Dharitri News
ରାଜ୍ୟ |

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି ପ୍ରକ୍ରିୟା ଆରମ୍ଭ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି ପ୍ରକ୍ରିୟା ଆରମ୍ଭ ଭୁବନେଶ୍ୱର,୧।୨(ବ୍ୟୁରୋ)- ୨୦୧୭ ଥିଲା ରାଜ୍ୟ ଚଳଚ୍ଚିତ୍ର ଜଗତର ନବାଗତମାନଙ୍କ ବର୍ଷ। ଏହି ବର୍ଷ ରିଲିଜ ହୋଇଥିବା ପ୍ରାୟ ୩୫ ଫିଲ୍ମ ମଧ୍ୟରୁ ଅଧିକାଂଶରେ ନବାଗତ ନାୟିକା ଓ ନାୟକଙ୍କୁ ଦେଖିବାକୁ ମିଳିଥିଲା। ଆଗଧାଡ଼ିର ଅଭିନେତ୍ରୀ, ଅଭିନେତା ଏବଂ ପରିଚିତ କଳାକାରଙ୍କ ପାଇଁ ମଧ୍ୟ ୨୦୧୭ ଅଳ୍ପବହୁତେ ସଫଳତା ଆଣିଥିଲା। ନକଲର ଧାରା ଜାରି ରହିଥିଲେ ବି କିଛି ମୌଳିକଧର୍ମୀ ଓ କମେଡି ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ କରିବାରେ ସଫଳ ହୋଇଥିଲା। ସେହି ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଶ୍ରେଷ୍ଠତ୍ୱ ଚୟନ ଲାଗି ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଗି କାଉଣ୍ଟଡାଉନ୍‌ ଆରମ୍ଭ ହୋଇଛି। ଗୁଣବତ୍ତା ସମ୍ପନ୍ନ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ୍‌ରେ ପ୍ରସାରିତ ଧାରାବାହିକ ତଥା ଟେଲି ଚଳଚ୍ଚିତ୍ରକୁ ପ୍ରୋତ୍ସାହିତ କରିବା ଲାଗି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୧୬ ପରି ୨୦୧୭ରେ ମଧ୍ୟ ୨୭ଟି ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯିବ। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୨୮ତାରିଖ ମଧ୍ୟରେ ସେମାନଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରଗୁଡ଼ିକୁ ପୁରସ୍କାର ଲାଗି ପଠାଇପାରିବେ। ସେହିପରି ୬ଷ୍ଠ ଥର ଲାଗି ୨୦୧୭ ମସିହା ପାଇଁ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ କରାଯିବ। ଚଳଚ୍ଚିତ୍ର ପରି ଟେଲି ଧାରାବାହିକ ପାଇଁ ମଧ୍ୟ ୨୮ତାରିଖ ଭିତରେ ଆବେଦନ କରିବାକୁ ହେବ। ଗୁଣାତ୍ମକ ତଥା ମୌଳିକଧର୍ମୀ ଚଳଚ୍ଚିତ୍ରକୁ ଦୃଷ୍ଟିରେ ରଖି ଏଥର ପୁରସ୍କାର ଚୟନ ଲାଗି କେତେକ ନିୟମ କରାଯାଇଛି। ଚଳଚ୍ଚିତ୍ର ଏବଂ ଟେଲି ପୁରସ୍କାର ଲାଗି ଆଗ୍ରହୀ ପ୍ରଯୋଜକମାନେ ସେମାନଙ୍କ ଚଳଚ୍ଚିତ୍ର ଓ ଟେଲି ଧାରାବାହିକଗୁଡ଼ିକୁ ଡିଭିଡି ଫର୍ମାଟରେ ରାଜ୍ୟ ସଂସ୍କୃତି ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଦାଖଲ କରାଯାଉଥିବା ଡିଭିଡିଗୁଡ଼ିକର ୧୦ଟି କପି ସହ ସମସ୍ତ ଗୀତର ଗୀତିକାର ତଥା ଗାୟକଙ୍କର ସମ୍ପୂର୍ଣ୍ଣ ବିବରଣୀ, କଳାକାର ଏବଂ ଟେକ୍ନିସିଆନ୍‌ଙ୍କ ନାମ, ଠିକଣା ଦାଖଲ କରିବାକୁ କୁହାଯାଇଛି। ଏହାବ୍ୟତୀତ ପ୍ରତ୍ୟେକ ଡିଭିଡି ପାଇଁ ସେନ୍‌ସର ସାର୍ଟିଫିକେଟ୍‌ର ଆଟେଷ୍ଟେଡ୍‌ କପି ସଂଯୋଗ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍ୟପକ୍ଷରେ ପୁରସ୍କାର ଚୟନ ଲାଗି ଚଳିତବର୍ଷ ୬ଟି ସର୍ତ୍ତାବଳୀ ରହିଛି। ଆବେଦନ କରାଯିବାକୁ ଥିବା ଚଳଚ୍ଚିତ୍ର ଓ ଟେଲି ଚଳଚ୍ଚିତ୍ରଗୁଡ଼ିକ ୨୦୧୭ ମଧ୍ୟରେ ନିର୍ମିତ ହେବା ସହ ଟେଲି ଧାରାବାହିକଗୁଡ଼ିକ ୨୦୧୭ ମଧ୍ୟରେ ପ୍ରସାରିତ ହୋଇଥିବା ବାଞ୍ଛନୀୟ ବୋଲି କୁହାଯାଇଛି। ଏଥିପାଇଁ ଯେଉଁ ଚ୍ୟାନେଲରେ ଧାରାବାହିକ ପ୍ରସାରିତ ହୋଇଥିବ, ସମ୍ପୃକ୍ତ ଚ୍ୟାନେଲଗୁଡ଼ିକଠାରୁ ସେଗୁଡ଼ିକର ପ୍ରସାରଣ ପ୍ରମାଣପତ୍ର ଆବେଦନ ସହ ସଂଯୋଗ କରିବା ବାଧ୍ୟତାମୂଳକ। କେବଳ ଓଡ଼ିଆ ଭାଷା ଓ ଓଡ଼ିଆ ଜନଜାତି ଭାଷାରେ ରାଜ୍ୟରେ ନିର୍ମିତ ଚଳଚ୍ଚିତ୍ର, ଧାରାବାହିକ ପୁରସ୍କାର ପାଇଁ ଆବେଦନ କରିପାରିବେ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା କୌଣସି ଏଜେନ୍ସି ଦ୍ବାରା ପ୍ରାଧିକୃତ ଚଳଚ୍ଚିତ୍ର ଓ ଧାରାବାହିକ ପୁରସ୍କାର ପାଇଁ ଗ୍ରହଣ କରାଯିବ ନାହିଁ ବୋଲି ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସର୍ତ୍ତାବଳୀ ବର୍ହିଭୂତ କିମ୍ବା ପ୍ରମାଣପତ୍ର ସହ ନିର୍ଦ୍ଧାରିତ ସମୟରେ ଦାଖଲ କରାଯାଇ ନ ଥିବା ଡିଭିଡିଗୁଡ଼ିକୁ ଚୟନ କମିଟି ବିଚାରକୁ ନେବନାହିଁ। ଅନ୍ୟପକ୍ଷରେ ଟେଲି ଧାରାବାହିକ ପୁରସ୍କାର ଲାଗି ୨୦୧୭ରେ ପ୍ରସାରିତ ହୋଇଥିବା ଏପିସୋଡ୍‌ଗୁଡ଼ିକ ମଧ୍ୟରୁ ଯେକୌଣସି ସମ୍ପୂର୍ଣ୍ଣ ୨୫ ମିନିଟ୍‌ ଏପିସୋଡ୍‌ର ଏକ ଡିଭିଡି ଦାଖଲ କରିବାକୁ କୁହାଯାଇଛି। ମନୋନୟନ ପ୍ରକ୍ରିୟା ସହ ଅଭିନେତ୍ରୀ, ଅଭିନେତା, ହାସ୍ୟ ଅଭିନେତା, ଚରିତ୍ର ଅଭିନେତା, ଖଳନାୟିକା, ଖଳନାୟକ, ଶିଶୁ କଳାକାରଙ୍କ ଅଭିନୟର ଅଂଶ ସମ୍ବନ୍ଧିତ ଡିଭିଡି ଦରଖାସ୍ତ ସହ ଦାଖଲ କରିବା ବାଧ୍ୟତାମୂଳକ ରହିଛି। ଆବେଦନକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ତଥ୍ୟ ପରବର୍ତ୍ତୀ କାଳରେ ପରିବର୍ତ୍ତନ କରାଯିବନାହିଁ ବୋଲି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ କୁମାର ନାୟକ କହିଛନ୍ତି।

