Dharitri News
ଖେଳ |

ବିରାଟଙ୍କ ଶତକରେ ଭାରତ ବିଜୟୀ

ବିରାଟଙ୍କ ଶତକରେ ଭାରତ ବିଜୟୀ ଡର୍ବାନ, ୧।୨(ପି.ଟି.) ଡର୍ବାନରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦୁଇ ଅଧିନାୟକ ଦମ୍‌ ଦେଖାଇଥିବାବେଳେ ଫାଫ୍‌ ଡୁ ପ୍ଲେସିଙ୍କ ଉପରେ ଭାରି ପଡ଼ିଛନ୍ତି ବିରାଟ କୋହଲି। ବିରାଟଙ୍କ ଶତକ ସହାୟତାରେ ଭାରତ ଗୁରୁବାର ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ ପରାସ୍ତ କରିଛି। ଡୁ ପ୍ଲେସିଙ୍କ ଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ଉଇକେଟ ହରାଇ ୨୬୯ ରନ କରିଥିଲା। ଜବାବରେ ଭାରତ ୪୫.୩ ଓଭରରେ ୪ ଉଇକେଟ ହରାଇ ୨୭୦ ରନ ସଂଗ୍ରହ କରି ନେଇଥିଲା। କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ବିଜୟ ସହ ୬ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀଲାଭ କରିଛି। ଦକ୍ଷିଣ ଆଫ୍ରିକା ମାଟିରେ କୋହଲିଙ୍କର ଏହାଥିଲା ପ୍ରଥମ ଦିନିକିଆ ଶତକ। ଅଧିନାୟକଭାବେ ୧୧ଟି ଶତକ ହାସଲ କରିବାରେ ସେ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି। ୧୯୯୨-୯୩ରେ ଦ୍ୱିପାକ୍ଷିକ ସିରିଜ ଆରମ୍ଭ ହେବା ପରଠାରୁ ଡର୍ବାନରେ ଏହାଥିଲା ଭାରତର ପ୍ରଥମ ଏବଂ ଓଭର ଅଲ୍‌ ଦକ୍ଷିଣ ଆଫ୍ରିକା ମାଟିରେ ୬ଷ୍ଠ ଦିନିକିଆ ବିଜୟ। ଏହାଛଡ଼ା ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାର ୧୭ଟି ଦିନିକିଆ ବିଜୟରେ ମଧ୍ୟ ଟିମ୍‌ ଇଣ୍ଡିଆ ବ୍ରେକ୍‌ ଲଗାଇଛି। ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନ ଯଥାକ୍ରମେ ୨୦ ଓ ୩୫ ରନକରି ଆଉଟ ହୋଇଥିଲେ ହେଁ ୩ୟ ଉଇକେଟରେ କୋହଲି ଓ ଅଜିଙ୍କ୍ୟ ରାହାନେଙ୍କ ୧୮୯ ରନର ଭାଗୀଦାରି ଭାରତର ବିଜୟପଥ ପରିଷ୍କାର କରିଥିଲା। କ୍ୟାରିୟରର ୩୨ତମ ଦିନିକିଆ ଶତକ ହାସଲ କରିଥିବା କୋହଲି ୧୧୯ ବଲ୍‌ରୁ ୧୦ ଚୌକା ସହାୟତାରେ ୧୧୨ ଓ ରାହାନେ ୮୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୭୯ ରନ କରି ଦକ୍ଷିଣ ଆଫ୍ରିକା ବିଜୟ ଆଶାରେ ପାଣି ଭରି ଦେଇଥିଲେ। ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ୩ ଓ ମହେନ୍ଦ୍ର ସିଂ ଧୋନୀ ୪ ରନରେ ଅପରାଜିତ ରହି ଭାରତ ବିଜୟର ଔପଚାରିକତା ପୂରଣ କରିଥିଲେ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଓପନିଂ ଯୋଡ଼ିରେ ୩୦ ରନ ସଂଗ୍ରହ କରିବା ପରେ ହାସିମ୍‌ ଅମ୍‌ଲାଙ୍କୁ ଆଉଟ କରି ଯଶପ୍ରୀତ୍‌ ବୁମ୍‌ରା ଭାରତକୁ ପ୍ରଥମ ବ୍ରେକ୍‌ ଥ୍ରୁ ଦେଇଥିଲେ। ଅମଲା ୧୭ ବଲ୍‌ରୁ ୧୬ ରନ କରି ଏଲବିଡବଲ୍ୟୁ ଆଉଟ ହୋଇଥିଲେ। କ୍ୱିଣ୍ଟନ ଡି’କକ୍‌ଙ୍କ ସହ ଡୁପ୍ଲେସି ଯୋଗଦେବାପରେ ଘରୋଇ ଦଳ ବଡ଼ ସ୍କୋର ଆଡ଼କୁ ମୁହାଁଇଥିଲା। ମାତ୍ର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସ୍ପିନରଙ୍କୁ ବୋଲିଂ ଭାର ଦେବାପରେ ସ୍ଥିତିରେ ପରିବର୍ତ୍ତନ ଆସିଥିଲା। ଉଭୟ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଆକର୍ଷଣୀୟ ବୋଲିଂ ଜାରି ରଖି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ହାରରେ ଅଙ୍କୁଶ ଲଗାଇଥିଲେ। ଗୋଟିଏ ପଟରେ ଡୁ ପ୍ଲେସି ଆତ୍ମବିଶ୍ୱାସର ସହ ବ୍ୟାଟିଂ କରୁଥିବାବେଳେ ଅନ୍ୟପଟରେ କ୍ରମାଗତ ବ୍ୟବଧାନରେ ଉଇକେଟ ପତନ ଘଟି ଚାଲିଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଇନିଂସ ୫୦ ଓଭରରେ ୨୬୯/୮ରେ ସୀମିତ ରହିଥିଲା। ୧୧୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡୁପ୍ଲେସି ୧୧ ଚୌକା ଓ ୨ ଛକା ସହାୟତାରେ ୧୨୦ ରନ କରିଥିବାବେଳେ କ୍ରିସ୍‌ ମୋରିସ ଦ୍ୱିତୀୟ ସର୍ବାଧିକ ୩୭ ଓ ଡିକକ୍‌ ୩୪ ରନ ସ୍କୋର କରିଥିଲେ। ଏକଦିବସୀୟ କ୍ରିକେଟରେ ଏହାଥିଲା ଡୁ ପ୍ଲେସିଙ୍କ ୯ମ ଶତକ। ଭାରତ ପକ୍ଷରୁ କୁଲଦୀପ ନିଜ ୧୦ ଓଭର ସ୍ପେଲରେ ମାତ୍ର ୩୪ ରନ ଦେଇ ୩ଟି ଉଇକେଟ ନେଇଥିଲେ। ୟୁଜବେନ୍ଦ୍ର ୨ଟି ଏବଂ ଭୁବନେଶ୍ୱର କୁମାର ଓ ବୁମ୍‌ରା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ଖେଳ |

