Dharitri News
ଜାତୀୟ |

ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ

ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ନୂଆଦିଲ୍ଲୀ,୧।୨(ପି.ଟି) : ଗତବର୍ଷଠାରୁ ସାଧାରଣ ବଜେଟ୍‌ରେ ମିଶିଯିବା ପରେ ପୂର୍ବରୁ ପୃଥକ ଭାବେ ପ୍ରସ୍ତୁତ ହେଉଥିବା ରେଳ ବଜେଟ୍‌ ତା’ର ଗୁରୁତ୍ୱ ହରାଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଗୁରୁବାର ଲୋକ ସଭାରେ ସାଧାରଣ ବଜେଟ୍‌ ୨୦୧୮-୧୯ ଉପସ୍ଥାପନ ବେଳେ ରେଲଓ୍ବେ ପାଇଁ ବ୍ୟୟବରାଦ ସମ୍ପର୍କରେ ସୂଚନା ଦେଇଛନ୍ତି। ଜେଟ୍‌ଲୀଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଆର୍ଥିକ ବର୍ଷ ଲାଗି ରେଲଓ୍ବେ ସକାଶେ ୧,୪୮, ୫୨୮ କୋଟିର ବ୍ୟୟ ବରାଦ କରାଯାଇଛି । ଏଥିରେ ରେଳ ନେଟ୍‌ଓ୍ବର୍କର ସଂପ୍ରସାରଣ, ଆଧୁନିକୀକରଣ ଏବଂ ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରେଳବାଇ ନେଟ୍‌ଓ୍ବର୍କର ସୁଦୃଢ଼ୀକରଣ ଏବଂ ଯାତ୍ରୀ ତଥା ମାଲପରିବହନ ବୃଦ୍ଧି ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ୧୮,୦୦୦ କିଲୋମିଟର ରେଳପଥର ଦୋହରୀକରଣର ଲକ୍ଷ୍ୟ ରଖାଯାଇଛି। ଏବେ ଗଜ ପରିବର୍ତ୍ତନ କାର୍ଯ୍ୟ ଚାଲିଛି। ମୋଟ ୩, ୬୦୦ କିଲୋମିଟର ରେଳପଥର ନବୀକରଣ କରାଯିବ । ରେଳକ୍ଷେତ୍ରରେ ନରେନ୍ଦ୍ର ମୋଦି ସରକାରଙ୍କର ଅନ୍ୟ ଅଗ୍ରାଧିକାର ପ୍ରସଙ୍ଗ ଉଲ୍ଲେଖ କରି ଜେଟ୍‌ଲୀ କହିଛନ୍ତି ଯେ, ଦେଶରେ ନୂଆ ବିଶ୍ୱଶ୍ରେଣୀୟ ଟ୍ରେନ୍‌ ନିର୍ମାଣ ହେବାକୁ ଯାଉଛି। ମାଲ ପରିବହନ ପାଇଁ ସ୍ବତନ୍ତ୍ର କରିଡର ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ। ସେହିପରି ଟ୍ରେନ୍‌ ଲାଇନ୍‌ ବିଦ୍ୟୁତକରଣ ମଧ୍ୟ ସରକାରଙ୍କର ଅନ୍ୟତମ ମୁଖ୍ୟ କାର୍ଯ୍ୟ। ଏକାଧିକ ଉଚ୍ଚାଭିଳାଷୀ ପ୍ରକଳ୍ପ ସକାଶେ ପାଣ୍ଠି ସଂଗ୍ରହ କରିବାକୁ ରେଲଓ୍ବେ ମାର୍ଗ ଖୋଜିବ ବୋଲି ଆଶା କରିଛନ୍ତି