ରାଜ୍ୟ |

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଜୋତା ଫିଙ୍ଗିବା ଘଟଣା: ରିପୋର୍ଟ ତଲବ କଲେ ମୁଖ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର, ୨୧।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଉପରକୁ ଜୋତା ଫିଙ୍ଗାଯିବା ଓ ନିର୍ବାଚନରେ ଟଙ୍କା ବଣ୍ଟାଯିବା ନେଇ ମୁଖ୍ୟ ନିର୍ବାଚନ କମିଶନ ବୁଧବାର ରିପୋର୍ଟ ତଲବ କରିଛନ୍ତି। ବିଜେଡି ଏମ୍‌ପି ପିନାକୀ ମିଶ୍ର ଏହି ସୂଚନା ଦେଇଛନ୍ତି।

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଲୁଟେରାଙ୍କ କବ୍‌ଜାରେ ରାଜ୍ୟ ରାଜପଥ: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ସାଢ଼େ ୫ ଲକ୍ଷ ଲୁଟ

ଖଣ୍ଡପଡା,୨୧।୨(ସ୍ବ.ପ୍ର.): ବାଘମାରୀ-ଦଶପଲ୍ଲା ରାଜ୍ୟ ରାଜପଥ ଏବେ ଲୁଟେରାଙ୍କ ଚରାଭୂଇଁ ପାଲଟିଛି। ଉକ୍ତ ଅଞ୍ଚଳରେ କେବଳ ରାତିରେ ନୁହେଁ ଦିନରେ ମଧ୍ୟ ଲୁଟେରାମାନେ ସକ୍ରିୟ ହୋଇ ମାରଣାସ୍ତ୍ର ଦେଖାଇ ଲୁଟ କରୁଥିବା ଅଭିଯୋଗ ହେଉଛି। ଏହି କ୍ରମରେ ବୁଧବାର କଣ୍ଟିଲୋ ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ମୋବାଇଲ ସହ ସାଢ଼େ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ଆଚାର୍ଯ୍ୟ ଜୟନ୍ତୀ ଅବସରରେ ଶୋଭାଯାତ୍ରା

ପୁରୀ ଅଫିସ, ୨୧।୨: ଆଚାର୍ଯ୍ୟ ହରିହର ବ୍ୟାୟାମ ଓ କ୍ରୀଡାନୁଷ୍ଠାନ ଏବଂ ଆଚାର୍ଯ୍ୟ ହରିହର ବିଦ୍ୟାନିକେତନର ମିଳିତ ଆନୁକୂଲ୍ୟରେ ହରିହରଙ୍କ ୧୪୦ ତମ ଜୟନ୍ତୀ ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ବରଯାତ୍ରୀ ଭ୍ୟାନ୍‌-ଟ୍ରକ୍‌ ଧକ୍କା: ୨ ମୃତ, ୨୪ ଆହତ

ଜୁନାଗଡ, ୨୧।୨(ଡି.ଏନ୍‌.ଏ/ସ୍ବ.ପ୍ର.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାଲୋପଲା ନିକଟରେ ୨୬ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ବ୍ୟାଣ୍ଡପାର୍ଟି ସହ ବରଯାତ୍ରୀକୁ ଧରି ନେଉଥିବା ପିକ୍‌ଅପ୍‌ ଭ୍ୟାନ ସହ ଏକ ଟ୍ରକର ମୁହଁ।ମୁହଁ ଧକ୍କା ହୋଇଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଜୟପାଟଣା ବ୍ଲକ ମୁଖିଗୁଡା ପଞ୍ଚାୟତ ମଇପାଣି ଗ୍ରାମର ଗୌତମ ଚଣ୍ଡୀ ଓ ହୃଦାନନ୍ଦ ପୁଟେଲ। ଦୁର୍ଘଟଣାରେ ୨୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବିଜେପୁର ବିକାଶ ପାଇଁ ବିଜେଡିକୁ ସୁଯୋଗ ମିଳୁ: ମୁଖ୍ୟମନ୍ତ୍ରୀ

