ଜାତୀୟ |

ଜୋତା କାରଖାନାରେ ଅଗ୍ନିକାଣ୍ଡ: ଜଣେ ଅଗ୍ନିଶମ କର୍ମଚାରୀ ଆହତ

ଜୋତା କାରଖାନାରେ ଅଗ୍ନିକାଣ୍ଡ: ଜଣେ ଅଗ୍ନିଶମ କର୍ମଚାରୀ ଆହତ

ନୂଆଦିଲ୍ଲୀ, ୨।୨: ନୂଆଦିଲ୍ଲୀ ନିକଟରେ ଥିବା ଏକ ଜୋତା କାରଖାନରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। କାରଖାନାର ପ୍ରଥମ ମହଲା ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବାର ଖବର ପାଇ ଘଟଣାସ୍ଥଳକୁ ୨୦ ଦମକଳ ଗାଡି ଆସି ନିଆଁ ଲିଭାଇବାର ଉଦ୍ୟମ କରିଥିଲେ। ୬ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ କର୍ମଚାରୀ ସଫଳ ହୋଇଥିଲେ। ଏହି ଘଟଣାରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ଜାତୀୟ |

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଛୁଇଁଲେ ହାତ କାଟିଦିଆଯିବ: ଅରବିନ୍ଦ ରାଜଭର

ଚାନ୍ଦୌଲି,୨୨।୫: ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କ ହାତ ଧରିଲେ ହାତ କାଟି ଦିଆଯିବ ବୋଲି ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଅରବିନ୍ଦ ରାଜଭର କହିଛନ୍ତି। ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସୋମବାର ଏକ ଜନସଭାକୁ ସମ୍ବୋଧନ ଦେବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି।

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇଲା ଦିଲ୍ଲୀ ପୋଲିସ: ସୋସିଆଲ ମିଡ଼ିଆରେ ଭାଇରାଲ

ଅପରାଧୀଙ୍କୁ ଉଲଗ୍ନ କରି ବୁଲାଇଲା ଦିଲ୍ଲୀ ପୋଲିସ: ସୋସିଆଲ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୨।୫ : ଜଣେ ଅପରାଧୀଙ୍କୁ ୫ଶହ ମିଟର ଉଲଗ୍ନ କରି ବୁଲାଇ ଦିଲ୍ଲୀ ପୋଲିସ ବୁଦ୍ଧିଜୀବୀଙ୍କ କଟାକ୍ଷର ଶିକାର ହୋଇଛି। ଏସମସ୍ତ ଘଟଣା ସିସିଟିଭି କ୍ୟାମେରା ରେକର୍ଡିଂରୁ ଜଣାପଡିଛି। ସେ ଜଣେ ଅପରାଧୀ ହୋଇଥିବାରୁ ଏପରି କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ ସଫେଇ ଦିଆଯାଇଛି।

ଅରନିଆ,ଆରଏସ୍‌ପୁରା ସେକ୍ଟରରେ ପାକିସ୍ତାନର ମୋର୍ଟାର ମାଡ଼

ଅରନିଆ,ଆରଏସ୍‌ପୁରା ସେକ୍ଟରରେ ପାକିସ୍ତାନର ମୋର୍ଟାର ମାଡ଼

ଶ୍ରୀନଗର,୨୨।୫ : ଜମ୍ମୁ-କଶ୍ମୀର ଅରନିଆ ଓ ଆର୍‌ଏସ୍‌ପୁରା ସେକ୍ଟର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ମୋର୍ଟାର ମାଡ଼ ଜାରି ରଖିଛି। ଫଳରେ ଏଠାରେ ଥିବା ଅନେକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ଗତ ୨୪ ଘଣ୍ଟାରୁ ଅଧିକ ସମୟଧରି ଏଠାରେ ପାକିସ୍ତାନ ମୋର୍ଟାରମାଡ଼ ଜାରି ରଖିଛି। ଏହାର ଜବାବରେ ଭାରତୀୟ ସେନାଙ୍କ ପକ୍ଷରୁ ପାଲଟା ଆକ୍ରମଣ ଜାରି ରହିଥିବା ଭାରତୀୟ ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।