ଅର୍ଥମନ୍ତ୍ରୀ। ସେ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନ୍ୟାରୋ ଗଜ୍‌କୁ ବ୍ରଡ୍‌ ଗଜରେ ପରିବର୍ତ୍ତନ, ସ୍ବୟଂଚାଳିତ ସିଗ୍‌ନାଲିଂ ବ୍ୟବସ୍ଥା ଏବଂ ବିଦ୍ୟୁତକରଣ ରହିଛି। ଏତଦ୍‌ବ୍ୟତୀତ ରେଳବାଇର ଅନ୍ୟତମ ଅଗ୍ରାଧିକାର କ୍ଷେତ୍ର, ଯାତ୍ରୀ ନିରାପତ୍ତା, ସମସ୍ତ ରେଳଷ୍ଟେଶନ ଏବଂ ଟ୍ରେନ୍‌ରେ ଓ୍ବାଇଫାଇ ଓ ସିସିଟିଭି ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ୨୫ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ଯାତାୟାତ କରୁଥିବା ଷ୍ଟେଶନଗୁଡ଼ିକରେ ଏସ୍କାଲେଟର (ଯାନ୍ତ୍ରିକ ଶିଡି)ର ବ୍ୟବସ୍ଥା କରାଯିବ। ୬୦୦ ରେଳଷ୍ଟେଶନର ଆଧୁନିକୀକରଣ ହେବ। ସବୁ ରେଳପଥ ବ୍ରଡ୍‌ଗଜ ହେବ। ଗୁଜରାଟର ଭଦୋଦରାଠାରେ ଏକ ରେଲଓ୍ବେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଜେଟ୍‌ଲୀ କହିଛନ୍ତି ଯେ, ଗତବର୍ଷର ରେଳବାଇ ବ୍ୟୟ ବରାଦ ତୁଳନାରେ ଏଥର ଅଧିକ ୧୩ ପ୍ରତିଶତ ଅଟକଳ ହୋଇଛି। ସୁରକ୍ଷାକୁ ପ୍ରାଥମିକତା ଦେଇ ଅର୍ଥମନ୍ତ୍ରୀ ସେଫ୍ଟି ଫାଷ୍ଟ ନୀତି ଘୋଷଣା କରିଛନ୍ତି। ରେଳପଥ, ଷ୍ଟେଶନ ଏବଂ ଯାତ୍ରୀ ସୁରକ୍ଷାକୁ ଛାଡ଼ି ସମସ୍ୟାର ସମାଧାନ କଥା କୁହାଯାଉଥିଲେ ମଧ୍ୟ ଏଥର କୌଣସି ନୂଆ ଟ୍ରେନର ବ୍ୟବସ୍ଥା କରାଯାଇନାହିଁ। ଆଗାମୀ ୨ ବର୍ଷ ମଧ୍ୟରେ ୪,୨୬୭ ଜଗୁଆଳି ବିହୀନ ଫାଟକ ଉଚ୍ଛେଦ ହେବ। ମାଡ୍ରାସ୍‌ର ପ୍ରିୟମ୍ବରସ୍ଥିତ ଇଣ୍ଟିଗ୍ରେଟେଡ୍‌ କୋଚ କାରଖାନାରେ ଅତ୍ୟାଧୁନିକ ବିଳାସମୟ ଟ୍ରେନ୍‌ ସେଟ୍‌ ପ୍ରସ୍ତୁତ ହେଉଛି। ଏହିଭଳି ପ୍ରଥମ ଟ୍ରେନ ସେଟ୍‌ ୨୦୧୮-୧୯ ଆର୍ଥିକ ବର୍ଷରେ ହିଁ ଆସିବ ବୋଲି ଜେଟ୍‌ଲୀ କହିଛନ୍ତି। ଆସନ୍ତା ବର୍ଷ ୧୨ ହଜାର ମାଲବାହୀ ରେଳଡବା, ୫୧୬୦ ଯାତ୍ରୀବାହୀ ଡବା, ୭୦୦ ରେଳ ଇଞ୍ଜିନ କ୍ରୟ କରାଯିବ। ସୂଚନାଯୋଗ୍ୟ ଦୀର୍ଘ ୯ ଦଶନ୍ଧିର ପରମ୍ପରାକୁ ଭାଙ୍ଗି ୨୦୧୭-୧୮ ଆର୍ଥିକ ବର୍ଷଠାରୁ ସରକାର ସ୍ବତନ୍ତ୍ର ରେଳ ବଜେଟ୍‌ ଉପସ୍ଥାପନ ନ କରି ସାଧାରଣ ବଜେଟ୍‌ ସହିତ ଏକତ୍ର ଉପସ୍ଥାପନ କରୁଛନ୍ତି।

