ଖେଳ |

ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ ସନ୍ତରଣ ପ୍ରତ୍ୟାଶାଙ୍କୁ ବ୍ରୋଞ୍ଜ ପଦକ

ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ ସନ୍ତରଣ ପ୍ରତ୍ୟାଶାଙ୍କୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି) ରାଜ୍ୟର ସୁଇମିଂ ସେନ୍‌ସେଶନ ପ୍ରତ୍ୟାଶା ରୟ ନୂଆଦିଲ୍ଲୀରେ ଚାଲିଥିବା ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସରେ ମଧ୍ୟ ଚମକ ଦେଖାଇବା ଆରମ୍ଭ କରିଛନ୍ତି। ସେ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ରେ ୧:୧୦.୫ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ହକି ଗ୍ୟାଲେରି ସମ୍ପ୍ରସାରଣ ଆଳରେ କଳିଙ୍ଗ ଷ୍ଟାଡିୟମ ସୁଇମିଂ ପୁଲ୍‌କୁ ଭାଙ୍ଗି ଦିଆଯାଇଥିବା ବେଳେ ସବୁଠାରୁ ଅଧିକ ବ୍ୟଥିତ ହୋଇଥିଲେ ଏହି ସନ୍ତରଣ ପ୍ରତିଭା। ଅଭ୍ୟାସରେ ବାଧା ସତ୍ତ୍ୱେ ସେ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଓଡ଼ିଶା ପାଇଁ ପ୍ରଥମ ପଦକ ଜିତି ରାଜ୍ୟକୁ ଗର୍ବିତ କରିଛନ୍ତି। କର୍ନାଟକର ସୁଭାନା ସି. ଭାସ୍କର ୧:୦୮.୨୩ ସେକେଣ୍ଡ ସହିତ ସ୍ବର୍ଣ୍ଣ ଏବଂ ହରିୟାଣାର ଖୁସି ଜୈନ (୧:୦୯.୫୮) ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ମିଟର ବାଳକ ବ୍ୟାକ୍‌ଷ୍ଟ୍ରୋକ୍‌ରେ ଶ୍ରୀହରି ନଟରାଜ, ଜାଭିଏର ଏମ. ଡିସୌଜା ଓ ମହାରାଷ୍ଟ୍ରର ବେଦାନ୍ତ ବପ୍ନା ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ପ୍ରତ୍ୟାଶା ଖେଲୋ ଇଣ୍ଡିଆ ସନ୍ତରଣରେ ଆହୁରି ୨ଟି ଇଭେଣ୍ଟ ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଓ ୨୦୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌ରେ ଅଂଶଗ୍ରହଣ କରିବେ। ତାଙ୍କ ପ୍ରିୟ ଇଭେଣ୍ଟ ବାକିଥିବାରୁ ସେ ଆହୁରି ପଦକ ଜିତିବା ଆଶା କରାଯାଉଛି। ଓଡ଼ିଶାରେ ସନ୍ତରଣ, ଭାରୋତ୍ତୋଳନ/ ଶକ୍ତି ଉତ୍ତୋଳନରୁ ପଦକ ଆସୁଛି। ମାତ୍ର ଏହି କ୍ରୀଡ଼ା ଏବଂ କ୍ରୀଡ଼ା ପ୍ରତିଭାଙ୍କ ପ୍ରତି ରାଜ୍ୟରେ ସବୁଠାରୁ ଅଧିକ ଅବହେଳା ପ୍ରଦର୍ଶନ କରାଯାଇ ଆସୁଥିବା ପରିଲକ୍ଷିତ ହେଉଛି। ଆଥଲେଟିକ୍ସରେ ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଅମିୟ ମଲିକ ଓ ପୂର୍ଣ୍ଣିମା ହେମ୍ବ୍ରମ୍‌ଙ୍କ ପରେ ଆଉ କେହି ପ୍ରତିଭା ସେପରି ଉଚ୍ଚସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିପାରୁଥିବା ନଜରକୁ ଆସୁନାହିଁ। ତେଣୁ ଏହା ଉପରେ ରାଜ୍ୟ କ୍ରୀଡ଼ା ବିଭାଗର ପଦାଧିକାରୀମାନେ ନଜର ପକାଇବାର ସମୟ ଆସିଛି। ବାଳକ ହକିର ଏକ ମ୍ୟାଚରେ ଓଡ଼ିଶା ରେକର୍ଡ ୧୪-୩ ଗୋଲରେ ରାଜସ୍ଥାନକୁ ପରାସ୍ତ କରିଛି।
All Right Reserved By

ଖେଳ |

ସି.କେ ନାଇଡୁ ଟ୍ରଫ:ଇନିଂସ ଅଗ୍ରଣୀ ଲକ୍ଷ୍ୟରେ ଛତିଶଗଡ଼

ସି.କେ ନାଇଡୁ ଟ୍ରଫ:ଇନିଂସ ଅଗ୍ରଣୀ ଲକ୍ଷ୍ୟରେ ଛତିଶଗଡ଼

କଟକ ଅଫିସ,୧୯ା୧୨- ଭିଲାଇର ବିଏସ୍‌ପି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ସି.କେ ନାଇଡୁ ଟ୍ରଫି ଓଡ଼ିଶା-ଛତିଶଗଡ଼ ମ୍ୟାଚ୍‌ର ୩ୟ ଦିବସ ଖେଳ ଶେଷ ହୋଇଛି । ବର୍ଷା ଯୋଗୁ ଏହି ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିବା ବେଳେ ୩ଦିନ ମଧ୍ୟରେ ମାତ୍ର ଗୋଟିଏ ଇନିଂସ୍‌ ସମାପ୍ତ ହୋଇଛି ।

ଜୟପୁରରେ ପ୍ରଥମଥର ରାଜ୍ୟ ସିନିୟର କରାଟେ

ଜୟପୁରରେ ପ୍ରଥମଥର ରାଜ୍ୟ ସିନିୟର କରାଟେ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)-ରାଜ୍ୟ କରାଟେ ଚାମ୍ପିୟନଶିପ୍‌ର ୩୦ତମ ସଂସ୍କରଣ ପ୍ରଥମଥର ପାଇଁ କୋରାପୁଟ୍‌ର ଜୟପୁର ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। 

ନ୍ୟାଶନାଲ ସ୍କୁଲ ଗେମ୍ସ ସନ୍ତରଣ: ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ ପଦକ

ନ୍ୟାଶନାଲ ସ୍କୁଲ ଗେମ୍ସ ସନ୍ତରଣ: ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ପ୍ରତ୍ୟାଶାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପ୍ରତିଭା ସମ୍ପନ୍ନ ସନ୍ତରରକାରୀ ପ୍ରତ୍ୟାଶା ରାୟ ବର୍ଷ ଶେଷରେ ଚମକପ୍ରଦ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାଲକୋଟ୍ରା ଷ୍ଟାଡିୟମରେ ଚାଲିଥିବା ୬୪ତମ ନ୍ୟାଶନାଲ ସ୍କୁଲ ଗେମ୍ସ ସନ୍ତରଣ ଚାମ୍ପିୟନଶିପ୍‌ର ମଙ୍ଗଳବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ସେ ସ୍ବର୍ଣ୍ଣ ପଦକ(୧:୧୦.୫୭ ସେକେଣ୍ଡ୍‌) ହାସଲ କରିଛନ୍ତି। 

ଚାମ୍ପିୟନ ଓଡ଼ିଶା ଫୁଟବଲ ଦଳର ପ୍ରତ୍ୟାବର୍ତ୍ତନ

ଚାମ୍ପିୟନ ଓଡ଼ିଶା ଫୁଟବଲ ଦଳର ପ୍ରତ୍ୟାବର୍ତ୍ତନ

କଟକ ଅଫିସ,୧୯ା୧୨- ଅରୁଣାଚଳ ପ୍ରଦେଶରେ ଅନୁଷ୍ଠିତ ସବ୍‌ଜୁନିୟର ବାଳକ ଫୁଟବଲ ଚାମ୍ପିୟନଶିପ୍‌ର ଟାଇଟଲ ବିଜୟୀ ଓଡ଼ିଶା ଦଳ ମଙ୍ଗଳବାର ପୂର୍ବାହ୍ନରେ ଓଡ଼ିଶା ଫେରିଛନ୍ତି । କଟକ ରେଳଷ୍ଟେସନରେ ବିଜୟୀ ଦଳର ଖେଳାଳିମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଶୋଭାଯାତ୍ରାରେ ନିଆଯାଇଥିଲା । 