ବରଗଡ ଅଫିସ, ୨୧।୨: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗାଇସିଲଟ ପହଞ୍ଚିଛନ୍ତି। ସ୍ଥାନୀୟ ଗଣେଶ ଦାସ ପଡିଆଠାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥିନୀ ରିତା ସାହୁଙ୍କ ଉଦ୍ଦେଶ୍ୟରେ ଆୟୋଜିତ ପ୍ରଚାର ସଭାରେ ଯୋଗ ଦେଇଛନ୍ତି। ଏହି ଅବସରରେ ନବୀନ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଛନ୍ତି ଯେ ରିତା ସାହୁଙ୍କୁ ତାଙ୍କର ସମର୍ଥନ ଅଛି। ଏବେ ବିଜେପୁରବାସୀଙ୍କର ସହଯୋଗ ଦରକାର। ବିଜେପୁର ବିକାଶ ନିମନ୍ତେ ଚଳିତ ନିର୍ବାଚନରେ ବିଜେଡିକୁ ସୁଯୋଗ ଦିଆଯାଉ।

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାର ନିରବ ପ୍ରତିବାଦ

ଜୁନାଗଡ଼, ୨୧।୨(ସ୍ବ.ପ୍ର.): ବିଜେପୁର ଉପ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରକୁ କୁମ୍ଭାରୀଠାରେ କରାଯାଇଥିବା ଆକ୍ରମଣକୁ ବିରୋଧକରି ବିଜେଡି ପକ୍ଷରୁ ପୁରୁଣା ବସ ଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତିଠାରେ ବୁଧବାର ନିରବ ପ୍ରତିବାଦ କରାଯାଉଛି।

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ବିଚ୍‌ ମାରାଥନ: ଦୌଡ଼ିଲେ ଶତାଧିକ ଯୁବତୀଯୁବକ

ପୁରୀ ଅଫିସ, ୨୧।୨: ପୁରୀ ବେଳାଭୂମିରେ ବୁଧବାରଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବିଚ୍‌ କାର୍ନିଭାଲ। ସକାଳ ସାଢେ ୭ଟାରେ ବିଚ୍‌ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହାକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏବଂ ଓଲିଉଡ୍‌ ଅଭିନେତ୍ରୀ ତଥା ବିଚ୍‌ କାର୍ନିଭାଲର ଆମ୍ବାସାଡର ଅର୍ଚ୍ଚିତା ସାହୁ ଉଦ୍‌ଘାଟନ କରିଥିଲେ।

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

କୁମ୍ଭୀର ମୁହଁରୁ ଯୁବକଙ୍କୁ ବଞ୍ଚାଇଲେ ବାଳକ

ରାଜନଗର, ୨୦।୨ (ଡି.ଏନ୍‌.ଏ.) - କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତ ହରିଜନ ପଡ଼ାର ଖଗେଶ୍ୱର ମଲିକଙ୍କ ପୁଅ ବିନୋଦ (୨୭)ଙ୍କୁ କୁମ୍ଭୀର ମୁହଁରୁ ବଞ୍ଚାଇନ୍ତି ଜଣେ ୧୨ ବର୍ଷର ବାଳକ ଶୀତୁ ମଲିକ। ମଙ୍ଗଳବାର ରାତି ପ୍ରାୟ ୮ଟାବେଳେ ଘଟିଛି ଏହି ଘଟଣା।

