ମେଟ୍ରୋ |

ରୋଗୀଙ୍କୁ ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା

ରୋଗୀଙ୍କୁ ଲାଞ୍ଚ ମାଗିବା ମହଙ୍ଗା ପଡ଼ିଲା
ପୁରୀ ଅଫିସ, ୧।୨: ରୋଗୀଙ୍କଠାରୁ ଲାଞ୍ଚ ନେବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ସେ ହେଲେ ଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପ୍ରଣବ ପ୍ରକାଶ ପୂର୍ଣ୍ଣ। ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସା ଲାଗି ସେ ରୋଗୀଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ମାଗିଥିଲେ। ଏହାର ବିରୋଧ କରିବାରୁ ସମ୍ପୃକ୍ତ ଡାକ୍ତର ରୋଗୀଙ୍କ ସମ୍ପର୍କୀୟ ଦେବରାଜ ନାୟକଙ୍କୁ ଧକ୍କା ମାରିଥିଲେ। ଏଥିରେ ଦେବରାଜ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପଟେ ରୋଗୀଙ୍କ ସମ୍ପର୍କୀୟଙ୍କ ମାଡ଼ରେ ସମ୍ପୃୃକ୍ତ ଡାକ୍ତର ମଧ୍ୟ ଆହତ ହୋଇଥିବା ଗଣମାଧ୍ୟମକୁ କହିଛନ୍ତି। ଏନେଇ ଚନ୍ଦନପୁର ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଛି। ଗୁରୁବାର ପୂର୍ବାହ୍ନରେ ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବନ ଦାବିରେ ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଶତାଧିକ ଲୋକ ମେଡିକାଲ ଆଗରେ ଟାୟାର ଜାଳି ରାସ୍ତାରୋକୋ କରିଥିଲେ। ଫଳରେ ଚନ୍ଦନପୁର-ଜଗନ୍ନାଥ ସଡକରେ ଯାତାୟାତ ଠପ୍‌ ହୋଇଯାଇଥିଲା। ପ୍ରାୟ ୬ଘଣ୍ଟା ଧରି ରାସ୍ତା ଅବରୋଧ ରହିଥିଲା। ଚନ୍ଦନପୁର ପୋଲିସ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ସମ୍ପୃକ୍ତ ଡାକ୍ତରଙ୍କ ବଦଳି ଦାବିରେ ଅଟଳ ରହିଥିଲେ। ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଚନ୍ଦନପୁର ମେଡିକାଲ ଅଫିସର ଡ. ଦେବୀ ପ୍ରସାଦ ମହାପାତ୍ରଙ୍କୁ ଅଟକ ରଖିଥିଲେ। ଘଟଣାରୁ ପ୍ରକାଶ, ଚନ୍ଦନପୁର ଥାନା ଅଧୀନ କେତକୀପାଟଣାର ସୁନୀଲ ସାହୁଙ୍କ ସ୍ତ୍ରୀ ବାସନ୍ତୀଙ୍କର ଗର୍ଭଜନିତ ଯନ୍ତ୍ରଣା ହେବାରୁ ତାଙ୍କୁ ଦେବରାଜ ପୂର୍ବାହ୍ନ ସାଢେ ୧୦ଟା ସମୟରେ ମେଡିକାଲକୁ ଆଣିଥିଲେ। ଡାକ୍ତର ପ୍ରଣବ ପ୍ରକାଶ ରୋଗୀଙ୍କ ଚିକିତ୍ସା ଲାଗି ତାଙ୍କୁ ୫୦୦ଟଙ୍କା ଲାଞ୍ଚ ମାଗିଥିଲେ। ପରେ ମେଡିସିନ୍‌ ଲେଖିଥିଲେ। ନିରାମୟ ଔଷଧ ନ ଲେଖି ଲାଞ୍ଚ ମାଗୁଥିବାରୁ ଦେବରାଜ ଏହାର ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଡାକ୍ତର ପ୍ରଣବ ପ୍ରକାଶ ତାଙ୍କୁ ଗଳା ଧକ୍କା ମାରି ବାହାର କରିଦେଇଥିଲେ। ଏନେଇ ଦେବରାଜ ବୁଧବାର ରାତିରେ ପ୍ରଣବ ପ୍ରକାଶଙ୍କ ବିରୋଧରେ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲା। ଏହାର ପ୍ରତିବାଦରେ ଗୁରୁବାର କେତକୀପାଟଣା ଗ୍ରାମର ଶତାଧିକ ଗ୍ରାମବାସୀ ଚନ୍ଦନପୁର ମେଡିକାଲର ମୁଖ୍ୟ ଫାଟକ ବନ୍ଦ କରି ଧାରଣା ଦେଇଥିଲେ। ଡା. ପ୍ରଣବ ପ୍ରକାଶ ଜଣେ ରୋଗୀଙ୍କ ଚିକିତ୍ସା ଲାଗି ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଥିବା ମେଡିକାଲ ଅଫିସର ଡା. ମହାପାତ୍ର କହିଛନ୍ତି। ଏ ସଂକ୍ରାନ୍ତରେ ସିଡିଏମଓଙ୍କୁ ରିପୋର୍ଟ ଦିଆଯାଇଛି ବୋଲି ମହାପାତ୍ର କହିଛନ୍ତି। ସିଡିଏମଓ ହରିପ୍ରସାଦ ପଟ୍ଟନାୟକ କୁହନ୍ତି, ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗକୁ ଭିତ୍ତି କରି ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବଦଳି କରାଯାଇଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ ଡା. ପ୍ରଣବ ପ୍ରକାଶ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସିଡିଏମଓ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଁ ଏହାକୁ ସ୍ବାଗତ କରୁଛି। ମୋ ନାମରେ ମିଥ୍ୟା ଅଭିଯୋଗ କରାଯାଇଛି।
All Right Reserved By