ଏସିଆନ କଣ୍ଟିନେଣ୍ଟାଲ ଚେସ୍‌: ପଦ୍ମିନୀଙ୍କୁ ସ୍ବର୍ଣ୍ଣ ପଦକ

ଏସିଆନ କଣ୍ଟିନେଣ୍ଟାଲ ଚେସ୍‌: ପଦ୍ମିନୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଫିଲିପାଇନ୍ସର ମାକାତିଠାରେ ମଙ୍ଗଳବାର ଉଦ୍‌ଯାପିତ ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ର ମହିଳା ବିଭାଗରେ ଓଡ଼ିଶା ଅନ୍ତର୍ଜାତୀୟ ମାଷ୍ଟର(ଆଇଏମ୍‌) ପଦ୍ମିନୀ ରାଉତ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। 

ମେସିଙ୍କୁ ରେକର୍ଡ ୫ମ ଗୋଲ୍‌ଡେନ ଶୁ’ ପୁରସ୍କାର

ମେସିଙ୍କୁ ରେକର୍ଡ ୫ମ ଗୋଲ୍‌ଡେନ ଶୁ’ ପୁରସ୍କାର

ବାର୍ସିଲୋନା, ୧୯ା୧୨ (ପି.ଟି.)- ଲିଓନେଲ ମେସି ମଙ୍ଗଳବାର ରେକର୍ଡ ୫ମ ଥର ପାଇଁ ଗୋଲଡେନ୍‌ ଶୁ’ ପୁରସ୍କାର ହାସଲ କରିଛନ୍ତି। ଗତ ସିଜନରେ ସେ ୟୁରୋପର ଟପ୍‌ ଗୋଲ ସ୍କୋରର ଥିଲେ।

ଆଇପିଏଲ ଖେଳାଳି ନିଲାମ: ବରୁଣ ଚକ୍ରବର୍ତ୍ତୀ କିଏ?

ଆଇପିଏଲ ଖେଳାଳି ନିଲାମ: ବରୁଣ ଚକ୍ରବର୍ତ୍ତୀ କିଏ?

ଜୟପୁର, ୧୯।୧୨(ପି.ଟି.)- ବରୁଣ ଚକ୍ରବର୍ତ୍ତୀ ହେଉଛନ୍ତି ତାମିଲନାଡୁର ବିସ୍ମୟ ସ୍ପିନର। ୧୩ ବର୍ଷ ବୟସରୁ ସେ ଜଣେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ସ୍କୁଲ ତରଫରୁ ମଧ୍ୟ ସେ କ୍ରିକେଟ ଖେଳିଥିଲେ। 

  ମୋରିନୋ ବହିଷ୍କୃତ

ମୋରିନୋ ବହିଷ୍କୃତ

ମାଞ୍ଚେଷ୍ଟର, ୧୮ା୧୨ (ଏଏଫ୍‌ପି)- ସିଜନରେ ଦଳର ଖରାପ ଆରମ୍ଭ ପାଇଁ ମାଞ୍ଚେଷ୍ଟର ୟୁନାଇଟେଡ ଏହାର ମ୍ୟାନେଜର ଜୋସ୍‌ ମୋରିନୋଙ୍କୁ ତାଙ୍କ ପଦବୀରୁ ବହିଷ୍କୃତ କରିଛି। ଦଳ ୩୦ ବର୍ଷ ମଧ୍ୟରେ ଏଭଳି ଖରାପ ପ୍ରଦର୍ଶନ କରି ନ ଥିଲା। ୫୫ ବର୍ଷୀୟ ପର୍ତ୍ତୁଗାଲର ମୋରିନୋ ମାଞ୍ଚେଷ୍ଟର ୟୁନାଇଟେଡ ସହିତ ୩ ବର୍ଷିଆ ଚୁକ୍ତି କରିଥିଲେ। ମାତ୍ର ତାଙ୍କୁ ଅଢେଇବର୍ଷ ପରେ ବିଦା ହେବାକୁପଡ଼ିଛି।

