ଖେଳ |

ସୌରଭ ଘୋଷାଲ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତୀୟ ସ୍କ୍ବାଶ୍‌ ଖେଳାଳି

ସୌରଭ ଘୋଷାଲ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଭାରତୀୟ ସ୍କ୍ବାଶ୍‌ ଖେଳାଳି
ନୂଆଦିଲ୍ଲୀ, ୨।୨(ପି.ଟି.)- ଭାରତର ଅଗ୍ରଣୀ ସ୍କ୍ବାଶ୍‌ ଖେଳାଳି ସୌରଭ ଘୋଷାଲ ୫ଟି ସ୍ଥାନ ଉପରକୁ ଉଠି ପ୍ରଫେଶନାଲ ସ୍କ୍ବାଶ୍‌ ଆସୋସିଏଶନ(ପିଏସଏ) ର଼୍ୟାଙ୍କିଙ୍ଗର ୧୪ତମ ସ୍ଥାନ ହାସଲ କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ସେ ସର୍ବୋଚ୍ଚ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ହୋଇଛନ୍ତି। ଜ୍ୟୋତ୍ସ୍ନା ଚିନ୍ନାପ୍ପା ୧୭ତମ ସ୍ଥାନକୁ ଖସିଥିବାବେଳେ ଦୀପିକା ପାଲିକଲ ୨୦ତମ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ପୂର୍ବତନ ଜାତୀୟ ଚାମ୍ପିୟନ ହରିନ୍ଦର ପାଲ୍‌ ସିନ୍ଧୁ ୪୯, ମହେଶ ମାଙ୍ଗାଓଙ୍କର ୬୪ ସ୍ଥାନ ପାଇଛନ୍ତି।
All Right Reserved By

ଖେଳ |

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

ଦିନିକିଆ ଦଳକୁ ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୧।୧୧- ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟାରୁ ମୁକୁଳି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଫିଟ୍‌ ଘୋଷିତ ହୋଇନାହାନ୍ତି। ଏସିଆ କପ୍‌ରେ ଦଳର ନିୟମିତ ସଦସ୍ୟଙ୍କ ପିଠିରେ ଆଘାତ ଲାଗିଥିଲା। 

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ସୋନାଲି, ରଞ୍ଜନ, ମେଘନାଦ, ଝାନ୍ସି ଚାମ୍ପିୟନ

ବ୍ରହ୍ମପୁର ଅଫିସ,୨୧ା୧୧-ଗଞ୍ଜାମ ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ବ୍ରହ୍ମପୁର ଷ୍ଟାଡିୟମ୍‌ରେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । 

ରାଓ୍ବତ, ଭାଟିଆଙ୍କ ଶତକ

ରାଓ୍ବତ, ଭାଟିଆଙ୍କ ଶତକ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- କିଟ୍‌ କ୍ରିକେଟ ଷ୍ଟାଡିୟମରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଉତ୍ତରାଖଣ୍ଡ-ସିକିମ ରଣଜୀ ଟ୍ରଫି ମ୍ୟାଚ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଉତ୍ତରାଖଣ୍ଡ ସୌରଭ ରାଓ୍ବତ ଓ ଅଧିନାୟକ ରଜତ ଭାଟିଆଙ୍କ ଶତକ ସହାୟତାରେ ପ୍ରଥମ ଦିବସ ଶେଷସୁଦ୍ଧା ୫ ଉଇକେଟ ହରାଇ ୨୯୦ ରନ ସଂଗ୍ରହ କରିଛି। 

