ଜାତୀୟ |

ଭୋଟ ଉପରେ ଜେଟ୍‌ଲୀଙ୍କ ନଜର

ଭୋଟ ଉପରେ ଜେଟ୍‌ଲୀଙ୍କ ନଜର
ନୂଆଦିଲ୍ଲୀ,୧।୨ (ପି.ଟି./ ଆଇ.ଏ.ଏନ୍‌.ଏସ୍‌.) : ଗ୍ରାମାଞ୍ଚଳ, ଗରିବ ଜନତା, କୃଷକଙ୍କୁ ପ୍ରାଧାନ୍ୟ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଲୋକ ସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଏହା ହେଉଛି ତାଙ୍କର ଏକାଦିକ୍ରମେ ପଞ୍ଚମ ଏବଂ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌। ସାଧାରଣ ନିର୍ବାଚନ ଏବଂ ଆଗାମୀ ଦିନରେ ହେବାକୁ ଯାଉଥିବା ୮ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜେଟ୍‌ଲୀ ତାଙ୍କ ବଜେଟରେ ଗରିବମାନଙ୍କୁ ଆକର୍ଷିତ କରିବା ପାଇଁ ବାସଗୃହ, ସ୍ବାସ୍ଥ୍ୟ ବିମା, ଶିକ୍ଷା ସୁବିଧା ଭଳି ଅନେକ ଘୋଷଣା କରିଛନ୍ତି। ମଧ୍ୟବିତ୍ତଙ୍କ ସକାଶେ ଅର୍ଥମନ୍ତ୍ରୀ ଏଥର ବଜେଟରେ ସେଭଳି କୌଣସି ବଡ ଘୋଷଣା କରିନାହାନ୍ତି। ଆୟକର ଛାଡ ସୀମାକୁ ଅପରିବର୍ତ୍ତିତ ରଖି ଟିକସଦାତା ଆୟକାରୀ ବର୍ଗଙ୍କୁ ନିରାଶ କରିଛନ୍ତି । ଆୟକର ଦାତାଙ୍କ ସକାଶେ ଷ୍ଟାଣ୍ଡାର୍ଡ ଡିଡକ୍‌ସନ୍‌ ପ୍ରକ୍ରିୟାର ପୁନଃ ଆରମ୍ଭ ଏକ ଆଶ୍ୱାସନା ମାତ୍ର । ଗ୍ରାମାଞ୍ଚଳରେ ଜୀବନଧାରଣର ମାନ ଏବଂ ଭିତ୍ତିଭୂମିର ବିକାଶ ପାଇଁ ସଂପୃକ୍ତ ମନ୍ତ୍ରଣାଳୟକୁ ୧୪.୩୪ ଲକ୍ଷକୋଟି ବ୍ୟୟବରାଦ କରି ପ୍ରକୃତ ଭାରତ ଗ୍ରାମାଞ୍ଚଳରେ ରହିଛି ବୋଲି ସେ ପ୍ରମାଣିତ କରିଛନ୍ତି । ସ୍ବାସ୍ଥ୍ୟ, ନିଯୁକ୍ତି କ୍ଷେତ୍ର ଏବଂ ଘରୋଇ ନିବେଶକୁ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ରେ ଗୁରୁତ୍ୱ ଦେଇଥିବା ବେଳେ ଆଗାମୀ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୩ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି, ଯାହାକି ପୂର୍ବର ୩ ପ୍ରତିଶତ ଟାର୍ଗେଟଠାରୁ ଅଧିକ । ଅର୍ଥମନ୍ତ୍ରୀ ବଜେଟର ମୋଟ ବ୍ୟୟ ଅଟକଳ ୨୪.୪୨ ଲକ୍ଷ କୋଟି ବୋଲି ଦର୍ଶାଇଛନ୍ତି । ଖରିଫ୍‌ ଋତୁ ସକାଶେ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ କୃଷିଋଣ ପରିମାଣ ବୃଦ୍ଧି, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଜରିଆରେ ଦେଢଲକ୍ଷ ସ୍ବାସ୍ଥ୍ୟ ସେବା କେନ୍ଦ୍ର ପ୍ରତିଷ୍ଠା, ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ୫୦ କୋଟି ଗରିବ ହିତାଧିକାରୀଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା କରି ଚିକିତ୍ସା ଖର୍ଚ୍ଚ ପ୍ରଦାନ, ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବା ଲକ୍ଷ୍ୟରେ ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର କୃଷି ଉତ୍ପାଦ କ୍ଲଷ୍ଟର ବିକଷିତ କରାଇବା, ପ୍ରତି ଗ୍ରାମକୁ ସ୍ବଚ୍ଛ ରଖିବା ପାଇଁ ‘ଗୋବର୍ଦ୍ଧନ’ ନାମରେ ନୂଆ ଯୋଜନା ଆଦିର ପ୍ରସ୍ତାବ ଜେଟ୍‌ଲୀଙ୍କ ବଜେଟ୍‌ରେ ରହିଛି। ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ପାଇଁ ଅର୍ଥମନ୍ତ୍ରୀ ଆମଦାନୀ କୃତ ଅନେକ ସାମଗ୍ରୀ ଯଥା କାର, ବାଇକ୍‌, ମୋବାଇଲ ଫୋନ, ଅତର, ସୁନା, ହୀରା, ଫଳ ଏବଂ ପନିପରିବା ରସ ଆଦି ସାମଗ୍ରୀ ଉପରେ ଟିକସ ବୃଦ୍ଧି କରିଛନ୍ତି । ଫଳରେ ଏହି ସବୁ ସାମଗ୍ରୀ ମହଙ୍ଗା ହେବ । ଆମଦାନୀ କୃତ ଟାୟାର ଉପରେ ୫ ପ୍ରତିଶତ ଉତ୍ପାଦଶୁଳ୍କ ବୃଦ୍ଧି କରାଯାଇଛି । ଆମଦାନୀ ହେଉଥିବା ଅନେକ ସାମଗ୍ରୀ ଉପରେ ଟିକସକୁ ଦୁଇଗୁଣା କରିଦିଆଯାଇଛି । ଗରିବମାନଙ୍କ ସକାଶେ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ରେ ଭଣ୍ଡାର ଖୋଲି ଦେଇଛନ୍ତି। ଏଥିରେ କୁହାଯାଇଛି ଯେ ଦେଶର ସବୁ ଗରିବଙ୍କୁ ୨୦୨୨ ସୁଦ୍ଧା ପକ୍କାଘର ଯୋଗାଇ ଦିଆଯିବ । ୨୦୧୮-୧୯ ବର୍ଷରେ ୧.୮୮ କୋଟି ଶୌଚାଳୟ ନିର୍ମାଣ କରାଯିବ । ଗ୍ରାମ୍ୟ ବିକାଶ ପାଇଁ ଜେଟ୍‌ଲୀ ତାଙ୍କ ବଜେଟରେ ୧,୩୮,୦୯୭ କୋଟି ବ୍ୟୟବରାଦ କରିଛନ୍ତି । ତଫସିଲଭୁକ୍ତ ଜାତିଙ୍କ କଲ୍ୟାଣ ନିମନ୍ତେ ୫୬.୬୧୯ କୋଟିର ବ୍ୟବସ୍ଥା ରହିଛି । ସେହିପରି ତଫସିଲଭୁକ୍ତ ଉପଜାତିଙ୍କ କଲ୍ୟାଣ ସକାଶେ ୩୯.୧୩୫ କୋଟିର ବ୍ୟୟବରାଦ ହୋଇଛି। ଜେଟ୍‌ଲୀ ଏହି ବଜେଟ୍‌ରେ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ୩,୭୯୪ କୋଟିର ବ୍ୟୟ ପ୍ରସ୍ତାବ ରଖିଛନ୍ତି । ଆଗାମୀ ଆର୍ଥିକ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ମୁଦ୍ରାଋଣ ପ୍ରଦାନ ପ୍ରସ୍ତାବ ରହିଛି । ଏତଦ୍‌ବ୍ୟତୀତ ସଙ୍ଗଠିତ କ୍ଷେତ୍ରରେ ୭୦ ଲକ୍ଷ ଅଧିକ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି । ‘ସୁସ୍ଥ ଭାରତ, ସମୃଦ୍ଧ ଭାରତ’। ଏହାକୁ ମୁଣ୍ଡରେ ରଖି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏଥର ବଜେଟ୍‌ରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ନାମରେ ଏକ ନୂଆ କାର୍ଯ୍ୟକ୍ରମର ପ୍ରସ୍ତାବ ରଖି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ୱାରା ୧୦ କୋଟି ଗରିବ ପରିବାରର ହାରାହାରି ୫୦ କୋଟି ଲୋକ ଉପକୃତ ହେବେ । ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଯେ କୌଣସି ସରକାରୀ ହସ୍ପିଟାଲରେ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ଖର୍ଚ୍ଚ ଉପଲବ୍ଧ ହେବ। ସେ ଏହାକୁ ପୃଥିବୀର ସର୍ବବୃହତ୍‌ ସ୍ବାସ୍ଥ୍ୟସେବା ଯୋଜନା ବୋଲି ଅଭିହିତ କରିଛନ୍ତି । ଏବେ ଦେଶରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନା (ଆର.