ଜାତୀୟ |

ବିକ୍ରମ କୋଠାରୀ ଗିରଫ

ବିକ୍ରମ କୋଠାରୀ ଗିରଫ

ନୂଆଦିଲ୍ଲୀ,୨୨।୨(ପି.ଟି.): ୩,୬୯୫ କୋଟି ଟଙ୍କାର ଋଣ ଖିଲାପି ମାମଲାରେ ରୋଟୋମାକ୍‌ ପେନ୍‌ କମ୍ପାନୀର ମାଲିକ ବିକ୍ରମ କୋଠାରୀ ଏବଂ ତାଙ୍କ ପୁଅ ରାହୁଲ କୋଠାରୀଙ୍କୁ ଗୁରୁବାର ସିବିଆଇ ଗିରଫ କରିଛି। ଉଭୟ ରୋଟୋମାକ୍‌ କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି। ଜେରା ନିମନ୍ତେ ଉଭୟଙ୍କୁ ଏଜେନ୍ସିର ମୁଖ୍ୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ତଦନ୍ତ ପ୍ରକ୍ରିୟାରେ ସେମାନଙ୍କର ଅସହଯୋଗ ଯୋଗୁ ସିବିଆଇ ସେମାନଙ୍କୁ ଗିରଫ କରିଥିବା ସରକାରୀ ସୂତ୍ରରୁ ପ୍ରକାଶ।

ଦୁର୍ନୀତି ସୂଚକାଙ୍କ: ୮୧ ସ୍ଥାନରେ ଭାରତ

ଦୁର୍ନୀତି ସୂଚକାଙ୍କ: ୮୧ ସ୍ଥାନରେ ଭାରତ

ନୂଆଦିଲ୍ଲୀ, ୨୨।୨: ଭାରତ ଦୁର୍ନୀତି ସୂଚକାଙ୍କରେ ୨୦୧୭ରେ ୮୧ତମ ସ୍ଥାନରେ ରହିଛି। ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ୍‌ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ୨୦୧୬ରେ ଏହି ତାଲିକାରେ ୧୭୬ ରାଷ୍ଟ୍ର ମଧ୍ୟରେ ଭାରତ ୭୯ସ୍ଥାନରେ ଥିଲା। ନୂଆ ସର୍ଭେରେ ୧୮୦ଟି ଦେଶକୁ ସାମିଲ୍‌ କରାଯାଇଥିବାବେଳେ ଫିଲିପାଇନ୍ସ ଓ ମାଳଦ୍ୱୀପରେ ଅଧିକ ଦୁର୍ନୀତିଗ୍ରସ୍ତ ବୋଲି ରିପୋର୍ଟରେ ସୂଚିତ କରାଯାଇଛି।

ବିଧାନସଭାରେ ପହଞ୍ଚିଲେ ପାରିକର

ବିଧାନସଭାରେ ପହଞ୍ଚିଲେ ପାରିକର

ପଣଜି,୨୨।୨: କିଛିଦିନର ଅସୁସ୍ଥତା ପରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଲିଳାବତି ହସ୍ପିଟାଲ ଛାଡିଛନ୍ତି। ଗୁରୁବାର ବଜେଟ୍‌ ଅଧିବେଶନରେ ଯୋଗଦେବା ପାଇଁ ପାରିକର ରାଜ୍ୟ ବିଧାନସଭାରେ ପହଞ୍ଚିଥିବା ସୂଚନା ମିଳିଛି।

ଆର୍ଥିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ସଂରକ୍ଷଣ ଦିଆଯାଉ: ଶରଦ ପାଓ୍ବାର

ଆର୍ଥିକ ଦୃଷ୍ଟିକୋଣକୁ ଲକ୍ଷ୍ୟ କରି ସଂରକ୍ଷଣ ଦିଆଯାଉ: ଶରଦ ପାଓ୍ବାର

ପୁଣେ,୨୨।୨: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସଂରକ୍ଷଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି।