କୁଚ ବିହାର ଟ୍ରଫି: ଗୋଆର ବ୍ୟାଟିଂ ବିପର୍ଯ୍ୟୟ

କୁଚ ବିହାର ଟ୍ରଫି: ଗୋଆର ବ୍ୟାଟିଂ ବିପର୍ଯ୍ୟୟ

କଟକ ଅଫିସ,୨୧ା୧୧- ଗୋଆର ମାରଗାଓ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଚାଲିଥିବା୧୯ବର୍ଷରୁ କମ୍‌ କୁଚବିହାର ଟ୍ରଫି ଓଡ଼ିଶା-ଗୋଆ ବିପକ୍ଷ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ଶେଷ ହୋଇଛି। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୫ ଉଇକେଟ ହରାଇ ୨୯୦ରନ୍‌ କରିଥିବା ଓଡ଼ିଶା ୩୬୮ରନ୍‌ରେ ସୀମିତ ରହିଛି ।

୧୦ ଉଇକେଟରେ ଜିତିଲା ଓଡ଼ିଶା

୧୦ ଉଇକେଟରେ ଜିତିଲା ଓଡ଼ିଶା

କଟକ ଅଫିସ,୨୧ା୧୧- ଅଗରତାଲାର ପୋଲିସ ଟ୍ରେନିଂ ଏକାଡେମୀ ଗ୍ରାଉଣ୍ଡରେ ଅନୁଷ୍ଠିତ ୧୬ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶା ୧୦ ଉଇକେଟରେ ତ୍ରିପୁରାକୁ ପରାସ୍ତ କରିଛି । ତେବେ ଚଳିତ ସିଜନ୍‌ରେ ଓଡ଼ିଶାର ଏହାର ଅନ୍ତିମ ମ୍ୟାଚ୍‌ ଥିବା ବେଳେ ପ୍ରତିଯୋଗିତାର ପ୍ରଥମ ବିଜୟସ୍ବାଦ ଚାଖିଛି । 

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫେଭରାଟ୍‌

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଫେଭରାଟ୍‌

ବ୍ରିସ୍‌ବେନ୍‌, ୨୧ା୧୧ (ପି.ଟି.)-ବୁଧବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜରେ ଭାରତୀୟ  ଦଳ ଫେଭରାଇଟ୍‌ ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଭ୍ରମଣକାରୀ ଦଳ ୨୦୧୭ ନଭେମ୍ବରରୁ ଏପର୍ଯ୍ୟନ୍ତ ୭ଟି ଟି୨୦ ସିରିଜରେ ବିଜୟ ଲାଭ କରି ସାରିଛି।

ଦ୍ୱିପାକ୍ଷିକ କ୍ରିକେଟ: ପାକିସ୍ତାନର କ୍ଷତିପୂରଣ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ଦ୍ୱିପାକ୍ଷିକ କ୍ରିକେଟ: ପାକିସ୍ତାନର କ୍ଷତିପୂରଣ ଦାବିକୁ ପ୍ରତ୍ୟାଖ୍ୟାନ କଲା ଆଇସିସି

ଦୁବାଇ, ୨୧ା୧୧ (ପି.ଟି.)-ଭାରତ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ନେଇ ପାକିସ୍ତାନ ତରଫରୁ କରାଯାଇଥିବା କ୍ଷତିପୂରଣ ଦାବିକୁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ମଙ୍ଗଳବାର ପ୍ରତ୍ୟାଖ୍ୟାନ କରିଦେଇଛି। 

ବ୍ୟାଟିଂ କୋଚ୍‌ ବାଙ୍ଗରଙ୍କୁ ସିଡ୍‌ନୀ ପଠାଗଲା

ବ୍ୟାଟିଂ କୋଚ୍‌ ବାଙ୍ଗରଙ୍କୁ ସିଡ୍‌ନୀ ପଠାଗଲା

ନୂଆଦିଲ୍ଲୀ, ୨୧ା୧୧ (ପି.ଟି.)-ବୁଧବାରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଟି ୨୦ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଏହାର ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗରଙ୍କୁ ସିଡ୍‌ନୀ ପଠାଇବା ଲାଗି ନିଷ୍ପତ୍ତି ନେଇଛି।