ଚତୁର୍ଥୀରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ନବବଧୂ

ଚତୁର୍ଥୀରାତିରେ ପୁତ୍ର ସନ୍ତାନ ଜନ୍ମ ଦେଲେ ନବବଧୂ

ଲକ୍ଷ୍ନୌ,୨୨।୫ : ଉତ୍ତରପ୍ରଦେଶ ଉନ୍ନାଓ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜନୈକ ବ୍ୟକ୍ତିଙ୍କ ପୁଅର ବାହାଘର ଧୁମ୍‌ଧାମ୍‌ରେ ହେବା ପରେ ଚତୁର୍ଥୀରାତିରେ ଘର ସଦସ୍ୟଙ୍କ ଖୁସି ଫିକା ପଡ଼ିଯାଇଛି। ଚତୁର୍ଥୀରାତିରେ ନବବଧୂ ବାସରଶଯ୍ୟାରେ ଜନ୍ମ ଦେଇଛନ୍ତି ଏକ ପୁତ୍ର ସନ୍ତାନ।

ଶାସ୍ତ୍ରର ଅନୁମତି ମିଳିଲେ ହେବ ଗହଣା ପ୍ରଦର୍ଶନ: ତିରୁମାଲା ତିରୁପତି

ଶାସ୍ତ୍ରର ଅନୁମତି ମିଳିଲେ ହେବ ଗହଣା ପ୍ରଦର୍ଶନ: ତିରୁମାଲା ତିରୁପତି

ବିଜୟଓ୍ବାଡା,୨୧।୫: ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ଏବଂ ପୂର୍ବ ମୁଖ୍ୟ ପୂଜାରୀ ଏଭି ରମଣ ଦିକ୍ଷିତିଲୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ରବିବାର ନୂଆ ମୋଡ ନେଇଛି।

କୋଟାରେ ଖୋଲିବ ମଦର ମିଲ୍କ ବ୍ୟାଙ୍କ

କୋଟାରେ ଖୋଲିବ ମଦର ମିଲ୍କ ବ୍ୟାଙ୍କ

କୋଟା,୨୧।୫: ରାଜସ୍ଥାନ କୋଟାର କିଛି ଚିକିତ୍ସାଳରେ ଖୋଲିବାକୁ ଯାଉଛି ମଦର ମିଲ୍କ ବ୍ୟାଙ୍କ। କୌଣସି କାରଣରୁ ଯେଉଁ ଶିଶୁମାନଙ୍କୁ ମା’ କ୍ଷୀର ମିଳୁନି ସେମାନଙ୍କୁ ଏହି ବ୍ୟାଙ୍କରୁ ସହଜରେ ମା’ କ୍ଷୀର ମିଳିପାରିବ।

ଲାଇଫ୍‌ ଏକ୍ସଟେନ୍‌ସନ୍‌ ପ୍ରୋଗ୍ରାମ୍‌ରେ ବ୍ରହ୍ମୋସ୍‌ର ପରୀକ୍ଷଣ ସଫଳ

ଲାଇଫ୍‌ ଏକ୍ସଟେନ୍‌ସନ୍‌ ପ୍ରୋଗ୍ରାମ୍‌ରେ ବ୍ରହ୍ମୋସ୍‌ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ,୨୧।୫: ବାଲେଶ୍ୱର ଜିଲା ଚାନ୍ଦିପୁରରୁ ସୋମବାର ଲାଇଫ୍‌ ଏକ୍ସଟେନ୍‌ସନ୍‌ ପ୍ରୋଗ୍ରାମ୍‌ରେ ବ୍ରହ୍ମୋସ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ର ଏକ ମୋବାଇଲ ଲଞ୍ଚରରୁ ପୂର୍ବାହ୍ନ ୧୦ଟା ୪୦ରେ ଏହାର ପରୀକ୍ଷଣ କରାଯାଇଥିଲା।