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଆଇସିସି ର଼୍ୟାଙ୍କିଙ୍ଗ୍‌: ଟେଷ୍ଟ, ଦିନିକିଆରେ କୋହଲିଙ୍କୁ ୯୦୦ ପଏଣ୍ଟ

ଦୁବାଇ,୨୦।୨,(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତୀୟଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଅଧିନାୟକ ବିରାଟ କୋହଲିଙ୍କ ସମେତ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ଭାରତ ଯଥାକ୍ରମେ ବ୍ୟାଟିଂ, ବୋଲିଂ ଓ ଦଳୀୟ ତାଲିକାର ଶୀର୍ଷସ୍ଥାନରେ ରହିଛନ୍ତି। ଇତିହାସର ଦ୍ୱିତୀୟ ଖେଳାଳିଭାବେ କୋହଲି ଟେଷ୍ଟ ଓ ଦିନିକିଆ ଫର୍ମାଟରେ ୯୦୦ରୁ ଉର୍ଦ୍ଧ୍ୱ ପଏଣ୍ଟ ହାସଲ କରିଛନ୍ତି।

କ୍ରିକେଟ ଦଳରେ ସ୍ଥାନ ନ  ମିଳିବାରୁ ଆତ୍ମହତ୍ୟା

କ୍ରିକେଟ ଦଳରେ ସ୍ଥାନ ନ ମିଳିବାରୁ ଆତ୍ମହତ୍ୟା

ଇସ୍‌ଲାମାବାଦ୍‌, ୨୦ା୨ (ପି.ଟି.)-ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଆମେର ହନିଫ୍‌ଙ୍କ ପୁତ୍ର ମହମ୍ମଦ ଜାରୟାବ ଆତ୍ମହତ୍ୟା କରିଛନ୍ତି। ୧୯ବର୍ଷରୁ କମ୍‌ କ୍ରିକେଟ ଟିମ୍‌ ପାଇଁ ତାଙ୍କ ମନୋନୟନ କରାଯାଇ ନ ଥିବାରୁ ସେ ଏହି ଚରମ ପଦକ୍ଷେପ ନେଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

 କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

କୋଚ୍‌ ପଦବୀ ବଜାୟ ରଖିଲେ କନଷ୍ଟାଣ୍ଟିନ୍‌

ନୂଆଦିଲ୍ଲୀ, ୨୦ା୨ (ପି.ଟି.)-ଇଂଲଣ୍ଡର ଷ୍ଟିଫେନ କନଷ୍ଟାଣ୍ଟିନ ପୂର୍ବଭଳି ଜାତୀୟ ସିନିୟର ଫୁଟ୍‌ବଲ ଦଳର କୋଚ୍‌ ରହିବେ। ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦେଇଥିବା ସାନି ଅଫରକୁ ସେ ଗ୍ରହଣ କରିଛନ୍ତି। ଫଳରେ ଅଧିକ ଦିନ ଧରି ସେ ଭାରତୀୟ ଫୁଟ୍‌ବଲ ଦଳର କୋଚ୍‌ ପଦବୀରେ ରହି ଇତିହାସ ସୃଷ୍ଟି କରିବେ।

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ବରୋଦା ଦଳରୁ ୟୁସୁଫ୍‌ ପଠାନ ବାଦ୍‌

ନୂଆଦିଲ୍ଲୀ, ୨୦।୨- ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ଫେବୃୟାରୀ ୨୨ରେ ଅନ୍ତିମ ତଥା ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ବରୋଦା ଓ ସୌରାଷ୍ଟ୍ର ମଧ୍ୟରେ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ବରୋଦା ଦଳରୁ ଅଭିଜ୍ଞ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନଙ୍କୁ ବାଦ୍‌ ଦିଆଯାଇଛି।

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ଡେଲରେ ବିଚ୍‌ ଓପନରୁ ରାମକୁମାରଙ୍କ ବିଦାୟ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ବିଶ୍ୱ ମାନ୍ୟତାର ୧୪୦ତମ ସ୍ଥାନରେ ଥିବା ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଡେଲରେ ବିଚ୍‌ ଓପନ୍‌ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ସୁଲତାନ ଆଜଲାନ ଶାହ କପ୍‌ ହକି: ଭାରତୀୟ ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୨୦।୨(ପି.ଟି.)- ମାର୍ଚ୍ଚ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ମାଲେସିଆର ଇଫୋଠାରେ ୨୭ତମ ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିଲାଗି ହକି ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି।

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପାଇଁ ବିଶାଖାପାଟଣା ଯାତ୍ରା କଲା ଓଡ଼ିଶା ଦଳ

ବ୍ରହ୍ମପୁର ଅଫିସ, ୨୦।୨: ଆସନ୍ତା ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାଠାରେ ଜାତୀୟ ସବ୍‌ଜୁନିୟର ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଭାଗ ନେବା ପାଇଁ ଓଡ଼ିଶା ଦଳ ମଙ୍ଗଳବାର ସକାଳେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିଛି।