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଫେବୃୟାରୀ ଶେଷକୁ ପାରଦ ୩୮ ଡିଗ୍ରୀ ଟପିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ପାରଦ ଉପରମୁହାଁ ହୋଇଛି। ସମଗ୍ର ରାଜ୍ୟରେ ତାତି ଧୀରେ ଧୀରେ ଅସହ୍ୟ କରିବା ଆରମ୍ଭ କଲାଣି। ଗତ ୪ ଦିନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ଉପରକୁ ଡେଇଁଲାଣିି। ଚଳିତ ମାସ ଶେଷ ଆଡକୁ ତାତି ୩୮ ଡିଗ୍ରୀ ଟପିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏଥିସହିତ ଆସନ୍ତା ୨୫ ତାରିଖ ଯାଏ ଉପକୂଳବର୍ତ୍ତୀ ଜିଲା ସମେତ ଢେଙ୍କାନାଳ ଓ ଅନୁଗୋଳ ଜିଲାର କେତେକ ସ୍ଥାନରେ ଘନ କୁହୁଡି ପଡ଼ିବ। ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଦେଖିବା ସମ୍ଭବ ହେବନାହିଁ।

ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୧୫ ହଜାର ଲାପ୍‌ଟପ୍‌ ବଣ୍ଟାଯିବ

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ଯୁକ୍ତ୨ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ୧୫୦୦୦ ଲାପ୍‌ଟପ୍‌ ବଣ୍ଟନ କରାଯିବ। ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଏହି ଲାପ୍‌ଟପ୍‌ ଆସନ୍ତା ଜୁଲାଇରେ ପ୍ରଦାନ କରାଯିବ। ଜିଲା ନୋଡାଲ୍‌ କେନ୍ଦ୍ରରେ ଏହା ବଣ୍ଟନ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜଣାପଡିଛି।

ଓଡ଼ିଆ ଭାଷା ପ୍ରତି ଆକୃଷ୍ଟ ଲକ୍ଷ୍ୟ: ଛାତ୍ରୀଛାତ୍ରଙ୍କୁ ଫକୀର ମୋହନ ମେଧାବୃତ୍ତି

ଭୁବନେଶ୍ୱର, ୨୦।୨(ବ୍ୟୁରୋ)- ଓଡ଼ିଆ ଭାଷାର ସୁରକ୍ଷା ଏବଂ ପ୍ରଚାରପ୍ରସାର ଦିଗରେ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଯୁକ୍ତ୨ ଓ ଯୁକ୍ତ୩ ଓଡ଼ିଆ ବିଷୟରେ ୮୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରୀଛାତ୍ରଙ୍କୁ ବ୍ୟାସକବି ଫକୀରମୋହନ ସେନାପତି ଛାତ୍ରବୃତ୍ତି ମିଳିବ। ରାଜ୍ୟ ସରକାର ଏହି ଛାତ୍ରବୃତ୍ତିକୁ ଶିକ୍ଷାବର୍ଷ ୨୦୧୭-୧୮ରୁ କାର୍ଯ୍ୟକାରୀ କରିଛନ୍ତି। ବୃତ୍ତି ପାଇଁ ମନୋନୀତ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୨୦,୦୦୦ ଟଙ୍କା ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

୪୦୨ କଇଁଛ ଜବତ: ୨ ମହିଳା ଗିରଫ

୪୦୨ କଇଁଛ ଜବତ: ୨ ମହିଳା ଗିରଫ

ଭୁବନେଶ୍ୱର, ୨୦।୨ବ୍ୟୁରୋ)- ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଦେଇ ବାଂଲାଦେଶକୁ କଇଁଛ ଚାଲାଣ କରାଯାଉଛି। ଏଭଳି ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଡିରେକ୍ଟୋରେଟ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ। ବାଂଲାଦେଶ ଚାଲାଣ କରାଯାଉଥିବା ୪୦୨ଟି ବିରଳ ପ୍ରଜାତି(ଇଣ୍ଡିଆନ ଷ୍ଟାର)ର କଇଁଛଙ୍କୁ ଅଧିକାରୀମାନେ ଆନ୍ଧ୍ରର ବିଜୟଓ୍ବାଡା ରେଳ ଷ୍ଟେଶନରୁ ମଙ୍ଗଳବାର ଜବତ କରିଛନ୍ତି।