ଭାରତୀୟ ସେନା ଉପରେ ଆକ୍ରମଣ: ୧ ଗିରଫ

ଭାରତୀୟ ସେନା ଉପରେ ଆକ୍ରମଣ: ୧ ଗିରଫ

ଗୁଆହାଟୀ,୨୨।୨: ଭାରତୀୟ ସେନାର ୬ ଡୋଗ୍ରା ବାଟାଲିୟନ୍‌ ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଥିବା କାଙ୍ଗଲେଇପାକ୍‌ କମ୍ୟୁନିଷ୍ଟ ପାର୍ଟିର ଜଣଙ୍କୁ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍‌ଆଇଏ) ଗିରଫ କରିଛି।

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଭାରତର ଅଭିବୃଦ୍ଧି ହାର ହ୍ରାସ ପାଇଁ ବିମୁଦ୍ରୀକରଣ ଓ ଜିଏସ୍‌ଟି ଦାୟୀ: ଟ୍ରମ୍ପ୍‌ ପ୍ରଶାସନ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୨: ଭାରତର ଅଭିବୃଦ୍ଧି ହ୍ରାସ ପାଇଁ ବିମୁଦ୍ରୀକରଣ ଓ ନୂତନ ଟିକସ ପ୍ରଣାଳୀ ଜିଏସ୍‌ଟି ଦାୟୀ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ ସୂଚିତ କରିଛି। ୨୦୧୭ର ପ୍ରଥମ ତ୍ରୟମାସରେ ଭାରତ ସମେତ ୪ଟି ରାଷ୍ଟ୍ର ସହିତ ଆମେରିକାର ଦ୍ୱିପାକ୍ଷିକ କାରବାର ହ୍ରାସ ପାଇବା ସହିତ ବିର୍ତ୍ତୀୟ ନିଅଣ୍ଟ ୨୦୧୬ ତୁଳନାରେ ବୃଦ୍ଧି ପାଇଥିଲା।

 ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ୫୯ ପ୍ରତିଶତ ପ୍ରାର୍ଥୀ କୋଟିପତି

ନାଗାଲାଣ୍ଡ ବିଧାନସଭା ନିର୍ବାଚନ: ୫୯ ପ୍ରତିଶତ ପ୍ରାର୍ଥୀ କୋଟିପତି

କୋହିମା, ୨୨।୨: ଆସନ୍ତା ଫେବୃୟାରୀ ୨୭ରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନରେ ଛିଡା ହୋଇଥିବା ୧୯୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯୩ ଜଣ ସେମାନଙ୍କ ପାଖରେ ଥିବା ସମ୍ପତ୍ତି ସମ୍ପର୍କରେ ସତ୍ୟପାଠ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୯ ପ୍ରତିଶତ ପ୍ରାର୍ଥୀ ଅର୍ଥାତ୍‌ ୧୧୪ ଜଣ କୋଟିପତି ବୋଲି ଦାଖଲ ହୋଇଥିବା ସତ୍ୟପାଠରୁ ଜଣାପଡିଛି। ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ସଂଗଠନ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ୩ ଜଣ ପ୍ରାର୍ଥୀଙ୍କ ସତ୍ୟପାଠରେ କିଛି ଭୁଲ୍‌ ଥିବାରୁ ଏହାକୁ ଗ୍ରହଣ କରାଯାଇ ନାହିଁ।

 ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ନୌସେନାର ଶକ୍ତି ବୃଦ୍ଧି: ବ୍ରିଟେନ୍‌ରୁ ଆସିବ ସବ୍‌ମେରାଇନ୍‌ ରେସ୍‌କ୍ୟୁ ସିଷ୍ଟମ

ଲଣ୍ଡନ/ନୂଆଦିଲ୍ଲୀ, ୨୨।୨: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି କରିବାକୁ ଯୋଜନା କରାଯାଇଛି। ଏଥିପାଇଁ ନୌସେନାକୁ ବ୍ରିଟେନ୍‌ ସବ୍‌ମେରାଇନ୍‌ ରେସକ୍‌ୟୁ ସିଷ୍ଟମ୍‌ ଯୋଗାଇଦେବ। ଆସନ୍ତା ମାସରେ ଏହା ନୌସେନାକୁ ମିଳିବାର ସମ୍ଭାବନା ରହିଛି। ସ୍କଟଲ୍ୟାଣ୍ଡ କମ୍ପାନୀ ଜେଏଫ୍‌ଡି ଭାରତକୁ ଏହା ଯୋଗାଇଦେବ। ଭାରତୀୟ ନୌସେନା ସହିତ ଏନେଇ ଜେଏଫ୍‌ଡି ୧୯୩ ନିୟୁତ ପାଉଣ୍ଡର ଚୁକ୍ତି ସ୍ବାକ୍ଷରିତ କରିଥିଲା।