ମେଟ୍ରୋ |

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭାଜପା, କଂଗ୍ରେସ କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର,୨୦-୧(ବ୍ୟୁରୋ):କୋରାପୁଟ ଜିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ବ୍ଲକର ବହୁ ଭାଜପା ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶନିବାର ଏହି କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି।

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଶ୍ରୀକାନ୍ତ, ସଗରିଆ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ୱର,୨୦-୧(ବ୍ୟୁରୋ):ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ଏନେଇ ଶନିବାର ବିଳମ୍ବିତ ରାତିରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

‘ମାଗଣା କମ୍ବଳ ପାଇଁ ଉଲ୍‌ କାହିଁ’

ପିଲାଦିନେ କାହାଣୀ ଶୁଣିଥିଲୁ। ଶୀତଦିନେ ସକାଳୁ ଉଠି ରାଜା ଝରକା ବାହାରକୁ ଅନାଇଲେ। ମେଣ୍ଢାପଲ ଜାଡରେ ଚରିବାର ଦେଖି ରାଜାଙ୍କର ହୃଦୟ ବିଚଳିତ ହେଲା। ନିର୍ଦ୍ଦେଶ ଦେଲେ ସବୁ ମେଣ୍ଢାଙ୍କୁ ମାଗଣାରେ କମ୍ବଳ ଯୋଗାଇ ଦିଆଯାଉ। 

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଘନ କୁହୁଡ଼ି: ବିମାନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ଭୁବନେଶ୍ୱରରେ ଶନିବାର ସକାଳେ ଘନ କୁହୁଡ଼ି ଯୋଗୁ ବିମାନସେବା ବାଧାପ୍ରାପ୍ତ ହୋଇଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନଗୁଡିକ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରିଛି।  

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଲୋକଙ୍କ ନିକଟତର ହୋଇ ସମସ୍ୟା ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦|୧ (ବ୍ୟୁରୋ)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ ଶନିବାର ଶେଷ ହୋଇଛି। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପୋଲିସ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି।

ଜେଇଇ ମେନ୍‌ ୨୦୧୯:  ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଜେଇଇ ମେନ୍‌ ୨୦୧୯: ଓଡ଼ିଶା ଟପ୍ପର ହେଲେ ଶିବାଶିଷ

ଭୁବନେଶ୍ୱର, ୨୦|୧(ବ୍ୟୁରୋ)- ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ ୨୦୧୯ର ପେପର-୧ ଫଳ ଶନିବାର ପ୍ରକାଶ ପାଇଛି।

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ:  ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ବନ୍ୟପ୍ରାଣୀ ବନଖଣ୍ଡରେ ଡଲ୍‌ଫିନ ଶୂନ: ଗତବର୍ଷ ଚିହ୍ନଟ ହୋଇଥିଲେ ୫; ଗଣତିରେ କୁହୁଡ଼ି ସାଜିଲା ବାଧକ