ଏସ.ବି.ଓ୍ବାଇ.) କାଯର୍‌ୟକାରୀ ହେଉଛି । ଏହି ଯୋଜନାରେ ଗରିବ ପରିବାରଗୁଡିକୁ ମାତ୍ର ୩୦ ହଜାର ଟଙ୍କାର ଚିକିତ୍ସା ଖର୍ଚ୍ଚ ମିଳୁଛି । ଗୁଣାତ୍ମକ ଡାକ୍ତରୀ ଚିକିତ୍ସା ଏବଂ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଦେଶରେ ୨୪ଟି ନୂଆ ମେଡିକାଲ କଲେଜ ହସ୍ପିଟାଲ ଖୋଲିବେ । ବର୍ତ୍ତମାନର ଜିଲା ସଦର ହସ୍ପିଟାଲଗୁଡିକୁ ଉନ୍ନୀତ କରାଯାଇ ଏହା ଖୋଲାଯିବ । ପ୍ରତ୍ୟେକ ୩ଟି ସଂସଦୀୟ କ୍ଷେତ୍ରରେ ଯେପରି ଗୋଟିଏ ମେଡିକାଲ କଲେଜ ହସ୍ପିଟାଲ ରହେ ତାହାକୁ ସୁନିଶ୍ଚିତ କରାଯିବ ବୋଲି ଜେଟ୍‌ଲୀ କହିଛନ୍ତି । ଏତଦ୍‌ବ୍ୟତୀତ ଦେଶରେ ୧.୫ ଲକ୍ଷ ଆରୋଗ୍ୟ କେନ୍ଦ୍ର (ହେଲ୍‌ଥ ଓ୍ବେଲନେସ୍‌ ସେଣ୍ଟର) ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ରେ ପ୍ରସ୍ତାବ ରଖିଛନ୍ତି । ଦେଶର ୪୦ ପ୍ରତିଶତ ଲୋକଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ଏଥିରେ ୧୦ କୋଟି ଗରିବ ପରିବାର ଉପକୃତ ହେବେ। ଚିକିତ୍ସା ପାଇଁ ଯକ୍ଷ୍ମାରୋଗୀଙ୍କୁ ମାସିକ ୫୦୦ଟଙ୍କା ପ୍ରଦାନର ପ୍ରସ୍ତାବ ମଧ୍ୟ ବଜେଟ୍‌ରେ ରଖାଯାଇଛି। ଏଥିପାଇଁ ଅତିରିକ୍ତ ୬୦୦କୋଟିର ବ୍ୟବସ୍ଥା କରାଯାଇଛି । କୃଷି ଏବଂ କୃଷକର କଲ୍ୟାଣ ପାଇଁ ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍‌ରେ ଏକାଧିକ ଘୋଷଣା କରିଛନ୍ତି। କୃଷକମାନଙ୍କର ଆୟବୃଦ୍ଧି ସରକାରଙ୍କର ଲକ୍ଷ୍ୟ ବୋଲି ପ୍ରକାଶ କରି ଜେଟ୍‌ଲୀ କହିଛନ୍ତି ଯେ, ଆଗାମୀ ଆର୍ଥିକ ବର୍ଷରେ କୃଷିଋଣ ପରିମାଣ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଅର୍ଥାତ୍‌ କୃଷିଋଣ ବାବଦରେ ସରକାର ବର୍ତ୍ତମାନର ୧ ଲକ୍ଷ କୋଟି ଟଙ୍କାରୁ ବଢାଇ ୧୧ ଲକ୍ଷ କୋଟିର ବ୍ୟବସ୍ଥା କରିଛନ୍ତି । ଖରିଫଋତୁରେ ଉତ୍ପାଦିତ ଶସ୍ୟ, ବିଶେଷ କରି ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି.) ଉତ୍ପାଦନ ଖର୍ଚ୍ଚଠାରୁ ୫୦ ପ୍ରତିଶତ ଅଧିକ ହେବ । ଅର୍ଥାତ୍‌ ଏମ୍‌.ଏସ୍‌.ପି.କୁ ଉତ୍ପାଦନ ମୂଲ୍ୟର ଦେଢଗୁଣା କରାଯାଇଛି। ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣ କରିବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ଆହ୍ବାନ ଦେଇଛନ୍ତି ତାହା ବାସ୍ତବ ରୂପ ନେବ ବୋଲି ଜେଟ୍‌ଲୀ ତାଙ୍କ ବଜେଟ୍‌ ଭାଷଣ ବେଳେ ସୁଚିତ କରିଛନ୍ତି । ମୂଲ୍ୟରେ ହ୍ରାସ ଘଟିଲେ ମଧ୍ୟ ଚାଷୀ ଯେପରି ତା’ର ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଏ ସେଥିପାଇଁ ସରକାର ସୁନିଶ୍ଚିତ କରିବେ। ଏଥିସକାଶେ ନୀତି ଆୟୋଗ ରାଜ୍ୟଗୁଡିକ ସହ ଆଲୋଚନା କରିବେ । ଏତଦ୍‌ବ୍ୟତୀତ ସରକାର ମତ୍ସ୍ୟ ସମ୍ପଦ ଇନ୍‌ଫ୍ରା ପାଣ୍ଠି, ପଶୁଧନ ଇନ୍‌ଫ୍ରା ପାଣ୍ଠି ଗଠନ କରିବେ । ଏଥି ସକାଶେ ୧୦,୦୦୦ କୋଟିର ଅଟକଳ ହୋଇଛି । ଅର୍ଥମନ୍ତ୍ରୀ ମଧ୍ୟ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ବ୍ୟୟ ଅଟକଳକୁ ୧,୪୦୦ କୋଟିକୁ ବୃଦ୍ଧି କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଗ୍ରାମାଞ୍ଚଳର କୃଷି ବଜାରକୁ ଉନ୍ନତ କରିବା ସକାଶେ ୨ ହଜାର କୋଟି ଟଙ୍କାର ଏକ ପାଣ୍ଠି ଗଠନ କରାଯିବ । ଜୈବିକ କୃଷିକୁ ପ୍ରୋତ୍ସାହିତ କରାଯିବ। ବିଶେଷ କରି ମହିଳା ସ୍ବୟଂସହାୟକ ଗୋଷ୍ଠୀ (ଏସ୍‌.ଏଚ.ଜି.)ଗୁଡିକ ଯେପରି ଏଥିପ୍ରତି ଆଗ୍ରହ ପ୍ରକାଶ କରନ୍ତି ତାହା ଉପରେ ଗୁରୁତ୍ୱ ଦିଆଯିବ । କିଶନ କ୍ରେଡିଟ୍‌ କାର୍ଡ ସୁବିଧା ମଧ୍ୟ ମତ୍ସ୍ୟସମ୍ପଦ ଏବଂ ପଶୁଧନ କ୍ଷେତ୍ରରେ ମିଳିବ । ବରିଷ୍ଠ ନାଗରିକମାନଙ୍କ ସକାଶେ କେତେକ ରିହାତି ଘୋଷଣା କରିଛନ୍ତି । ସେମାନେ ସଞ୍ଚୟ ଜମା ଉପରେ ପାଉଥିବା ସୁଧହାର ୫୦ ହଜାର ଟଙ୍କା ଉପରେ ଟିକସ ଧାର୍ଯ୍ୟ ହେବ ନାହିଁ । ସେମାନଙ୍କ ସକାଶେ ପରିବର୍ଦ୍ଧିତ ସ୍ବାସ୍ଥ୍ୟ ବୀମା ସହାୟତା ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଦୀର୍ଘ ଏକ ଘଣ୍ଟା ୪୫ ମିନିଟର ବଜେଟ୍‌ ଭାଷଣ ଶେଷ ଭାଗରେ ଜେଟ୍‌ଲୀ ପ୍ରତ୍ୟକ୍ଷ ଓ ପରୋକ୍ଷକର ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ସରକାର ପୂର୍ବପରି ପ୍ରତ୍ୟକ୍ଷ ଟିକସ (ଆୟକର) ସ୍ଲାବକୁ ଅପରିବର୍ତ୍ତିତ ରଖିଛନ୍ତି। ଯେହେତୁ ଗତ ତିନିବର୍ଷ ମଧ୍ୟରେ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ସରକାର ଏକାଧିକ ପରିବର୍ତ୍ତନ କରିଛନ୍ତି, ତେଣୁ ଏଥର ଏହାକୁ ଅପରିବର୍ତ୍ତିତ ରଖାଗଲା ବୋଲି ଜେଟ୍‌ଲୀ କହିଥିଲେ । ତେବେ ପରିବହନ ଭତ୍ତା ଏବଂ ଚିକିତ୍ସା ଖର୍ଚ୍ଚ ଆଦି ଫେରିପାଇବା (ରିସୋର୍ସ) କ୍ଷେତ୍ରରେ ଷ୍ଟାଣ୍ଡାର୍ଡ ଡିଡକ୍‌ସନ୍‌ ପ୍ରକ୍ରିୟାକୁ ପୁନଃ ଆରମ୍ଭ କରାଯାଇଛି । ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଏହି ଅର୍ଥ ବାର୍ଷିକ ଦରମାରୁ ବାଦ୍‌ ଦେଇ ଅବଶିଷ୍ଟ ଅର୍ଥ ଉପରେ ଟିକସ ହିସାବ ହେବ । ଏହି ପ୍ରକ୍ରିୟା ପେନ୍‌ସନଧାରୀଙ୍କୁ ମଧ୍ୟ ଲାଭ ଦାୟକ ହେବ । ଏତଦ୍‌ବ୍ୟତୀତ ଅର୍ଥମନ୍ତ୍ରୀ ଶିଳ୍ପ ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ମଧ୍ୟ କେତେକ ରିହାତି ଘୋଷଣା କରିଛନ୍ତି । ଶିକ୍ଷା ଏବଂ ସ୍ବାସ୍ଥ୍ୟ ଉପରେ ସେସ୍‌କୁ ୧ ପ୍ରତିଶତ ବୃଦ୍ଧି କରାଯାଇଛି ।
All Right Reserved By