ଶିଶୁ ଉତ୍ପୀଡ଼ନ ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଶିଶୁ ଉତ୍ପୀଡ଼ନ ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା

ଜୟପୁର,୨୨।୨: ଜଣେ ୩ ବର୍ଷୀୟା ବାଳିକାଙ୍କୁ ଉତ୍ପୀଡ଼ନ କରାଯାଇଥିବା ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଫେବୃୟାରୀ ୩ରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତଙ୍କର ବୁଧବାର ମୃତ୍ୟୁ ଘଟିଥିବା ଜଣାପଡିଛି।

 ଆତଙ୍କବାଦୀ ଆକ୍ରମଣ: ସେନା କମାଣ୍ଡୋ ଗୁରୁତର

ଆତଙ୍କବାଦୀ ଆକ୍ରମଣ: ସେନା କମାଣ୍ଡୋ ଗୁରୁତର

ଶ୍ରୀନଗର, ୨୨।୨: ଜମ୍ମୁ-କଶ୍ମୀର ବନ୍ଦିପୁରା ଜିଲା ହାଜିନ୍‌ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୩୧ ରାଷ୍ଟ୍ରୀୟ ରାଇଫଲର ଜଣେ କମାଣ୍ଡୋ ଗୁରୁତର ଆହତ ହୋଇଛନ୍ତି। ଏଠାରେ ୨-୩ଜଣ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସେନା ପକ୍ଷରୁ ଏହି ଅଞ୍ଚଳରେ ଗୁରୁବାର ସର୍ଚ୍ଚ ଅପରେଶନ ହେଉଥିବାବେଳେ ଏହା ଘଟିଛି।

 ମସ୍ତିଷ୍କରୁ ବାହାରିଲା ୧.୮୭୩ କିଗ୍ରା ଟ୍ୟୁମର

ମସ୍ତିଷ୍କରୁ ବାହାରିଲା ୧.୮୭୩ କିଗ୍ରା ଟ୍ୟୁମର

ନୂଆଦିଲ୍ଲୀ, ୨୨।୨: ବମ୍ବେ ସ୍ଥିତ ନାୟାର ହସ୍ପିଟାଲରେ ଜଣେ ରୋଗୀଙ୍କ ମସ୍ତିଷ୍କରୁ ସଫଳତାର ସହିତ ୧.୮୭୩ କିଗ୍ରା ଓଜନର ବୃହତ୍‌ ଟ୍ୟୁମର ଅପରେଶନ୍‌ କରାଯାଇଛି। ନ୍ୟୁରୋ ସର୍ଜନ ଡାକ୍ତର ତିରୁମତି ନାଦକର୍ନିଙ୍କ ନେତୃତ୍ୱରେ ଏକ ଡାକ୍ତର ଦଳ ୩୧ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ଅପରେଶନ କରି ଏହି ସଫଳତା ହାସଲ କରିଛନ୍ତି।

ପାକିସ୍ତାନ ସୀମାରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହିଁ: ବିଏସ୍‌ଏଫ୍‌

ପାକିସ୍ତାନ ସୀମାରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହିଁ: ବିଏସ୍‌ଏଫ୍‌

ଶ୍ରୀନଗର, ୨୨।୨: ପାକିସ୍ତାନ ସୀମାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖାଠାରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁ ନାହିଁ ବୋଲି କମ୍ମୁ-କଶ୍ମୀର ସୀମା ସୁରକ୍ଷାବଳ (ବିଏସ୍‌ଏଫ୍‌) ପକ୍ଷରୁ ସୂଚିତ କରାଯାଇଛି। ଏନେଇ ଗୁରୁବାର ବିଏସ୍‌ଏଫ୍‌ ଆରକ୍ଷୀ ମହାନିର୍ଦ୍ଦେଶକ ସୋନାଲୀ ମିଶ୍ର କହିଛନ୍ତି। ଫଳରେ ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।