ୟୁରାନିୟମ୍‌ ଭଣ୍ଡାର ୪୦ ବର୍ଷରେ ସରିବ

ୟୁରାନିୟମ୍‌ ଭଣ୍ଡାର ୪୦ ବର୍ଷରେ ସରିବ

ନୂଆଦିଲ୍ଲୀ, ୨୧।୫: ଦେଶରେ ଥିବା ୟୁରାନିୟମ୍‌ ଭଣ୍ଡାର ଆସନ୍ତା ୪୦ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଭୂବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅନେକ ଅସୁବିଧା ଦେଖାଯିବ। ସମ୍ପ୍ରତି ଦେଶରେ ୨ଲକ୍ଷ ୫୦ ହଜାର ଟନ୍‌ ୟୁରାନିୟମ୍‌ ଗଚ୍ଛିତ ରହିଛି।

ଚୋରି ଅଭିଯୋଗରେ ଦଳିତଙ୍କୁ ପିଟିପିଟି ହତ୍ୟା: ଭିଡିଓ ଭାଇରାଲ

ଚୋରି ଅଭିଯୋଗରେ ଦଳିତଙ୍କୁ ପିଟିପିଟି ହତ୍ୟା: ଭିଡିଓ ଭାଇରାଲ

ଗାନ୍ଧୀନଗର,୨୧।୫: ଗୁଜରାଟର ରାଜକୋଟରେ ଚୋରି କରିଥିବା ଅଭିଯୋଗରେ ଜଣେ ଦଳିତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି। ରବିବାର ସକାଳେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି।

ଚଳନ୍ତା ଟ୍ରେନ୍‌ରେ ନିଆଁ

ଚଳନ୍ତା ଟ୍ରେନ୍‌ରେ ନିଆଁ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀରୁ ବିଶାଖାପାଟନା ଯାଉଥିବା ଆନ୍ଧ୍ର ଏକ୍ସପ୍ରେସରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହାର ୪ଟି କୋଚ୍‌ ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।

୨୪ ଘଣ୍ଟା ମଧ୍ୟରେ ଆସିପାରେ ଝଡବର୍ଷା

୨୪ ଘଣ୍ଟା ମଧ୍ୟରେ ଆସିପାରେ ଝଡବର୍ଷା

ନୂଆଦିଲ୍ଲୀ,୨୧।୫: ବିହାର ସମେତ ପୂର୍ବୋତ୍ତର ରାଜ୍ୟ ଓ ଉତ୍ତରରେ ଜମ୍ମୁ-କଶ୍ମୀର, ହୀମାଚଳ ପ୍ରଦେଶ ଓ ଝାଡଖଣ୍ଡରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡବର୍ଷା ହେବାର ସମ୍ଭାବନା ରହିଛି।

ଗର୍ଭବତୀ ଝିଅ ମଥାରେ ସିନ୍ଦୂର ପିନ୍ଧାଇଲେ ପିତା

ଗର୍ଭବତୀ ଝିଅ ମଥାରେ ସିନ୍ଦୂର ପିନ୍ଧାଇଲେ ପିତା

ପାଟନା,୨୧।୫: ବିହାରର ବାଙ୍କା ଜିଲାରେ ଜଣେ ପିତା ନିଜ ନାବାଳିକା ଝିଅ ସହ ମାସ ମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଝିଅ ଗର୍ଭବତୀ ହୋଇଥିବା ଜାଣି ପିତା ନିଜ ନାବାଳିକା ଝିଅ ମଥାରେ ସିନ୍ଦୂର ପିନ୍ଧାଇ ଦେଇଛନ୍ତି।