ଜାତୀୟ |

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶ ସମ୍ଭଲରେ ଅପରାଧୀଙ୍କ ପିଛା କରୁଥିବା ସମୟରେ ପୋଲିସ ବାବୁଙ୍କ ପିସ୍ତଲ କାମ କରି ନ ଥିଲା। ମାତ୍ର କନେଷ୍ଟବଳ ମନୋଜ କୁମାର ମୁହଁରୁ ଠୋ ଠୋ ଶବ୍ଦ ବାହାର କରି ଅପରାଧୀଙ୍କ ସାମନା କରିଥିଲେ। 

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। 

ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭।୧୦: ଜମ୍ମୁ-କଶ୍ମୀର ଶ୍ରୀନଗରର ଫତେହ କଦାଲରେ ବୁଧବାର ମିଳିତ ସୁରକ୍ଷା ବଳ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। 

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ୟୁଟ୍ୟୁବ୍‌ ସର୍ଭର ଡାଉନ୍‌

ନୂଆଦିଲ୍ଲୀ/ ଓ୍ବାଶିଂଟନ,୧୭।୧୦: ସାରା ପୃଥିବୀରେ ବୁଧବାର ସକାଳ ୬ଟା ୩୦ରୁ ସୋସିଆଲ୍‌ ମିଡ଼ିଆ ୟୁଟ୍ୟୁବ୍‌ର ସର୍ଭର ଡାଉନ୍‌ ରହିଛି। ଏହାକୁ ଠିକ୍‌ କରାଯାଇଥିବା ନେଇ ୟୁଟ୍ୟୁବ୍‌ ପକ୍ଷରୁ  କୁହାଯାଇଥିଲେ ମଧ୍ୟ ଏହା ସ୍ବାଭାବିକ ଭାବେ କାମ କରୁ ନ ଥିବା କୁହାଯାଉଛି। 

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ଦାବି କଲେ ପାଇଲଟ

ନୂଆଦିଲ୍ଲୀ,୧୬।୧୦: ଭାରତୀୟ କମର୍ସିଆଲ ପାଇଲଟ ଆସୋସିଏଶନ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ପତ୍ର ଲେଖିଛନ୍ତି। ପାଇଲଟମାନଙ୍କ ପାଇଁ ‘ଓ୍ବାନ୍‌ ର଼୍ୟାଙ୍କ ଓ୍ବାନ୍‌ ପେ’ ପାଇଁ ସେମାନେ ଉକ୍ତ ପତ୍ରରେ ଦାବି କରିଛନ୍ତି।

