ରାଜ୍ୟ |

ଏମ୍‌ଆଇସିଇ ଫିଲ୍ମ ଫେଷ୍ଟିଭାଲ ଜୁରୀ ପ୍ୟାନେଲରେ ଓଡ଼ିଆ ନିର୍ମାତା

ଏମ୍‌ଆଇସିଇ ଫିଲ୍ମ ଫେଷ୍ଟିଭାଲ ଜୁରୀ ପ୍ୟାନେଲରେ ଓଡ଼ିଆ ନିର୍ମାତା

ଭୁବନେଶ୍ୱର,୧।୨(ବ୍ୟୁରୋ)-ନିକଟରେ ଇଣ୍ଟରନ୍ୟାଶନାଲ୍‌ ସେଣ୍ଟର ଅଫ୍‌ ଫିଲ୍ମସ ଫର୍‌ ଚିଲ୍‌ଡ୍ରେନ୍‌ ଆଣ୍ଡ ୟଙ୍ଗ୍‌ ପିପୁଲ(ସିଆଇଏଫ୍‌ଇଜେ)ର ବୋର୍ଡ ଅଫ୍‌ ଡାଇରେକ୍ଟରସ୍‌କୁ ନିର୍ବାଚିତ ହୋଇଥିବା ଓଡ଼ିଶା ଜନ୍ମିତ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର ରାଜ୍ୟ ପାଇଁ ଆଣିଛନ୍ତି ଆଉ ଏକ ସଫଳତା। ମୋଷ୍ଟ୍ରା ଇଣ୍ଟରନ୍ୟାଶନାଲ୍‌ ସିନେମା ଏଜୁକେଶନ(ଏମ୍‌ଆଇସିଇ) ଫିଲ୍ମ ଫେଷ୍ଟିଭାଲର ଜୁରୀ ସଦସ୍ୟଭାବେ ମନୋନୀତ ହୋଇଛନ୍ତି ଏହି ଯୁବ ଫିଲ୍ମ ନିର୍ମାତା। ଫେବୃୟାରୀ ୧୦ରୁ ୨୪ତାରିଖ ପର୍ଯ୍ୟନ୍ତ ସ୍ପେନ୍‌ର ଭାଲେନ୍ସିଆଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୃହତ୍‌ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ମହୋତ୍ସବ ୟୁରୋପ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସ୍ତରୀୟ ଫିଲ୍ମ ଫେଷ୍ଟିଭାଲ। ଏଠାରେ ଅନ୍ତର୍ଜାତୀୟସ୍ତରରୁ ଆସିଥିବା ପ୍ରତିନିଧି ଓ ଛାତ୍ରୀଛାତ୍ରଙ୍କ ସହ ସ୍ଥାନୀୟ ଶିକ୍ଷୟିତ୍ରୀ, ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥାନ୍ତି। ଫିଲ୍ମ ପ୍ରଦର୍ଶନ ସାଙ୍ଗକୁ ବିଭିନ୍ନ ପ୍ରକାର କର୍ମଶାଳା, ଦୃଶ୍ୟଶ୍ରାବ ଉପସ୍ଥାପନା, କନସର୍ଟ ଏବଂ ବିଭିନ୍ନ ଧରଣର କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କର ମନୋରଞ୍ଜନ କରାଯିବା ସହ ଶିକ୍ଷା ଦିଆଯାଇଥାଏ। ଜିତେନ୍ଦ୍ର ବିଚାରକ ଭାବେ ଏଥିରେ ଅଂଶଗ୍ରହଣ କରି ଦେଶ, ବିଦେଶରୁ ଆସିଥିବା ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ଚୟନ କରିବାକୁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଓଡ଼ିଶାର ଟିଟିଲାଗଡ଼ରେ ଜନ୍ମିତ ଜିତେନ୍ଦ୍ର ଫିଲ୍ମ ପ୍ରଯୋଜନା, ଆବଣ୍ଟନ ଏବଂ ପ୍ରମୋଶନର ନୂତନ ଉପାୟ ଆବିଷ୍କାର କରି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ବିଭିନ୍ନ ବିଭାଗରେ ୧୧୦ରୁ ଅଧିକ ଫିଲ୍ମ ସହ କାମ କରିଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ଫିଲ୍ମ ବିଶ୍ୱସ୍ତରରେ ଭଲ ପ୍ରଦର୍ଶନ କରିଛି। ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଜୁରୀ କମିଟି ସଦସ୍ୟ ରହିବା ସହ ଗତ ନଭେମ୍ବର ୨୦ରୁ ଗୋଆରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ(ଆଇଏଫ୍‌ଏଫ୍‌ଆଇ)ର ଇଣ୍ଡିଆନ୍‌ ପାନୋରାମା ଜୁରୀ କମିଟିରେ ରହିଥିଲେ। ଏମ୍‌ଆଇସିଇ ଫିଲ୍ମ ଫେଷ୍ଟିଭାଲର ଜୁରୀ ସଦସ୍ୟଭାବେ ମନୋନୀତ ହେବା ଅବସରରେ ସେ କହିଛନ୍ତି, ଏହା ମୋ ପାଇଁ ଯେତିକି ଖୁସିର ବିଷୟ, ତା’ଠାରୁ ଅଧିକ ଖୁସିର କଥା ହେଲା, ଏହି ଫିଲ୍ମ ଫେଷ୍ଟିଭାଲ ଜରିଆରେ ମୁଁ ଭାରତକୁ କିଛି ଭଲ ଫିଲ୍ମ ପ୍ରଦର୍ଶନ ପାଇଁ ଆଣିପାରିବି। ଯାହାକି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିବ ଏବଂ ଆମ ଫିଲ୍ମ ନିର୍ମାତାମାନଙ୍କୁ ଏଭଳି ଫିଲ୍ମ ନିର୍ମାଣ ପାଇଁ ପ୍ରେରଣା ଯୋଗାଇବ।