ପୁରୀ ଅଫିସ/କାକଟପୁର/ବ୍ରହ୍ମଗିରି/କୋଣାର୍କ,(ଡି.ଏନ.ଏ.)୨୦ା୧: ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ଡଲ୍‌ଫିନ ନାହାନ୍ତି। ଶନିବାର ହୋଇଥିବା ଗଣତିରୁ ଏହା ସ୍ପଷ୍ଟ ହୋଇଛି। ପୁରୀ ବନଖଣ୍ଡ ଅଧୀନରେ ୫ଟି ରେଞ୍ଜ୍‌ ବ୍ରହ୍ମଗିରି, ବାଲୁଖଣ୍ଡ, କୋଣାର୍କ, ଗୋପ ଓ ଅସ୍ତରଙ୍ଗ ରହିଛି। 

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ମୁକୁଳା ଫାଟକ ଦେଇ ଚାଲିଲା ତପସ୍ବିନୀ ଏକ୍ସପ୍ରେସ: କାର୍ଯ୍ୟରେ ଅବହେଳା ପାଇଁ ୨ ନିଲମ୍ବିତ

ପୁରୀ ଅଫିସ,୨୦ା୧: ରେଳ ବିଭାଗରେ ପୁଣି ଏକ ଖାମଖିଆଲି ଘଟଣା ପଦାକୁ ଆସିଛି। ସର୍ବଦା ଚଳଚଞ୍ଚଳ ରହୁଥିବା ସିଦ୍ଧମହାବୀର ଲେଭଲ କ୍ରସିଂରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ:  ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ଯୋଜନାର ସ୍ଥିତି ପରଖିଲେ ରାଜ୍ୟପାଳ: ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଉପରେ ଗୁରୁତ୍ୱ; ବାକି କାମ ନିର୍ବାଚନ ଆଚରଣବିଧି ଲାଗୁ ପୂର୍ବରୁ ଆରମ୍ଭ କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୨୦ା୧: କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା କରୁଛନ୍ତି। ଏହି ଯୋଜନାଗୁଡ଼ିକର ସୁଫଳ ଯେପରି ରାଜ୍ୟର ସବୁ ସାଧାରଣ ଲୋକ ପାଇପାରିବେ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। 

ନକଲି ଚାପତି ବ୍ୟବସାୟୀ ଗିରଫ

ନକଲି ଚାପତି ବ୍ୟବସାୟୀ ଗିରଫ

ବାରଙ୍ଗ,୧୯।୧(ଡି.ଏନ୍‌.ଏ.)- ନକଲି ଚାପତି ପ୍ୟାକେଟକରି ବିକ୍ରି କରିବା ଅଭିଯୋଗରେ ଶନିବାର ନନ୍ଦନକାନନ ଥାନା ପୋଲିସ ଜଣେ ବ୍ୟବସାୟୀଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। 

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ପିସିରେ ପେଷି ହେଉଛି ପକ୍କାଘର, ଲକ୍ଷ୍ୟ ରଖିଥିବା ସଂଖ୍ୟା ବି ଛୁଇଁପାରିଲେନି ରାଜ୍ୟ ସରକାର

ଭୁବନେଶ୍ୱର, ୧୯।୧(ସୁନିତ୍‌ ମିଶ୍ର): ୨୦୧୯ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରାଯିବ। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ପ୍ରତିଶ୍ରୁତି ଦେଇ ବିଜେଡି ନିଜ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା।

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ରାଜ୍ୟପାଳଙ୍କ ସମୀକ୍ଷା ବୈଠକ

ପୁରୀ ଅଫିସ, ୧୯।୧: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶନିବାର ପୁରୀ ଜିଲାର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ସର୍କିଟ ହାଉସରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟପାଳ ମୁଖ୍ୟତଃ ୪ଟି ଯୋଜନା ଉପରେ ଫୋକସ୍‌ କରିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ  ଏକ ଆବାସ ଯୋଜନାଗୁଡ଼ିକ କିପରି ଠିକ୍‌ ସମୟରେ କାର୍ଯ୍ୟକାରୀ ହେବ ତା’ଉପରେ ଗୁରୁତ୍ୱ ଦେଇଥିଲେ।