ଅନ୍ତର୍ଜାତୀୟ |

ଆଫଗାନୀସ୍ତାନରେ ମିଲିଟାରୀ ବେସ୍‌ ସ୍ଥାପନ କରିବ ଚାଇନା

ଆଫଗାନୀସ୍ତାନରେ ମିଲିଟାରୀ ବେସ୍‌ ସ୍ଥାପନ କରିବ ଚାଇନା
କାବୁଲ, ୨।୨: ଆଫଗାନୀସ୍ତାନରେ ମିଲିଟାରୀ ବେସ୍‌ ସ୍ଥାପନ କରିବା ପାଇଁ ଚାଇନା ଯୋଜନା କରୁଛି। ଏନେଇ ଆଫାଗାନୀସ୍ତାନ ଉଚ୍ଚ ଅଧିକାରୀଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି। ଏହା ଓ୍ବକାହାନ୍‌ ପାର୍ବତ୍ୟାଞ୍ଚଳରେ ସ୍ଥାପନ କରିବାକୁ ଚାଇନା ଇଛା ପ୍ରକାଶ କରିଛି। ଏହାଦ୍ୱାରା ଭାରତ ଉପରେ ନକାରାତ୍ମକ ପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ଯୋଜନା ଦ୍ୱାରା ଚାଇନା ଏହାର ପଡୋଶୀଙ୍କ ବିକାଶକୁ ପ୍ରାଧାନ୍ୟ ଦେଉଛି ବୋଲି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପେଙ୍ଗ୍‌ ସୂଚିତ କରିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଆତଙ୍କବାଦୀ ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ

ଇସ୍‌ଲାମାବାଦ, ୨୦।୯: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଟପ୍‌ କମାଣ୍ଡର ବୁରହାନ ଓ୍ବାନିଙ୍କ ନାଁରେ ଡାକ ଟିକେଟ ପ୍ରସ୍ତୁତ କରିଛି ପାକିସ୍ତାନ।

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ମହିଳାଙ୍କୁ ଚିକିତ୍ସା ସମୟରେ ଡାକ୍ତର କରୁଥିଲେ ଅଶ୍ଳୀଳ ଭିଡ଼ିଓ ଶୁଟିଂ

ଓ୍ପାଶିଂଟନ,୨୦।୯: ଆମେରିକା କାର୍ଲିଫର୍ନିଆରେ ଜଣେ ଡାକ୍ତର ମହିଳାଙ୍କୁ ଚିକିତ୍ସା ସମୟରେ ଅଶ୍ଳୀଳ ଭିଡ଼ିଓ ଶୁଟିଂ କରୁଥିଲେ। ଏଥିରେ ତାଙ୍କୁ ତାଙ୍କର ଗର୍ଲଫ୍ରେଣ୍ଡ୍‌ ସିରିସା ଲୋରା ରିଲେ ସହାୟତା କରୁଥିଲେ।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

ଆମେରିକାରେ ଆକ୍ରମଣ:  ୩ ଆହତ

ଆମେରିକାରେ ଆକ୍ରମଣ: ୩ ଆହତ

ଓ୍ବାଶିଂଟନ,୨୦।୯: ଆମେରିକାର ହୋଇଥିବା ଗୁଳିମାଡରେ ଅତିକମ୍‌ରେ ୩ଜଣ ଲୋକ ଆହତ ହୋଇଥିବା ଜଣାପଡିଛି। ଏହା ମିଡଲଟନରେ ବୁଧବାର ବିଳମ୍ବିତ ରାତିରେ ହୋଇଛି।

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୯: ପାକିସ୍ତାନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଭାରତ ସହ ସମ୍ପର୍କ ବଢାଇବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଛନ୍ତି।

ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମଡ଼େଲ୍‌

ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ମଡ଼େଲ୍‌

ଲଣ୍ଡନ,୨୦।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ମୀର୍‌ ପୁଟିନ୍‌ଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି ମଡ଼େଲ୍‌ ଏନା ଶୋପିରୋ। 

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ଲଶ୍କର ଓ ଜୈଶ୍‌: ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୯: ଭାରତୀୟ ଉପମହାଦ୍ୱୀପରେ ଶାନ୍ତିରେ ବାଧକ ସାଜିଛି ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ୍‌। ଏସମ୍ପର୍କରେ ଆମେରିକା ପ୍ରକାଶ କରିଛି।