All Right Reserved By

ରାଜ୍ୟ |

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଜଟଣୀ ଅଞ୍ଚଳର ଗହଣା ଦୋକାନରୁ ସୁଡଙ୍ଗ ଖୋଳି ଲୁଟ ଘଟଣା: ୨ ଡକାୟତଙ୍କ ସମେତ ୪ ଗିରଫ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଜଟଣୀ ଥାନା ଅଞ୍ଚଳରେ ଥିବା ଏକ ଜୁଏଲାରୀରୁ ସୁନାଗହଣା ଲୁଟ କରିବା ଘଟଣାରେ କମିଶନରେଟ ପୋଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୋଲିସ ୨ ଡକାୟତ, ୨ ସୁନା ଦୋକାନୀକୁ ଗିରଫ କରିଛି। 

ରେଭେନ୍‌ଶାରେ ର଼୍ୟାଗିଂ

ରେଭେନ୍‌ଶାରେ ର଼୍ୟାଗିଂ

କଟକ ଅଫିସ,୧୬।୮: ରେଭେନ୍‌ଶା କଲେଜରେ ର଼୍ୟାଗିଂ ହେଉଥିବା ନେଇ ଯୁକ୍ତ ୩ ଦ୍ବିତୀୟ ବର୍ଷ ସଂସ୍କୃତ ବିଭାଗର ଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଗୁରୁବାର ଅଭିଯୋଗ କରିଛନ୍ତି। ସିନିଅର ଛାତ୍ର ତାଙ୍କୁ ମାଡ଼ ମାରିବା, ଧମକ ଦେବା, ଗାଳିଗୁଲଜ କରିଥିବା ନେଇ ସେ ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। 

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ସ୍ବାମୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ ଅଫିସ,୧୬।୮: ଢେଙ୍କାନାଳ ଜିଲା ବାଲିମି ଥାନା ଖାଲପାଳ ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସିଲି ବାଡିଆ(୪୫)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସ୍ବାମୀ  ସୁଧାକର ବାଡ଼ିଆ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। 

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ଜଟିଳ: ଅପରାହ୍ନରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଏବେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ଅଛନ୍ତି। ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ହସ୍ପିଟାଲରେ ବହୁ ନେତା ତଥା ରାଜନେତାଙ୍କ ଭିଡ଼ ଲାଗିଛି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ।

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେରଳରେ ବନ୍ୟା: ଓଡ଼ିଶା ତରଫରୁ ୫ କୋଟିର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର,୧୬।୮(ବ୍ୟୁରୋ): କେରଳରେ ବନ୍ୟା ପରିସ୍ଥିତି ଦିନକୁଦିନ ଜଟିଳ ହେବାରେ ଲାଗିଛି। ଏପରିସ୍ଥଳେ ସାରା ଦେଶ କେରଳକୁ ସହାୟତାର ହାତ ବଢ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ୫ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି। 

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଟ୍ରେଡ୍‌ ୟୁନିୟନ ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର,୧୬।୮(ନି.ପ୍ର.): ଏମ୍‌ସିଏଲ୍‌ ବଳରାମ ଓସିପିରେ କାର୍ଯ୍ୟରତ ୩ଟି ଟ୍ରେଡ୍‌ ୟୁନିୟନ ପକ୍ଷରୁ ଗୁରୁବାର ତାଳଚେର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ ଏଚ୍‌ଏମ୍‌ଏସ୍‌, ବିଏମ୍‌ଏସ୍‌ ଏବଂ ଆଇଏନ୍‌ଟିସିୟୁ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ତାଳଚେର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। 

