସହ ଡେବ୍ୟୁ କରିବେ ଝିଅ ଶ୍ୱେତା

ବମ୍ବେ,୨୨।୫: ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତାଙ୍କ ଝିଅ ଶ୍ୱେତା ବଚ୍ଚନ ନନ୍ଦା ଖୁବ୍‌ ଶୀଘ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ଏହା କୌଣସି ଫିଲ୍ମରେ ନୁହେଁ ବରଂ ଏକ ଜୁଏଲାରୀ ବିଜ୍ଞାପନରେ ଦେଖିବାକୁ ମିଳିବ ଶ୍ୱେତା ବଚ୍ଚନଙ୍କୁ।

୧୯ ବର୍ଷ ପରେ ରିମେକ୍‌ ହେଲା ସୁସ୍ମିତାଙ୍କ ଗୀତ

୧୯ ବର୍ଷ ପରେ ରିମେକ୍‌ ହେଲା ସୁସ୍ମିତାଙ୍କ ଗୀତ

ବମ୍ବେ: ଅଭିନେତ୍ରୀ ନୋରା ଫତେହି ଅଭିନେତା ଜନ ଆବ୍ରାହମଙ୍କ ଫିଲ୍ମ ‘ସତ୍ୟମେବ ଜୟତେ’ର ଏକ ଗୀତରେ ନଜର ଆସିବେ। ୯୦ ଦଶକର ଫିଲ୍ମ ‘ସିର୍ଫ ତୁମ୍‌’ର ଗୀତ ଦିଲବରର ରିମେକ୍‌ରେ ଏହି ଦୁଇ ଯୋଡି ନଜର ଆସିବେ।

ରେହାନାଙ୍କ ଫଟୋ ନେଇ ସୋସିଆଲ ମିଡ଼ିଆରେ ହଇଚଇ

ରେହାନାଙ୍କ ଫଟୋ ନେଇ ସୋସିଆଲ ମିଡ଼ିଆରେ ହଇଚଇ

ବମ୍ବେ, ୨୧।୫: ଇଶକବାଜ୍‌ ଫେମ୍‌ ରେହାନା ମାଲହୋତ୍ରାଙ୍କ ଫଟୋ ନେଇ ଏବେ ସୋସିଆଲ ମିଡ଼ିଆରେ ସୃଷ୍ଟି ହୋଇଛି ହଇଚଇ। ଫଟୋରେ ସେ ପିନ୍ଧିଛନ୍ତି ବ୍ୟାକଲେସ୍‌ ଡ୍ରେସ୍‌। ତାଙ୍କର ପ୍ରଶସଂକଙ୍କ ମନକୁ ଫଟୋଟି ବେଶ୍‌ ପସନ୍ଦ ଆସିଛି। ତାଙ୍କର ଓଠର ଲାଲ୍‌ ଲିପଷ୍ଟିକ୍‌ ଫଟୋକୁ ଅଧିକ ଆକର୍ଷିତ କରୁଛି ବୋଲି ପ୍ରଶସଂକ ମତ ଦେଇଛନ୍ତି।

ରାଣୀ ମୁଖାର୍ଜୀଙ୍କ ଲାଗି ହୋଟେଲରେ ରହୁଥିଲେ ଆଦିତ୍ୟ

ରାଣୀ ମୁଖାର୍ଜୀଙ୍କ ଲାଗି ହୋଟେଲରେ ରହୁଥିଲେ ଆଦିତ୍ୟ

ବମ୍ବେ, ୨୧।୫: ବଲିଉଡ୍‌ ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ସୋମବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୧ ମସିହା ମେ ୨୧ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ଆଦିତ୍ୟଙ୍କ ଜୀବନ ବେଶ୍‌ ସମସ୍ୟା ବହୁଳ ରହିଛି। ୨୦୦୧ରେ ସେ ତାଙ୍କ ପିଲାଦିନ ବାନ୍ଧବୀ ପାୟଲ ଖାନ୍ନାଙ୍କ ସହିତ ବିବାହ କରିଥିଲେ। ତେବେ ବିଭିନ୍ନ କାରଣରୁ ପାୟଲଙ୍କୁ ଆଦିତ୍ୟ ୨୦୦୯ରେ ଛାଡ଼ପତ୍ର ଦେଇଥିଲେ।

ଉର୍ବଶୀଙ୍କ ଭିନ୍ନ ଅନ୍ଦାଜ

ଉର୍ବଶୀଙ୍କ ଭିନ୍ନ ଅନ୍ଦାଜ

ବମ୍ବେ: ବଲିଉଡର ନବାଗତା ନାୟିକା ଉର୍ବଶୀ ଶୌତେଲାଙ୍କ ଭିନ୍ନ ଅନ୍ଦାଜକୁ ନେଇ ସେ ଏବେ ବେଶ୍‌ ଚର୍ଚ୍ଚାରେ। ଏଥର ସେ ତାଙ୍କ ସୌନ୍ଦର୍ଯ୍ୟ ବା ବୋଲ୍ଡ ଅବତାରକୁ ନେଇ ନୁହେଁ ବରଂ ଆଉ ଏକ ନିଆରା କାମ ପାଇଁ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିକଟରେ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମ୍‌ ଅଫିସିଆଲ ଆକାଉଣ୍ଟରେ ଏକ ଭିଡିଓ ସେୟାର୍‌ କରିଛନ୍ତି।

ବ୍ରେକ୍‌ ନେବେ ଆମିର

ବ୍ରେକ୍‌ ନେବେ ଆମିର

ବମ୍ବେ: କ୍ୟାରିୟରକୁ ନେଇ ବେଶ୍‌ ଚୁଜି ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ। ଅଧିକ ଚଳଚ୍ଚିତ୍ରରେ ନ ଆସିଲେ ମଧ୍ୟ ଯେଉଁ କେତୋଟି ଚଳଚ୍ଚିତ୍ରରେ ଆମିର ନଜର ଆସନ୍ତି ତାହା ହୁଏ ସୁପରଡୁପର ହିଟ୍‌।

ଦବଙ୍ଗ ଷ୍ଟାର-ମିସ୍‌ ଶ୍ରୀଲଙ୍କା ଯୋଡି ଦିଓ୍ବାନା କରିବେ ଦର୍ଶକଙ୍କୁ

ଦବଙ୍ଗ ଷ୍ଟାର-ମିସ୍‌ ଶ୍ରୀଲଙ୍କା ଯୋଡି ଦିଓ୍ବାନା କରିବେ ଦର୍ଶକଙ୍କୁ

ବମ୍ବେ: ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାଁ ଓ ପୂର୍ବତନ ମିସ୍‌ ଶ୍ରୀଲଙ୍କା ଜ୍ୟାକ୍‌ଲିନ ଫର୍ଣ୍ଣାଡିଜଙ୍କ ଯୋଡି ପୁଣିଥରେ ଦର୍ଶକଙ୍କୁ ଦିଓ୍ବାନା କରିବାକୁ ପ୍ରସ୍ତୁତ। ପୂର୍ବରୁ ମୁଭି ‘କିକ୍‌’ରେ ଉଭୟ ନିଜର ଜଲଓ୍ବା ଦେଖାଇ ସାରିଥିବା ବେଳେ ଏବେ ପୁଣି ଥରେ ଦର୍ଶକଙ୍କୁ ଆପଣାର କରିବାକୁ ଚେଷ୍ଟା କରିଛନ୍ତି।