ଜାତୀୟ |

ଭାଜପାକୁ ରାଜସ୍ତାନରେ ଝଟକା: ମାଣ୍ଡଳଗଡ଼ ଆସନ ହାତେଇଲା କଂଗ୍ରେସ

ଭାଜପାକୁ ରାଜସ୍ତାନରେ ଝଟକା: ମାଣ୍ଡଳଗଡ଼ ଆସନ ହାତେଇଲା କଂଗ୍ରେସ

ଜୟପୁର, ୧।୨: ରାଜସ୍ତାନର ୩ଟି ବିଧାନସଭା ଆସନରେ ଜାନୁୟାରୀ ୨୯ରେ ଉପନିର୍ବାଚନ ହୋଇଥିଲା। ଏହାର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ଏହି ଆସନଗୁଡିକ ମଧ୍ୟରୁ ମାଣ୍ଡଳଗଡ଼ରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି ଆଜମେର୍‌ ଓ ଅଲଓ୍ବାର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏହାଦ୍ୱାରା ରାଜ୍ୟରେ କଂଗ୍ରେସର ମନୋବଳ ବୃଦ୍ଧି ପାଇଛି। ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ସଚିନ୍‌ ପାଇଲଟ୍‌ ଓ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରଚାର କରିଥିଲେ। ଉପନିର୍ବାଚନ ଫଳାଫଳ ନେଇ ଭାଜପାକୁ ଝଟକା ଲାଗିଛି।

All Right Reserved By

ଜାତୀୟ |

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ତିନୋଟି ଭାଷାରେ ତିଆରି ହେବ ଜୟାଙ୍କ ବାୟୋପିକ୍‌

ଚେନ୍ନାଇ,୧୬।୮: ଏବେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ଏହା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି। ରିୟଲ୍‌ ଲାଇଫ୍‌ ଷ୍ଟୋରୀକୁ ରିଲ୍‌ ଲାଇଫରେ ଦେଖିବା ପରେ ଦର୍ଶକେ ଅନେକ ବ୍ୟକ୍ତିଙ୍କ ଜୀବନର କିଛି ଅଜଣା କଥା ସମ୍ପର୍କରେ ଜାଣି ପାରୁଛନ୍ତି। ଏବେ ଏହି କ୍ରମରେ ସାମିଲ ହେବାକୁ ଯାଉଛି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟାଲଲିଥାଙ୍କ ଜୀବନ କାହାଣୀ। 

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

କେରଳରେ ବର୍ଷା ବିତ୍ପାତ: ୧୪ ଜିଲାକୁ ରେଡ ଆଲର୍ଟ

ଥିରୁଭାନନ୍ତପୁରମ୍‌,୧୬।୮: ଲଗାତର ବର୍ଷାରେ ବେହାଲ ହୋଇଛି କେରଳ। ଗତ ୫୦ ବର୍ଷ ମଧ୍ୟରେ ଏତେ ପରିମାଣରେ ବର୍ଷା ଦେଖି ନ ଥିବା କହିଛନ୍ତି କେରଳବାସୀ। ଗୁରୁବାର ସୁଦ୍ଧା ହୋଇଥିବା ବର୍ଷା ଓ ବନ୍ୟାରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ନିଖୋଜ ଥିବା ଜଣାପଡିଛି। 

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ସମ୍ମାନିତ ହେବେ ହେଲିକପ୍ଟରରୁ ଫୁଲ ବର୍ଷା କରିଥିବା ପୋଲିସ ଅଫିସର

ଲକ୍ଷ୍ନୌ,୧୬।୮: ଉତ୍ତର ପ୍ରଦେଶ ମିରଠରେ କାଉଡିଆଙ୍କ ଉପରେ ଫୁଲ ବର୍ଷା କରିଥିବା ଏଡିଜି ପ୍ରଶାନ୍ତ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦକରେ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି। ପ୍ରଶାନ୍ତ କୁମାରଙ୍କ ସହ ଅନ୍ୟ ୫ ଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯିବ।

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ଜଣକୁ ୪୫ ଲକ୍ଷ ଟଙ୍କାରେ ୩ଶହ ଶିଶୁ ବିକ୍ରି କରିଥିବା କିଙ୍ଗପିନ୍‌ ଅଟକ