ଅଜଗର ଉଦ୍ଧାର

ଅଜଗର ଉଦ୍ଧାର

ଭୁବନ,୧୬।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ବାଉଁଶକଣ ଗ୍ରାମର ଶିବମନ୍ଦିର ନିକଟରୁ ବୁଧବାର ରାତିରେ ଏକ ଅଜଗର ସାପକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। 

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ଗାଁ ମଝିରେ ଫାଇନାନ୍ସ କର୍ମଚାରୀଙ୍କୁ ହାଣି ୫୦ ହଜାର ଲୁଟ୍‌, ଜଣଙ୍କୁ କାବୁ କଲେ ଗ୍ରାମବାସୀ

ପୁରୀ ଅଫିସ,୧୬ା୮: ପୁରୀ ଜିଲା ତାଳବଣିଆ ଥାନା ଅଧୀନ ଭାରତୀପୁର ଗ୍ରାମରେ ଜଣେ କଲେକ୍ସନ୍‌ ଏଜେଣ୍ଟଙ୍କଠାରୁ ୫୦ ହଜାର ଲୁଟ୍‌ ହୋଇଛି। ଗୁରୁବାର ଦୁଇଜଣ ଯୁବକ ଏଜେଣ୍ଟଙ୍କୁ କଟୁରିରେ ହାଣି ଏହି ଲୁଟ୍‌ କରିଛନ୍ତି। 

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

ଚମ୍ପୁଆ ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ: ବାଲିବନ୍ଧ ଫରେଷ୍ଟ ବିଟ୍‌କୁ ଘେରିଲେ ଚାଷୀ

କେନ୍ଦୁଝର,୧୬।୮(ସ୍ବ.ପ୍ର.):  କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜୟପୁର ଓ ସାନଯୋଡା ଗ୍ରାମରେ ଗତ କିଛିଦିନ ଧରି ହାତୀ ଉପଦ୍ରବ ଲାଗି ରହିଛି। ଦୁଇଟି ଦଳରେ ମୋଟ ୩୨ଟି ହାତୀ ଅଞ୍ଚଳରେ ରହି ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଲୋକମାନେ ଆତଙ୍କିତ ହୋଇ ରହିଛନ୍ତି। 

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ବାଜପେୟୀଙ୍କ ପାଇଁ ସମୂହ ଦୀପଦାନ

ଆରଡ଼ି,୧୬।୮( ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ଥିବା ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାମନା କରି ଓଳଗ, ସୁନ୍ଦରପୁର ଓ ଆରଡିର ଭାଜପା କର୍ମୀମାନେ ଗୁରୁବାର ସମୂହ ଦୀପଦାନ କରିଛନ୍ତି।

ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି: ଭାଜପା ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା

ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି: ଭାଜପା ପକ୍ଷରୁ ୮ ଘଣ୍ଟିଆ ବନ୍ଦ ଡାକରା

ଜୟପୁର,୧୬।୮(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମାକୁ ଏନ୍‌ଏସି ମାନ୍ୟତା ଦାବି ସହ ଜୟପୁରରେ ଜିଲା ମୁଖ୍ୟ ଚିକିତ୍ସାଳୟ ତୁରନ୍ତ କାର୍ଯ୍ୟକାରୀ କରିବା, ଜାଲ ଜମି ପଟ୍ଟାର ସିଆଇ ତଦନ୍ତ ଆଦିି ୪ ଦଫା ଦାବି ନେଇ ଭାଜପା ପକ୍ଷରୁ ଜୟପୁର ନିର୍ବାଚନ ମଣ୍ଡଳୀରେ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। 

ଶ୍ରୀମୁଖ ଛକରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଜଣେ ମୃତ, ୨ ବାଇକ୍‌ ଆରୋହୀ ଗୁରୁତର

ଶ୍ରୀମୁଖ ଛକରେ ଦୁର୍ଘଟଣା: ବାଇକ୍‌ ଧକ୍କାରେ ଜଣେ ମୃତ, ୨ ବାଇକ୍‌ ଆରୋହୀ ଗୁରୁତର

ନିମାପଡ଼ା,୧୬।୮(ଡି.ଏନ୍‌.ଏ.): ପିପିଲି-ନିମାପଡ଼ା ରାସ୍ତା ଶ୍ରୀମୁଖ ଛକ ନିକଟରେ ଗୁରୁବାର ସକାଳେ ଏକ ବାଇକ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ବାଇକ୍‌ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି। ମୃତକ ହେଲେ ନିମାପଡ଼ା ଥାନା ଅଧୀନ ଶ୍ରୀମୁଖ ଗ୍ରାମର ଶିବ ଚରଣ ସେଠୀ(୫୦)।

Model This Week

ଯସ୍ମିନ୍