ଗଡିଲା ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

ଗଡିଲା ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

ବର୍ଲିନ୍‌,୨୦।୯: ଜର୍ମାନୀରେ ଗଡିଛି ବିଶ୍ୱର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌ । ପ୍ରଥମ ପର୍ଯ୍ୟାୟରେ ଏହା ୨ଟି ସହର ମଧ୍ୟରେ ଶହେ କିଲୋମିଟର ଦୂରତା ଅତିକ୍ରମ କରିଛି। ଏହା ୟୁରୋପର ସବୁଠାରୁ ବଡ ରେଳ ଟ୍ରାନ୍ସପୋର୍ଟ କମ୍ପାନୀ ଅଲ୍‌ଷ୍ଟୋମ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଷ୍ଟ୍ରବେରୀକୁ ସାବଧାନ

ଷ୍ଟ୍ରବେରୀକୁ ସାବଧାନ

ସିଡ୍‌ନୀ,୨୦।୯: ଅଷ୍ଟ୍ରେଲିଆରେ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ଷ୍ଟ୍ରବେରୀ। କାରଣ ଏବେ ଏହି ଫଳରୁ ବାହାରୁଛି ସିଲେଇ କରାଯାଉଥିବା ଛୁଞ୍ଚି। କେବଳ ଷ୍ଟବେରୀ ନୁହେଁ କଦଳୀରେ ମଧ୍ୟ ଛୁଞ୍ଚିଥିବା କେତେକ ଲୋକେ ଅଭିଯୋଗ କରିଛନ୍ତି। 

ଭୋକ ଉପାସରେ ମରୁଛନ୍ତି ଲୋକେ, ବିଳାଶ ଭୋଜନ କରୁଛନ୍ତି ରାଷ୍ଟ୍ରପତି

ଭୋକ ଉପାସରେ ମରୁଛନ୍ତି ଲୋକେ, ବିଳାଶ ଭୋଜନ କରୁଛନ୍ତି ରାଷ୍ଟ୍ରପତି

ଇସ୍ତାଙ୍ଗବୁଲ, ୧୯।୯: ଆର୍ଥିକ ସଂକଟ କାରଣରୁ ଏବେ ଭେନେଜୁଏଲାରେ ଅନେକ ଲୋକ ଭୋକ ଉପାସରେ ମୃତ୍ୟୁବରଣ କରୁଛନ୍ତି। 

ନଓ୍ବାଜ୍‌ ସରିଫଙ୍କୁ ବଡ଼ ଆଶ୍ୱସ୍ତି

ନଓ୍ବାଜ୍‌ ସରିଫଙ୍କୁ ବଡ଼ ଆଶ୍ୱସ୍ତି

ଇସଲମାବାଦ୍‌, ୧୯।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ସରିଫ୍‌ ଆଶ୍ୱସ୍ତି ମିଳିଛି। ଇସଲମାବାଦ ହାଇକୋର୍ଟ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ପଡ଼ିଥିବା ନଓ୍ବାଜଙ୍କ ସମେତ ତାଙ୍କ ଝିଅ ମରିଅମ ଓ ଜ୍ୱାଇଁ କ୍ୟାପ୍ଟେନ ସଫଦରଙ୍କ ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି। 

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ଅଗଷ୍ଟା ଓ୍ବେଷ୍ଟଲାଣ୍ଡ୍‌ ହେଲିକପ୍ଟର ମାମଲା: ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଆଦେଶ

ନୂଆଦିଲ୍ଲୀ/ଦୁବାଇ,୧୯।୯: ଅଗଷ୍ଟା ଓ୍ବେଷ୍ଟଲାଣ୍ଡ ହେଲିକପ୍ଟର ମାମଲାରେ ଭାରତକୁ ମିଳିଛି ସଫଳତା। ଏହି ବିବାଦୀୟ ୩୬ ଶହ କୋଟି ଡିଲ୍‌ରେ ବ୍ରିଟିଶ୍‌ ବିକ୍ରେତା କ୍ରିଶ୍ଚିୟନ ମିଶେଲ୍‌ଙ୍କୁ ପ୍ରତ୍ୟର୍ପଣ ଲାଗି ଦୁବାଇର ଏକ ଆଦାଲତ ଦେଇଛନ୍ତି ଆଦେଶ।