ଆଇପିଏଲ୍‌ ନିଲାମୀରେ ଅଲୋଡ଼ା ରହିଲେ ଯୁବରାଜ

ଆଇପିଏଲ୍‌ ନିଲାମୀରେ ଅଲୋଡ଼ା ରହିଲେ ଯୁବରାଜ

ଜୟପୁର, ୧୮।୧୨(ପି.ଟି.)- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ଦ୍ୱାଦଶ ସଂସ୍କରଣ ଲାଗି ମଙ୍ଗଳବାର ଖେଳାଳି ନିଲାମୀ ପ୍ରକ୍ରିୟା ପିଙ୍କ୍‌ ସିଟି ଜୟପୁରରେ ଅନୁଷ୍ଠିତ ହୋଇଯାଇଛି। ନିଲାମୀ ପ୍ରକିୟାରେ ଭାରତର ଷ୍ଟାର ଖେଳାଳି ଯୁବରାଜ ସିଂଙ୍କୁ କୌଣସି ଫ୍ରାଞ୍ଚାଇଜ କ୍ରୟ କରି ନ ଥିଲେ।

ଆଇପିଏଲ୍‌ରେ ଜାହିରଙ୍କୁ ନୂଆ ଦାୟିତ୍ୱ

ଆଇପିଏଲ୍‌ରେ ଜାହିରଙ୍କୁ ନୂଆ ଦାୟିତ୍ୱ

ମୁମ୍ବାଇ, ୧୮।୧୨(ପି.ଟି.)- ତିନିଥର ଆଇପିଏଲ୍‌ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମଙ୍ଗଳବାର ପ୍ରାକ୍ତନ ଦ୍ରୁତ ବୋଲର ଜାହିର ଖାଁଙ୍କୁ ଦଳର ନିର୍ଦ୍ଦେଶକ (କ୍ରିକେଟ ଅପରେଶନ) ଭାବେ ନିଯୁକ୍ତ କରିଛି।

ଇଶାନ୍ତ-ଜାଡେଜା କଥା କଟାକଟି

ଇଶାନ୍ତ-ଜାଡେଜା କଥା କଟାକଟି

ପର୍ଥ, ୧୮।୧୨- ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥରେ ଅନୁଷ୍ଠିତ ୨ୟ ଟେଷ୍ଟ ମ୍ୟାଚ୍‌କୁ ୧୪୬ ରନର ବୃହତ ବ୍ୟବଧାନରେ ହାରିଯାଇଛି। ତେବେ ଏହି ମ୍ୟାଚ୍‌ ଅବସରରେ ଭାରତର ଦୁଇ ବରିଷ୍ଠ ଖେଳାଳି ଇଶାନ୍ତ ଶର୍ମା ଓ ରବୀନ୍ଦ୍ର ଜାଡେଜାଙ୍କ ମଧ୍ୟରେ କଥା କଟାକଟି ହୋଇଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। 

ଓ୍ବେଲିଂଟନ ଟେଷ୍ଟ: ସଂପୂର୍ଣ୍ଣ ଦିନ ବ୍ୟାଟିଂ କଲେ ମେଣ୍ଡିସ, ମାଥ୍ୟୁସ

ଓ୍ବେଲିଂଟନ ଟେଷ୍ଟ: ସଂପୂର୍ଣ୍ଣ ଦିନ ବ୍ୟାଟିଂ କଲେ ମେଣ୍ଡିସ, ମାଥ୍ୟୁସ

ଓ୍ବେଲିଂଟନ, ୧୮।୧୨ (ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଶ୍ରୀଲଙ୍କା ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି। କୁଶଳ ମେଣ୍ଡିସ ଓ ଆଞ୍ଜେଲୋ ମାଥ୍ୟୁସ ଅପରାଜିତ ଶତକ ହାସଲ କରି ସଂପୂର୍ଣ୍ଣ ଦିବସ ବ୍ୟାଟିଂ କରିବାରୁ ମଙ୍ଗଳବାର ଷ୍ଟମ୍ପ୍ସ ଅପସାଣ ସୁଦ୍ଧା ଶ୍ରୀଲଙ୍କା ୨ୟ ଇନିଂସରେ ୩ ଉଇକେଟ୍‌ ହରାଇ ୨୫୯ ରନ ସଂଗ୍ରହ କରିଛି।