ପ୍ରୋ କବାଡ଼ି ଲିଗ୍‌: ଟାଇଟାନ୍ସକୁ ହରାଇଲା ଥାଲାଇଭାସ, ଦିଲ୍ଲୀ ବିଜୟୀ

ପ୍ରୋ କବାଡ଼ି ଲିଗ୍‌: ଟାଇଟାନ୍ସକୁ ହରାଇଲା ଥାଲାଇଭାସ, ଦିଲ୍ଲୀ ବିଜୟୀ

ଅହମ୍ମଦାବାଦ,୨୧।୧୧(ପି.ଟି.)-  ଚଳିତ ପ୍ରୋ କବାଡ଼ି ଲିଗ୍‌ (ପି.କେ.ଏଲ.)ର ଷଷ୍ଠ ସଂସ୍କରଣରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ରେ ତାମିଲ ଥାଲାଇଭାସ ତେଲଗୁ ଟାଇଟାନ୍ସକୁ ପରାସ୍ତ କରିଛି। ଅଲରାଉଣ୍ଡ ପ୍ରଦର୍ଶନ କରି ଥାଲାଇଭାସ ଏହି ବିଜୟ ହାସଲ କରିଛି। 

ରଣଜୀ ଟ୍ରଫି: ରାଜେଶଙ୍କୁ ୫ ଉଇକେଟ; ପ୍ରଥମ ଦିନରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ରଣଜୀ ଟ୍ରଫି: ରାଜେଶଙ୍କୁ ୫ ଉଇକେଟ; ପ୍ରଥମ ଦିନରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ଭୁବନେଶ୍ୱର,୨୧।୧୧(ସ୍ପୋଟର୍‌ସ ବ୍ୟୁରୋ)- ଗୁଆହାଟୀର ବର୍ସପରା କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଆସାମ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ୍‌ ସି’ ଏଲିଟ ମ୍ୟାଚ୍‌ରେ  ଭ୍ରମଣକାରୀ ଓଡ଼ିଶା ପ୍ରଥମ ଦିନରେ ପ୍ରଭାବ ବିସ୍ତାର କରି ଉନ୍ନତ ପ୍ରଦର୍ଶନ କରିଛି।

ହକି ବିଶ୍ୱକପ୍‌ : ୧୯୭୧-୨୦୧୪

ହକି ବିଶ୍ୱକପ୍‌ : ୧୯୭୧-୨୦୧୪

ଭୁବନେଶ୍ୱର ଏବେ ଚଳଚଞ୍ଚଳ। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଏଠାରେ ହେବାକୁ ଯାଉଛି ହକି ବିଶ୍ୱକପ। ୨୭ରେ ଭୁବନେଶ୍ୱର ଏବଂ ୨୮ରେ କଟକରେ ହେବାକୁଥିବା ଉଦ୍‌ଘାଟନୀ ସମାରୋହ ପାଇଁ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଛି। ଭାରତରେ ତୃତୀୟ ଏବଂ ଓଡ଼ିଶାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ହକିର ଏହି ମହାକୁମ୍ଭ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ପ୍ରତିଯୋଗିତାର ୧୪ତମ ସଂସ୍କରଣ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଥିବାବେଳେ ୧୯୭୧ରୁ ୨୦୧୪ ପର୍ଯ୍ୟନ୍ତ ୧୩ଟି ସଂସ୍କରଣକୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା।

 କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୨୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସାନ ଅଙ୍କରିଆଠାରେ ଗତ ତିନିଦିନ ଧରି ଚାଲିଥିବା ମା’ କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କୋଟସମଲାଇକୁ ହରାଇ ସୋନପୁର ଜୟ ଦୁର୍ଗା କ୍ଲବ ଚାମ୍ପିୟନ ହୋଇଛି। ସ୍ଥାନୀୟ ମା’ କନ୍ଧେନ ବୁଢୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲରେ ସୋନପୁର ଖେମାଲୋଏକୁ ହରାଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପାତ୍ରପାଲିକୁ  ହରାଇ କୋଟସମଲାଇ ଦଳ ଫାଇନାଲରେ ପ୍ରବେଶ କରିଥିଲା।