ମୁମ୍ବାଇ,୧୬।୮: ଅନ୍ତର୍ଜାତୀୟସ୍ତରରେ ଶିଶୁ ବିକ୍ରି କରୁଥିବା ଏକ ର଼୍ୟାକେଟର କିଙ୍ଗପିନଙ୍କୁ ମୁମ୍ବାଇ ପୋଲିସ ଅଟକ ରଖିଥିବା ଜଣାପଡିଛି। ଏମାନେ ଭାରତରୁ ପ୍ରାୟ ୩ଶହ ଶିଶୁଙ୍କୁ ଆମେରିକାରେ ବିକ୍ରି କରିଥିବା ପୋଲିସ କହିଛି। 

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ବାଜପେୟୀଙ୍କ ପାଇଁ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଚଣ୍ଡିଗଡ଼,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି।

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କେରଳ ବନ୍ୟା: ମୃତ୍ୟୁସଂଖ୍ୟା ୭୩ ଛୁଇଁଲା

କୋଚି,୧୬।୮: ଗତ ଏକ ସପ୍ତାହ ଧରି କେରଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୭୩ ଛୁଇଁଲାଣି। ଜେମିନି ବୋଟ୍‌ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିବାକୁ  ଦକ୍ଷିଣ ନୌସେନା କମାଣ୍ଡର ୨୧ ଜଣିଆ ଟିମ୍‌କୁ ମୁତୟନ କରିବା ସହ ବୁଧବାର ପ୍ରାୟ ୮୧ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। 

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

କେଜ୍‌ରିଓ୍ବାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ୫୦ତମ ଜନ୍ମଦିନ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। 

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ବାଜପେୟୀଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ବିଭିନ୍ନ ସ୍ଥାନରେ ପୂଜାପାଠ ତଥା ପ୍ରାର୍ଥନା କରି ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଉଛି। 

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସମ୍ପର୍କରେ କେତୋଟି ତଥ୍ୟ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପା ଭେଟେରାନ୍‌ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍‌ସେସ୍‌(ଏମ୍ସ) ପ୍ରକାଶ କରିଛି। ବୁଧବାର ରାତି ସୁଦ୍ଧା ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ

ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିବା ବୁଧବାର ସନ୍ଧ୍ୟାରେ ଏମ୍ସ ପକ୍ଷରୁ କୁହାଯାଇଛି। ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଥିବା ସୂଚନା ଦିଆଯାଇଛି।

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦାରେ ବୋମା ବିସ୍ଫୋରଣ: ୫ ଗୁରୁତର

ନାଳନ୍ଦା,୧୫।୮: ବିହାରର ନାଳନ୍ଦା ଜିଲା ଅନ୍ତର୍ଗତ ରହୁଇ ଅଞ୍ଚଳରେ ବୁଧବାର ଏକ ଘରେ ବୋମା ବିସ୍ଫୋରଣ ହେବାରୁ ୪ ଶିଶୁଙ୍କ ସମେତ ଅନୂ୍ୟନ ୫ଜଣ ଗୁରୁତର ହୋଇଛନ୍ତି। ଅନେକ ଦିନ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଏକ ଘରେ ଏହି ବିସ୍ଫୋରଣ ଘଟିଛି। ସଫା କରାଯିବା ଲାଗି ଘରଟି ଖୋଲା ଯାଇଥିବାବେଳେ ବୋମା ବିସ୍ଫୋରଣ ଘଟିଥିଲା। 

ସ୍ବାଧୀନତା ଦିବସରେ ମାଓବାଦୀ ଆକ୍ରମଣ: ଆଇଡି ବିସ୍ଫୋରଣରେ ୨ ଯବାନ ଆହତ

ସ୍ବାଧୀନତା ଦିବସରେ ମାଓବାଦୀ ଆକ୍ରମଣ: ଆଇଡି ବିସ୍ଫୋରଣରେ ୨ ଯବାନ ଆହତ

ରାୟପୁର,୧୫।୮: ଛତିଶଗଡ଼ର ରାଜନନ୍ଦଗାଁ ଜିଲାର ମିସ୍ତ୍ରୀ ଗ୍ରାମରେ ବୁଧବାର ସ୍ବାଧୀନତା ଦିବସ ଅବସରରେ ମାଓବାଦୀମାନେ ଆଇଡି ବିସ୍ଫୋରଣ ଘଟାଇଛନ୍ତି। ଏକ ପ୍ରେସର ବୋମା ବିସ୍ଫୋରଣ ଘଟାଇବାରୁ ଦୁଇ ଆଇଟିବିପି ଯବାନ ଆହତ ହୋଇଛନ୍ତି। 

Model This Week

ଯସ୍ମିନ୍