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ଦାଦାଗିରି ଦେଖାଇଲେ ବିଏସ୍‌ପି ନେତାଙ୍କ ପୁଅ

ନୂଆଦିଲ୍ଲୀ,୧୬।୧୦: ରାଜଧାନୀ ଦିଲ୍ଲୀରେ ଘଟିଥିବା ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଦିଲ୍ଲୀର ଆଇନ ବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଏକ ପଞ୍ଚ ତାରକା ହୋଟେଲ ବାହାରେ ପୂର୍ବତନ ବିଏସ୍‌ପି ନେତା ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେଙ୍କ ପୁଅଙ୍କ ଦାଦାଗିରି ଦେଖିବାକୁ ମିଳିଛି। 

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ଭାରତ-ତାଞ୍ଜାନିଆ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ/ଡୋଡୋମା,୧୬।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ତାଞ୍ଜାନିଆର ବୈଦେଶିକ ମନ୍ତ୍ରୀ ଡ. ଅଗଷ୍ଟାଇନ୍‌ ପି ମହିଗାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି।

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କୁ ମନେ ପକାଇଲା ଗୁଗୁଲ୍‌ ଡୁଡୁଲ୍‌

ନୂଆଦିଲ୍ଲୀ, ୧୬।୧୦: ଆଜି ହେଉଛି ଭାରତର ମହାନ ତବଲା ବାଦକ ଲଚ୍ଛୁ ମହାରାଜଙ୍କ ୭୪ତମ ଜନ୍ମଦିବସ। ଏହି ଅବସରରେ ମହାନ ସାଧକଙ୍କୁ ମନେ ପକାଇଛି ଗୁଗୁଲ୍‌ ଡୁଡୁଲ। 

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

କର୍ନାଟକ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ବାଙ୍ଗାଲୋର୍‌,୧୬।୧୦: କର୍ନାଟକ ଉପ ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ୩ଟି ଲୋକସଭା ଆସନ ଏବଂ ୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। 

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଶାରୀରିକ ସମ୍ପର୍କ ରଖିଲେ ମିଳିବ ଋଣ: ମହିଳା ଦେଲେ ଲାଠିରେ ଜବାବ, ଭିଡିଓ ଭାଇରାଲ

ଦାଭନଗେରେ,୧୬।୧୦: କର୍ନାଟକର ଦାଭନଗେରେ ଜିଲାରେ ଦେଖିବାକୁ ମିଳିଛି #ମି ଟୂ ର ଏକ ଭିନ୍ନ ରୂପ। ଏଠାକାର ଏକ ବ୍ୟାଙ୍କ ମ୍ୟାନେଜରଙ୍କୁ  ଜଣେ ମହିଳା ଲାଠିରେ ପିଟୁ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ମାଣ୍ଡୁରୁ ମିଳିଲା ୧୮ ଶତାବ୍ଦୀର କୃଷ୍ଣ ମୂର୍ତ୍ତି

ଭୋପାଳ,୧୬।୧୦: ମଧ୍ୟପ୍ରଦେଶ ଧାର ଜିଲାର ମାଣ୍ଡୁ ସହର ଉପକଣ୍ଠରୁ ମିଳିଛି ୧୮ ଶତାବ୍ଦୀର ପ୍ରାଚୀନ କୃଷ୍ଣ ମୂର୍ତ୍ତି। ସ୍ଥାନୀୟ ଦରିଆ ଖାଁ ମହଲରେ ଖନନ ସମୟରେ କଳାମୁଗୁନୀ ପଥରରେ ନିର୍ମିତ ଏହି ମୂର୍ତ୍ତି ମିଳିଛି।

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଆହ୍ଲାବାଦ୍‌ ହେଲା ପ୍ରୟାଗରାଜ: ମିଳିଲା ଯୋଗୀ ସରକାରଙ୍କ ମଞ୍ଜୁରୀ

ଲକ୍ଷ୍ନୌ, ୧୬।୧୦: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଆହ୍ଲାବାଦ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଛନ୍ତି। ମଙ୍ଗଳବାର କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।