ଆଇସିସିକୁ ଋଣ ପାଇଁ ନିବେଦନ କଲା ଜିମ୍ବାଓ୍ବେ

କରାଚୀ, ୧୯।୨(ପି.ଟି.)-ଜିମ୍ବାଓ୍ବେ କ୍ରିକେଟ ୟୁନିୟନ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ଋଣ ପାଇଁ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି)କୁ ନିବେଦନ କରିଛି। ଫଳରେ ଏହି ଦେଶକୁ ପାକିସ୍ତାନ ଦଳର ଟୁର୍‌କୁ ନେଇ ସନ୍ଦେହ ଦେଖାଦେଇଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ନଜାମ ସେଠୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜିମ୍ବାଓ୍ବେ ଟୁର୍‌ ବାତିଲ କରାଯାଇ ନାହିଁ।

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ଅଶ୍ୱିନ-ଗିବ୍ସ ଟୁଇଟ ଝଡ଼

ନୂଆଦିଲ୍ଲୀ, ୧୯।୨(ପି.ଟି.)- ପ୍ରମୁଖ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ପ୍ରାକ୍ତନ ଦକ୍ଷିଣ ଆଫ୍ରିକା କ୍ରିକେଟର ହର୍ସେଲ ଗିବ୍ସଙ୍କ ମଧ୍ୟରେ ସୋମବାର ଟୁଇଟରରେ ବାକ୍‌ ଯୁଦ୍ଧ ଦେଖିବାକୁ ମିଳିଛି। ଏଥିରେ ଅଶ୍ୱିନ ନିଜକୁ ନିୟନ୍ତ୍ରଣରେ ରଖି ନ ପାରି ବହୁଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ଘଟଣାକୁ ଗିବ୍ସଙ୍କୁ ମନେ ପକାଇ ଦେଇଛନ୍ତି।

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ଅଷ୍ଟ୍ରେଲିଆ ମହିଳା କ୍ରିକେଟର ଆଲେକ୍ସଙ୍କ ଅବସର

ସିଡ୍‌ନୀ, ୧୯।୨(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଉପଅଧିନାୟିକା ତଥା ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ କରିଥିବା ଆଲେକ୍ସ ବ୍ଲାକଓ୍ବେଲ ସୋମବାର ଅନ୍ତର୍ଜାତୀୟ ଓ ଷ୍ଟେଟ୍‌ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟା ଏହି ଡାହାଣହାତୀ ବ୍ୟାଟ୍ସଓମ୍ୟାନ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ।

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

୪-୧ରେ ସିରିଜ ଜିତିଲା ଆଫଗାନିସ୍ତାନ

ଶାରଜା, ୧୯।୨(ଏଏଫ୍‌ପି)- ଯୁବ ଲେଗ୍‌-ସ୍ପିନର ରଶିଦ ଖାଁଙ୍କ ଦମ୍‌ଦାର ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୧୪୬ ରନର ବୃହତ ରନ ବ୍ୟବଧାନରେ ପରାସ୍ତ କରିଛି।

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଜାମସେଦପୁର ଏଫ୍‌ସି ପହଞ୍ଚିଲା

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି) ହକି, ଆଥଲେଟିକ୍ସ ପରେ ଏବେ ଭୁବନେଶ୍ୱରରେ ଫୁଟବଲ ପାଇଁ ଉଷ୍ମତା ବଢ଼ିଛି। ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ସିଜନରେ ଜାମସେଦପୁର ଏଫସି କଳିଙ୍ଗ ଷ୍ଟାଡିୟମକୁ ଏହାର ଦ୍ୱିତୀୟ ହୋମ୍‌ ଭେନ୍ୟୁ କରିଛି। ଫଳସ୍ବରୂପ ଦଳ ଆଗାମୀ ୨୫ ତାରିଖରେ ଏଠାରେ ବେଙ୍ଗାଲୁରୁ ଏଫସି ସହିତ ଏକ ମ୍ୟାଚ ଖେଳିବ ଜାମସେଦପୁର ଏଫ୍‌ସି। ଲିଗ୍‌ କ୍ରମେ ଅନ୍ତିମ ପର୍ଯ୍ୟାୟ ଆଡ଼କୁ ଗତି କରୁଥିବାରୁ ଏହି ମ୍ୟାଚ ଜାମସେଦପୁର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।